କୋବିସିଷ୍ଟାଟ
କୋବିସିଷ୍ଟାଟ (ଇଂରାଜୀ ଭାଷାରେ), ଟାଇବୋଷ୍ଟ ଏକ ବିକ୍ରୟ ନାମ, ଏଚଆଇଭି/ଏଡସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହା ପ୍ରାୟତ ଆଟାଜାନାଭିର କିମ୍ବା ଡାରୁନାଭିର ଔଷଧମାନଙ୍କର ପ୍ରଭାବ ବୃଦ୍ଧି କରିବା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧] ଏହା ଅନେକ ମିଶ୍ରଣ ଔଷଧର ଅଂଶ ଭାବରେ ମଧ୍ୟ ଉପଲବ୍ଧ ।[୨]
Clinical data | |
---|---|
Trade names | Tybost |
Synonyms | GS-9350 |
AHFS/Drugs.com | monograph |
MedlinePlus | a616029 |
data |
|
Legal status | |
Legal status |
|
Identifiers | |
| |
Chemical and physical data | |
Formula | C40H53N7O5S2 |
Molar mass | ୭୭୬.୦୩ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜଣ୍ଡିସ୍, ଅଇ, ଏବଂ ରାସ ହୋଇପାରେ ।[୧] [୩] ଗର୍ଭାବସ୍ଥାରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୩] ଯକୃତ ଜନିତ ସମସ୍ୟା ଥିବା ଲୋକଙ୍କ ନିମନ୍ତେ ଏହା ବ୍ୟବହାର ସୁପାରିଶ କରାଯାଏ ନାହିଁ ।[୨] ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଔଷଧର ପାରସ୍ପରିକ ପ୍ରତିକ୍ରିୟା ଅଛି ।[୩] ଏହା ସିୱାଇପି୩ଏ (CYP3A) ନାମକ ଯକୃତ ଏନଜାଇମ ଗୋଷ୍ଠୀର କାର୍ଯ୍ୟକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ; ଏହା ଦ୍ୱାରାଆଟାଜାନାଭିର କିମ୍ବା ଡାରୁନାଭିରର ଭାଙ୍ଗିବା ମନ୍ଥର ହୋଇଯାଏ ।[୧]
୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୩ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ କୋବିସିଷ୍ଟାଟ ଅନୁମୋଦନ କରାଯାଇଥିଲା ।[୩] [୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସର ଔଷଧର ମୂଲ୍ୟ ୨୧ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୭୦ ଡଲାର ଅଟେ ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Tybost". Archived from the original on 10 November 2021. Retrieved 6 January 2022.
- ↑ ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 699. ISBN 978-0857114105.
- ↑ ୩.୦ ୩.୧ ୩.୨ ୩.୩ "DailyMed - TYBOST- cobicistat tablet, film coated". dailymed.nlm.nih.gov. Archived from the original on 28 October 2020. Retrieved 5 January 2022.
- ↑ "Cobicistat Prices, Coupons & Savings Tips - GoodRx". GoodRx. Retrieved 6 January 2022.