କାଳିଚରଣ ହେମ୍ବ୍ରମ
କାଳିଚରଣ ହେମ୍ବ୍ରମ (ଜନ୍ମ : ୦୧ ମଇ ୧୯୬୦) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଜଣେ ସାନ୍ତାଳୀ ଭାଷାର ଲେଖକ ।[୧] ୨୦୧୯ ମସିହାରେ ସେ ନିଜ ପୁସ୍ତକ ଶିଶିରଜଲି ପାଇଁ ଏହି ପୁରସ୍କାର ଲାଭ କରିଥିଲେ ।[୨] ବୃତ୍ତିରେ ସେ ଜଣେ ପ୍ରଶାସନିକ ସେବା ଅଧିକାରୀ ।
କାଳିଚରଣ ହେମ୍ବ୍ରମ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ପ୍ରଶାସନିକ ଅଧିକାରୀ, ଲେଖକ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୨୦୧୯) |
ଜୀବନୀ
ସମ୍ପାଦନାହେମ୍ବ୍ରମ ୧୯୬୦ ମସିହା ମଇ ମାସ ୧ ତାରିଖରେ ମୟୂରଭଞ୍ଜରେ ଜନ୍ମଗ୍ରହଣ କରିଥିଲେ ।[୩] ସେ ବହଳଦା ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ଟାଟା କଲେଜରୁ ସେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାରେ ସେ କାର୍ଯ୍ୟ କରିଛନ୍ତି ।[୪]
ହେମ୍ବ୍ରମ ସାନ୍ତାଳୀ ଭାଷାରେ ଗଳ୍ପ, ନାଟକ ଓ ଗୀତ ରଚନା କରିଛନ୍ତି । ସାନ୍ତାଳୀ ଭାଷାର ଚଳଚ୍ଚିତ୍ର ଜିୱି ଜୁରୀରେ ସେ ସଂଳାପ ରଚନା କରିଥିଲେ ।
ତାଙ୍କ କ୍ଷୁଦ୍ର ଗଳ୍ପ ସଂକଳନ ଶିଶିରଜଲୀ ୨୦୧୩ ମସିହାରେ ପ୍ରକାଶିତ ହୋଇଥିଲା ।[୫] ଏହା ତାଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ ।[୬] ୧୫ଟି ଗଳ୍ପ ସମ୍ବଳିତ ଏହି ପୁସ୍ତକ ପାଇଁ ସେ ୨୦୧୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୭][୮][୯]
ରଚନାବଳୀ
ସମ୍ପାଦନା- Bousoyem Upol
- Dhibur Gating
- Jabor Gansng
- Damadol
- Guligodoriyo
- Saota Sechet
- Nirmoya Dharti
- Timir Sagingre Lo-Beer
- Donmese Barudang Tala Tordang
- Sisirjali
- Sirjon Kahet
ଆଧାର
ସମ୍ପାଦନା- ↑ Disha Experts (24 December 2019). Quarterly Current Affairs Vol. 4 - October to December 2019 for Competitive Exams. Disha Publications. pp. 22–. ISBN 978-93-89645-50-7.
- ↑ "Akademi Awards (1955-2015)". Sahitya Akademi. Archived from the original on 4 March 2016. Retrieved 4 March 2016.
- ↑ "সাঁওতালীর জন্য দিল্লী সাহিত্য আকাদেমী পুরস্কার পাচ্ছেন কালীচরণ হেমব্রম". Sar Sagun (in Bengali). 19 December 2019. Archived from the original on 3 January 2020. Retrieved 3 January 2020.
- ↑ "Odisha's Kalicharan Hembram To Receive Sahitya Akademi For Santali Anthology". Sambad English. 18 December 2019. Archived from the original on 3 January 2020. Retrieved 3 January 2020.
- ↑ "Santhali Writer From Odisha Wins Sahitya Akademi Award". Odisha Bytes. 20 December 2019. Archived from the original on 23 December 2019. Retrieved 3 January 2020.
- ↑ "প্রথম গল্প সংকলনেই এল পুরস্কার, সাঁওতালিতে সাহিত্য আকাদেমি কালীচরণ হেমব্রমের". prohor.in (in Bengali). 23 December 2019. Archived from the original on 3 January 2020. Retrieved 3 January 2020.
- ↑ "Sahitya Akademi's 2019 awards includes non-fiction by Shashi Tharoor". The Hindu. 18 December 2019. Retrieved 3 January 2020.
- ↑ "Shashi Tharoor, Nand Kishore Acharya among writers to receive Sahitya Akademi Award 2019". Outlook. 18 December 2019. Archived from the original on 3 January 2020. Retrieved 3 January 2020.
- ↑ "Two writers from Odisha to get Sahitya Akademi awards". The Times of India. 19 December 2019. Retrieved 3 January 2020.