କାଳଭୈରବ ମନ୍ଦିର, ବ୍ରାହ୍ମଣବରିଆ
କାଳଭୈରବ ମନ୍ଦିର, (ବଙ୍ଗାଳୀ: কালভৈরব মন্দির) ବଙ୍ଗଳାଦେଶରେ ଥିବା ଏକ ହିନ୍ଦୁ ମନ୍ଦିର ।[୧] ଏହି ମନ୍ଦରଟି ବଙ୍ଗଳାଦେଶର ବ୍ରାହ୍ମଣବରିଆ ଜିଲ୍ଲାର ମେଡାଠାରେ ଅବସ୍ଥିତ । ଏହି ମନ୍ଦିରଟି ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ । ଏହି ମନ୍ଦିର ବିଶାଳ ଶିବଲିଙ୍ଗ ପାଇଁ ପ୍ରସିଦ୍ଧ । ଏଠାକାର ୨୮ ଫୁଟ ଉଚ୍ଚର ଶିବ ପ୍ରତିମୂର୍ତ୍ତି ଦୁନିଆର ସବୁଠୁ ବଡ ଶିବଲିଙ୍ଗ ବୋଲି ଅନୁମାନ କରାଯାଏ | କାଳ ଭୈରବ କୁହାଯାଉଥିବା ହିନ୍ଦୁ ଭଗବାନ ଶିବ ଏଠାକାର ମୁଖ୍ୟ ଆକର୍ଷଣ ହୋଇଥିଲେ ମଧ୍ୟ ଦେବୀ କାଳୀଙ୍କୁ ମଧ୍ୟ ସେଠାରେ ପୂଜା କରାଯାଇଥାଏ । କାଳୀଙ୍କ ପ୍ରତିମୂର୍ତ୍ତି କାଳ ଭୈରବଙ୍କର ଡାହାଣ ପାର୍ଶ୍ୱରେ ଅବସ୍ଥିତ ଏବଂ ଦେବୀ ପାର୍ବତୀଙ୍କ ପ୍ରତିମୂର୍ତ୍ତି ବାମ ପାର୍ଶ୍ୱରେ ଶୋଭା ପାଉଛନ୍ତି । ଏହି ମନ୍ଦିର ବାଂଲାଦେଶର ଶୈବମାନଙ୍କ ପାଇଁ ଏକ ପ୍ରମୁଖ ତୀର୍ଥସ୍ଥାନ ଭାବେ ପରିଚିତ |[୨]
ଇତିହାସ
ସମ୍ପାଦନାଏହି ମନ୍ଦିର ଉନ୍ନବିଂଶ ଶତାବ୍ଦୀରୁ ଆରମ୍ଭ ହୋଇଥିବାର ଅନୁମେୟ । କିମ୍ବଦନ୍ତୀ ଅନୁସାରେ ପ୍ରାୟ ୨୦୦ ବର୍ଷ ପୂର୍ବେ ଦୁର୍ଗାଚରଣ ଆଚାର୍ଜୀ ନାମକ ଜଣେ ଶିଳ୍ପୀ ଏକ ସ୍ୱପ୍ନାଦେଶ ପାଇ ମାଟିରୁ ମୂର୍ତ୍ତି ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏହି ମନ୍ଦିର ନିର୍ମାଣ ପାଇଁ ସରାୟଲର ପ୍ରସିଦ୍ଧ ଜମିଦାର ନୁର ମହମ୍ମଦ ଜମି ଦାନ କରିଥିଲେ ।
ବାଂଲାଦେଶ ମୁକ୍ତି ଆନ୍ଦୋଳନ ସମୟରେ ପାକିସ୍ତାନୀ ସୈନିକମାନେ ବାଂଲାଦେଶର ଅନେକ ହିନ୍ଦୁ ମନ୍ଦିରକୁ ନଷ୍ଟ କରି ଲୁଟି ନେଇଥିଲେ। ଏହି ମନ୍ଦିରଟି ନଷ୍ଟ ହୋଇଥିବା ସେହିପରି ଅନେକ ହିନ୍ଦୁ ମନ୍ଦିର ମଧ୍ୟରୁ ଅନ୍ୟତମ ।[୩] ସୈନିକମାନେ ଡାଇନାମାଇଟ୍ ବ୍ୟବହାର କରି ଏହି ପ୍ରତିମୂର୍ତ୍ତିର କିଛି ଅଂଶ ନଷ୍ଟ କରିଦେଇଥିଲେ | ପରେ ପୁନର୍ବାର ଏହି ପ୍ରତିମୂର୍ତ୍ତି ତିଆରି କରାଯାଇଥିଲା । ଏହି ମୂର୍ତ୍ତି ନିର୍ମାଣ ପାଇଁ ଚାରି ବର୍ଷ ଲାଗିଗଲା କିନ୍ତୁ ଏହା ମାତ୍ର ୨୪ ଫୁଟ ଉଚ୍ଚତା ବିଶିଷ୍ଟ ହୋଇପାରିଲା । ବର୍ତ୍ତମାନର ମୂର୍ତ୍ତି ପଥରରେ ନିର୍ମିତ |
