କୁପିଆ ଭାଷା
କୁପିଆ କିମ୍ବା ବାଲ୍ମୀକି, ଓଡ଼ିଆ ସହିତ ଜଡ଼ିତ ଏବଂ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ବାଲ୍ମୀକି ଆଦିବାସୀ ସମ୍ପ୍ରଦାୟର ଲୋକଙ୍କଦ୍ୱାରା କଥିତ ଏକ ଇଣ୍ଡୋ-ଆର୍ଯ୍ୟ ଭାଷା । ବାଲ୍ମୀକିମାନେ ଓଡ଼ିଶାର କୋରାପୁଟ ତଥା ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦ, ମେହେବୁବନଗର, ଶ୍ରୀକାକୁଲମ୍, ବିଜୟ ନଗର, ପୂର୍ବ ଗୋଦାବରୀ ଏବଂ ବିଶାଖାପାଟଣା ଜିଲ୍ଲାରେ ମୁଖ୍ୟତଃ ବସବାସ କରନ୍ତି ।[୧] ଆନ୍ଧ୍ରପ୍ରଦେଶର ପ୍ରାୟ ୬,୬୦୦ ବାଲ୍ମୀକି ଲୋକ କୁପିଆ କହନ୍ତି ।
କୁପିଆ ଭାଷା | |
---|---|
ଭାଲ୍ମୀକି, ବାଲ୍ମୀକି | |
Native to | ଭାରତ |
ଅଞ୍ଚଳ | ଓଡ଼ିଶା, ଆନ୍ଧ୍ରପ୍ରଦେଶ |
ଜାତିସତ୍ତା | ୭୯,୦୦୦ (୨୦୦୭) |
ଇଣ୍ଡୋ-ୟୁରୋପୀୟ
| |
ଓଡ଼ିଆ, ତେଲୁଗୁ | |
ଭାଷା କୋଡ୍ | |
ISO ୬୩୯-୩ | key |
ଗ୍ଲୋଟୋଲୋଗ | kupi1238 |
ଅନ୍ୟ ଆଦିବାସୀମାନଙ୍କ ତୁଳନାରେ ବାଲ୍ମୀକି ଜନଜାତିଙ୍କ ମଧ୍ୟରେ ସାକ୍ଷରତା ହାର ତୁଳନାତ୍ମକ ଭାବରେ ଅଧିକ । ତେବେ ଗରିବ ପରିବାରର ପୁଅମାନେ ନିଜ ପରିବାରକୁ ସହାୟତା କରିବା ପାଇଁ ସାଧାରଣତଃ ବିଦ୍ୟାଳୟ ଛାଡ଼ିଥାନ୍ତି ଏବଂ ବାଳିକାମାନେ ଉଚ୍ଚଶିକ୍ଷା ପାଇବାକୁ ଉତ୍ସାହିତ ହୁଅନ୍ତି ନାହିଁ । ଭାରତୀୟ ପୁରାଣରେ କୁପିଆ ଲିପିର ମୂଳ ରହିଛି ।
ଲିପି
ସମ୍ପାଦନାକୁପିଆ ଭାଷା ସାଧାରଣତଃ ଓଡ଼ିଆ କିମ୍ବା ତେଲୁଗୁ ଲିପିରେ ଲେଖାଯାଏ ଓ ସମ୍ପ୍ରଦାୟର ଅବସ୍ଥିତି ଅଞ୍ଚଳ ଉପରେ ନିର୍ଭର କରେ । ସତୁପତି ପ୍ରସନ୍ନ ଶ୍ରୀ ଏକ ନୂଆ କୁପିଆ ବର୍ଣ୍ଣମାଳା ମଧ୍ୟ ସୃଷ୍ଟିକରିଥିଲେ ।
ଆଧାର
ସମ୍ପାଦନା- ↑ Pattanayak, Subrat Kalayan; Dash, Biswanandan (December 2020), An Ethnolinguistic Repositioning of the Balmiki Language of Odisha: A Bibliographic Appraisal, Centurion University of Technology and Management