କୁମାର ହସନ

ଓଡ଼ିଆ କବି
(କୁମାର ହସନ୍ରୁ ଲେଉଟି ଆସିଛି)

କୁମାର ହସନ (୨ ଫେବୃଆରୀ ୧୯୬୦ – ୫ ଅଗଷ୍ଟ ୨୦୨୩) ଜଣେ ଓଡ଼ିଆ-ଭାଷୀ ସାମ୍ବାଦିକ, କବି, ଅନୁବାଦକ ଥିଲେ । ତାଙ୍କର ଜଣାଶୁଣା ରଚନାବଳୀ ମଧ୍ୟରେ ଡୁମା: ଓଡ଼ିଆର ନିର୍ବାଚିତ ଆଦିବାସୀ କାହାଣୀ, ଇତି, ତୁମର ମୁଁ: କୁମାର ହସନଙ୍କର ପ୍ରେମ କବିତା, ନିସିଦ୍ଧ କଥା, ସମ୍ବଲପୁରୀ ଲୋକସାହିତ୍ୟ: ୧୯୮୩–, ସମ୍ବଲପୁରର ସ୍ୱାଧୀନତା ସଂଗ୍ରାମଶ୍ରେଷ୍ଠ ଓଡ଼ିଆ କାହାନୀୟାଁ (ହିନ୍ଦୀ ଅନୁବାଦ) ଆଦି ଅନ୍ୟତମ ।

କୁମାର ହସନ
ଜନ୍ମ ଓ ଜନ୍ମସ୍ଥାନ(1960-02-02)୨ ଫେବୃଆରୀ ୧୯୬୦
ସମ୍ବଲପୁର ଜିଲ୍ଲା
ମୃତ୍ୟୁ୫ ଅଗଷ୍ଟ ୨୦୨୩(2023-08-05) (ବୟସ ୬୩)
ସମ୍ବଲପୁର
ସମାଧି ସ୍ଥଳସମ୍ବଲପୁର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଚିକିତ୍ସାଧୀନ ଭାବେ ୨୦୨୩ ମସିହା ଅଗଷ୍ଟ ୫ ତାରିଖରେ ସମ୍ବଲପୁରରେ ତାଙ୍କର ୬୩ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।[]

କୁମାର ହସନ ୧୯୬୦ ଫେବୃଆରୀ ୨ ତାରିଖ ଦିନ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ ।[] ହିରାକୁଦ ନିକଟସ୍ଥ ବର୍ତ୍ତମାନର ଝାରସୁଗୁଡ଼ା ଜିଲ୍ଲାର ବିଚ୍ଛେଦଗଡ଼ଠାରେ ତାଙ୍କର ବାଲ୍ୟକାଳ ବିତିଥିଲା ।[]

ପରିବାର

ସମ୍ପାଦନା

କୁମାର ହସନଙ୍କ ପିତା ମୌଲାନା ମୁସ୍ତକିମ ଖାନ ଗୌନ୍ତିଆ ଜଣେ ଗାୟକ, ବାଦକ ଓ ଜ୍ୟୋତିଷ ଥିଲେ । ତାଙ୍କ ମା ଜୁବେଦାବାଈ ଜଣେ ଗୃହିଣୀ ଥିଲେ ।[] ସେ ବିଲକିସ ଜାହାଁବେଗମଙ୍କୁ ବିବାହ କରିଥିଲେ । ବିଲକିସ ଜାହାଁବେଗମ ୨୦୨୧ ମସିହାରେ ଦେହାନ୍ତ ହୋଇଥିଲା । ତାଙ୍କର ୩ ପୁଅ ସାଦିକ ହସନ, ସମୀର ହସନ ଓ ଫିରୋଜ ହସନ ଏବଂ ୩ ଝିଅ ସୀମା ସବନମ, ସବାନା ବେଗମ ଓ ନିଲୋଫର ବେଗମ ଅଛନ୍ତି । ତାଙ୍କର ଦୁଇ ଜ୍ୱାଇଁ ମୁଜିମୁଦ୍ଦିନ ଖାନ ଓ ଅନୱର ଖାନ ଏବଂ ୨ ନାତି ଅଛନ୍ତି । []

ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ହୋଇ ୨୦୨୩ ମସିହା ଅଗଷ୍ଟ ୫ ତାରିଖରେ ସମ୍ବଲପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ୬୩ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।[]

ରଚନାବଳୀ

ସମ୍ପାଦନା

ସମ୍ପାଦନା

ସମ୍ପାଦନା

କୁମାର ହସନ ବିଭିନ୍ନ ପତ୍ରପତ୍ରିକାର ସମ୍ପାଦନା କରିଛନ୍ତି । ସେ ମଧ୍ୟରୁ

  • ମଣିଷ
  • ହୀରାଖଣ୍ଡ
  • ଗଣବାର୍ତ୍ତା
  • ବଉଳବାଣୀ
  • ସମାଜ (ସହ-ସମ୍ପାଦକ)
  • ଝରଣା (ତ୍ରୈମାସିକ)
  • ଟ୍ରିସ ଫର ଲାଇଫ (ଇଂରାଜୀ ମାସିକ ପତ୍ରିକା)[]

