କ୍ରିସ

୨୦୦୬ର ହିନ୍ଦୀ କଥାଚିତ୍ର

କ୍ରିସ ହେଉଛି ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଅଧିଭୌତିକ ଶକ୍ତି ସଂପନ୍ନ ନାୟକର କାହାଣୀ (super hero) ସମ୍ପର୍କିତ ଚଳଚ୍ଚିତ୍ର । ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ନିର୍ଦ୍ଦେଶକ ତଥା ପ୍ରଯୋଜକ ହେଉଛନ୍ତି ରାକେଶ ରୋଶନ । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରେଖା, ହ୍ରିତିକ ରୋଶନ, ପ୍ରିୟଙ୍କା ଚୋପ୍ରା, ନସିରୁଦ୍ଦିନ ସାହ ଇତ୍ୟାଦି [୧]। କଥାବସ୍ତୁ ସନ୍ଦର୍ଭରେ ଏହା କ୍ରିସ ସିରିଜର ପ୍ରଥମ ଚଳଚ୍ଚିତ୍ର (କୋଇ ମିଲ୍ ଗୟା) ପରେ ଏହାର ଉତ୍ତର କଥା ବା ଦ୍ୱିତୀୟ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ପ୍ରମୁଖ ଅଂଶ ସିଙ୍ଗାପୁର ତଥା ଭାରତରେ ଶୁଟିଂ ହୋଇଛି ।[୨]ଚଳଚ୍ଚିତ୍ରର ଛାୟାଙ୍କନରେ ବିଶେଷ ପ୍ରଭାବ ଦୃଷ୍ଟିରୁ ଏହା ଦର୍ଶକ ଆଦୃତି ଲାଭ କରିଥିଲା ।[୩]

କ୍ରିସ
ନିର୍ଦ୍ଦେଶକରାକେଶ ରୋଶନ
ପ୍ରଯୋଜକରାକେଶ ରୋଶନ
ସଂଳାପସଞ୍ଜୟ ମାସୁମୀ
(ସମ୍ବାଦ)
ଚିତ୍ରନାଟ୍ୟସଚିନ ଭୌମିକ
ରାକେଶ ରୋଶନ
ଆକାଶ ଖୁରନା
ହନୀ ଇରାନୀ
ରବିନ ଭଟ୍ଟ
କାହାଣୀରାକେଶ ରୋଶନ
କଳାକାରରେଖା
ହ୍ରିତିକ ରୋଶନ
ପ୍ରିୟଙ୍କା ଚୋପ୍ରା
ନସିରୁଦ୍ଦିନ ସାହ
ସଙ୍ଗୀତସଂଗୀତ:
ରାଜେଶ ରୋଶନ
Background score:
ସଲିମ-ସୁଲେଇମାନ
ଚିତ୍ରଗ୍ରହଣସନ୍ତୋଷ ଠଉଣ୍ଡିଲ
ସମ୍ପାଦକଅମିତାଭ ଶୁକ୍ଳା
Production
company
ଫିଲ୍ମ କ୍ରାଫ୍ଟ ପ୍ରୋଡକସନସ ପ୍ରା ଲିଃ
ବିତରକଯଶରାଜ ଫିଲ୍ମସ
ମୁକ୍ତିଲାଭ ତାରିଖ
୨୩ ଜୁନ ୨୦୦୬
କଥାଚିତ୍ରର ସମୟ
୧୭୫ ମିନିଟ
ଦେଶଭାରତ
ଭାଷାହିନ୍ଦୀ
ଖର୍ଚ୍ଚIndian Rupee ₹450 ମିଲିୟନ


