କ୍ଲୋରଡିଆଜେପୋକ୍ସାଇଡ/କ୍ଲିଡିନିଅମ

ଏହା ଏକ ଔଷଧ ମିଶ୍ରଣ ଯାହା ଇରିଟେବଲ ବାୱେଲ ସିଣ୍ଡ୍ରୋମ (ଆଇବିଏସ୍) ଏବଂ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ରୋଗମାନଙ୍କ

କ୍ଲୋରଡିଆଜେପୋକ୍ସାଇଡ/କ୍ଲିଡିନିଅମ (ଇଂରାଜୀ ଭାଷାରେ Chlordiazepoxide/clidinium), ଅନ୍ୟମାନଙ୍କ ମଧ୍ୟରେ ଲିବ୍ରାକ୍ସ ବ୍ରାଣ୍ଡ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହା ଇରିଟେବଲ ବାୱେଲ ସିଣ୍ଡ୍ରୋମ (ଆଇବିଏସ୍) ଏବଂ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଏକ ପସନ୍ଦ ଯୋଗ୍ୟ ଚିକିତ୍ସା ନୁହେଁ ।[] ଏହା ଅମ୍ଳରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିବାବେଳେ ଏହାର ଉପକାର ବିଷୟରେ କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ ।[] ଏହା ସାଧାରଣତଃ ପ୍ରତିଦିନ ତିନି କିମ୍ବା ଚାରିଥର ପାଟିରେ ଦିଆଯାଏ ।[]

କ୍ଲୋରଡିଆଜେପୋକ୍ସାଇଡ/କ୍ଲିଡିନିଅମ
Combination of
ChlordiazepoxideBenzodiazepine
Clidinium bromideAntimuscarinic
Clinical data
Pronunciationklor dye az e pox' ide kli di' nee um[]
Trade namesLibrax, Clindex, others[]
SynonymsChlordiazepoxide/clidinium bromide
AHFS/Drugs.commonograph
MedlinePlusa601036
Pregnancy
category
  • US: N (Not classified yet) []
Routes of
administration
By mouth
Legal status
Legal status
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ଅସ୍ପଷ୍ଟ ଦୃଷ୍ଟି, କୋଷ୍ଠକାଠିନ୍ୟ ଏବଂ ପରିସ୍ରା କରିବାରେ ସମସ୍ୟା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ, ଖରାପ ସମନ୍ୱୟ, ଅପବ୍ୟବହାର ଏବଂ ଶ୍ୱାସକ୍ରିୟାରେ ଅସୁବିଧା ହୋଇପାରେ ।[] [] [] ଏଥିରେ କ୍ଲୋର୍ଡିଆଜେପକ୍ସାଇଡ୍ ଯାହା ଏକ ବେନୋଜୋଡିଜେପିନ୍ ଏବଂ କ୍ଲିଡିନିଅମ ବ୍ରୋମାଇଡ ଯାହା ଏକ ଆଣ୍ଟିକୋଲିନରଜିକ ଥାଏ ।[]

୧୯୬୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ ୫ମିଗ୍ରା କ୍ଲୋର୍ଡିଆଜେପୋକ୍ସାଇଡ୍/୨.୫ ମିଗ୍ରା କ୍ଲିଡିନିୟମ ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ ୨୦୨୨ ସୁଦ୍ଧା ପ୍ରାୟ ୮୦ଡଲାର୍ ଥିଲା ।[]

  1. "Chlordiazepoxide / clidinium Use During Pregnancy". Drugs.com. 18 September 2019. Archived from the original on 29 November 2020. Retrieved 15 August 2020.
  2. ୨.୦ ୨.୧ ୨.୨ ୨.୩ "Librax". MedlinePlus: US National library of medicine. Archived from the original on 5 July 2016. Retrieved 31 May 2013.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Clidinium Monograph for Professionals". Drugs.com (in ଇଂରାଜୀ). Archived from the original on 28 August 2018. Retrieved 5 January 2022.
  4. "Librax- chlordiazepoxide hydrochloride and clidinium bromide capsule". DailyMed. 31 May 2020. Archived from the original on 8 August 2020. Retrieved 15 August 2020.
  5. "Librax: FDA-Approved Drugs". U.S. Food and Drug Administration (FDA). Archived from the original on 23 October 2020. Retrieved 15 August 2020.
  6. "Chlordiazepoxide / Clidinium Prices, Coupons & Savings Tips - GoodRx". GoodRx. Archived from the original on 5 November 2016. Retrieved 5 January 2022.