କୁମୁଦ ଚନ୍ଦ୍ର ସିଂହ

ଓଡ଼ିଆ ରାଜନୀତିଜ୍ଞ

କୁମୁଦ ଚନ୍ଦ୍ର ସିଂହ (୨୩ ଅପ୍ରେଲ ୧୯୨୪ - ୨୬ ଫେବୃଆରୀ ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । କୁମୁଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଅନୁଗୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

କୁମୁଦ ଚନ୍ଦ୍ର ସିଂହ
ବିଧାୟକ: ୨ୟ, ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୭୧
ପୂର୍ବ ଅଧିକାରୀହୃଷିକେଶ ତ୍ରିପାଠୀ
ପର ଅଧିକାରୀଦେବରାଜ ସାହୁ
ନିର୍ବାଚନ ମଣ୍ଡଳୀଅନୁଗୋଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1924-04-23)ଅପ୍ରେଲ ୨୩, ୧୯୨୪
ମୃତ୍ୟୁ୨୬ ଫେବୃଆରୀ ୧୯୯୧(1991-02-26) (ବୟସ ୬୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଜୀବନ ସାଥୀଶିଲା କୁମାରୀ
ବାପା/ବୋଉନବକିଶୋର ଚନ୍ଦ୍ର ସିଂହ ମର୍ଦ୍ଦରାଜ ଜଗଦେବ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

କୁମୁଦ ଚନ୍ଦ୍ର ସିଂହ ୧୯୨୪ ମସିହାର ଅପ୍ରେଲ ମାସ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନବକିଶୋର ଚନ୍ଦ୍ର ସିଂହ ମର୍ଦ୍ଦରାଜ ଜଗଦେବ ଓ ପତ୍ନୀଙ୍କ ନାମ ଶିଲା କୁମାରୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।[୧]

ରାଜନୈତିକ ଜୀବନ ସମ୍ପାଦନା

କୁମୁଦ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

କୁମୁଦ ଚନ୍ଦ୍ର ସିଂହ ୧୯୯୧ ମସିହାର ଫେବୃଆରୀ ମାସ ୨୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Shri Kumud Chandra Singh". odishaassembly.nic.in. Odisha Assembly. Retrieved 24 June 2020.