କୃଷ୍ଣା ସୋବତୀ

ଭାରତୀୟ ଲେଖିକା

କୃଷ୍ଣା ସୋବତୀ (୧୮ ଫେବୃଆରୀ ୧୯୨୫ – ୨୫ ଜାନୁଆରୀ ୨୦୧୯) ଜଣେ ହିନ୍ଦୀ ଲେଖିକା ଓ ପ୍ରାବନ୍ଧିକା ଥିଲେ ।[] ୧୯୮୦ ସେ ମସିହାରେ ନିଜ ପୁସ୍ତକ ଜୀନ୍ଦେଗୀନାମା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ୧୯୯୬ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ହାସଲ କରିଥିଲେ । [] ୨୦୧୭ ମସିହାରେ ସେ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ ।

କୃଷ୍ଣା ସୋବତୀ
କୃଷ୍ଣା ସୋବତୀ
୨୦୧୧ ମସିହାରେ ସୋବତୀ
ଜନ୍ମ ଓ ଜନ୍ମସ୍ଥାନ(1925-02-18)୧୮ ଫେବୃଆରୀ ୧୯୨୫
ଗୁଜରାଟ, ପାକିସ୍ତାନ
ମୃତ୍ୟୁ୨୫ ଜାନୁଆରୀ ୨୦୧୯(2019-01-25) (ବୟସ ୯୩)
ଦିଲ୍ଲୀ, [ଭାରତ]]
ବୃତ୍ତିଲେଖିକା, ପ୍ରାବନ୍ଧିକା
ଭାଷାହିନ୍ଦୀ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଫତେ ଚାନ୍ଦ ମହିଳା ମହାବିଦ୍ୟାଳୟ
ସାହିତ୍ୟ କୃତିଜୀନ୍ଦେଗୀନାମା
ମିତ୍ରୋ ମରଜାନୀ
ଦାର ସେ ବିଛଡି
ସୂର୍ଯ୍ୟମୂଖୀ ଅନ୍ଧେରେ କେ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ (୧୯୮୦)[]

କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ (୧୯୯୬)[]

ଜ୍ଞାନପୀଠ ପୁରସ୍କାର (୨୦୧୭)[]
କାର୍ଯ୍ୟକାଳ୧୯୪୪-୨୦୧୮
ଜୀବନସାଥୀଶିବନାଥ

ସୋବତୀ ନିଜ ପୁସ୍ତକ "ମିତ୍ରୋ ମରଜାନୀ" ପାଇଁ ପରିଚିତ । ୧୯୬୬ର ଏହି ପୁସ୍ତକରେ ସେ ଜଣେ ବିବାହିତ ମହିଳାର ଯୌନ ଇଚ୍ଛା ବାବଦରେ ଲେଖିଥିଲେ । ୧୯୯୯ରେ ସେ ପ୍ରଥମ "କଥା ଚୂଡାମଣି" ପୁରସ୍କାର ଲାଭ କରିଥିଲେ । ୧୯୮୧ରେ ସେ ଶିରୋମଣି ପୁରସ୍କାର, ୧୯୮୨ରେ ହିନ୍ଦୀ ଏକାଡେମୀ ପୁରସ୍କାର ଓ ଶଳକା ପୁରସ୍କାର ଲାଭ କରିଥିଲେ । ୨୦୦୮ରେ ସେ ନିଜ ପୁସ୍ତକ "ସମୟ ସରଗମ" ପାଇଁ କେ କେ ବିରଳା ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ "ବ୍ୟାସ ସମ୍ମାନ" ଲାଭ କରିଥିଲେ ।ସୋବତୀଙ୍କୁ ହିନ୍ଦୁ ସାହିତ୍ୟର "ଗ୍ରାଣ୍ଡ ଡେମ" (grande dame) ସମ୍ମାନ ଦିଆଯାଏ । କୃଷ୍ଣା ପଞ୍ଜାବର ଗୁଜରାତଠାରେ(ବର୍ତ୍ତମାନ ପାକିସ୍ତାନରେ) ଜନ୍ମଗ୍ରହଣ କରିଥିଲେ । ସେ "ହସମତ" ନାମରେ ମଧ୍ୟ ଲେଖୁଥିଲେ ଓ "ହମ ହସମତ" ନାମକ ଏକ ପୁସ୍ତକ ମଧ୍ୟ ପ୍ରକାଶ କରିଥିଲେ । ତାଙ୍କର ପ୍ରମୂଖ ସାହିତ୍ୟକୃତି ମଧ୍ୟରେ "ଦାର ସେ ବିଛଡି", "ସୂର୍ଯ୍ୟମୂଖୀ ଅନ୍ଧେରେ କେ", "ୟାରୋଁ କେ ୟାର", "ଜୀନ୍ଦେଗୀନାମା" ଆଦି ଅନ୍ୟତମ । ତାଙ୍କର କିଛି ଲୋକପ୍ରିୟ ଗଳ୍ପ ଥିଲା "ନଫିସା", "ସିକ୍କା ବଦଲ ଗୟା" ଓ "ବାଦଲୋଁ କେ ଘେରେ" । "ସୋବତୀ ଏକା ସୋହବତା" ପୁସ୍ତକରେ ତାଙ୍କର ପ୍ରମୂଖ ରଚନାବଳୀ ସ୍ଥାନ ପାଇଥିଲା । ତାଙ୍କର ବହୁତ ରଚନା ଇଂରାଜୀ ଓ ଉର୍ଦ୍ଦୁ ଭାଷାକୁ ଅନୁବାଦୀତ ହୋଇଛି ।