କାହାଣୀ ସମ୍ପାଦନା

ଚଳଚ୍ଚିତ୍ରର କାହାଣୀ ମୁଖ୍ୟତଃ କୋଇ ମିଲ ଗୟା (କ୍ରିସ ସିରିଜର ପ୍ରଥମ ଚଳଚ୍ଚିତ୍ର) ଚଳଚ୍ଚିତ୍ରର ଉତ୍ତର କାହାଣୀ ଭାବେ ଆଗେଇଛି । ରୋହିତ ମେହେରା ଏବଂ ନିଶା ମେହେରାଙ୍କ ପାଞ୍ଚ ବର୍ଷର ପୁଅ କୃଷ୍ଣ ମେହେରାର ଏକ ବୌଦ୍ଧିକ ପରୀକ୍ଷା ବେଳେ ପରୀକ୍ଷା ନେଉଥିବା ପ୍ରଫେସର ଜଣକ ଅନୁମାନ କରନ୍ତି ଯେ କୃଷ୍ଣ (କ୍ରିସ) ଅଧିଭୌତିକ ଶକ୍ତିର ଅଧିକାରୀ । ତା ନହେଲେ ଜଣେ ପାଞ୍ଚ ବର୍ଷର ପିଲା ଏତେ କଠିନ ପ୍ରଶ୍ନର ଉତ୍ତର ସବୁ ଅତ୍ୟନ୍ତ ସହଜ ଭାବେ ଦେଇପାରି ନ ଥାନ୍ତା । କ୍ରିସର ଜେଜେମା (ରେଖା ଅଭିନୀତ)ଏକଥା ଜାଣିବା ପରେ କ୍ରିସର ଏ ଅଦ୍ଭୁତ ପ୍ରତିଭାକୁ ଲୁଚେଇ ରଖିବାକୁ କ୍ରିସକୁ ପାହାଡ ତଳି ଏକ ଗାଆଁକୁ ନେଇ ଯାଅନ୍ତି । କିଛି ଦିନ ପରେ ସେଇଠି କ୍ରିସର ଦେଖା ହୁଏ ସାଙ୍ଗ ପ୍ରିୟା (ପ୍ରିୟଙ୍କା ଚୋପ୍ରା ଅଭିନୀତ)ଏବଂ ତା ସାଥୀ ହନୀ(ମାନିନୀ ମିଶ୍ର ଅଭିନୀତ) ସହ । ଏମିତି ଏକ ଛୁଟି ବିତାଇବା କ୍ୟାମ୍ପ ଅବସରରେ କ୍ରିସ ଅଚାନକ ତାର ଅଧିଭୌତିକ ଶକ୍ତି ବଳରେ ପ୍ରିୟାକୁ ଏକ ନିଶ୍ଚିତ ଦୁର୍ଘଟଣାରୁ (ହେଙ୍ଗ ଗ୍ଳାଇଡର ଜନିତ) ରକ୍ଷା କରିଦିଏ । ଏମିତି ଦୁହିଙ୍କ ମଧ୍ୟରେ ବନ୍ଧୁତା ହେବା ସହ କ୍ରିସ ପ୍ରିୟାର ପ୍ରେମରେ ପଡିଯାଏ । ଛୁଟି ଯେ କେତେବେଳେ ସରିଯାଏ, କେହି ଜାଣିପାରନ୍ତିନି । ତେଣୁ ଫେରିବା ବେଳେ ୫ ଦିନ ଡେରି ହୋଇଯାଏ ।

କ୍ରିସ ଏବଂ ପ୍ରିୟାର ଅଫିସର(ଅର୍ଚନା ପୂରନ ସିଂ) ତେଣେ ଏଭଳି ମନଇଛା ଛୁଟି ବଢେଇବାକୁ ବରଦାସ୍ତ କରି ନ ପାରି ଦିହିଁଙ୍କୁ ଚାକିରିରୁ ବରଖାସ୍ତ କରିଦିଅନ୍ତି । ତେବେ ଏ ଦିହିଙ୍କୁ ସାହାଯ୍ୟ କରିବାକୁ ଯାଇ ହନି ତାଙ୍କ ଅଫିସରଙ୍କୁ ପ୍ରସ୍ତାବ ଦିଅନ୍ତି କ୍ରିସର ଅସାଧାରଣ ପ୍ରତିଭା ଉପରେ ଏକ ଟେଲିଭିଜନ ଶୋ କରିବାପାଇଁ ।

ପ୍ରିୟା ତେଣେ କ୍ରିସକୁ କହେ ଯେ ସେ ସିଙ୍ଗାପୁର ଆସି ପ୍ରିୟାର ମାଆଙ୍କୁ ପ୍ରିୟା ସହ ବାହା ପାଇଁ ଅନୁମତି ମାଗୁ । କ୍ରିସର ମାଆ ଏଣେ ଏହି ପ୍ରସ୍ତାବରେ ରାଜି ନଥାନ୍ତି । ସେ ଭୟ କରନ୍ତି ଯେ ବିବାହ ଆଳରେ କାଳେ କ୍ରିସର ଅସାଧାରଣ ପ୍ରତିଭାର ଦୁରୂପଯୋଗ ହୋଇପାରେ । ଏହି ଅବସରରେ କ୍ରିସର ମାଆ ପଛ କଥା ସବୁ କ୍ରିସକୁ ଶୁଣାନ୍ତି । ସେ କହନ୍ତି କ୍ରିସର ପିତା ରୋହିତ କିପରି ଡଃ ସିଦ୍ଧାନ୍ତ ଆର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଏପରି ଏକ କମ୍ପ୍ୟୁଟରର ବିକାଶ କାମରେ ଲାଗିଥିଲେ ଯେଉଁ କମ୍ପ୍ୟୁଟର ଭବିଷ୍ୟତ ଘଟଣାର ଆଭାସ ଦେବ ଏବଂ ଫଳରେ ପ୍ରାକୃତିକ ଦୁର୍ବିପାକ ଜନିତ ଦୁର୍ଘଟଣାରୁ ରକ୍ଷା ପାଇହେବ । ରୋହିତ କିନ୍ତୁ ଜାଣିପାରେ ଯେ ଡଃ ଆର୍ଯ୍ୟଙ୍କ ଏହି ଯୋଜନା ସର୍ବସାଧାରଣଙ୍କ ହିତ ପାଇଁ ଉଦ୍ଦିଷ୍ଟ ନ ଥିଲା । ଏହି ଯନ୍ତ୍ରର ବିନାଶକାରୀ ଶକ୍ତି କଥା ଜାଣି ସେ କମ୍ପ୍ୟୁଟରଟିକୁ ନଷ୍ଟ କରିଦିଏ ।

