ଲେପ୍ରୋସି (ହାନ୍‌ସେନ୍ ରୋଗ ନାମରେ ମଧ୍ୟ ଜଣାଶୁଣା)ଏକ କ୍ରନିକ ରୋଗ ଯାହା ମାଇକୋବ୍ୟାକ୍ଟେରିଅମ ଲେପ୍ରି (ଇଂରାଜୀରେ Mycobacterium leprae) [୧] ଓ ମାଇକୋବ୍ୟାକ୍ଟେରିଅମ ଲେପ୍ରୋମାଟିସିସ (ଇଂରାଜୀରେ Mycobacterium lepromatosis) ନାମକ ଜୀବାଣୁଦ୍ୱାରା ହୁଏ । [୨] ଆରମ୍ଭରୁ ଏହାର କୌଣସି ଲକ୍ଷଣ ନ ଥାଏ ଓ ଏହି ଅବସ୍ଥାରେ ୫ରୁ ୨୦ ବର୍ଷ ପର୍ଯ୍ୟନ୍ତ ରହିପାରେ ।[୧] ସ୍ନାୟୁ, ଚର୍ମ, ଶ୍ୱାସ ନଳୀ, ଚକ୍ଷୁ ଇତ୍ୟାଦିରେ ଏହି ରୋଗ ଗ୍ରାନୁଲୋମା ଆକାରରେ ଦେଖାଯାଏ ।[୧] ରୋଗ ପ୍ରଭାବିତ ସ୍ଥାନରେ କୌଣସି ପେନ୍ ବା ଯନ୍ତ୍ରଣା ହୁଏ ନାହିଁ, ଏଣୁ ଉର୍ଦ୍ଧ୍ୱ ଓ ନିମ୍ନ ଅବୟବର ପ୍ରାନ୍ତ ଭାଗ (ପାଦ ଓ ହାତର ଆଙ୍ଗୁଳିମାନ) ପୁନଃ ପୁନଃ କ୍ଷତପ୍ରାପ୍ତ ହୋଇ କ୍ଷୟ ହୋଇଯାଏ । ଦୁର୍ବଳ ଲାଗେ ଓ ଦୃଷ୍ଟିଶକ୍ତି କମିଯାଏ ।[୩]

କୁଷ୍ଠ
୧୮୮୬ ମସିହାରେ ନର୍‌‌ୱେ ଦେଶର ଜଣେ ୨୪ ବର୍ଷୀୟ କୁଷ୍ଠ ରୋଗୀ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଆଇସିଡ଼ି-୧୦A30.
ଆଇସିଡ଼ି-୯-ସିଏମ୍030
ଓଏମ୍‌ଆଇଏମ୍246300
ରୋଗ ଡାଟାବେସ8478
ମେଡ଼ିସିନ-ପ୍ଲସ001347
ଇ-ମେଡ଼ିସିନmed/1281 derm/223 neuro/187
MeSHD007918

ଚିକିତ୍ସାଦ୍ୱାରା ଏହି ରୋଗ ଆରୋଗ୍ୟ ହୁଏ । ପଶିବ୍ୟାସିଲାରି କୁଷ୍ଠରେ ଡାପସୋନ୍ରିଫାମ୍ପିସିନ୍ ବଟିକା ୬ ମାସ ପର୍ଯ୍ୟନ୍ତ ଦିଆଯାଏ । କୁଷ୍ଠରେ ରିଫାମ୍ପିସିନ୍, ଡାପସୋନ୍କ୍ଳୋଫାଜିମିନ ୧୨ ମାସ ପର୍ଯ୍ୟନ୍ତ ଦିଆଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ଏହି ଔଷଧ ମାଗଣାରେ ବିତରଣ କରାଯାଏ । ଆହୁରି ଅନେକ ଆଣ୍ଟିବାୟୋଟିକ ମଧ୍ୟ ବ୍ୟବହାର କରାଯାଏ । ୧୯୮୦ ମସିହାରେ ଥିବା ୫.୨ ନିୟୁତ ରୋଗୀ ଥିଲେ[୧][୪][୫] ଓ ଏହି ସଂଖ୍ୟା କମିଯାଇ ୨୦୧୨ ମସିହାରେ ପୃଥିବୀରେ ୧,୮୯,୦୦୦ ଦୀର୍ଘସ୍ଥାୟୀ କୁଷ୍ଠ ରୋଗୀ ଥିଲେ ଓ ୨,୩୦,୦୦୦ ନୂଆ ରୋଗୀ ଚିହ୍ନଟ ହୋଇଥିଲେ[୧] । ଅଧିକାଂଶ ନୂଆ ରୋଗୀ ୧୬ଟି ଦେଶରେ ଚିହ୍ନଟ ହୁଅନ୍ତି ଓ କେବଳ ଭାରତରେ ଏହାର ଅର୍ଦ୍ଧେକ ସଂଖ୍ୟକ ରୋଗୀ ଥାଆନ୍ତି[୧] । ବିଗତ ୨୦ ବର୍ଷରେ ୧୬ ନିୟୁତ ରୋଗୀ କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି ।[୧]