୨୦୦୫ରେ ସୋବତୀଙ୍କ ପୁସ୍ତକ "ଦିଲ୍-ଓ-ଦାନିଶ", ରୀମା ଆନନ୍ଦ ଓ ମୀନାକ୍ଷୀ ସ୍ୱାମୀଙ୍କଦ୍ୱାରା "ଦ ହାର୍ଟ ହାଜ ଇଟସ ରିଜନ୍ସ" (The Heart Has Its Reasons) ନାମରେ ଇଂରାଜୀକୁ ଅନୁବାଦ କରା ଯାଇଥିଲା । କଥା ବୁକ୍ସ ଏହାକୁ ପ୍ରକାଶ କରିଥିଲା । ଏହି ଅନୁବାଦିତ ପୁସ୍ତକଟି କ୍ରସୱାର୍ଡ଼ ପୁରସ୍କାର ଲାଭ କରିଥିଲା । କୃଷ୍ଣାଙ୍କ ରଚନାବଳୀ ବହୁ ଭାରତୀୟ ଓ ବିଦେଶୀ ଭାଷାକୁ ଅନୁବାଦିତ ହୋଇଛି ।[]

କୃଷ୍ଣା ୧୯୨୫ ଫେବୃଆରୀ ୧୮ ତାରିଖରେ ପଞ୍ଜାବର ଗୁଜରାଟଠାରେ ଜନ୍ମଗ୍ରହଣ କରିଥିଲେ । ଭାରତ ବିଭାଜନ ପରେ, ସେହି ସ୍ଥାନ ଏବେ ପାକିସ୍ତାନ ଅଧିକୃତ ।[] ସେ ଦିଲ୍ଲୀ ଓ ଶିମଲାରେ ଶିକ୍ଷାଲାଭ କରିଥିଲେ । ତାଙ୍କ ପରିବାର ବ୍ରିଟିଶ ସରକାରଙ୍କ ପାଇଁ କାର୍ଯ୍ୟ କରୁଥିଲା ।[] ସେ ଲାହୋରର ଫତେଚାନ୍ଦ କଲେଜରେ ପାଠ ଆରମ୍ଭ କରିଥିଲେ କିନ୍ତୁ ଭାରତ ବିଭାଜନ ପରେ ସେ ଭାରତ ପକ୍ଷରେ ରହି ଯାଇଥିଲେ । ଭାରତ ବିଭାଜନ ପରେ ସେ ରାଜସ୍ଥାନ ସିରୋହୀର ମହାରାଜ ବାଳକ ତେଜ ସିଂହଙ୍କର(୧୯୪୩) ସେବିକା ଭାବରେ ଦୁଇ ବର୍ଷ କାର୍ଯ୍ୟ କରିଥିଲେ । ସୋବତୀ ୭୦ବର୍ଷ ବୟସରେ ଡୋଗରୀ ଭାଷାର କବି "ଶିବନାଥ"ଙ୍କୁ ବିବାହ କରିଥିଲେ । ଶିବନାଥ ଓ କୃଷ୍ଣା ସମାନ ବର୍ଷ ସମାନ ଦିନରେ ଜନ୍ମଗ୍ରହଣ କରିଥିଲେ । ସେମାନେ ଉଭୟ ଦିଲ୍ଲୀର ମୟୁର ବିହାରରେ ରହୁଥିଲେ । ଶିବନାଥଙ୍କର ଆଗ ପରଲୋକ ଘଟିଥିଲା । ଶିବନାଥଙ୍କ ପରଲୋକ ପରେ ମଧ୍ୟ କୃଷ୍ଣା ସେହି ଘରେ ରହୁଥିଲେ । ୨୦୧୯ ମସିହା ଜାନୁଆରୀ ୨୫ ତାରିଖରେ ବହୁ ଦିନର ଅସୁସ୍ଥତା ପରେ କୃଷ୍ଣାଙ୍କର ପରଲୋକ ଘଟିଥିଲା ।[]

