କୋଡାଗିନା ଗୌରମ୍ମା

କୋଡାଗିନା ଗୌରମ୍ମା (୧୯୧୨-୧୯୩୯), ଜଣେ ଭାରତୀୟ ଲେଖକ ଥିଲେ । ସେ ମୁଖ୍ୟତଃ କନ୍ନଡ ଭାଷାରେ ଲେଖୁଥିଲେ । ସେ ଜଣେ ନାରୀବାଦୀ[] ଏବଂ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ସମର୍ଥକ ଥିଲେ ।[]

ଜନ୍ମ ଓ ଜନ୍ମସ୍ଥାନଗୌରମ୍ମା
୧୯୧୨
ମାଦିକେରି, କୋର୍ଗ ରାଜ୍ୟ, ବ୍ରିଟିଶ ଭାରତ
ମୃତ୍ୟୁ1939 (aged 26–27)
କୋର୍ଗ ରାଜ୍ୟ, ବ୍ରିଟିଶ ଭାରତ
ଛଦ୍ମନାମକୋଡାଗିନା ଗୌରମ୍ମା
ବୃତ୍ତିଲେଖକ
ଜାତୀୟତାଭାରତୀୟ
ସାହିତ୍ୟର ଆନ୍ଦୋଳନନାରୀବାଦ
ସାହିତ୍ୟ କୃତିମନୁଭିନା ରାନୀ, ଆପାରାଧି ୟାରୁ

ଗୌରମ୍ମା ୧୯୧୨ ମସିହାରେ ମାଦିକେରିରେ ଏନ. ଏସ ରାମୟା ଏବଂ ନଜମାଙ୍କ ଗର୍ଭରେ ଜନ୍ମଗ୍ରହଣ କରିଥିଲେ ।[] ସେ କୋଡାଗୁ ଜିଲ୍ଲାରେ ସୋମୱାରପେଟ ତାଲୁକର ବି.ଟି ଗୋପାଳ କୃଷ୍ଣଙ୍କୁ ବିବାହ କରିଥିଲେ, ଯାହା ପରେ ବ୍ରିଟିଶ ଭାରତର ଏକ ପ୍ରଦେଶ କୋରଗ ଭାବରେ ଜଣାଶୁଣା ହେଲା । କୋରଗରେ ଅଭିଯାନ ସମୟରେ ସେ ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ପରିବାରକୁ ନିମନ୍ତ୍ରଣ କରିଥିଲେ ଏବଂ ହରିଜନ (ଦଳିତ) କଲ୍ୟାଣ ପାଣ୍ଠି ପ୍ରତି ତାଙ୍କର ସମସ୍ତ ସୁନା ଅଳଙ୍କାର ଦାନ କରିଥିଲେ । []

ଗୌରମ୍ମା ୧୩ ଏପ୍ରିଲ ୧୯୩୯ ମସିହାରେ ୨୭ ବର୍ଷ ବୟସରେ ଏକ ଘୂର୍ଣ୍ଣିବାତ୍ୟାରେ ବୁଡ଼ି ଯାଇ ମୃତ୍ୟୁବରଣ କରିଥିଲେ ।

କାର୍ଯ୍ୟ

ସମ୍ପାଦନା

ଗୌରମ୍ମା କନ୍ନଡ ଭାଷାରେ 'କୋଡାଗିନା ଗୌରମ୍ମା' ନାମରେ ଲେଖିଥିଲେ । ତାଙ୍କର କାହାଣୀ ଯେପରିକି "ଅପରାଧି ୟାରୁ" (ଅପରାଧୀ କିଏ), "ଭାନିଆ ସମାସେ", "ଆହୁତି" ଏବଂ "ମନୁଭିନା ରାନୀ" ଆଧୁନିକ ଏବଂ ପ୍ରଗତିଶୀଳ ଥିଲା । ତାଙ୍କର କାହାଣୀ "ମନୁଭିନା ରାନୀ" ତାଙ୍କୁ ପ୍ରସିଦ୍ଧ କରିଥିଲା ​​। ମାଦିକେରିରୁ ତାଙ୍କର ବହୁ ପ୍ରସିଦ୍ଧ କାହାଣୀର ଏକ ଖଣ୍ଡ ଗୌରମ୍ମା କ୍ୟାଥେଗାଲୁ ରିଲିଜ୍ ହୋଇଥିଲା ।[][] ଗୌରମ୍ମାଙ୍କ କାହାଣୀର ଏକ ଭଲ୍ୟୁମ ମାରେୟାଲାଗଡା କାଥେଗାଲୁ ଭାବରେ ପ୍ରକାଶିତ ହୋଇଥିଲା ଏବଂ ଏହାକୁ କନ୍ନଡ ଲେଖକ ବୈଦେହୀ ଏହାର ପ୍ରାରମ୍ଭ କରିଥିଲେ । ୨୦୨୩ ମସିହାରେ ଦୀପ ଭସ୍ତିଙ୍କଦ୍ୱାରା ଗୌରମ୍ମାଙ୍କ କ୍ଷୁଦ୍ର କାହାଣୀ ଅନୁବାଦ କରାଯାଇଥିଲା, ଏବଂ ଏହା ୟୋଡା ପ୍ରେସଦ୍ୱାରା "ଭାଗ୍ୟର ଖେଳ ଏବଂ ଅନ୍ୟାନ୍ୟ କାହାଣୀ" ଭାବରେ ପ୍ରକାଶିତ ହୋଇଥିଲା ।[]