ଅବସ୍ଥିତି
ସମ୍ପାଦନାବ୍ରାହ୍ମଣବରିଆ ସହର ପ୍ରତିଷ୍ଠା ହେବା ପୂର୍ବରୁ ମେଡା ପ୍ରସିଦ୍ଧ ଟାଇଟାସ ନଦୀ କୂଳରେ ଅବସ୍ଥିତ ଏକ ବଜାର ଥିଲା | ଏହି ବଜାର ପ୍ରାୟ ୩୦୦ ବର୍ଷ ପୁରୁଣା | ଦୁର୍ଗାଚରଣ ପ୍ରଥମେ ଏହି ପ୍ରତିମୂର୍ତ୍ତିକୁ ନଦୀ କୂଳରେ ମାଟି ସହିତ ନିର୍ମାଣ କରିଥିଲେ |
ବିଶେଷତା
ସମ୍ପାଦନାଏହି ମନ୍ଦିରରେ ଉଭୟ ଦୈନିକ ଏବଂ ବାର୍ଷିକ ବିଭିନ୍ନ ପୂଜା ପର୍ବ ପାଳିତ ହୁଏ | ବିଭିନ୍ନ ଅଞ୍ଚଳର ଲୋକମାନେ ଏହି ମନ୍ଦିର ପରିଦର୍ଶନ କରିବାକୁ ଆସନ୍ତି | ଏହି ସ୍ଥାନ ବ୍ରାହ୍ମଣବରିଆ ଜିଲ୍ଲାର ଅନ୍ୟତମ ପରିଚିତ ପର୍ଯ୍ୟଟନସ୍ଥଳୀ ଭାବରେ ମଧ୍ୟ ପରିଚିତ | ମନ୍ଦିରର ଯତ୍ନ ନେବା ପାଇଁ ଏକ ପରିଚାଳନା କମିଟି ଅଛି | ରକ୍ଷଣାବେକ୍ଷଣ ସମସ୍ୟା ପାଇଁ ଶିବଙ୍କର ବିଶାଳ ପ୍ରତିମୂର୍ତ୍ତି ପ୍ରାୟତଃ ଏକ ସ୍ୱତନ୍ତ୍ର କୋଠରୀ ମଧ୍ୟରେ ରହିଅଛି | ବର୍ତ୍ତମାନ ବାଂଲାଦେଶ ସରକାର ଏହି ମନ୍ଦିରର ରକ୍ଷଣାବେକ୍ଷଣ ଦାୟୀତ୍ୱ ନେଇଅଛନ୍ତି ।
ବଙ୍ଗଳାଦେଶରେ ଏବେ ସୁରକ୍ଷିତ ଅବସ୍ଥାରେ ଥିବା ହିନ୍ଦୁ ମନ୍ଦିର ମଧ୍ୟରେ ଏହାର ଦୃଶ୍ୟମାନ କୀର୍ତ୍ତି ରାଶି ଗୁଡ଼ିକ ଏହି ମନ୍ଦିରକୁ ଏକ ବିଶେଷ ପରିଚୟ ଦେଇଛି ।
ଆଧାର
ସମ୍ପାଦନା- ↑ "About: Kal Bhairab Temple, Brahmanbaria". dbpedia.org. Retrieved 1 November 2024.
- ↑ "Brahmanbariawebsite". web.archive.org. Archived from the original on 17 July 2012. Retrieved 1 November 2024.
- ↑ "Dr. Mahanambrata Brahmachari". archive.ph. 26 January 2013. Archived from the original on 26 January 2013. Retrieved 1 November 2024.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |