କାପ୍ରିଓମାଇସିନ (ଇଂରାଜୀ ଭାଷାରେ Capreomycin) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଯକ୍ଷ୍ମା ରୋଗ ଚିକିତ୍ସା ନିମନ୍ତେ ଅନ୍ୟ ଔଷଧମାନଙ୍କ ସ‌ହିତ ଦିଆଯାଏ । ସକ୍ରିୟ ଔଷଧରୋଧୀ ଯକ୍ଷ୍ମା ରୋଗ (drug resistant tuberculosis) ନିମନ୍ତେ ଏହା ଦ୍ୱିତୀୟ ଧାଡ଼ିର ଔଷଧ ଭାବରେ ଦିଆଯାଏ । ଏହା ଶିରାଭ୍ୟନ୍ତରରେ (injection into a vein) ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

କାପ୍ରିଓମାଇସିନ
Clinical data
Trade namesCapastat
AHFS/Drugs.commonograph
MedlinePlusa682860
Pregnancy
category
  • C
Routes of
administration
intramuscular
ATC code
Identifiers
  • (3S)-3,6-diamino-N-[[(2S,5S,8E,11S,15S)-15-amino-11-[(4R)-2-amino-3,4,5,6-tetrahydropyrimidin-4-yl]-8-[(carbamoylamino)methylidene]-2-(hydroxymethyl)-3,6,9,12,16-pentaoxo-1,4,7,10,13-pentazacyclohexadec-5-yl]methyl]hexanamide; (3S)-3,6-diamino-N-[[(2S,5S,8E,11S,15S)-15-amino-11-[(4R)-2-amino-3,4,5,6-tetrahydropyrimidin-4-yl]-8-[(carbamoylamino)methylidene]-2-methyl-3,6,9,12,16-pentaoxo-1,4,7,10,13-pentazacyclohexadec-5-yl]methyl]hexanamide
CAS Number
PubChem CID
DrugBank
ChemSpider
UNII
KEGG
ChEMBL
NIAID ChemDB
Chemical and physical data
FormulaC25H44N14O8
Molar mass668.706 g/mol
3D model (JSmol)
  • C[C@H]1C(=O)N[C@H](C(=O)N/C(=C/NC(=O)N)/C(=O)N[C@H](C(=O)NC[C@@H](C(=O)N1)N)[C@H]2CCN=C(N2)N)CNC(=O)C[C@H](CCCN)N.C1CN=C(N[C@H]1[C@H]2C(=O)NC[C@@H](C(=O)N[C@H](C(=O)N[C@H](C(=O)N/C(=C/NC(=O)N)/C(=O)N2)CNC(=O)C[C@H](CCCN)N)CO)N)N
  • InChI=1S/C25H44N14O8.C25H44N14O7/c26-4-1-2-11(27)6-17(41)32-8-14-20(43)35-15(9-34-25(30)47)21(44)39-18(13-3-5-31-24(29)38-13)23(46)33-7-12(28)19(42)37-16(10-40)22(45)36-14;1-11-19(41)36-15(9-32-17(40)7-12(27)3-2-5-26)21(43)37-16(10-34-25(30)46)22(44)39-18(14-4-6-31-24(29)38-14)23(45)33-8-13(28)20(42)35-11/h9,11-14,16,18,40H,1-8,10,26-28H2,(H,32,41)(H,33,46)(H,35,43)(H,36,45)(H,37,42)(H,39,44)(H3,29,31,38)(H3,30,34,47);10-15,18H,2-9,26-28H2,1H3,(H,32,40)(H,33,45)(H,35,42)(H,36,41)(H,37,43)(H,39,44)(H3,29,31,38)(H3,30,34,46)/b15-9+;16-10+/t11-,12-,13+,14-,16-,18-;11-,12-,13-,14+,15-,18-/m00/s1 ☒N
  • Key:VCOPTHOUUNAYKQ-WBTCAYNUSA-N ☒N
 ☒NcheckY (what is this?)  (verify)

କାପ୍ରିଓମାଇସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ସମସ୍ୟା, ଶ୍ରବଣ ସମସ୍ୟା, ଶରୀର ନିୟନ୍ତ୍ରଣ ଅଭାବ ଓ ଇଞ୍ଜେକସନ ନେବା ସ୍ଥାନରେ ଯନ୍ତ୍ରଣା ଇତ୍ୟାଦି ଦେଖାଯାଏ । ପକ୍ଷାଘାତ paralysis ଯୋଗୁ ଶ୍ୱାସକ୍ରିୟା ଅସୁବିଧା ହୋଇ ମୃତ୍ୟୁ ହୋଇପାରେ । ଏହା ସ୍ଟ୍ରେପ୍ଟୋମାଇସିନଭେସ୍ଟିବୁଲୋକ‌କ୍ଲିଆର ସ୍ନାୟୁ (auditory vestibular nerve) ନଷ୍ଟ କରୁଥିବା ଔଷଧ ସାଥୀରେ ଦିଆଯାଏ ନାହିଁ । ବୃକ୍‌କ ଓ ଶ୍ରବଣ ସମସ୍ୟା ସୃଷ୍ଟି କରୁଥିବାରୁ ଶିଶୁ ଉପରେ ପ୍ରଭାବ ପଡ଼ିବା ଭୟରେ ଏହା ଗର୍ଭାବସ୍ଥାରେ ଦିଆଯାଏ ନାହିଁ ।[୧] ଏହା ଆମିନୋଗ୍ଲାଇକୋସାଇଡ (aminoglycoside) ଶ୍ରେଣୀର ଔଷଧ ।[୨] ଏହାର କାର୍ଯ୍ୟବିଧି ଅଜ୍ଞାତ ଅଛି । [୧]

କାପ୍ରିଓମାଇସିନ ଔଷଧ ସନ ୧୯୬୦ରେ ସ୍ଟ୍ରେପ୍ଟୋମାଇସେସ କାପ୍ରିଓଲସରୁ (Streptomyces capreolus) ଆବିଷ୍କୃତ ହୋଇଥିଲା । [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଡୋଜର ହୋଲସେଲ ମୂଲ୍ୟ ୬.୨୫ରୁ ୮.୯୮ ଆମେରିକୀୟ ଡଲାର ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Capreomycin Sulfate". The American Society of Health-System Pharmacists. Archived from the original on 20 December 2016. Retrieved 8 December 2016.
  2. Navneet, Kumar (2015). Textbook of Neurology (in ଇଂରାଜୀ). PHI Learning Pvt. Ltd. p. 192. ISBN 9788120342439.
  3. Tomlinson, Catherine. "TB Online - Capreomycin". Retrieved 14 September 2014.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Capreomycin". International Drug Price Indicator Guide. Retrieved 8 December 2016.[permanent dead link]