କୁଷ୍ଠ ରୋଗ ମାନବକୁ ହଜାର ହଜାର ବର୍ଷ ଧରି ଆକ୍ରମଣ କରିଆସୁଛି। [୩] ଏହାର ନାମ ଲାଟିନ ଭାଷାର ଲେପ୍ରା ଶବ୍ଦରୁ ନିଆଯାଇଛି, ଯାହାର ଅର୍ଥ କାତିମୟ ଓ ହାନ୍‌ସେନ୍ ନାମ ଡାକ୍ତର ଗେର୍‌ହାର ଆର୍ମର ହାନ୍‌ସେନ୍‌ଙ୍କ ନାମରୁ ନିଆଯାଇଛି ।[୩] ଭାରତରେ ଏବେ ମଧ୍ୟ ହଜାରରୁ ଅଧିକ ଲେପର କଲୋନି ତିଆରି କରି ରୋଗୀମାନଙ୍କୁ ସୁସ୍ଥ ଲୋକଙ୍କଠାରୁ ଦୂରରେ ରଖାଯାଉଛି;[୬] ଓ ଶହ ଶହ ଅଛି ଚୀନ ଦେଶରେ;[୭] ଓ ଆଫ୍ରିକାରେ ଅଛି ।[୮] ଯାହାହେଉ, ଅନେକ କଲୋନି ବନ୍ଦ ହୋଇଗଲାଣି ।[୮] ଇତିହାସରେ କୁଷ୍ଠ ରୋଗକୁ ଏକ ସାମାଜିକ କଳଙ୍କରୁପେ ବିବେଚନା କରାଯାଏ,[୧] ଯାହାଦ୍ୱାରା ଲୋକମାନେ ରୋଗ ହେଲେ ଦେଖାନ୍ତି ନାହିଁ ବା ଚିକିତ୍ସା କରିବାକୁ ମନ ବଳାନ୍ତି ନାହିଁ ।ଲୋକମାଙ୍କର ଗୋଚରାର୍ଥେ ପୃଥିବୀ ଲେପ୍ରୋସି ଦିବସ (World Leprosy Day) ୧୯୫୪ ମସିହାରୁ ପାଳନ କରାଯାଉଛି ।[୯]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Leprosy Fact sheet N°101". World Health Organization. Jan 2014.
  2. "New Leprosy Bacterium: Scientists Use Genetic Fingerprint To Nail 'Killing Organism'". ScienceDaily. 2008-11-28. Retrieved 2010-01-31.
  3. ୩.୦ ୩.୧ ୩.୨ Suzuki K, Akama T, Kawashima A, Yoshihara A, Yotsu RR, Ishii N (February 2012). "Current status of leprosy: epidemiology, basic science and clinical perspectives". The Journal of dermatology. 39 (2): 121–9. doi:10.1111/j.1346-8138.2011.01370.x. PMID 21973237.{{cite journal}}: CS1 maint: multiple names: authors list (link)
  4. "Global leprosy situation, 2012". Wkly. Epidemiol. Rec. 87 (34): 317–28. August 2012. PMID 22919737.
  5. Rodrigues LC, Lockwood DNj (June 2011). "Leprosy now: epidemiology, progress, challenges, and research gaps". The Lancet infectious diseases. 11 (6): 464–70. doi:10.1016/S1473-3099(11)70006-8. PMID 21616456.
  6. Walsh F (2007-03-31). "The hidden suffering of India's lepers". BBC News.
  7. Lyn TE (2006-09-13). "Ignorance breeds leper colonies in China". Independat News & Media. Retrieved 2010-01-31.
  8. ୮.୦ ୮.୧ Byrne, Joseph P. (2008). Encyclopedia of pestilence, pandemics, and plagues. Westport, Conn.[u.a.]: Greenwood Press. p. 351. ISBN 9780313341021.
  9. McMenamin, Dorothy (2011). Leprosy and stigma in the South Pacific : a region-by-region history with first person accounts. Jefferson, N.C.: McFarland. p. 17. ISBN 9780786463237.