କାଳୀୟଦଳନ ବେଶ
ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ଦିନ[୧] ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ କାଳୀୟ ଦଳନ ବେଶ ଅନୁଷ୍ଠିତ ହେବା ସହ କାଳୀୟଦଳନ ଘଟଣାଟିକୁ ଶ୍ରୀମନ୍ଦିର ବାହାରେ ଥିବା ମାର୍କଣ୍ଡେୟ ପୋଖରୀ କୂଳରେ ରୂପାୟିତ କରାଯାଇଥାଏ । ମହାପ୍ରଭୁ ଯମୂନା ଜଳରେ କୃଷ୍ଣରୂପରେ କାଳୀୟସର୍ପକୁ ମାରିଥିବାରୁ ତାହାର ସ୍ମାରକ ରୂପେ ଏହି ବେଶ ହୁଏ । ଏହିଦିନ ମହାପ୍ରଭୁଙ୍କ ବିଜେପ୍ରତିମା ମଦନମୋହନ ଓ ରାମକୃଷ୍ଣ ମାର୍କଣ୍ଡପୋଖରୀ ପାଖକୁ ଯାଆନ୍ତି ଓ ସେଠାରେ କାଳୀୟଦଳନ କରନ୍ତି ।[୨]ରତ୍ନସିଂହାସନରେ ବେଶ ଉପଚାର ଆରମ୍ଭ ହେବା ପୂର୍ବରୁ ଜଗନ୍ନାଥଙ୍କ ଅଷ୍ଟଧାତୁ ନିର୍ମିତ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ଲବଣଖିଆ ଛକଦେଇ ମାର୍କଣ୍ଡେୟ ପୋଖରୀ କୂଳକୁ ନିଆଯାଇଥାଏ । ସରୋବରସ୍ଥ ଦୀପଦାଣ୍ଡି ମଣ୍ଡପରେ ରୂପକାରଙ୍କଦ୍ୱାରା କାଷ୍ଠ ନିର୍ମିତ ଏକ କାଳୀୟନାଗକୁ ସଜ୍ଜିତ କରି ରଖାଯାଇଥାଏ । ସେଇ କାଳୀୟକୁ ଦଳନ କରିବା ପାଇଁ ଜଣେ ସେବାୟତ କୃଷ୍ଣବେଶରେ ଓ ଅନ୍ୟଜଣେ ଗୁଡ଼ିଆ ଜାତିର ବ୍ୟକ୍ତି ଗରୁଡ଼ ବେଶରେ ପ୍ରସ୍ତୁତ ହୋଇ ଥାଆନ୍ତି ଭାଗବତ ବର୍ଣ୍ଣିତ କାଳୀୟଦଳନର ମଧ୍ୟକାଳେ କାଳୀୟଦ୍ୱାରା କବଳିତ ହୋଇ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ସ୍ମରଣ କରିଥାନ୍ତି । ଗରୁଡ଼ ବେଶରେ ଥିବା ବ୍ୟକ୍ତି ଜଣକ ଆବିର୍ଭାବ ହୋଇ ଶ୍ରୀକୃଷ୍ଣଙ୍କୁ କାଳୀୟର ବନ୍ଧନରୁ ମୁକ୍ତ କରିବା ସହ ବିଷମୁକ୍ତ ହେବା ନିମନ୍ତେ ତାଙ୍କ ପାଟିରେ ଅମୃତ ଲଡୁ ଦେଇଥାନ୍ତି ।
ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କୁ ସାତଗୋଟି ଫଣାଥିବା ଗୋଟିଏ କଳାନାଗ ଉପରେ ନାଚୁଥିବା ପରି ପ୍ରଦର୍ଶିତ କରାଯାଇଥାଏ କାଳୀୟନାଗଟିକୁ ରୂପକାରମାନେ ବେତ, କଳାକନା ଓ ସୂତାରେ ଦରଜିମାନଙ୍କ ସହାୟତାରେ ନିର୍ମାଣ କରିଥାନ୍ତି ଏହି ବେଶପାଇଁ ଜଗନ୍ନାଥ ଓ ବଳଭଦ୍ରଙ୍କ ବିଗ୍ରହରେ କାଷ୍ଠ ନିର୍ମିତ ହସ୍ତ ପଦଯୁକ୍ତ କରାଯାଉଥିବା ବେଳେ ସୁଭଦ୍ରାଙ୍କ ବିଗ୍ରହରେ ବିଶେଷ କିଛି ପରିବର୍ତ୍ତନ ହୁଏ ନାହିଁ ବଳଭଦ୍ର ହସ୍ତଦ୍ୱୟରେ ହଳ ଓ ମୁଷଳ ଧାରଣ କରିଥାନ୍ତି ଏବଂ ତାଙ୍କ ସମ୍ମୁଖରେ ଥାଏ କାଷ୍ଠ ନିର୍ମିତ ଗାଈ ଓ ବାଛୁରୀ । ଶ୍ରୀଜଗନ୍ନାଥଙ୍କ ପାଦ କାଳୀୟର ମସ୍ତକ ଉପରେ[୩] ଥିବା ବେଳେ ବାମ ହାତରେ କାଳୀୟର ଲାଞ୍ଜ ଓ ଶୋଳ ନିର୍ମିତ ଶିଙ୍ଗା ଧରିଥାନ୍ତି ଅନ୍ୟ ହାତରେ ସୋଲ ନିର୍ମିତ ପ୍ରସ୍ଫୁଟିତ ପଦ୍ମଫୁଲଟିଏ ଧରିଥାଆନ୍ତି କାଳୀୟ ମର୍ଦ୍ଦନ କରୁଥିବା ଜଗନ୍ନାଥଙ୍କ ଦୁଇପାର୍ଶ୍ୱରେ କାଷ୍ଠ ନିର୍ମିତ ଦୁଇଟି ନାଗୁଣୀ ମୂର୍ତ୍ତି ପ୍ରାର୍ଥନା କରୁଥିବା ଭଙ୍ଗୀରେ ରଖାଯାଇଥାଏ
କାଳୀୟ ଦଳନ ବେଶର ପୂର୍ବଦିନ ଅର୍ଥାତ ଦଶମୀ ତିଥିରେ ବନଭୋଜି ବେଶ ଅନୁଷ୍ଠିତ ହେଉଥିବା ବେଳେ ତ୍ରୟୋଦଶୀ ଦିନ କୃଷ୍ଣ ବଳରାମ ବେଶ କରାଯାଇଥାଏ
ଆଧାର
ସମ୍ପାଦନା- ↑ "Vesha - Devotee Care Center". devoteecare.fullorissa.com. 2012. Archived from the original on 17 January 2013. Retrieved 28 September 2012.
this besha takes place on Bhadraba Krushna Ekadasi tithi(the 11th day of the dark fortnight in Bhadraba)
- ↑ "Lord Jagannath - Kaliya Dalana Besha of Lord Jagannath,Beshas of Lord Jagannath | orissa.oriyaonline.com". orissa.oriyaonline.com. 2012. Archived from the original on 7 June 2015. Retrieved 28 September 2012.
The actual scene of killing Kaliya is usually dramatized in the sacred tank of Markanda in the Puri town
- ↑ "Kaliya Dalana Besha – Costume Of Lord Jagannath | PURIWAVES". puriwaves.nirmalya.in. 2012. Retrieved 28 September 2012.
The hood of the snake placed at the feet of Sri Jagannath at the time Besha
{{cite web}}
: no-break space character in|title=
at position 48 (help)