କୃଷ୍ଣ ଚନ୍ଦ୍ର ମହାପାତ୍ର

ଓଡ଼ିଆ ରାଜନୀତିଜ୍ଞ

କୃଷ୍ଣ ଚନ୍ଦ୍ର ମହାପାତ୍ର (ଜନ୍ମ: ୧ ଜାନୁଆରୀ ୧୯୧୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

କୃଷ୍ଣ ଚନ୍ଦ୍ର ମହାପାତ୍ର
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଲକ୍ଷ୍ମୀ ନାରାୟଣ ଭଞ୍ଜ ଦେଓ, ଗୋବିନ୍ଦ ମୁଣ୍ଡା
ପର ଅଧିକାରୀଜନାର୍ଦନ ଭଞ୍ଜ ଦେଓ
ନିର୍ବାଚନ ମଣ୍ଡଳୀକେନ୍ଦୁଝର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1917-01-01) ୧ ଜାନୁଆରୀ ୧୯୧୭ (ବୟସ ୧୦୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀଭାନୁମତି ଦେଇ
ସନ୍ତାନ୩ ପୁଅ, ୪ ଝିଅ
ବାପା/ବୋଉପାଣ୍ଡବ ମହାପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

କୃଷ୍ଣ ଚନ୍ଦ୍ର ମହାପାତ୍ର ୧୯୧୭ ମସିହାର ଜାନୁଆରୀ ମାସ ୧ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପାଣ୍ଡବ ମହାପାତ୍ର । କୃଷ୍ଣଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍‌ରୁ କମ । ତାଙ୍କ ପତ୍ନୀଙ୍କ ନାମ ଭାନୁମତି ଦେଇ ।

ରାଜନୈତିକ ଜୀବନ ସମ୍ପାଦନା

୧୯୫୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ କୃଷ୍ଣ ଚନ୍ଦ୍ର ମହାପାତ୍ର ସ୍ୱାଧୀନର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୮,୨୩୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ତାଙ୍କ ସହ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଜନାର୍ଦନ ଭଞ୍ଜ ଦେଓ ଏହି ବିଧାନ ସଭାକୁ ଯୁଗ୍ମ ଭାବରେ ନିର୍ବାଚିତ ହୋଇଥିଲେ ।[୨] ଏହି ବିଧାନ ସଭାରେ ସେ ୧୯୫୭ ମସିହାରୁ ୧୯୬୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଆଧାର ସମ୍ପାଦନା

  1. "Shri Krushna Chandra Mahapatro". odishaassembly.nic.in. Odisha Assembly. Retrieved 12 July 2019.
  2. ୨.୦ ୨.୧ "Orissa 1957". Election Commission of India (in Indian English). Retrieved 2019-06-27.