କୌଶିକୀ
କିମ୍ବଦନ୍ତୀ ଅନୁଯାୟୀ ହର, ଏକଦା ଗୌରୀଙ୍କୁ କାଳୀ ଭାବେ ସମ୍ବୋଧିତ କରିଥିଲେ । ଗୌରୀ ହରଙ୍କ ସମ୍ବୋଧନକୁ ପରିହାସ ମନେକରି ଆହତ ହୋଇଥିଲେ ସେହି ଆହତଜନିତ ବେଦନାର ଉପଶମ ନିମନ୍ତେ ସେ କଠୋର ତପସ୍ୟା ନିମନ୍ତେ ମନ୍ଦର ପର୍ବତ ଛାଡ଼ି ହିମାଳୟରେ ପ୍ରବେଶ କଲେ । ଏକ ମନୋରମ ତପସ୍ୟା ସ୍ଥଳୀ ଖୋଜି ସେ ଜୟା, ବିଜୟା, ଜୟନ୍ତୀ ଓ ଅପରାଜିତାଙ୍କୁ ସ୍ମରଣ କରି ପରିଚର୍ଯ୍ୟାରେ ଲଗାଇ ଗୌରୀ ତପସ୍ୟାରେ ବସିଲେ । ଦୀର୍ଘ ଶହେ ବର୍ଷର ତପସ୍ୟା ପରେ ବ୍ରହ୍ମା ଆବିର୍ଭୂତ ହୋଇ ବର ଦେବା ଯୋଗୁଁ କୃଷ୍ଣବର୍ଣ୍ଣା ଗୌରୀ ସ୍ୱର୍ଣ୍ଣବର୍ଣ୍ଣା ଗୌରାଙ୍ଗୀରେ ପରିଣତ ହେବା ସହ ତାଙ୍କ ଅନ୍ତରର ବେଦନା ପ୍ରଶମିତ ହୋଇଥିଲା ତାଙ୍କ ଶରୀରରୁ ବାହାରିଥିବା କୃଷ୍ଣବର୍ଣ୍ଣ କୋଷରୁ କାତ୍ୟାୟନୀ ଜନ୍ମ ନେଇଥିଲେ ତାଙ୍କର ବାହନ ସିଂହ । ଗୌରୀଙ୍କ କୃଷ୍ଣବର୍ଣ୍ଣ କେଶରୁ ଜାତ ହୋଇଥିବାରୁ ତାଙ୍କୁ କୌଶିକୀ କୁହାଯାଏ । ଦେବରାଜ ଇନ୍ଦ୍ର ତାଙ୍କୁ ଭଗିନୀ ରୂପେ ଗ୍ରହଣ କରି କୌଶିକ ରୂପେ ପରିଚିତ ହୋଇଥିଲେ । ଇନ୍ଦ୍ର କୌଶିକୀଙ୍କୁ ବିନ୍ଧ୍ୟାଞ୍ଚଳରେ ଅବସ୍ଥାପିତ କରାଇଥିଲେ । ବିନ୍ଧ୍ୟରେ ଅବସ୍ଥାନ କରିଥିବାରୁ ସେ ବିନ୍ଧ୍ୟବାସିନୀ ଭାବେ ପରିଚିତ ଗୌରୀ ତପସ୍ୟାରେ ବସିଥିବା ବେଳେ ତାଙ୍କୁ ଜଗିରହିଥିବା ସିଂହକୁ ଅଜେୟ ରହିବା ଲାଗି ବ୍ରହ୍ମା ବର ଦେଇଥିଲେ, ସେଥିଯୋଗୁଁ ସିଂହ ପଶୁରାଜ ରୂପେ ପରିଗଣିତ ।