କୁଜିବର ପ‌ତ୍ର ‌‌‌‌ଓଡ଼ିଆ ଭାଷାରେ ପ୍ରକାଶିତ ପ୍ରଥମ ଖବର କାଗଜ ।[୧] ଏହା ୧୮୩୦ ଦଶକରେ ଚୌଦ୍ୱାର ନିକଟସ୍ଥ କୁଜିବର ଗାଁରେ ଥିବା କୁଜିବର ମଠର ମହ‌ନ୍ତ ସୁନ୍ଦରା ଦାସ(ସାଧୁସୁନ୍ଦର ଦାସ)ଙ୍କଦ୍ୱାରା ପ୍ରକାଶିତ ହୋଇ ହାତଲେଖା ପ‌ତ୍ରିକା ଭାବରେ ବିତରିତ ହେଉଥିଲା ।[୨] ସେସମୟରେ ଏପରି ହାତଲେଖା ପତ୍ରିକା ସମଗ୍ର ଭାରତବର୍ଷରେ ଏକ ବିରଳ ଘଟଣା ଥିଲା । ଏହି ଖବର କାଗଜଟି ସେସମୟର ସାମାଜିକ, ଧାର୍ମିକ ଓ ଶିକ୍ଷାବ୍ୟବସ୍ଥା ଉପରେ ଆଲୋକପାତ କରୁଥିଲା । ଗଙ୍ଗାଧର ଷଢଙ୍ଗୀ, ରାମଚନ୍ଦ୍ର ଜାଚୁକ ବିଭିନ୍ନ ସମୟରେ ଏହି ଖବର କାଗଜର ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ ।[୩]

କୁଜିବର ପ‌ତ୍ରର କେତେକ ସଂଖ୍ୟା ଲଣ୍ଡନର ଇଣ୍ଡିଆ ହାଉସ ପାଠାଗାର ବା ବ୍ରିଟିସ ମ୍ୟୁଜିୟମରେ ଥିବା ବିଶ୍ୱାସ କରାଯାଏ । ଏହି ପତ୍ରର ସଂଖ୍ୟା ୭ ଓ ୮ରେ ଲେଖାଯାଇଥିଲା "ଇନ୍ଦ୍ରିୟ ସଂଯମ କର, ଚରିତ୍ରବାନ ହୁଅ, ଆଚାର ବିଚାର ଓ ନୀତି ପରାୟଣ ହୁଅ, ନିଶା ନିଷେଧ, ବୃକ୍ଷ ଛେଦନ କରନାହିଁ, ପଶୁବଧ ମହାପାପ,ଶିଶୁହତ୍ୟା କରନାହିଁ, ସର୍ବଘଟରେ ଈଶ୍ୱର ବିଦ୍ୟମାନ, ନାରୀ ହରଣ କରନାହିଁ, ମିଥ୍ୟ କୁହନାହିଁ, ଚୋରି କରନାହିଁ, କପଟତା ତ୍ୟାଗ କର, ଈର୍ଷା କରନାହିଁ, କ୍ରୋଧ ଓ ଘୁଣାଠାରୁ ଦୂରରେ ରୁହ, ଶତୁକୁ ପ୍ରେମ କର, ସୃଜନ ଓ ପରବାରକୁ ସେମ୍ଳହ କର, ବୟସ୍କମାନଙ୍କୁ ଭକ୍ତି କର, କାହାରିକୁ oକ ନାହିଁ, କାହା ବିରୋଧରେ ମିଥ୍ୟ ସାକ୍ଷୀ ଦିଅନାହିଁ, ଦୁଃଖୀ ଓ ଅଭାବୀ ଲୋକଙ୍କୁ ସାହାଯ୍ୟକର ।"

ମହ‌ନ୍ତ ସୁନ୍ଦରା ଦାସ, ଜଣେ ଜୀବନବାଦୀ ସମାଜସଂସ୍କାରକ ଥିଲେ । ଅଣ୍ଟାରେ ଲୁହାର ଜଞ୍ଜିରଦ୍ୱାରା ବାନ୍ଧି କେବଳ ଏକ କୌପୀନ ପରିଧାନ କରୁଥିଲେ ।[୪]

ଆଉରି ଦେଖନ୍ତୁ ସମ୍ପାଦନା

  1. ପୁରୁଣା ଓଡ଼ିଆ ଖବରକାଗଜ ଓ ପତ୍ରପତ୍ରିକା ତାଲିକା

ଆଧାର ସମ୍ପାଦନା

  1. "Orissa news media". orissadiary.com. Retrieved 11 September 2013. a handwritten newspaper called 'Kujibar Patra' edited by Sadhu Sunder Das[permanent dead link]
  2. "SCIENCE WRITING IN ORIYA 1850 - 1950" (PDF). Retrieved 11 September 2013. {{cite journal}}: Cite journal requires |journal= (help)
  3. The Orissa Historical Research Journal. Superintendent of Museum. 1980.
  4. "ଓଡ଼ିଶାର ପ୍ରଥମ ସମ୍ବାଦପତ୍ର 'କୃଜୀବର ପତ୍ର'". ସମ୍ବାଦ ୩୦/୦୭/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨. Retrieved 1 August 2016.[permanent dead link]