କ୍ୟାରୋଟିଡ ଧମନୀ ବିଚ୍ଛେଦନ

କ୍ୟାରୋଟିଡ ଧମନୀ ବିଚ୍ଛେଦନ ରୋଗରେ ବେକର ସାମନା ପାର୍ଶ୍ୱରେ ଥିବା କ୍ୟାରୋଟିଡ ଧମନୀର, ଯାହା ମାଧ୍ୟମରେ ରକ୍ତ ମସ

କ୍ୟାରୋଟିଡ ଧମନୀ ବିଚ୍ଛେଦନ ରୋଗରେ ବେକର ସାମନା ପାର୍ଶ୍ୱରେ ଥିବା କ୍ୟାରୋଟିଡ ଧମନୀର, ଯାହା ମାଧ୍ୟମରେ ରକ୍ତ ମସ୍ତିଷ୍କ‌କୁ ସରବରାହ ହୁଏ, ଭିତର ସ୍ତର ଚିରିଯାଇ ଏକ ଫ୍ଲାପରେ ପରିଣତ ହୋଇଯାଏ []ଲକ୍ଷଣ: ବେକ, ମୁହଁ କିମ୍ବା ମୁଣ୍ଡର ଗୋଟିଏ ପାର୍ଶ୍ୱରେ ଯନ୍ତ୍ରଣା ହୁଏ | [] ଏହା ସାଥିରେ ଷ୍ଟ୍ରୋକ ଭଳି ଲକ୍ଷଣମାନ ଯେପରିକି ଗୋଟିଏ ଆଖିରେ ଅନ୍ଧତ୍ୱ, ଦ୍ୱିତ ଦୃଷ୍ଟି ଓ ଅସ୍ୱାଭାବିକ ସ୍ୱାଦ ଅନୁଭବର ଲକ୍ଷଣ ଦେଖାଯାଇପାର | [] [] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ହର୍ନର ସିଣ୍ଡ୍ରୋମ (ଛୋଟ ଚକ୍ଷୁ ପୁତ୍ତଳି ଓ ଉପର ଆଖିପତା ଓହଳି ପଡ଼ିବା) ଦେଖାଯାଇପାରେ | [] ରୋଗ ଜଟିଳ ହେଲେ ଷ୍ଟ୍ରୋକ କିମ୍ବା ସବଆରାକନଏଡ ରକ୍ତସ୍ରାବ ହୋଇପାରେ[]

Carotid artery dissection
Internal carotid artery dissection
Ateries of the neck
ବିଭାଗVascular surgery
ଲକ୍ଷଣPain in the neck or head, stroke symptoms[]
ଆକ୍ରାନ୍ତ ସମୟ20s to 40s[]
କାରଣNeck injury, spontaneous[]
ବିପଦ କାରକFamily history[]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging[]
ସଠିକ ରୋଗ ନିର୍ଣ୍ଣୟCluster headache, migraine, neck injury, TIA, vertebral artery dissection, retinal artery occlusion[]
ଚିକିତ୍ସାAnticoagulation, stenting[][]
PrognosisVariable[]
ପୁନଃପୌନିକ1.8 per 100,000 per year[]

