କୃଷ୍ଣଚନ୍ଦ୍ର ପାତ୍ର (ନାଟ୍ୟକାର)

ଭାରତୀୟ ଅଧ୍ୟାପକ ଓ ଓଡ଼ିଆ ନାଟ୍ୟକାର

କୃଷ୍ଣଚନ୍ଦ୍ର ପାତ୍ର ଜଣେ ଓଡ଼ିଆ ନାଟ୍ୟକାର ଓ ଅଧ୍ୟାପକ ଏବଂ ଅନେକ ଯାତ୍ରାନାଟକ ରଚନା ନିମନ୍ତେ ଜଣାଶୁଣା। ୨୦୧୧ ମସିହାରୁ ସେ ପ୍ରଥମ ଥର ପାଇଁ ଯାତ୍ରାନାଟକ ରଚନା କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ କୋଣାର୍କ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ଯାତ୍ରା ସିଂହବାହିନୀ, ଯାତ୍ରା ଦର୍ଶକ ମହଲ, ତୁଳସୀ ଗଣନାଟ୍ୟ, ବାଘାଯତୀନ ଲୋକନାଟ୍ୟ ଆଦି ଯାତ୍ରା ଦଳ ପାଇଁ ନାଟକ ରଚନା କରିଥିଲେ ।

କୃଷ୍ଣଚନ୍ଦ୍ର ପାତ୍ର
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିନାଟ୍ୟକାର (ଯାତ୍ରା)
ସକ୍ରିୟ ବର୍ଷ୨୦୧୧ରୁ ଏପର୍ଯ୍ୟନ୍ତ
ପିତାମାତାଶମ୍ଭୁନାଥ ପାତ୍ର (ପିତା), ଅନ୍ନପୂର୍ଣ୍ଣା ପାତ୍ର (ମାତା)

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

କୃଷ୍ଣଚନ୍ଦ୍ର ବାଲେଶ୍ୱର ଜିଲ୍ଲାବାଲିଆପାଳ ବ୍ଲକ ଅନ୍ତର୍ଗତ କଙ୍କଡ଼ାପାଳ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ।

ସାହିତ୍ୟ ରଚନା

ସମ୍ପାଦନା

ସେ ପ୍ରଥମେ ନିଜ ଗ୍ରାମର କ୍ଲବ୍ ପାଇଁ ଯାତ୍ରା ଲେଖୁଥିଲେ। ପରେ ଫକୀର ମୋହନ ମହାବିଦ୍ୟାଳୟରେ ପଢ଼ୁଥିଲା ବେଳେ କଲେଜ ଡ୍ରାମା ପାଇଁ ନାଟକ ଲେଖା ଆରମ୍ଭ କରିଥିଲେ। ଏହାପରେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ ସମୟରେ ସକ୍ରିୟ ଭାବେ ମଞ୍ଚ ଓ ବେତାର ନାଟକ ରଚନା କଲେ। ତେବେ ୨୦୧୧ରେ ସେ ବିଧିବଦ୍ଧ ଭାବେ ଉତ୍ତର ଓଡ଼ିଶାର ପାର୍ଥସାରଥୀ ଅପେରା ପାଇଁ ଫେରିଲେ ଦେବି ମୁଁ ଗୁରୁଦକ୍ଷିଣା ନାଟକ ଲେଖି ଲୋକଲୋଚନକୁ ଆସିଥିଲେ । କୃଷ୍ଣଚନ୍ଦ୍ର ଇଂରାଜୀ ଓ ଶିକ୍ଷାରେ ସ୍ନାତକୋତ୍ତର ଓ ଶିକ୍ଷାରେ ଏମ୍ ଫିଲ୍ ଓ ଡକ୍ଟରେଟ୍ କରିଥିଲେ । ଅଧ୍ୟାପନାକୁ ବୃତ୍ତି ରୂପେ ଆପଣେଇ ନେଇଥିଲେ ମଧ୍ୟ ନାଟକ ରଚନା କରିବା ତାଙ୍କର ନିଶା ଥିଲା ।[] ଓଡ଼ିଶାର ଅନେକ ଆଗଧାଡ଼ିର ଯାତ୍ରା ନିର୍ଦ୍ଦେଶକ ଯଥା ଅଶ୍ରୁମୋଚନ ମହାନ୍ତି, ବିନୋଦ ରାଉତ, କିଶୋର ଖଣ୍ଡୁଆଳ, ଓ ତାପସ ସ୍ୱାଇଁ ତାଙ୍କ ନାଟକର ନିର୍ଦ୍ଦେଶନା ଦେଇଛନ୍ତି ।

ରଚିତ ନାଟକ

ସମ୍ପାଦନା
  • କାଇଁଚ ମାଳି
  • ଅନ୍ଧ-ମୁକ-ବଧିର
  • କନିଆଁ କାନ୍ଦୁଛି କୋଣାରକରେ
  • ମା'ଲୋ କଲିକତିଆ ବୋହୁ
  • ସଙ୍ଗୀତ ସାଥି ସଙ୍ଗୀତା
  • ମାୟାଜାଲ
  • କଳଙ୍କିନୀ
  • ସତ ସିନ୍ଦୂରକୁ ମିଛ କନିଆଁ
  • ସବୁ ପ୍ରେମ ଗପ ଅଧାରୁ ସରେ
  1. କୁମାର ରାଉତରାୟ, ନାରାୟଣ (18 August 2024). "ଯାତ୍ରା ଯାତ୍ରା: ପେସାରେ ଅଧ୍ୟାପକ ନିଶାରେ ନାଟ୍ୟକାର".