କୃଷ୍ଣ ଚନ୍ଦ୍ର ପାତ୍ର
ଓଡ଼ିଆ ରାଜନୀତିଜ୍ଞ
କୃଷ୍ଣ ଚନ୍ଦ୍ର ପାତ୍ର (ଜନ୍ମ: ୨୫ ଫେବୃଆରୀ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୧] କୃଷ୍ଣ ଚନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୦ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
କୃଷ୍ଣ ଚନ୍ଦ୍ର ପାତ୍ର | |
---|---|
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୪ | |
ପୂର୍ବ ଅଧିକାରୀ | ନବୀନ ଚନ୍ଦ୍ର ନାରାୟଣ ଦାସ |
ପର ଅଧିକାରୀ | ସୁଧୀର କୁମାର ସାମଲ |
ନିର୍ବାଚନ ମଣ୍ଡଳୀ | ଢେଙ୍କାନାଳ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୫ ଫେବୃଆରୀ ୧୯୬୪ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ଗୀତା ପାତ୍ର |
ବାପା/ବୋଉ | ମଧୁସୂଦନ ପାତ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାକୃଷ୍ଣ ଚନ୍ଦ୍ର ୧୯୬୪ ମସିହାର ଫେବୃଆରୀ ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଧୁସୂଦନ ପାତ୍ର ଓ ପତ୍ନୀଙ୍କ ନାମ ଗୀତା ପାତ୍ର । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକୋତ୍ତର ।[୨]
ରାଜନୈତିକ ଜୀବନ
ସମ୍ପାଦନାକୃଷ୍ଣ ଚନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Nabin Nanda eyeing BJP ticket after Baijayant Panda entry". The New Indian Express. 14 March 2019. Retrieved 4 August 2020.
- ↑ "Shri Krushna Chandra Patra". odishaassembly.nic.in. Odisha Assembly. Retrieved 4 August 2020.
- ↑ "Dhenkanal Assembly Constituency Election Result - Legislative Assembly Constituency". resultuniversity.com. Result University. Retrieved 4 August 2020.