ସାହିତ୍ୟ ସର୍ଜନା

ସମ୍ପାଦନା

କୃଷ୍ଣା ହିନ୍ଦୀରେ ସାହିତ୍ୟ ରଚନା କରୁଥିଲେ କିନ୍ତୁ ତାଙ୍କ ରଚନାରେ ପଞ୍ଜାବୀ ଓ ଉର୍ଦ୍ଦୁ ଓ ରାଜସ୍ଥାନୀ ଭାଷାର ଛାପ ଦେଖିବାକୁ ମିଳୁଥିଲା ।[] [] ତାଙ୍କ ଲେଖାର ଚରିତ୍ରମାନେ ସବୁବେଳେ ଦୁଃସାହାସୀ । ଲେଖାଟି ଯେଉଁ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିଲା, ଲେଖାରେ ସେ ସେଠାର ଭାଷାର ପ୍ରୟୋଗ ମଧ୍ୟ କରୁଥିଲେ ।[] ତାଙ୍କ ଲେଖାକୁ ଅନୁବାଦ କରୁଥିବା ଅନୁବାଦକମାନଙ୍କ ପାଇଁ ଏହା ଅସୁବିଧା ସୃଷ୍ଟି କରୁଥିଲା ।[] ନାରୀମାନଙ୍କ ସମସ୍ୟା ଓ ଯୌନତା ସୋବତୀଙ୍କ ଲେଖାରେ ବହୁଳ ମାତ୍ରାରେ ଦେଖିବାକୁ ମିଳୁଥିଲେ ମଧ୍ୟ, ସେ ନିଜକୁ କେବେ ନାରୀବାଦୀ ଲେଖକ ଭାବରେ ପରିଚିତ କରାଇବାକୁ ଇଚ୍ଛା କରୁ ନଥିଲେ । କୃଷ୍ଣା ନିଜ ଲେଖାରେ ବ୍ୟବହାର କରୁଥିବା ଉଦ୍ଧୃତି ଓ ଗାଳିଗୁଲଜର ଭାଷା ପାଇଁ ସବୁବେଳେ ସମାଲୋଚିତ ହୋଇଥିଲେ । ତାଙ୍କ ଲେଖାରେ ଅଧିକରୁ ଅଧିକ ଯୌନତାର ଦେଖେଇବା ପାଇଁ ମଧ୍ୟ ସେ ସମାଲୋଚିତ ହୋଇଥିଲେ । "ଲାମା" ଓ "ନଫିସା"(୧୯୪୪) ଆଦି ଗଳ୍ପ, ସୋବତୀଙ୍କୁ ଜଣେ ଗାଳ୍ପିକର ପରିଚିତି ଓ ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା । []

 
Krishna Sobti


୧୯୫୮ରେ କୃଷ୍ଣାଙ୍କ ପୁସ୍ତକ "ଦର ସେ ବିଛଡି" ପ୍ରକାଶ ପାଇଥିଲା । ଏହା ବିଭାଜନ ପୂର୍ବ ଭାରତରେ ପର୍ଯ୍ୟବସିତ ଏକ ପ୍ରେମ କାହାଣୀ ଥିଲା । [] ୧୯୬୬ରେ ମିତ୍ରୋ ମରଜାନୀ ପ୍ରକାଶିତ ହୋଇଥିଲା । ମିତ୍ରୋ ମରଜାନୀକୁ ଗୀତା ରାଜନ ଓ ରାଜୀ ନରସିଂହା "ଟୁ ହେଲ ଉଇଥ ୟୁ" ନାମରେ ଇଂରାଜୀକୁ ଅନୁବାଦ କରିଥିଲେ [] ୧୯୬୮ରେ "ୟାରୋଁ କେ ୟାର", "ତିନ ପହର" ଓ ୧୯୭୨ରେ "ସୂର୍ଯ୍ୟମୁଖୀ କେ ଅନ୍ଧେରେ" ପ୍ରକାଶିତ ହୋଇଥିଲା । "ଏ ଲଡ଼କୀ" , "ଗୁଜରାଟ ପାକିସ୍ତାନ ସେ ଗୁଜରାଟ ହିନ୍ଦୁସ୍ତାନ ତକ"[] ଓ "ଦିଲ-ଓ-ଦାନିଶ" ତାଙ୍କର ଅନ୍ୟ ପ୍ରମୂଖ ରଚନା ।[]