କାହାଣୀ

ସମ୍ପାଦନା
  • ଡୁମା: ଓଡ଼ିଆର ନିର୍ବାଚିତ ଆଦିବାସୀ କାହାଣୀ (୨୦୧୨; ଆଦିବାସୀ ଲୋକକଥା ସଙ୍କଳନ)
  • ନିଷିଦ୍ଧ କଥା
  • ଇତି, ତୁମର ମୁଁ: କୁମାର ହସନଙ୍କର ପ୍ରେମ କବିତା (୨୦୦୮)

ପ୍ରବନ୍ଧ

ସମ୍ପାଦନା
  • ସମ୍ବଲପୁରୀ ଲୋକସାହିତ୍ୟ (୧୯୮୩)
  • ସମ୍ବଲପୁରର ସ୍ୱାଧୀନତା ସଂଗ୍ରାମ (୨୦୦୧; ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସମ୍ବଲପୁର ଜିଲ୍ଲାର ଯୋଗଦାନ)
  • ସାହିତ୍ୟ ଅସାହିତ୍ୟ (୧୯୯୯)

ଅନୁବାଦ

ସମ୍ପାଦନା
  • ଶ୍ରେଷ୍ଠ ଓଡ଼ିଆ କାହାନୀୟାଁ (୧୯୮୮; ହିନ୍ଦୀ ଅନୁବାଦ)
  • କୁର୍ଭୁଲ ଆଇ ହାଇଦରଙ୍କ ନିର୍ବାଚିତ କାହାଣୀ[]

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) - ୨୦୦୬ (କୁର୍ଭୁଲ ଆଇ ହାଇଦରଙ୍କ ନିର୍ବାଚିତ କାହାଣୀ)
  • ଝଙ୍କାର କବିତା ପୁରସ୍କାର, ୨୦୨୧ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[]
  • ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ - ୨୦୨୨ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)[]
  • ବସନ୍ତ ମୁଦୁଲୀ କବିତା ପୁରସ୍କାର, ୧୯୮୮
  • କବି ଦୁର୍ଗେଶ ଖାଡ଼େଙ୍ଗା କବିତା ପୁରସ୍କାର
  1. ୧.୦ ୧.୧ "ବିଶିଷ୍ଟ ସାହିତ୍ୟିକ ଏବଂ ସାମ୍ବାଦିକ କୁମାର ହସନଙ୍କ ଦେହାନ୍ତ". Sambad. 2023-08-05. Retrieved 2023-08-05.
  2. "ସାହିତ୍ୟ ମଣିଷକୁ ଆହୁରି ବେଶୀ ମଣିଷ କରେ". ସମ୍ବାଦ. Archived from the original on ୧୧ ସେପ୍ଟେମ୍ବର ୨୦୨୨. Retrieved ୧୨ ସେପ୍ଟେମ୍ବର ୨୦୨୨. {{cite web}}: Check date values in: |accessdate= and |archivedate= (help)
  3. AM, Nisar Ahammad Nisar says: 23/03/2018 at 6:22 (2018-03-22). "Interview With Kumar Hassan| Countercurrents". countercurrents.org (in ଆମେରିକୀୟ ଇଂରାଜୀ). Retrieved 2023-08-05.{{cite web}}: CS1 maint: numeric names: authors list (link)
  4. "Interview With Kumar Hassan". www.countercurrents.org. countercurrents.org. Retrieved 4 March 2022.
  5. "ବିଶିଷ୍ଟ ସାହିତ୍ୟିକ କୁମାର ହସନଙ୍କ ପତ୍ନୀବିୟୋଗ". www.samajalive.in. ସମାଜ. Retrieved 4 March 2022.
  6. କାର୍ତ୍ତିକ ଚରଣ ଦତ୍ତ (୧୯୯୯). Who's who of Indian Writers, 1999: A-M. ସାହିତ୍ୟ ଏକାଡେମୀ. pp. ୧୪୯୦. Retrieved 4 March 2022.
  7. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକାବଳୀ ଓ ଲେଖକବୃନ୍ଦ" (PDF). Orissa Annual Reference (୨୦୧୮): ୧୩୫-୧୩୮. Archived from the original (PDF) on 28 July 2022. Retrieved 4 March 2022.
  8. "ମର୍ଯ୍ୟାଦାଜନକ ବିଷୁବ ପୁରସ୍କାର ଘୋଷଣା". ପ୍ରଜାତନ୍ତ୍ର ପ୍ରଚାର ସମିତି. ୩ ଅପ୍ରେଲ ୨୦୨୧. p. ୧. Archived from the original on ୧୩ ଜୁନ ୨୦୨୧. Retrieved 13 June 2021. {{cite web}}: Check date values in: |date= and |archivedate= (help)
  9. "ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ 'ଉତ୍କଳ ରତ୍ନ'". No. ସମାଜ ୧୨/୦୫/୨୦୨୨ କଟକ ସଂସ୍କରଣ ପୃଷ୍ଠା ୪. ସମାଜ. Archived from the original on 12 May 2022. Retrieved 12 May 2022.