କୋଶଳା ରାମଚଣ୍ଡୀ ମନ୍ଦିର

କୋଶଳା ରାମଚଣ୍ଡୀ ମନ୍ଦିର ଅନୁଗୋଳ ଜିଲ୍ଲାରେ ଥିବା ଏକ ଦେବୀ ପୀଠ । ଏହି ମନ୍ଦିରଟି କୋଶଳା ଗ୍ରାମରେ ରହିଛି, ଯାହାକି ଅନୁଗୋଳଠାରୁ ୬୩ ନମ୍ବର ରାଜ୍ୟ ରାଜପଥରେ ବାଗେଡ଼ିଆ ରାସ୍ତାରେ ଦେବଗଡ଼ ଆଡ଼କୁ ଗଲେ ୨୮ କି.ମି ଦୂରରେ ଅବସ୍ଥିତ । ଦେବୀଙ୍କ ନାମ ଅନୁସାରେ, ଏହି ଗ୍ରାମଟିର ନାମକରଣ କରାଯାଇଥିବା ଲୋକକଥା ରହିଛି । ଏହି କ୍ଷେତ୍ରରେ ଉଭୟ ଶକ୍ତି ଏବଂ ଶିବଙ୍କର ଉପାସନା କରାଯାଇଥାଏ । ଏଠାରେ ଦେବୀ ରାମଚଣ୍ଡୀଙ୍କୁ ପୂଜା କଲେ ବନ୍ଧ୍ୟ ନାରୀମାନେ ସନ୍ତାନବତୀ ହୋଇଥାଆନ୍ତି ବୋଲି ବିଶ୍ୱାସ ଅଛି ।[୧]

କୋଶଳା ରାମଚଣ୍ଡୀ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଅନୁଗୋଳ
Location
ସ୍ଥାନକୋଶଳା
Countryଭାରତ

ପୁରାତନ ମନ୍ଦିରର ମୂଳଦୁଆ ନିକଟରେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା । ଏହି ପୀଠରେ ପାଳିତ ଦୁଇଟି ମୁଖ୍ୟ ପର୍ବ ହେଉଛି ଧୂଳିଆ ପୂଜା ଓ କାଦୁଅଳି ପୂଜା । ଭାଦ୍ରବ କୃଷ୍ଣ ପକ୍ଷ ଦ୍ୱିତୀୟା ଦିନରେ ଏଠାରେ ଏକ ଯାତ୍ରା ଅନୁଷ୍ଠିତ ହୁଏ । ଜୁଲାଇରୁ ଅଗଷ୍ଟ ମଧ୍ୟରେ ହେଉଥିବା ଏହି ଯାତ୍ରା ରାମଚଣ୍ଡୀ ଯାତ୍ରା ବା କାଦୁଆଳି ଯାତ୍ରା ନାମରେ ପରିଚିତ । ଏହି ଉତ୍ସବ ପ୍ରତ୍ୟେକ ବର୍ଷ ପାଳନ କରାଯାଏ ଓ ହଜାର ହଜାର ଭକ୍ତ ଏଥିରେ ଯୋଗ ଦେଇଥା'ନ୍ତି ।[୨]

ଆଧାର ସମ୍ପାଦନା

  1. "Kosala Ramachandi Temple". Anugol Distirct Admistration (in English). angul.nic.in. Retrieved 15 May 2021.{{cite web}}: CS1 maint: unrecognized language (link)
  2. "କୋଶଳା ରାମଚଣ୍ଡୀ ମନ୍ଦିର". ଅନୁଗୋଳ ଜିଲ୍ଲା ପ୍ରଶାସନ (in ଓଡ଼ିଆ). angul.nic.in. Retrieved 15 May 2021.{{cite web}}: CS1 maint: unrecognized language (link)