କାର୍ତ୍ତିକ ଚନ୍ଦ୍ର ମାଝି

ଓଡ଼ିଆ ରାଜନୀତିଜ୍ଞ

କାର୍ତ୍ତିକ ଚନ୍ଦ୍ର ମାଝି (୨ ନଭେମ୍ବର ୧୯୩୨ - ୩ ମାର୍ଚ୍ଚ ୧୯୮୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । କାର୍ତ୍ତିକ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

କାର୍ତ୍ତିକ ଚନ୍ଦ୍ର ମାଝି
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀହରଦେବ ତିରିୟା
ପର ଅଧିକାରୀକାର୍ତ୍ତିକ ଚନ୍ଦ୍ର ମାଝି
ନିର୍ବାଚନ ମଣ୍ଡଳୀରାଇରଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1932-11-02)ନଭେମ୍ବର ୨, ୧୯୩୨
ମୃତ୍ୟୁ୩ ମାର୍ଚ୍ଚ ୧୯୮୮(1988-03-03) (ବୟସ ୫୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀସୁରଭି ଟୁଡୁ
ବାପା/ବୋଉଚନ୍ଦ୍ର ମୋହନ ମାଝି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

କାର୍ତ୍ତିକ ଚନ୍ଦ୍ର ମାଝି ୧୯୩୨ ମସିହାର ନଭେମ୍ବର ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚନ୍ଦ୍ର ମୋହନ ମାଝି ଏବଂ ପତ୍ନୀଙ୍କ ନାମ ସୁରଭି ଟୁଡୁ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ ସମ୍ପାଦନା

କାର୍ତ୍ତିକ ଚନ୍ଦ୍ର ମାଝି ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

କାର୍ତ୍ତିକ ଚନ୍ଦ୍ର ମାଝି ୧୯୮୮ ମସିହାର ମାର୍ଚ୍ଚ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Kartik Chandra Majhi". odishaassembly.nic.in. Odisha Assembly. Retrieved 18 October 2019.