ଏହି ରୋଗ ବିଭିନ୍ନ କାରଣରୁ ହୁଏ ଯେପରିକି ଧକ୍କାଜନିତ ବେକ ଆଘାତ, ଚିରୋପ୍ରାକ୍ଟିସ କିମ୍ବା ସ୍ୱତଃସ୍ଫୁର୍ତ୍ତ ଭାବରେ ମଧ୍ୟ ହୋଇପାରେ | []ପାରିବାରିକ ଇତିହାସ ଏବଂ ଏହଲର୍ସ-ଡାନଲୋସ୍ ସିଣ୍ଡ୍ରୋମ୍ ଭଳି ସଂଯୋଜକ ତନ୍ତୁ ରୋଗ ଥିଲେ ଏହି ରୋଗ ସଙ୍କଟ ରହେ | [] ଏହି ରୋଗରେ ଧମନୀ ପ୍ରାଚୀର ଚିରି ହୋଇଯିବା କାରଣରୁ ରକ୍ତ ଧମନୀ ପ୍ରାଚୀର ଭିତରକୁ ବୋହିଯାଇ କ୍ଲଟ ବା ମୁଣ୍ଡା ହୋଇଯିବା ଫଳରେ ପ୍ରାଚୀର ମୋଟା ହୋଇଯାଏ ଓ ଏହା ଫଳରେ ରକ୍ତ ପ୍ରବାହ କମିଯାଏ । [] ମେଡିକାଲ ଇମେଜିଙ୍ଗ ଓ ସିଟି ସ୍କାନ କରି ରୋଗ ନିର୍ଣ୍ଣୟ କରାଯାଇପାରେ ।[]

ଏହାର ଚିକିତ୍ସାରେ ଆସ୍ପିରିନ୍, ହେପାରିନ୍, କିମ୍ବା ୱାରଫାରିନ୍ ଦିଆଯାଇପାରେ | [] [] ବେଳେବେଳେ ରକ୍ତନଳୀରେ ଷ୍ଟେଣ୍ଟିଂ କରାଯାଇପାରେ | [] ଫଳାଫଳଗୁଡ଼ିକ ପରିବର୍ତ୍ତନଶୀଳ | [] ଯଦି ଖପୁରୀ ଭିତରେ ବିସ୍ତାରିତ ହୋଇଥାଏ କିମ୍ବା ଉଭୟ ପାର୍ଶ୍ୱରେ ହୁଏ ତେବେ ଫଳାଫଳ ଅଧିକ ଖରାପ ହୋଇଥାଏ | []

କାରୋଟିଡ୍ ବିଚ୍ଛେଦନ ଏକ ବିରଳ ରୋଗ ଯାହା ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୧.୮ଜଣକୁ ପ୍ରଭାବିତ କରିଥାଏ | [] [] ସାଧାରଣତଃ ୨୦ରୁ ୪୦ ଦଶକର ଲୋକମାନଙ୍କଠାରେ ଦେଖାଯାଏ | [] ଯୁବକମାନଙ୍କ ମଧ୍ୟରେ ଏହାହିଁ ପ୍ରାୟ ୨୦% ଷ୍ଟ୍ରୋକ ହେବାର କାରଣ | [] ଭର୍ଟିବ୍ରାଲ ଧମନୀ ବିଚ୍ଛେଦନ ଅପେକ୍ଷା ଏହା ଅଧିକ ସାଧାରଣ ଅଟେ | [] ଏହି ଅବସ୍ଥା ପ୍ରଥମେ ୧୯୫୪ ମସିହାରେ ଜେଣ୍ଟଜର ବର୍ଣ୍ଣନା କରିଥିଲେ । []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Goodfriend, SD; Tadi, P; Koury, R (January 2020). "Carotid Artery Dissection". PMID 28613585. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ Ferri, Fred F. (2020). Ferri's Clinical Advisor 2020 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. PA315-IA7. ISBN 978-0-323-67977-0.
  3. ୩.୦ ୩.୧ ୩.୨ ୩.୩ ୩.୪ Kim YK, Schulman S (April 2009). "Cervical artery dissection: pathology, epidemiology and management". Thromb. Res. 123 (6): 810–21. doi:10.1016/j.thromres.2009.01.013. PMID 19269682.
  4. Purdy, R. Allan; Rapoport, Alan M.; Sheftell, Fred D. (2005). Advanced Therapy of Headache (in ଇଂରାଜୀ). PMPH-USA. p. 226. ISBN 978-1-55009-252-3.
  5. Purdy, R. Allan; Rapoport, Alan M.; Sheftell, Fred D. (2005). Advanced Therapy of Headache (in ଇଂରାଜୀ). PMPH-USA. p. 226. ISBN 978-1-55009-252-3.