ଡାରୁନାଭିର (ଇଂରାଜୀ ଭାଷାରେ Darunavir ବା DRV, ବିକ୍ରୟ ନାମ ପ୍ରେଜିସ୍ଟା, ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medication) ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ବ୍ୟବ‌ହୃତ ହୁଏ । ଅନ୍ୟାନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧ ସ‌ହିତ ଏହା ଦିଆଯାଏ । ଡାରୁନାଭିର ସ୍ତର ବୃଦ୍ଧି କରିବା ନମନ୍ତେ ଅଳ୍ପ ମାତ୍ରାର ରିଟୋନାଭିର ବା କୋବିସିସ୍ଟାଟ (cobicistat) ଦିଆଯାଏ । ଇଞ୍ଜେକସନ ଛୁଞ୍ଚି ଆଘାତ (needlestick injury) ସଂଭାବ୍ୟ ସଂସ୍ପର୍ଶ ନିମନ୍ତେ ଏହା ଦିଆଯାଇପାରେ । ଦିନ‌କୁ ଦୁଇ ଥର ପାଟିରେ ଏହି ଔଷଧ ଦିଆଯାଏ । [୧]

ଡାରୁନାଭିର
Clinical data
Trade namesPrezista, Prezcobix, others[୧]
SynonymsTMC114
AHFS/Drugs.commonograph
MedlinePlusa607042
Pregnancy
category
  • AU: B2
  • US: C (Risk not ruled out)
Routes of
administration
by mouth
ATC code
Legal status
Legal status
Pharmacokinetic data
Bioavailability37% (without ritonavir), 82% (with ritonavir)
Protein binding95%
Metabolismhepatic (CYP3A4)
Elimination half-life15 hours
ExcretionFaeces (80%), urine (14%)
Identifiers
  • [(1R,5S,6R)-2,8-dioxabicyclo[3.3.0]oct-6-yl] N-[(2S,3R)-4- [(4-aminophenyl)sulfonyl- (2-methylpropyl)amino]-3-hydroxy-1-phenyl- butan-2-yl] carbamate
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
ECHA InfoCard100.111.730 Edit this at Wikidata
Chemical and physical data
FormulaC27H37N3O7S
Molar mass547.665 g/mol
3D model (JSmol)
  • O=S(=O)(c1ccc(N)cc1)N(CC(C)C)C[C@@H](O)[C@@H](NC(=O)O[C@H]2CO[C@H]3OCC[C@@H]23)Cc4ccccc4
  • InChI=1S/C27H37N3O7S/c1-18(2)15-30(38(33,34)21-10-8-20(28)9-11-21)16-24(31)23(14-19-6-4-3-5-7-19)29-27(32)37-25-17-36-26-22(25)12-13-35-26/h3-11,18,22-26,31H,12-17,28H2,1-2H3,(H,29,32)/t22-,23-,24+,25-,26+/m0/s1 checkY
  • Key:CJBJHOAVZSMMDJ-HEXNFIEUSA-N checkY
 ☒NcheckY (what is this?)  (verify)

ଏହାର ସାଧାରଣ ପ୍ରତିକ୍ରିୟା ମଧ୍ୟରେ ତରଳ ଝାଡ଼ା, ଅଇ (nausea), ପେଟ ଯନ୍ତ୍ରଣା (abdominal pain), ମୁଣ୍ଡବଥା ଓ ରାସ (rash) ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟା ମଧ୍ୟରେ ଆଲର୍ଜି, ଯକୃତ ସମସ୍ୟା (liver problems) ଓ ଟକ୍ସିକ ଏପିଡର୍ମାଲ ନେକ୍ରୋଲାଇସିସ (toxic epidermal necrolysis) ଆଦି ଲକ୍ଷଣ ଦେଖାଯାଏ ।[୧] ଉପ‌ଯୁକ୍ତ ଅନୁଧ୍ୟାନ କରାଯାଇନଥିଲେ ମଧ୍ୟ ଏହା ଗର୍ଭାବସ୍ଥାରେ ଶିଶୁ ପ୍ରତି ନିରାପଦ ଜଣାଯାଏ ।[୨]ଏହା ପ୍ରୋଟିଏଜ ଇନହିବିଟର ଶ୍ରେଣୀର ଏକ ଔଷଧ ଯାହା ଏଚଆଇଭି ପ୍ରୋଟିଏଜକୁ (HIV protease) ଅବରୋଧ କରି କାମ କରେ ।[୧]

ସନ ୨୦୦୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାରୁନାଭିର ସ୍ୱୀକୃତିପ୍ରାପ୍ତ ହେଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ସନ ୨୦୧୫ସୁଦ୍ଧା ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୋଇନାହିଁ ।[୪] ବିକାଶଶୀଳ ଦେଶମାନଙ୍କରେ ଏହାର ମାସିକ ଖର୍ଚ୍ଚ ପ୍ରାୟ ୬୬ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମାସିକ ଖର୍ଚ୍ଚ ୨୦୦ଆମେରିକୀୟ ଡଲାର ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Darunavir". The American Society of Health-System Pharmacists. Retrieved 28 November 2016.
  2. "Darunavir (Prezista) Use During Pregnancy". www.drugs.com. Retrieved 4 December 2016.
  3. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
  4. ୪.୦ ୪.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 69. ISBN 9781284057560.
  5. "Darunavir". International Drug Price Indicator Guide. Retrieved 28 November 2016.[permanent dead link]