କ୍ୟାମ୍ପ ହନୁମାନ ମନ୍ଦିର
ଶ୍ରୀ କ୍ୟାମ୍ପ ହନୁମାନ ମନ୍ଦିର ଭାରତରେ ଥିବା ବିରାଟ ହନୁମାନ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ ।[୧] ଭାରତର ଗୁଜରାଟ ପ୍ରଦେଶର ସାହିନବାଗ ଅଞ୍ଚଳରେ ଥିବା ଅହମଦାବାଦ କାଣ୍ଟନମେଣ୍ଟରେ ଏହି ମନ୍ଦିର ଅବସ୍ଥିତ । ଶ୍ରୀମତୀ ଲଳିତାବେନ ଦାବେ ଓ ଶ୍ରୀମତୀ ଶିବଗଙ୍ଗାବେନ ତ୍ରିବେଦୀ ଏହି ମନ୍ଦିରର ମାଲିକାଣୀ ଥିଲେ । ମନ୍ଦିରର ସେବା ପୂଜା କରିବାକୁ ୧୯୨୦ ମସିହାରୁ ଶ୍ରୀ ଗଜାନନ୍ଦ ନିଯୁକ୍ତ ହୋଇଥିଲେ । ୧୯୫୨ ମସିହାରେ ମନ୍ଦିରର ମୂଳ ମାଲିକାଣୀମାନେ ଏହାର ପରିଚାଳନା ଭାର ଶ୍ରୀ ହନୁମାନଜୀ ମନ୍ଦିର କ୍ୟାମ୍ପ ଟ୍ରଷ୍ଟ, ଅହମଦାବାଦକୁ ଅର୍ପଣ କରିଦେଲେ । ସେହି ସମୟରୁ ଏ୧୪୨୭ ନାମରେ ରେଜିଷ୍ଟିଭୁକ୍ତ ହୋଇଥିବା ଶ୍ରୀ ହନୁମାନଜୀ ମନ୍ଦିର କ୍ୟାମ୍ପ ଟ୍ରଷ୍ଟ ଏହାର ମାଲିକ ଓ ପରିଚାଳକ ଭାବରେ କାର୍ଯ୍ୟ କରୁଛନ୍ତି । ସେଠାରେ ୭ ଜଣ ଟ୍ରଷ୍ଟି ସଭ୍ୟ କାମ କରନ୍ତି । ଅତୁଲଭାଇ, ହେମନ୍ତଭାଇ ବ୍ୟାସ, ଶ୍ରୀମତୀ ଶୋଭନାବେନ ତ୍ରିବେଦୀ ସହିତ ପାର୍ଥିବକୁମାର ଅଧ୍ୟାରୂ ପ୍ରମୁଖ ଟ୍ରଷ୍ଟୀ ଓ ଅରୁଣଭାଇ ଶାହ ଉପପ୍ରମୁଖ ଟ୍ରଷ୍ଟୀ ଥିଲେ । ଓକିଲ ସୁଧୀର ନାନାବତୀ ଏହାର ଓକିଲ ତଥା ଟ୍ରଷ୍ଟୀ ଅଛନ୍ତି ଓ ଲୋଚେନ ଖରୱାଲ ମଧ୍ୟ ଟ୍ରଷ୍ଟୀ ଅଟନ୍ତି ।[୨]
କ୍ୟାମ୍ପ ହନୁମାନ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
ଦେବାଦେବୀ | ହନୁମାନ |
Festivals | ହନୁମାନ ଯାତ୍ରା |
Location | |
ସ୍ଥାନ | ଅହମଦାବାଦ |
State | ଗୁଜରାଟ |
Country | ଭାରତ |
ଭୌଗଳିକ ଅବସ୍ଥିତି | 23°4′4″N 72°36′14″E / 23.06778°N 72.60389°E |
Website | |
Official website |
ଭାରତର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ଇନ୍ଦିରା ଗାନ୍ଧୀ ଏହି ମନ୍ଦିର ପରିଦର୍ଶନ କରିଥିଲେ ।
ଇତିହାସ
ସମ୍ପାଦନାକିଷ୍କିନ୍ଧ୍ୟାରୁ ଆସିଥିବା ମର୍କଟ ସେନାର ଅଧିପତି ଥିଲେ ମହାଜ୍ଞାନୀ ହନୁମାନ ଯିଏ ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରିବାରେ ରାମଙ୍କ ସହାୟତା କରିଥିଲେ ।[୩] ତାଙ୍କର ଅଗାଧ ଜ୍ଞାନ ଓ ନମ୍ରତା ଯୋଗୁ ସମସ୍ତେ ତାଙ୍କୁ ଭଲ ପାଆନ୍ତି । ରାମ ଓ ସୀତା ସାଂସାରିକ କାମ ଶେଷ କରି ଫେରିବା ବେଳେ ହନୁମାନଙ୍କୁ ସାଥିରେ ଯିବାକୁ ଡାକିଲେ । ଏହି ପୃଥିବୀରେ ଯେତେ ପର୍ଯ୍ୟନ୍ତ ରାମ ନାମ ଥିବ ସେତେ ପର୍ଯ୍ୟନ୍ତ ଏଠାରେ ରହିବାକୁ ଇଚ୍ଛା କରି ରାମଙ୍କ ସାଥିରେ ଯିବାକୁ ହନୁମାନ ମନା କଲେ ।
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନା- The Jagannath Temple is a temple dedicated to the Hindu God Jagannath in the city of Ahmedabad in the Gujrat state of India.
- Shree Swaminarayan Mandir Kalupur (Gujarati: શ્રી સ્વામિનારાયણ મંદિર, અમદાવાદ, Devnagari: श्री स्वामिरायण मन्दिर, अहमदाबाद) is the first Temple of the Swaminarayan Sampraday, a Hindu sect.
ବାହ୍ୟ ଲିଙ୍କ
ସମ୍ପାଦନାଆଧାର
ସମ୍ପାଦନା- ↑ "Relocate monkeys, Army tells Camp Hanuman temple". The Times of India. Retrieved 2 October 2012.
- ↑ "Camp Hanuman Temple". gujarattemple.blogspot.com. Retrieved 2 October 2012.
- ↑ Das, Subhamoy. "Lord Hanuman About the Simian God of the Hindus". about.com. Retrieved 2 October 2012.