୧୯୬୦ ଦଶକରେ "ହସମତ" ଛଦ୍ମନାମରେ ବହୁତ ଗୁଡିଏ ସାହିତ୍ୟିକଙ୍କ ବାବଦରେ ପ୍ରବନ୍ଧ ଓ ଖବର କାଗଜ ସ୍ତମ୍ଭ ଲେଖିଥିଲେ । ସେଗୁଡିକ ୧୯୭୭ରେ "ହମ ହସମତ" ନାମରେ ଏକ ସଂକଳନ ରୂପରେ ପ୍ରକାଶିତ ହୋଇଥିଲା । ସେଥିରେ ଭୀଷ୍ମ ସାହାଣୀ, ନିର୍ମଳ ବର୍ମା ଓ ନାମୱର ସିଂହ ଆଦିଙ୍କ ବାବଦରେ ଲେଖା ଯାଇଥିଲା ।[] ଛଦ୍ମନାମ "ହସମତ" ମାଧ୍ୟମରେ ସେ ନିଜେ ଲେଖୁଥିବା ଲେଖାର ଠିକ ବିପରୀତ ଦିଗ ଓ ଧର୍ମର ଲେଖା ଲେଖୁଥିଲେ ବୋଲି ସେ ସ୍ୱୀକାର କରିଥିଲେ ।[]

ରଚନାବଳୀ

ସମ୍ପାଦନା

କୃଷ୍ଣାଙ୍କର କିଛି ପ୍ରମୂଖ ରଚନା :

ଉପନ୍ୟାସ

ସମ୍ପାଦନା
  • ଜୀନ୍ଦେଗୀନାମା
  • ମିତ୍ରୋ ମରଜାନୀ[]
  • ଦାର ସେ ବିଛଡି
  • ସୂର୍ଯ୍ୟମୁଖୀ ଅନ୍ଧେରେ କେ
  • ୟାରୋଁ କେ ୟାର(Friendend of Friends)[୧୦]
  • ସମୟ ସରଗମ (Time’s Musical Notes)
  • ଏ ଲଡ଼କୀ
  • ଦିଲ-ଓ-ଦାନିଶ
  • ବାଦଲୋଁ କେ ଘେରେ (Circles of Clouds)
  • ଗୁଜରାଟ ପାକିସ୍ତାନ ସେ ଗୁଜରାଟ ହିନ୍ଦୁସ୍ତାନ(From Gujarat in Pakistan to Gujarat in India)
  • ହମ ହସମତ
  • ତିନ ପାହାଡ଼
  • ମୁକ୍ତିବୋଧ : ଏକ ବ୍ୟକ୍ତିୱ ସହି କି ତଲାଶ ମେଁ (Muktibodh: A Personality in Search of Right)
  • ଶବ୍ଦୋଁ କେ ଆଲୋକ ମେଁ (In the Light of Words),
  • ସୋବତୀ ଏକ ସୋହବତ (Sobti: A Company),
  • ଲେଖକ କା ଯନ୍ତ୍ରଣା (A Writer’s Democracy)
  • ମାର୍ଫତ ଦିଲ୍ଲୀ (C/O Delhi)
  • ଜ୍ଞାନୀ ମେହେରବାନ ସିଂହ
  • ବୁଦ୍ଧ କା କମଣ୍ଡଳ ଲଦାଖ[୧୧]

ଅନୁବାଦ

ସମ୍ପାଦନା
  • To hell with you Mitro! (ମିତ୍ରୋ ମରଜାନୀ) []
  • Memory's Daughter (ଦାର ସେ ବିଛୁଡି) []
  • Listen Girl (ଏ ଲଡକୀ)
  • Zinda Rukh (Urdu ଜୀନ୍ଦେଗୀନାମା)
  • The Heart Has Its Reasons (ଦିଲ-ଓ-ଦାନିଶ)

