କ୍ରୀତି ସନନ
କ୍ରୀତି ସନନ (ଜନ୍ମ: ୨୭ ଜୁଲାଇ ୧୯୯୦)[୩] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଯିଏକି ହିନ୍ଦୀ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରନ୍ତି ।[୪][୫][୬] କ୍ରୀତି ମଡେଲିଂ ଆରମ୍ଭ କରିବା ପରେ ସୁକୁମାରଙ୍କର ଚଳଚ୍ଚିତ୍ର ୧: ନେନୁ ଓକ୍କାଡ଼ିନେରେ ମହେଶ ବାବୁଙ୍କ ସହ ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିବା ପରେ କ୍ରୀତି ହିନ୍ଦୀ କଥାଚିତ୍ର ହିରୋପନ୍ଥୀରେ ନାୟକ ଟାଇଗର ଶ୍ରଫଙ୍କ ସହ ଅଭିନୟ ଆରମ୍ଭ କରିଥିଲେ । କ୍ରୀତି ତାଙ୍କର ପ୍ରଥମ ଚଳଚ୍ଚିତ୍ରର ଅଭିନୟ ପାଇଁ ଫିଲ୍ମଫେୟାରର ଶ୍ରେଷ୍ଠ ନବାଗତା ନାୟିକା ସମ୍ମାନ ପାଇଥିଲେ ।[୭][୮][୯] ଏହା ପରେ କ୍ରୀତି କିଛି ତେଲୁଗୁ ଏବଂ ଦିଲ୍ୱାଲେ ଭଳି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।[୧୦]
କ୍ରୀତି ସନନ | |
---|---|
ଜନ୍ମ | [୧][୨] | ୨୭ ଜୁଲାଇ ୧୯୯୦
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ |
ସକ୍ରିୟ ବର୍ଷ | ୨୦୧୪–ଏବେଯାଏଁ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାକ୍ରୀତି ୨୭ ଜୁଲାଇ ୧୯୯୦ରେ ଦୀଲ୍ଲିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ରାହୁଲ ସନନ ଜଣେ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଏବଂ ମାତା ଜଣେ ଗୀତା ସନନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପିକା ।[୧୧][୩] କ୍ରୀତି ସନନଙ୍କର ଜଣେ ସାନ ଭଉଣୀ ଅଛନ୍ତି, ନୁପୂର ସନନ । କ୍ରୀତି ଆର୍.କେ. ପୁରମ୍ର ଦିଲ୍ଲୀ ପବ୍ଲିକ୍ ସ୍କୁଲରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ବୈଦୁତିକ ଯୋଗାଯୋଗରେ ସ୍ନାତକ ହାସଲ କରିଥିଲେ ।[୧୨][୧୩]
ଅଭିନୟ ଜୀବନ
ସମ୍ପାଦନାକ୍ରୀତି ୨୦୧୪ରେ ସୁକୁମାରଙ୍କର ତେଲୁଗୁ କଥାଚିତ୍ର ୧: ନେନୁ ଓକ୍କାଡ଼୍ନିରେ ମହେଶ ବାବୁଙ୍କ ସହ ଅଭିନୟ ଆରମ୍ଭ କରିଥିଲେ ।[୧୪] ଏହା ପରେ ସେ ନାୟକ ଟାଇଗର ଶ୍ରଫଙ୍କ ସହ ହିନ୍ଦୀ କଥାଚିତ୍ର ହିରୋପନ୍ଥୀଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ କ୍ରୀତିଙ୍କର ଅଭିନୟ ପାଇଁ ତାକୁ ଫିଲ୍ମଫେୟାରରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା ।[୧୫] [୧୬]
ଏହା ପରେ କ୍ରୀତି ତେଲୁଗୁ ଚଳଚ୍ଚିତ୍ର ଦୋହଚାୟରେ ଅଭିନେତା ନାଗା ଚୈତନ୍ୟ ଅକ୍କିନେନିଙ୍କ ସହ ଅଭିନୟ କରିଥିଲେ ।[୧୭] ତା' ପରେ ସେ ରୋହିତ ଶେଟ୍ଟିଙ୍କ ହିନ୍ଦୀ ଚଳଚ୍ଚିତ୍ର ଦିଲ୍ୱାଲେରେ ମଧ୍ୟ ଅଭିନୟ କରିଥିଲେ ।[୧୮] କ୍ରୀତି ଚଳଚ୍ଚିତ୍ର ସହ କଛି ଆଲ୍ବମ୍ରେ ମଧ୍ୟ ଅଭିନୟ କରିଛନ୍ତି ।
ଅଭିନୀତ କଥାଚିତ୍ର
ସମ୍ପାଦନା- ୨୦୧୪: ୧- ନେନୁ ଓକ୍କାର୍ଡ଼ନି (ତେଲୁଗୁ)
- ୨୦୧୪: ହିରୋପନ୍ଥୀ (ହିନ୍ଦୀ)
- ୨୦୧୫: ଦୋହଚାୟ (ତେଲୁଗୁ)
- ୨୦୧୫: ଦିଲ୍ୱାଲେ (ହିନ୍ଦୀ)
- ୨୦୧୭: ରାବ୍ତା (ହିନ୍ଦୀ)
- ୨୦୧୭: ବରେଲି କି ବର୍ଫି (ହିନ୍ଦୀ)
ଆଧାର
ସମ୍ପାଦନା- ↑ Mangaokar, Shalvi (27 July 2015). "Varun Dhawan and I think in the same filmy way: Kriti Sanon". Hindustan Times. Retrieved 12 April 2017.
