ଗାଦିବ୍ରହ୍ମ
ସବୁ ଧାର୍ମିକ ଚିନ୍ତାଧାରା, ପୂଜ-ଉପାସନାର ମୂଳତତ୍ତ୍ୱ ହେଉଛି ବିଶ୍ୱାସ । ନିରାକାର ଏକେଶ୍ୱରଙ୍କୁ ଧ୍ୟାନ, ପ୍ରାର୍ଥନ ହେଉ କି ମାଟିକୁଦ କିମ୍ବା ଗ୍ରାମ ଦେବତୀଙ୍କ ପରି ଗଛ ଓ ପଥର ଦେହରେ ସିନ୍ଦୂର ବୋଳି ତାହକୁ ହିଁ ବିଶ୍ୱାସର କେନ୍ଦ୍ର କରାଯାଇପାରେ । ବୌଦ୍ଧ ଦର୍ଶନର ଶୂନ୍ୟବାଦ ମଧ୍ୟ ବିଶ୍ୱାସ ଉପରେ ଆଧାରିତ । ମାଟିକୁଦ ପୂଜା ବା ଗାଦିବ୍ରହ୍ମ ବୋଧହୁଏ ସେହି ଶୂନ୍ୟବାଦର ଏକ ପରିପ୍ରକାଶ । ବାଲେଶ୍ୱର ଜିଲ୍ଲାର ଏହା 'ମୂନିପୂଜା' ନାମରେ ଖ୍ୟାତ । ଗାଦିବ୍ରହ୍ମ କହିଲେ ପତ୍ରପୁଷ୍ପରେ ସୁସଜ୍ଜିତ ଏବଂ ଦେବତା ଜ୍ଞାନରେ ପୂଜିତ ଏକ 'ମାଟିକୁଦ' ।
ଇତିହାସ
ସମ୍ପାଦନାଓଡ଼ିଶାରେ ଗାଦିବ୍ରହ୍ମ ପୂଜା ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ରାଜା ବୀରକିଶୋରଙ୍କ ସମୟରୁ ଆରମ୍ଭ । ଏ ବିଶ୍ୱାସର ସ୍ରଷ୍ଟା ଥିଲେ ପୁରୀ ଜିଲ୍ଲା ନିମାପଡ଼ାର ଆର୍ତ୍ତ ଦାସ ବୋଲି କୁହାଯାଏ । ଜଣେ କୃଷି ଶ୍ରମିକ ଆର୍ତ୍ତ ଦାସ ପ୍ରାୟ ୨୫ବର୍ଷ ବୟସରେ ସନ୍ନ୍ୟାସୀ ହୋଇଥିଲେ । ପୁରୀ ଜିଲ୍ଲା ନିମାପଡ଼ାର ବେନୁପଡା ଗ୍ରାମରେ ମହାପୁରୁଷ ବାଇ ଦାସଙ୍କ ମଠରେ ରହି ତାଙ୍କର ଆଧ୍ୟାତ୍ମିକ ଚେତନା ଜାଗ୍ରତ ହେଲା । ସେ ଭକ୍ତ ହେଲେ ଅନାଦି, ଅନନ୍ତ ଈଶ୍ୱରଙ୍କର । ମାଟିକୁ ମାନିଲେ ଦେବତା ଏବଂ ପ୍ରଚାର କଲେ ମାଟିର ତତ୍ତ୍ୱ । ବିଶ୍ୱାସ କରାଯାଏ ସେ ୭୫୨ ଗାଦି ପ୍ରତିଷ୍ଠା କରିଥିଲେ । କେବଳ ଈଶ୍ୱର ବିଶ୍ୱାସର ପ୍ରଚାର ତାଙ୍କର ଲକ୍ଷ୍ୟ ନଥିଲା, ଅଧର୍ମ, ଅନୀତି ବିରୋଧରେ ମଧ୍ୟ ସେ ସଚେତନତା ସୃଷ୍ଟି କରୁଥିଲେ । ଯେଉଁଠି ମାଟିରେ ଗାଦି ନିର୍ମିତ ହୋଇ ପୂଜା କରାଯାଉଥିଲା ସେ ସେଇଠି ଯାଉଥିଲେ । [୧]
ଆଧାର
ସମ୍ପାଦନା- ↑ ସମ୍ବାଦ, ପୃଷ୍ଠା-୨,୧୭.୧୨.୧୨