ଗଙ୍ଗାଧର ପାଇକରାୟ
ଗଙ୍ଗାଧର ପାଇକରାୟ (୧୨ ଜୁଲାଇ ୧୯୧୫ - ୩୧ ଅଗଷ୍ଟ ୧୯୯୯) [୧] ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଗଙ୍ଗାଧର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୪ଥର କାର୍ଯ୍ୟ କରିଥିଲେ । ୧୯୫୧, ୧୯୬୧, ୧୯୬୭ ଓ ୧୯୭୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବେଗୁନିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୩ୟ, ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଗଙ୍ଗାଧର ପାଇକରାୟ | |
---|---|
ବିଧାୟକ: ୩ୟ, ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୭୩ | |
ପୂର୍ବ ଅଧିକାରୀ | ସତ୍ୟାନନ୍ଦ ଚମ୍ପତିରାୟ |
ପର ଅଧିକାରୀ | ସତ୍ୟାନନ୍ଦ ଚମ୍ପତିରାୟ |
ନିର୍ବାଚନ ମଣ୍ଡଳୀ | ବେଗୁନିଆ |
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ପର ଅଧିକାରୀ | ସତ୍ୟାନନ୍ଦ ଚମ୍ପତିରାୟ |
ନିର୍ବାଚନ ମଣ୍ଡଳୀ | ବେଗୁନିଆ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୨ ଜୁଲାଇ ୧୯୧୫ |
ମୃତ୍ୟୁ | ୩୧ ଅଗଷ୍ଟ ୧୯୯୯ | (ବୟସ ୮୪)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି |
ଜୀବନ ସାଥୀ | ଚମ୍ପା ଦେବୀ |
ବାପା/ବୋଉ | ରାଜୀବ ପାଇକରାୟ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଗଙ୍ଗାଧର ପାଇକରାୟଙ୍କ ବାପାଙ୍କ ନାମ ରାଜୀବ ପାଇକରାୟ ଏବଂ ପତ୍ନୀଙ୍କ ନାମ ଚମ୍ପା ଦେବୀ । ତାଙ୍କର ଶିକ୍ଷାଗତ ଯୋଗତ୍ୟା ଥିଲା ମାଟ୍ରିକ୍ ।[୨]
ରାଜନୈତିକ ଜୀବନ
ସମ୍ପାଦନାଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେବା କାରଣରୁ ଇଂରେଜ ସରକାରଙ୍କଦ୍ୱାରା ଗିରଫ ହୋଇ ୧୯୩୬ ମସିହାରେ ପଟନା କ୍ୟାମ୍ପ ଜେଲରେ ରହିଥିଲେ । ଜେଲରୁ ମୁକୁଳିବା ପରେ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇଥିଲେ ।[୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୪ଥର କାର୍ଯ୍ୟ କରିଥିଲେ ।[୨]
ମୃତ୍ୟୁ
ସମ୍ପାଦନାଗଙ୍ଗାଧର ପାଇକରାୟ ୧୯୯୯ ମସିହାର ଅଗଷ୍ଟ ମାସ ୩୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨]
ଆଧାର
ସମ୍ପାଦନା- ↑ "ଗଙ୍ଗାଧର ପାଇକରାୟଙ୍କ ୧୦୫ତମ ଜନ୍ମବାର୍ଷିକ". ସମ୍ବାଦ. 12 July 2020. Archived from the original on 2020-07-12.
- ↑ ୨.୦ ୨.୧ ୨.୨ "Shri Gangadhar Paikray". odishaassembly.nic.in. Odisha Assembly. Retrieved 11 May 2020.
- ↑ Paikray, Braja. "Gangadhar Paikaray - Leader Extraordinary" (PDF). Orissa Review (September-October - 2007): 75. Retrieved 12 July 2020.[permanent dead link]