କନ୍ନଡ ସମାଲୋଚକ ତଥା ଲେଖକ ଏମଏସ ଆଶା ଦେବୀ କହିଛନ୍ତି ଯେ, ସେ ଗାନ୍ଧୀଙ୍କଦ୍ୱାରା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲେ ଏବଂ ପ୍ରେମ, ବଳିଦାନ ଓ ଅହିଂସା ମାଧ୍ୟମରେ ସମାଜ ବଦଳାଇବା ସମ୍ଭବ ବୋଲି ବିଶ୍ୱାସ କରିଥିଲେ । ସେ ରଙ୍ଗାଭାଲୀ ନାମକ ପ୍ରଥମ ମହିଳାଙ୍କ କ୍ଷୁଦ୍ରଗଳ୍ପ ସଂଗ୍ରହକୁ ସମ୍ପାଦନା କରିଥିଲେ । ସେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଲେଖକମାନଙ୍କ ମଧ୍ୟରୁ ଜଣେ ଥିଲେ, କିନ୍ତୁ ସେତେବେଳେ ସେ ଯୋଗ୍ୟର ଶ୍ରେୟ ପାଇଲେ ପାରିଲେ ନାହିଁ ।

ଗାନ୍ଧୀ ଦର୍ଶନର ଜଣେ ପ୍ରଗତିଶୀଳ ଚିନ୍ତକ ତଥା ବିଶ୍ୱାସୀ ଗୌରମ୍ମା ତାଙ୍କ ଲେଖା ମାଧ୍ୟମରେ ଅଗଣିତ ମହିଳାଙ୍କୁ ପ୍ରଭାବିତ କରିଥିଲେ । କନ୍ନଡ ସାହିତ୍ୟରେ ତାଙ୍କର ଅବଦାନ ଭବିଷ୍ୟତର ସମସ୍ତ ପିଢ଼ିମାନଙ୍କ ପାଇଁ ଏକ ପ୍ରେରଣା ହୋଇ ରହିବ ।

ପ୍ରଭାବ

ସମ୍ପାଦନା

ଦଶନ୍ଧି ପରେ, ତାଙ୍କର କାର୍ଯ୍ୟଗୁଡ଼ିକ କନ୍ନଡ଼ର ଲେଖକ ତ୍ରିବେଣୀଙ୍କୁ ପ୍ରେରଣା ଦେଇଥିଲା । ଲେଖକ ଶାନ୍ତି କେ ଆପ୍ପନ୍ନା ଗୌରମ୍ମାଙ୍କୁ ନିଜର ଏକ ପ୍ରେରଣା ବୋଲି ମାନିଛନ୍ତି ।[] କବି "ଡ଼ି. ଆର.ବେନ୍ଦ୍ରେ" ଗୌରମ୍ମା ଏବଂ ଗୌରମ୍ମାଙ୍କ ମୃତ୍ୟୁ ବିଷୟରେ "ତାଙ୍ଗୀ ଗୌରମ୍ମା" ନାମରେ ଏକ କବିତା ରଚନା କରିଥିଲେ, ଯାହା ୧୯୫୮ ମସିହାରେ ପ୍ରକାଶିତ ହୋଇଥିଲା ।[]

ଉତ୍ତରାଧିକାରୀ

ସମ୍ପାଦନା

ଲେଖକମାନଙ୍କୁ ସମର୍ଥନ କରିବା ପାଇଁ ପରିବାର ସଦସ୍ୟ କୋଡାଗିନା ଗୌରମ୍ମା ଏଣ୍ଡୋମେଣ୍ଟ ପୁରସ୍କାର ସୃଷ୍ଟି କରିଛନ୍ତି ।[୧୦]

  1. TNN (28 October 2017). "Heroes of Karnataka". The Times of India. Retrieved 11 July 2021.
  2. Vēṇugōpāla Soraba, Je Hēmalata (1 September 1995). Women writers in South Indian languages. B.R. Pub. Corp. p. 9. ISBN 9788170188360. Retrieved 2014-08-06.
  3. Kallammanavar, Srikanth (5 January 2014). "The roots of Kannada in Kodagu". Deccan Herald. deccanherald.com. Retrieved 2015-04-14.
  4. Kamath, Dr. S. U. (1993). Karnataka State gazetteer, Kodagu District. Bangalore: Director of Print, Stationery and Publications at the Government Press. p. 660. Retrieved 2014-08-06.
  5. Rao, H.S. Raghavendra (1 March 2012). "Pioneering steps". The Hindu. Retrieved 2022-07-07.
  6. Rajan, K. Sundar (8 April 2003). "Short stories (Book Review)". The Hindu. Retrieved 2014-08-06.
  7. Bhasthi, Deepa (January 2023). Fate's Game and Other Stories. India: Yoda Press. p. 200. ISBN 9382579826.
  8. DHNS (5 February 2017). "'Kodagina Gowramma's contribution to Kannada literature immense'". Deccan Herald. Retrieved 11 July 2021.
  9. "Bendre's song". The Hindu. 19 July 2016. Retrieved 11 July 2021.
  10. DHNS (21 December 2020). "'Mudre' selected for Gowramma Endowment Award". Deccan Herald. Retrieved 11 July 2021.