- ↑ "Dilwale: Will start shooting with Shah Rukh and Kajol in mid-August, says Kriti Sanon". India Today. 29 July 2015. Retrieved 12 April 2017.
{{cite web}}
: Cite has empty unknown parameter:|1=
(help) - ↑ ୩.୦ ୩.୧ "Kriti Sanon". One India Entertainment. Archived from the original on 2 July 2014. Retrieved 12 April 2017.
- ↑ Telugu is a challenge
- ↑ "Ticket to Bollywood". The Times of India. 18 March 2010. Retrieved 12 April 2017.
- ↑ "Mahesh Babu to romance Kriti Sanon". The Times Of India. 5 October 2012. Retrieved 12 April 2017.
- ↑ "Kriti Sanon finalized opposite Tiger in Heropanti". BollywoodHungama. Retrieved 12 April 2017.
- ↑ "Telugu actress Kriti Sanon to act opposite Tiger". The Times Of India. 21 January 2013. Archived from the original on 1 August 2013. Retrieved 12 April 2017.
- ↑ "Heropanti Cast & Crew". BollywoodHungama. Retrieved 2 April 2014.
- ↑ "Bollywood's Top Worldwide Earners". koimoi.com. 18 May 2016. Archived from the original on 27 March 2016. Retrieved 12 April 2017.
- ↑ Parkar, Shaheen (8 May 2016). "Mother's Day Special: Meet the star moms of Bollywood". Mid-day. Retrieved 12 April 2017.
- ↑ Sharma, Garima (18 March 2010). "Ticket to Bollywood". The Times of India. Retrieved 12 April 2017.
- ↑ Chakravorty, Vinayak (14 June 2015). "Engineering student Kriti Sanon says life in B-Town was meant to be". India Today. Retrieved 12 April 2017.
- ↑ "Most Wanted: Kriti Sanon has her kitty full with movies". India Today. 26 January 2013. Retrieved 12 April 2017.
- ↑ "Heropanti Set To Emerge A HIT". Box Office India. Archived from the original on 28 May 2014. Retrieved 12 April 2017.
- ↑ "60th Britannia Filmfare Awards 2014: Complete list of winners". The Times of India. 31 January 2015. Retrieved 12 April 2017.
- ↑ "Naga Chaitanya's new movie regular shooting from today". India Glitz. 14 July 2014. Archived from the original on 22 November 2014. Retrieved 12 April 2017.
- ↑ "SRK gets new admirer: Kriti". Independent Online. 1 June 2015. Retrieved 12 April 2017.
ଆଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ କ୍ରୀତି ସନନ