କ୍ଲସ୍ଟର ମୁଣ୍ଡ ବିନ୍ଧା
କ୍ଲସ୍ଟର ମୁଣ୍ଡ ବିନ୍ଧା ବା ସିଏଚ (ଇଂରାଜୀ ଭାଷାରେ Cluster headache or CH) ଏକ ସ୍ନାୟବିକ ରୋଗ (neurological disorder) ଯେଉଁଥିରେ ମୁଣ୍ଡର ଗୋଟିଏ ପାଖରେ ପୁନଃପୌନିକ ମୁଣ୍ଡ ବିନ୍ଧା ହୁଏ, ବିଶେଷତଃ ଆଖି ଚାରିପାଖରେ ହୁଏ ।[୧] ଏହା ସହିତ ନାକ ବନ୍ଦ (nasal congestion) ହୋଇ ଶ୍ୱାସ କ୍ରିୟା ସମସ୍ୟା ହୁଏ, ଆଖିରୁ ପାଣି ବହେ ଓ ଆଖି ଚାରିପାଖ ଫୁଲିଯାଏ ।[୧] ଏହି ଲକ୍ଷଣ ସମସ୍ତ ୫ ମିନିଟରୁ ୩ ଘଣ୍ଟା ପର୍ଯ୍ୟନ୍ତ ରହେ ।[୨] ଏହି ଲକ୍ଷଣମାନ ଏକତ୍ର ଆସି କିଛି ସପ୍ତାହରୁ କିଛି ମାସ ପର୍ଯ୍ୟନ୍ତ ରହେ ଓ ବେଳେ ବେଳେ ଏକ ବର୍ଷରୁ ଅଧିକ ମଧ୍ୟ ରହିପାରେ ।[୨]
କ୍ଲସ୍ଟର ମୁଣ୍ଡ ବିନ୍ଧା (Cluster headache) | |
---|---|
ବିଭାଗ | ସ୍ନାୟୁ ରୋଗ ବିଜ୍ଞାନ (Neurology) |
ଲକ୍ଷଣ | ପୁନଃପୌନିକ, ସାଂଘାତିକ ଏକ ପାଖିଆ ମୁଣ୍ଡ ବିନ୍ଧା, ଆଖିରୁ ଲୁହ ବୋହିବା ଓ ବନ୍ଦ ନାକ ଯୋଗୁ ପ୍ରଶ୍ୱାସ ନେବାରେ ଅସୁବିଧା [୧] |
ଆକ୍ରାନ୍ତ ସମୟ | ୨୦ରୁ ୪୦ ବର୍ଷ ବୟସ [୨] |
ଅବଧି | ୧୫ ମିନିଟରୁ ୩ ଘଣ୍ଟା [୨] |
କାରଣ | ଅଜ୍ଞାତ[୨] |
ବିପଦ କାରକ | ଧୂମ୍ରପାନ (Tobacco smoke), ପାରିବାରିକ ଇତିହାସ[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଉପରେ ପର୍ଯ୍ୟବସିତ [୨] |
ସଠିକ ରୋଗ ନିର୍ଣ୍ଣୟ | ଅଧକପାଳି, ଟ୍ରାଇଜେମିନାଲ ନିଉରାଲଜିଆ,[୨] ଅନ୍ୟାନ୍ୟ ଟ୍ରାଜେମିନାଲ ଅଟୋନୋମିକ ସେଫାଲଜିଆ (trigeminal autonomic cephalgias)[୩] |
ପ୍ରତିକାର | ସ୍ଟିରଏଡ ଇଞ୍ଜେକସନ (Steroid injections), ସିଭାମାଇଡ (civamide), ଭେରାପାମିଲ[୪] |
ଚିକିତ୍ସା | ଅମ୍ଳଜାନ ଥେରାପି (Oxygen therapy), ଟ୍ରିପ୍ଟାନ (triptan)[୨][୪] |
ପୁନଃପୌନିକ | ~୦.୧% ଯେ କୌଣସି ସମୟରେ [୫] |
Patient UK | କ୍ଲସ୍ଟର ମୁଣ୍ଡ ବିନ୍ଧା (Cluster headache) |
ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୨] ରୋଗର ପାରିବାରିକ ଇତିହାସ ଥିଲେ ଓ ଧୂମ୍ରପାନ (tobacco smoke) କରୁଥିଲେ ଏହି ରୋଗ ସଙ୍କଟ ରହେ ।[୨] ଆଲକୋହୋଲ (alcohol) ଓ ନାଇଟ୍ରୋଗ୍ଲିସେରିନ (nitroglycerin) ସଂସ୍ପର୍ଶରେ ଆସିଲେ ଏହି ରୋଗ ପ୍ରେରିତ ବା ଟ୍ରିଗର ହୋଇଯାଏ । [୨] ଟ୍ରାଇଜେମିନାଲ ଅଟୋନୋମିକ ସେଫାଲଜିଆ (trigeminal autonomic cephalalgia) ଶ୍ରେଣୀର ଏହା ଏକ ପ୍ରାଥମିକ ମୁଣ୍ଡବଥା ବେମାରୀ (primary headache disorder) ।[୨] ଲକ୍ଷଣ ଅନୁଯାୟୀ ରୋଗ ନିର୍ଣ୍ଣୟ କରାଯାଇପାରେ ।[୨]
