ଗୌଣି ବା ଗଉଣି ଶସ୍ୟାଦିର ପରିମାଣ ମାପିବା ନିମନ୍ତେ ବ୍ୟବହାର କରାଯାଇଥାଏ । ଏହା ବେତ ବା ପିତଳରେ ତିଆରି କରାଯାଇଥାଏ ।

ପ୍ରକାର ଭେଦ

ସମ୍ପାଦନା

ଅଞ୍ଚଳ ଭେଦରେ ଗଉଣିର ପରିମାଣ ଅଲଗା ଅଲଗା ହୋଇଥାଏ । ଯଥା:

  • କଟକ: ୨-୮ ସେର; ଏଥିରେ ସାଙ୍କେତିକ ଚିହ୍ନ ଗୌ; ସାତ ଗଉଣି ଲେଖିବାକୁ ହେଲେ ଗୌ ୭ ଲେଖାଯାଏ ।
୨୦ ଗଉଣି = ୧ ପଉଟି
୪୦ ଗଉଣି = ୧ ଡୋଲି
୮୦ ଗଉଣି = ୧ ଭରଣ

ଗଉଣିର ୧୨ ଭାଗ ପରିମିତ ପାତ୍ରକୁ ସେର ବା କଥା ବା ପାହିଲି ବୋଲାଯାଏ ।

  • ଗଞ୍ଜାମ: ୧ଗଉଣି= ୪ଅଡା
୧ଅଡା = ୨ବୋଡା
୧ବୋଡା = ୨ ସୋଲା
୧ସୋଲା = ୨ଅଧା
୧ଅଧା = ୨ପାଇକା
୧ପାଇକା = ୨ଗିଧା

ଆଞ୍ଚଳିକ ବ୍ୟବହାର

ସମ୍ପାଦନା

ଗଞ୍ଜାମ ଅଞ୍ଚଳରେ ଭୂମିର ପରିମାଣ ବିଶେଷରେ ଏହା ବ୍ୟବହାର କରାଯାଇଥାଏ ।[]

  • ୧ଏକର = ୫ଭରଣ
  • ୧ଶଗଡ଼ = ୩ଭରଣ
  • ୧ଭରଣ = ୨୦ନଉତି
  • ୧ନଉତି= ୪ଗଉଣି
  1. ପଲ୍ଲିବାସୀ. ୧୩ ମାର୍ଚ ୧୯୨୯
    ଗ୍ରାମରେ ଗଉଣିଏ ଗୋଚର ଭୂମି ରହିଲା ନାହିଁ ।