କିଶୋରୀ ଗର୍ଭାଧାନ

କିଶୋରୀ ଗର୍ଭାଧାନ କୁହାଯାଏ ଯେତେବେଳେ ୨୦ ବର୍ଷରୁ କମ୍ ମହିଳା ଗର୍ଭଧାରଣ କରନ୍ତି ।[] ଡିମ୍ବୋଦୟ (ovulation) ଆରମ୍ଭ ହେବା ପରେ ଯୌନ ସମ୍ପର୍କ ରଖିଲେ ଗର୍ଭଧାରଣ ହୋଇପାରେ, ଯାହା ପ୍ରଥମ ଋତୁସ୍ରାବ (menarche) ପୂର୍ବରୁ ହୋଇପାରେ ।[] ଭଲ ପୋଷଣ ପ୍ରାପ୍ତ ଝିଅମାନଙ୍କର ଋତୁସ୍ରାବ ସାଧାରଣତଃ ୧୨ କିମ୍ବା ୧୩ ବର୍ଷ ବୟସରୁ ଆରମ୍ଭ ହୋଇଥାଏ ଓ ସ୍ୱଳ୍ପ ଆୟକାରୀ ଦେଶରେ ଏହା ସାଧାରଣତ ୧୪ ବର୍ଷ ବୟସର ସାମାନ୍ୟ ପରେ ଆରମ୍ଭ ହୁଏ ।[] []

Teenage pregnancy
Teen pregnancy, adolescent pregnancy
Drawing of a young poverty-stricken girl clutches her child, Boston, 1884.
ବିଭାଗObstetrics
ଲକ୍ଷଣPregnancy under the age of 20[]
ବିପଦ କାରକLower education, poverty, child marriage, lack of access to birth control, foster care, substance misuse, religion, sexual abuse[][][]
ପ୍ରତିକାରComprehensive sex education, birth control, not having sex[][]
ପୁନଃପୌନିକ21 million per year (developing world)[]
ମୃତ୍ୟୁ ସାନ୍ଦ୍ରତାLeading cause of death (15 to 19 year old females)[]

ଏକ୍ଲାମ୍ପସିଆ, ଗର୍ଭଧାରଣର ରକ୍ତହୀନତା, ପ୍ରସବ ପୂର୍ବରୁ ଜନ୍ମ, ପ୍ରସବ ପରବର୍ତ୍ତୀ ସଂକ୍ରମଣ, ପ୍ରସୂତି ଫିସଚୁଲା ଏବଂ ପ୍ରସବ ହେବାର ଆଶଙ୍କା ଏହି ବୟସରେ ଅଧିକ ଥାଏ ।[] [] [] ଗର୍ଭଧାନର ଜଟିଳତା ଯୋଗୁ ୧୫ରୁ ୧୯ ବର୍ଷ ବୟସର ବାଳିକାମାନଙ୍କ ମୃତ୍ୟୁର ଏକ ପ୍ରମୁଖ କାରଣ ଅଟେ ।[] [] ୧୫ ବର୍ଷରୁ କମ୍ ବୟସରେ ମାତୃ ମୃତ୍ୟୁ ଆଶଙ୍କା ପାଞ୍ଚ ଗୁଣ ଅଧିକ ହୋଇପାରେ ।[୧୦] ଯୁକ୍ତରାଷ୍ଟ୍ରରେ ଯୌନ ସମ୍ପର୍କ ନ ରଖିବା ହେତୁ କମ୍ ଗର୍ଭ ହାରରେ ପରିଣତ ହୋଇଥିଲେ ମଧ୍ୟ ନିବୃତ୍ତ ଶିକ୍ଷା କାର୍ଯ୍ୟକ୍ରମ (abstinence education programs) ପ୍ରଭାବଶାଳୀ ନୁହେଁ ।[] [୧୧]

ନିମ୍ନ ଶିକ୍ଷା ଏବଂ ଦାରିଦ୍ର୍ୟ ସହିତ କିଶୋରୀ ଗର୍ଭଧାରଣ ଜଡ଼ିତ ଅଟେ ।[] ଅନ୍ୟାନ୍ୟ ସଙ୍କଟ ମଧ୍ୟରେ ଶିଶୁ ବିବାହ, ଜନ୍ମ ନିୟନ୍ତ୍ରଣର ଅଭାବ, ପୋଷ୍ୟ ଚିକିତ୍ସାରେ ରହିବା, ଧର୍ମ ଏବଂ ଯୌନ ଶୋଷଣ ଅନ୍ତର୍ଭୁକ୍ତ ହୋଇପାରେ ।[] [] [] ଶିକ୍ଷାଗତ ହସ୍ତକ୍ଷେପ ଏବଂ ଜନ୍ମ ନିୟନ୍ତ୍ରଣ କରିବା ଯୋଗୁ ଅବାଞ୍ଛିତ କିଶୋରୀ ଗର୍ଭଧାରଣ ହ୍ରାସ ହୋଇପାରେ । [] [୧୨]