କ୍ଷୁଦ୍ର ଗଳ୍ପ

ସମ୍ପାଦନା
  • ନଫିସା
  • ସିକ୍କା ବଦଲ ଗୟା

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୦ (ଜୀନ୍ଦେଗୀନାମା)
  • କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ - ୧୯୯୬[] (୨୦୧୫ରେ ସରକାରଙ୍କ କାମରେ ଅସନ୍ତୋଷ ପ୍ରକାଶ କରି ସେ ଉଭୟ ସମ୍ମାନ ଫେରେଇ ଦେଇଥିଲେ ।[୧୨] )
  • ପଦ୍ମଶ୍ରୀ - ୨୦୧୦ ( ଏହି ପୁରସ୍କାର ମଧ୍ୟ ସେ ପ୍ରତ୍ୟାକ୍ଷାନ କରିଥିଲେ )[୧୩]
  • ଜ୍ଞାନପୀଠ ପୁରସ୍କାର - ୨୦୧୭[]
  • ଶିରୋମଣି ପୁରସ୍କାର - ୧୯୮୧
  • ମୈଥିଳୀ ଶରଣ ଗୁପ୍ତ ସମ୍ମାନ[]
  1. "Here are the 33 writers who returned their Sahitya Akademi awards". indianexpress.com. The Indian Express. Retrieved 25 February 2020.
  2. ୨.୦ ୨.୧ ୨.୨ ୨.୩ ୨.୪ "हिंदी की प्रसिद्ध लेखिका कृष्णा सोबती को 2017 का ज्ञानपीठ पुरस्कार". Firstpost Hindi. 4 November 2017. Archived from the original on 3 October 2022. Retrieved 25 January 2019.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "Jnanpith winning Hindi writer Krishna Sobti passes away". The Hindu (in Indian English). 25 January 2019. Retrieved 25 January 2019.
  4. Gupta, Trisha (1 September 2016). "Singular and Plural: Krishna Sobti's unique picture of a less divided India". The Caravan (in ଆମେରିକୀୟ ଇଂରାଜୀ). Retrieved 24 March 2017.
  5. ୫.୦ ୫.୧ Kuruvilla, Elizabeth (13 May 2016). "Hindi is an epic language: Krishna Sobti". livemint.com/. Retrieved 24 March 2017.
  6. ୬.୦ ୬.୧ ୬.୨ ୬.୩ Lal, Mohan (1 January 1992). Encyclopaedia of Indian Literature: Sasay to Zorgot (in ଇଂରାଜୀ). Sahitya Akademi. p. 4126. ISBN 9788126012213.
  7. Miller, Jane Eldridge (24 March 2017). Who's who in Contemporary Women's Writing (in ଇଂରାଜୀ). Psychology Press. p. 64. ISBN 9780415159807.
  8. ୮.୦ ୮.୧ Govind, Nikhil. "Mitro Marjani turns 50". The Hindu (in ଇଂରାଜୀ). Retrieved 24 March 2017.
  9. "Partition, Hashmat & Krishna Sobti". hindustantimes.com/ (in ଇଂରାଜୀ). 12 April 2006. Retrieved 24 March 2017.
  10. Kumar, Kuldeep (23 February 2018). "Krishna Sobti: The original feminist". The Hindu (in Indian English). Retrieved 25 January 2019.
  11. "कृष्णा सोबती : जिनकी कलम में है नारी आजादी की गूंज" (in ହିନ୍ଦୀ). Navbharat Times. 4 November 2017. Retrieved 25 January 2019.
  12. "Two more writers return Sahitya Akademi awards, another resigns". The Indian Express (in ଆମେରିକୀୟ ଇଂରାଜୀ). 11 October 2015. Retrieved 24 March 2017.
  13. "Look who declined Padma Bhushan this year: two giants of art, literature". Indian Express. 9 February 2010.

ଅଧିକ ପଠନୀୟ

ସମ୍ପାଦନା
  • Indian Women Novelists(ଭାରତୀୟ ମହିଳା ଔପନ୍ୟାସିକଗଣ), ଆର କେ ଧୱନଙ୍କଦ୍ୱାରା ସମ୍ପାଦିତ ଓ ପ୍ରେଷ୍ଟିଜ ବୁକ୍ସ, ନୂଆ ଦିଲ୍ଲୀଦ୍ୱାରା ପ୍ରକାଶିତ18 Volms.) ISBN 81-85218-40-4. (Vol. XVII, 10-12) Vedams eBooks

ବାହାର ଆଧାର

ସମ୍ପାଦନା