ଏହି ରୋଗ ନ ହେବା ନିମନ୍ତେ ନିଜର ଜୀବନଚର୍ଯ୍ୟାର ପରିବର୍ତ୍ତନ କରି ସମ୍ଭାବ୍ୟ ଟ୍ରିଗର ରୋକିହୁଏ ।[୨] ଆକ୍ୟୁଟ ରୋଗ ନିମନ୍ତେ ଅମ୍ଳଜାନ ଓ ଦୃତ କାର୍ଯ୍ୟକାରୀ ଟ୍ରିପ୍ଟାନ triptan ଦିଆଯାଏ ।[୨][୪] ରୋଗ ଆକ୍ରମଣ ସଂଖ୍ୟା କମେଇବା ନିମନ୍ତେ ସ୍ଟିରଏଡ ଇଞ୍ଜେକସନ (steroid injections) ସିଭାମାଇଡ (civamide) ବା ଭେରାପାମିଲ (verapamil) ଦିଆଯାଏ । [୪] ଏହି ସବୁ ଉପଚାର କାମ ନ କଲେ ସ୍ନାୟୁ ଉତ୍ତେଜନା (Nerve stimulation) ଓ ଅପରେଶନର ଆବଶ୍ୟକତା ପଡ଼ିପାରେ ।[୨]
ସାଧାରଣ ଜନତାଙ୍କ ମଧ୍ୟରୁ ଜୀବନରେ କେବେ ନା କେବେ ୧% ଲୋକ ଓ ଯେ କୌଣସି ବର୍ଷରେ ୦.୦୫% ଲୋକ ଏହି ରୋଗରେ ପଡ଼ିତ ହୁଅନ୍ତି । [୫] କୋଡ଼ିଏରୁ ଚାଳିଶ ବର୍ଷ ବୟସ ମଧ୍ୟରେ ଏହି ରୋର ହୁଏ ।[୨] ମହିଳାଙ୍କ ଅପେକ୍ଷା ପୁରୁଷମାନେ ୪ ଗୁଣ ଅଧିକ ଆକ୍ରାନ୍ତ ହୁଅନ୍ତି । [୫] ଦଳ ହୋଇ ଏହି ମୁଣ୍ଡବିନ୍ଧ ହେଉଥିବାରୁ ଏହାକୁ ଦଳଗତ ବା କ୍ଲସ୍ଟର ମୁଣ୍ଡବିନ୍ଧା ଓ ଇଂରାଜୀରେ କ୍ଲସ୍ଟର ହେଡାକ୍ କୁହାଯାଏ । [୧] ଏହାକୁ ଆତ୍ମଘାତୀ ମୁଣ୍ଡବିନ୍ଧା ("suicide headaches") ମଧ୍ୟ କୁହାଯାଏ ।[୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ Nesbitt, A. D.; Goadsby, P. J. (2012). "Cluster headache". BMJ. 344: e2407. doi:10.1136/bmj.e2407. PMID 22496300.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ Weaver-Agostoni, J (2013). "Cluster headache". American Family Physician. 88 (2): 122–8. PMID 23939643.
- ↑ Rizzoli, P; Mullally, WJ (20 September 2017). "Headache". The American Journal of Medicine. doi:10.1016/j.amjmed.2017.09.005. PMID 28939471.
- ↑ ୪.୦ ୪.୧ ୪.୨ ୪.୩ Robbins, Matthew S.; Starling, Amaal J.; Pringsheim, Tamara M.; Becker, Werner J.; Schwedt, Todd J. (2016). "Treatment of Cluster Headache: The American Headache Society Evidence-Based Guidelines". Headache. 56 (7): 1093–106. doi:10.1111/head.12866. PMID 27432623.
- ↑ ୫.୦ ୫.୧ ୫.୨ Fischera, M; Marziniak, M; Gralow, I; Evers, S (2008). "The Incidence and Prevalence of Cluster Headache: A Meta-Analysis of Population-Based Studies". Cephalalgia. 28 (6): 614–8. doi:10.1111/j.1468-2982.2008.01592.x. PMID 18422717.
External links
ସମ୍ପାଦନାଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |