କୁମାର ହସନ
କୁମାର ହସନ (୨ ଫେବୃଆରୀ ୧୯୬୦ – ୫ ଅଗଷ୍ଟ ୨୦୨୩) ଜଣେ ଓଡ଼ିଆ-ଭାଷୀ ସାମ୍ବାଦିକ, କବି, ଅନୁବାଦକ ଥିଲେ । ତାଙ୍କର ଜଣାଶୁଣା ରଚନାବଳୀ ମଧ୍ୟରେ ଡୁମା: ଓଡ଼ିଆର ନିର୍ବାଚିତ ଆଦିବାସୀ କାହାଣୀ, ଇତି, ତୁମର ମୁଁ: କୁମାର ହସନଙ୍କର ପ୍ରେମ କବିତା, ନିସିଦ୍ଧ କଥା, ସମ୍ବଲପୁରୀ ଲୋକସାହିତ୍ୟ: ୧୯୮୩–, ସମ୍ବଲପୁରର ସ୍ୱାଧୀନତା ସଂଗ୍ରାମ ଓ ଶ୍ରେଷ୍ଠ ଓଡ଼ିଆ କାହାନୀୟାଁ (ହିନ୍ଦୀ ଅନୁବାଦ) ଆଦି ଅନ୍ୟତମ ।
କୁମାର ହସନ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ସମ୍ବଲପୁର ଜିଲ୍ଲା | ୨ ଫେବୃଆରୀ ୧୯୬୦
ମୃତ୍ୟୁ | ୫ ଅଗଷ୍ଟ ୨୦୨୩ ସମ୍ବଲପୁର | (ବୟସ ୬୩)
ସମାଧି ସ୍ଥଳ | ସମ୍ବଲପୁର |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଚିକିତ୍ସାଧୀନ ଭାବେ ୨୦୨୩ ମସିହା ଅଗଷ୍ଟ ୫ ତାରିଖରେ ସମ୍ବଲପୁରରେ ତାଙ୍କର ୬୩ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।[୧]
ଜୀବନୀ
ସମ୍ପାଦନାକୁମାର ହସନ ୧୯୬୦ ଫେବୃଆରୀ ୨ ତାରିଖ ଦିନ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ ।[୨] ହିରାକୁଦ ନିକଟସ୍ଥ ବର୍ତ୍ତମାନର ଝାରସୁଗୁଡ଼ା ଜିଲ୍ଲାର ବିଚ୍ଛେଦଗଡ଼ଠାରେ ତାଙ୍କର ବାଲ୍ୟକାଳ ବିତିଥିଲା ।[୩]
ପରିବାର
ସମ୍ପାଦନାକୁମାର ହସନଙ୍କ ପିତା ମୌଲାନା ମୁସ୍ତକିମ ଖାନ ଗୌନ୍ତିଆ ଜଣେ ଗାୟକ, ବାଦକ ଓ ଜ୍ୟୋତିଷ ଥିଲେ । ତାଙ୍କ ମା ଜୁବେଦାବାଈ ଜଣେ ଗୃହିଣୀ ଥିଲେ ।[୪] ସେ ବିଲକିସ ଜାହାଁବେଗମଙ୍କୁ ବିବାହ କରିଥିଲେ । ବିଲକିସ ଜାହାଁବେଗମ ୨୦୨୧ ମସିହାରେ ଦେହାନ୍ତ ହୋଇଥିଲା । ତାଙ୍କର ୩ ପୁଅ ସାଦିକ ହସନ, ସମୀର ହସନ ଓ ଫିରୋଜ ହସନ ଏବଂ ୩ ଝିଅ ସୀମା ସବନମ, ସବାନା ବେଗମ ଓ ନିଲୋଫର ବେଗମ ଅଛନ୍ତି । ତାଙ୍କର ଦୁଇ ଜ୍ୱାଇଁ ମୁଜିମୁଦ୍ଦିନ ଖାନ ଓ ଅନୱର ଖାନ ଏବଂ ୨ ନାତି ଅଛନ୍ତି । [୫]
ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ହୋଇ ୨୦୨୩ ମସିହା ଅଗଷ୍ଟ ୫ ତାରିଖରେ ସମ୍ବଲପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ୬୩ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।[୧]
ରଚନାବଳୀ
ସମ୍ପାଦନାସମ୍ପାଦନା
ସମ୍ପାଦନାକୁମାର ହସନ ବିଭିନ୍ନ ପତ୍ରପତ୍ରିକାର ସମ୍ପାଦନା କରିଛନ୍ତି । ସେ ମଧ୍ୟରୁ
- ମଣିଷ
- ହୀରାଖଣ୍ଡ
- ଗଣବାର୍ତ୍ତା
- ବଉଳବାଣୀ
- ସମାଜ (ସହ-ସମ୍ପାଦକ)
- ଝରଣା (ତ୍ରୈମାସିକ)
- ଟ୍ରିସ ଫର ଲାଇଫ (ଇଂରାଜୀ ମାସିକ ପତ୍ରିକା)[୬]
କାହାଣୀ
ସମ୍ପାଦନା- ଡୁମା: ଓଡ଼ିଆର ନିର୍ବାଚିତ ଆଦିବାସୀ କାହାଣୀ (୨୦୧୨; ଆଦିବାସୀ ଲୋକକଥା ସଙ୍କଳନ)
- ନିଷିଦ୍ଧ କଥା
କବିତା
ସମ୍ପାଦନା- ଇତି, ତୁମର ମୁଁ: କୁମାର ହସନଙ୍କର ପ୍ରେମ କବିତା (୨୦୦୮)
ପ୍ରବନ୍ଧ
ସମ୍ପାଦନା- ସମ୍ବଲପୁରୀ ଲୋକସାହିତ୍ୟ (୧୯୮୩)
- ସମ୍ବଲପୁରର ସ୍ୱାଧୀନତା ସଂଗ୍ରାମ (୨୦୦୧; ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସମ୍ବଲପୁର ଜିଲ୍ଲାର ଯୋଗଦାନ)
- ସାହିତ୍ୟ ଅସାହିତ୍ୟ (୧୯୯୯)
ଅନୁବାଦ
ସମ୍ପାଦନା- ଶ୍ରେଷ୍ଠ ଓଡ଼ିଆ କାହାନୀୟାଁ (୧୯୮୮; ହିନ୍ଦୀ ଅନୁବାଦ)
- କୁର୍ଭୁଲ ଆଇ ହାଇଦରଙ୍କ ନିର୍ବାଚିତ କାହାଣୀ[୭]
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) - ୨୦୦୬ (କୁର୍ଭୁଲ ଆଇ ହାଇଦରଙ୍କ ନିର୍ବାଚିତ କାହାଣୀ)
- ଝଙ୍କାର କବିତା ପୁରସ୍କାର, ୨୦୨୧ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୮]
- ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ - ୨୦୨୨ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)[୯]
- ବସନ୍ତ ମୁଦୁଲୀ କବିତା ପୁରସ୍କାର, ୧୯୮୮
- କବି ଦୁର୍ଗେଶ ଖାଡ଼େଙ୍ଗା କବିତା ପୁରସ୍କାର
ଆଧାର
ସମ୍ପାଦନା- ↑ ୧.୦ ୧.୧ "ବିଶିଷ୍ଟ ସାହିତ୍ୟିକ ଏବଂ ସାମ୍ବାଦିକ କୁମାର ହସନଙ୍କ ଦେହାନ୍ତ". Sambad. 2023-08-05. Retrieved 2023-08-05.
- ↑ "ସାହିତ୍ୟ ମଣିଷକୁ ଆହୁରି ବେଶୀ ମଣିଷ କରେ". ସମ୍ବାଦ. Archived from the original on ୧୧ ସେପ୍ଟେମ୍ବର ୨୦୨୨. Retrieved ୧୨ ସେପ୍ଟେମ୍ବର ୨୦୨୨.
{{cite web}}
: Check date values in:|accessdate=
and|archivedate=
(help) - ↑ AM, Nisar Ahammad Nisar says: 23/03/2018 at 6:22 (2018-03-22). "Interview With Kumar Hassan| Countercurrents". countercurrents.org (in ଆମେରିକୀୟ ଇଂରାଜୀ). Retrieved 2023-08-05.
{{cite web}}
: CS1 maint: numeric names: authors list (link) - ↑ "Interview With Kumar Hassan". www.countercurrents.org. countercurrents.org. Retrieved 4 March 2022.
- ↑ "ବିଶିଷ୍ଟ ସାହିତ୍ୟିକ କୁମାର ହସନଙ୍କ ପତ୍ନୀବିୟୋଗ". www.samajalive.in. ସମାଜ. Retrieved 4 March 2022.
- ↑ କାର୍ତ୍ତିକ ଚରଣ ଦତ୍ତ (୧୯୯୯). Who's who of Indian Writers, 1999: A-M. ସାହିତ୍ୟ ଏକାଡେମୀ. pp. ୧୪୯୦. Retrieved 4 March 2022.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକାବଳୀ ଓ ଲେଖକବୃନ୍ଦ" (PDF). Orissa Annual Reference (୨୦୧୮): ୧୩୫-୧୩୮. Archived from the original (PDF) on 28 July 2022. Retrieved 4 March 2022.
- ↑ "ମର୍ଯ୍ୟାଦାଜନକ ବିଷୁବ ପୁରସ୍କାର ଘୋଷଣା". ପ୍ରଜାତନ୍ତ୍ର ପ୍ରଚାର ସମିତି. ୩ ଅପ୍ରେଲ ୨୦୨୧. p. ୧. Archived from the original on ୧୩ ଜୁନ ୨୦୨୧. Retrieved 13 June 2021.
{{cite web}}
: Check date values in:|date=
and|archivedate=
(help) - ↑ "ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ 'ଉତ୍କଳ ରତ୍ନ'". No. ସମାଜ ୧୨/୦୫/୨୦୨୨ କଟକ ସଂସ୍କରଣ ପୃଷ୍ଠା ୪. ସମାଜ. Archived from the original on 12 May 2022. Retrieved 12 May 2022.