ପ୍ରାୟ ୨୦% କିଶୋରୀଙ୍କର ସନ୍ତାନ ଅଛନ୍ତି ।[] କେବଳ ୨୦୨୩ ମସିହାରେ ପ୍ରତି ୧୦୦୦ରେ ୪୩ ଜଣ ମହିଳାଙ୍କର ୨୦ରୁ କମ ବୟସରେ ପିଲା ଅଛନ୍ତି । [] ପ୍ରତି ୧୦୦୦ରେ ଆଫ୍ରିକାରେ ୯୭ ହାର ଏବଂ ୟୁରୋପରେ ୧୩ ହାର ଅଟେ ।[] ୧୯୯୦ରୁ ଯୁକ୍ତରାଷ୍ଟ୍ରରେ ଏହି ହାର ହ୍ରାସ ପାଉଛି ।[] ବିକାଶଶୀଳ ଦେଶରେ ପ୍ରାୟ ୧୫ରୁ ୧୯ ବର୍ଷ ବୟସରେ ୨୧ ନିୟୁତ ବୟସ୍କା ଗର୍ଭବତୀ ହୁଅନ୍ତି ଏବଂ ପ୍ରତିବର୍ଷ ୧୨ ନିୟୁତ ସନ୍ତାନ ଜନ୍ମ ହୁଅନ୍ତି ।[] ପ୍ରାୟ ୬ ନିୟୁତ ଗର୍ଭପାତ କରିଛନ୍ତି ଓ ସେମାନଙ୍କ ମଧ୍ୟରୁ ଅନେକ ଅସୁରକ୍ଷିତ ।[] ମାଆ ପାଇଁ ଅନେକ ନକାରାତ୍ମକ ପ୍ରଭାବ ଯେପରିକି ସାମାଜିକ କଳଙ୍କ, ଆର୍ଥିକ ସମସ୍ୟା ଏବଂ ଶିକ୍ଷା ବନ୍ଦହୋଇପାରେ ।[] []

  1. ୧.୦ ୧.୧ ୧.୨ Adolescent Pregnancy (PDF). World Health Organization. 2004. p. 5. ISBN 978-9241591454. Archived (PDF) from the original on 18 February 2018. Retrieved 28 July 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Adolescent pregnancy". www.who.int (in ଇଂରାଜୀ). Archived from the original on 18 October 2018. Retrieved 31 March 2024.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Maheshwari, MV; Khalid, N; Patel, PD; Alghareeb, R; Hussain, A (June 2022). "Maternal and Neonatal Outcomes of Adolescent Pregnancy: A Narrative Review". Cureus. 14 (6): e25921. doi:10.7759/cureus.25921. PMID 35844352.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "About Teen Pregnancy | CDC". www.cdc.gov (in ଆମେରିକୀୟ ଇଂରାଜୀ). 7 September 2023. Archived from the original on 30 November 2021. Retrieved 31 March 2024.
  5. ୫.୦ ୫.୧ Oringanje, Chioma; Meremikwu, Martin M; Eko, Hokehe; Esu, Ekpereonne; Meremikwu, Anne; Ehiri, John E (3 February 2016). "Interventions for preventing unintended pregnancies among adolescents". Cochrane Database of Systematic Reviews (in ଇଂରାଜୀ). 2016 (2): CD005215. doi:10.1002/14651858.cd005215.pub3. PMC 8730506. PMID 26839116.
  6. ୬.୦ ୬.୧ ୬.୨ "Early childbearing and teenage pregnancy rates by country". UNICEF DATA. Archived from the original on 26 January 2024. Retrieved 31 March 2024.
  7. "Can a Girl Get Pregnant if She Has Never Had Her Period?". Archived from the original on 2009-07-11. Retrieved 2022-01-26.
  8. Ibitoye, Mobolaji; Choi, Cecilia; Tai, Hina; Lee, Grace; Sommer, Marni (7 June 2017). "Early menarche: A systematic review of its effect on sexual and reproductive health in low- and middle-income countries". PLOS ONE. 12 (6): e0178884. doi:10.1371/journal.pone.0178884.{{cite journal}}: CS1 maint: unflagged free DOI (link)
  9. "Adolescent and young adult health". www.who.int (in ଇଂରାଜୀ). Archived from the original on 11 April 2020. Retrieved 31 March 2024.
  10. Mayor S (2004). "Pregnancy and childbirth are leading causes of death in teenage girls in developing countries". BMJ. 328 (7449): 1152. doi:10.1136/bmj.328.7449.1152-a. PMC 411126. PMID 15142897.
  11. Ott, Mary A; Santelli, John S (October 2007). "Abstinence and abstinence-only education". Current Opinion in Obstetrics and Gynecology. 19 (5): 446–452. doi:10.1097/GCO.0b013e3282efdc0b. PMC 5913747. PMID 17885460.
  12. International technical guidance on sexuality education: An evidence-informed approach (PDF). Paris: UNESCO. 2018. p. 18. ISBN 978-92-3-100259-5. Archived (PDF) from the original on 2018-11-13. Retrieved 2022-01-26.