କାହାଣି ଅନେକ ରୋଚକ ମୋଡ ଦେଇ ଗତି କରିଛି । କ୍ରିସ ତାର ଅସାଧାରଣ ପ୍ରତିଭାର ପ୍ରୟୋଗ କରି ଡଃ ସିଦ୍ଧାନ୍ତ ଆର୍ଯ୍ୟଙ୍କ ବିନାଶକାରୀ ମନୋଭାବକୁ ଭାଙ୍ଗି ଦେଇ, ପ୍ରିୟାକୁ ଅନେକ ଆକସ୍ମିକ ବିପଦରୁ ରକ୍ଷା କରିବା ସହ ଏକ ମାନବ କଲ୍ୟାଣକାରୀ କମ୍ପ୍ୟୁଟର ନିର୍ମାଣ କରିଛି ।

ଚରିତ୍ର ସମ୍ପାଦନା

ଏହା ଛଡା ଅନ୍ୟାନ୍ୟ ଗୌଣ ଚରିତ୍ରରେ ଅର୍ଚନା ପୂରନ ସିଂ, ପୁନୀତ ଇସାର ଇତ୍ୟାଦି ମଧ୍ୟ ଚଳଚ୍ଚିତ୍ରଟିରେ ଅଭିନୟ କରିଛନ୍ତି ।

କଣ୍ଠଶିଳ୍ପୀ ସମ୍ପାଦନା

ଗୀତ କଣ୍ଠଶିଳ୍ପୀ ଅବଧୀ
ପ୍ୟାର କି ଏକ କାହାନୀ ସୋନୁ ନିଗମ, ଶ୍ରେୟା ଘୋଷାଲ ୬ ମିନିଟ୍ ୨୮ ସେକେଣ୍ଡ
କୋଇ ତୁମ ସା ନେହିଁ ସୋନୁ ନିଗମ, ଶ୍ରେୟା ଘୋଷାଲ ୬ ମିନିଟ୍ ୧୫ ସେକେଣ୍ଡ
ଚୋରି ଚୋରି ଛୁପ୍ କେ ଛୁପ କେ ଉଦିତ ନାରାୟଣ,ଶ୍ରେୟା ଘୋଷାଲ ୬ ମିନିଟ୍ ୨୮ ସେକେଣ୍ଡ
ଦିଲ ନା ଦିୟା କୁନାଲ ଗାଞ୍ଜେୱାଲା ୫ ମିନିଟ୍ ୫୪ ସେକେଣ୍ଡ
ମେ ହୁଁ ଓ ଆସମା ରଫାକତ୍ ଅଲୀ ଖାନ୍, ଅଲକା ୟାଗନିକ୍ ୬ ମିନିଟ୍ ୪୦ ସେକେଣ୍ଡ
ବିଗ୍ ବେଣ୍ଡ ମିକ୍ସ୍ ସୋନୁ ନିଗମ, ଶ୍ରେୟା ଘୋଷାଲ ୬ ମିନିଟ୍ ୦୧ ସେକେଣ୍ଡ
ମିଷ୍ଟିକ ମିକ୍ସ୍ ରଫାକତ୍ ଅଲୀ ଖାନ୍, ଅଲକା ୟାଗନିକ୍ ୫ ମିନିଟ୍ ୧୨ ସେକେଣ୍ଡ

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଫିଲ୍ମଫେୟାର ଆୱାର୍ଡ --- ଶ୍ରେଷ୍ଠ ବିଶେଷ ପ୍ରଭାବ (special effects)
  • ଆଇଫା ଆୱାର୍ଡ --- ଶ୍ରେଷ୍ଠ ଅଭିନେତା (ହ୍ରିତିକ ରୋଶନ)

ଆଧାର ସମ୍ପାଦନା

  1. "Hrithik ,Priyanka pair up again". Archived from the original on 21 October 2012. Retrieved 30 May 2018.
  2. "Movie Reviews". Retrieved 30 May 2018.
  3. "Krrish Movie Review". Retrieved 31 May 2018.

ବାହାର ଆଧାର ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ କ୍ରିସ