କାନ୍ଦୁରୀ ଦେବତା ଖୋଜା

କାନ୍ଦୁରୀ ଦେବତା ଖୋଜା ଓଡ଼ିଶାର କିଛି ଅଞ୍ଚଳର ଏକ ଲୋକ ବିଶ୍ୱାସ । ଏହି ବିଶ୍ୱାସ ଅନୁସାରେ କାନ୍ଦୁରୀ ଦେବୀଙ୍କୁ ଖୋଜି ପାଇଲେ ଛୁଆର ଅବିଶ୍ରାନ୍ତ କାନ୍ଦିବା ବନ୍ଦ ହୋଇଥାଏ । ଏହା ସାଧାରଣତଃ ଓଡ଼ିଶାର ଦକ୍ଷିଣାଞ୍ଚଳରେ ଓ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଥାଏ ।[ଆଧାର ଲୋଡ଼ା]

ଅନ୍ଧାରରେ ଡିବିଟିଏ ଧରି ଦାଣ୍ଡ ପିଣ୍ଡା ତଳେ କାନ୍ଦୁରୀ ଦେବତାଙ୍କୁ ଖୋଜୁଥିବା ଜଣେ ମହିଳା ।

ବିଶ୍ୱାସ ସମ୍ପାଦନା

ଓଡ଼ିଆ ଗ୍ରାମାଞ୍ଚଳ ଚଳଣିରେ ଏକ ବିଶ୍ୱାସ ଅନୁଯାୟୀ ଛୁଆ କାନ୍ଦିବା କାନ୍ଦୁରୀ ଦେବତାଙ୍କ କୁଦୃଷ୍ଟିର ଫଳ ଅଟେ । ଛୁଆଙ୍କ କାନ୍ଦ ବନ୍ଦ କରିବା ପାଇଁ ଘରର ସ୍ତ୍ରୀଲୋକ ଅନ୍ଧାର ରାତିରେ ଡବି ଲଗାଇ ନିଜ ଦାଣ୍ଡ ପିଣ୍ଡା ତଳେ ନଇଁ ନଇଁ କାନ୍ଦୁରୀ ଦେବତାଙ୍କୁ ଖୋଜିବା ବାହାନା କରନ୍ତି । ସେ ପର୍ଯ୍ୟନ୍ତ ଖୋଜି ଚାଲିଥାନ୍ତି ଯେପର୍ଯ୍ୟନ୍ତ ବାହାର ଲୋକ କେହି "କଣ ଖୋଜୁଛ" କହି ପଚାରି ନାହାନ୍ତି । ପଚରାଶୁଣିବା କ୍ଷଣି ଖୋଜୁଥିବା ମହିଳା ଜଣଙ୍କ "ହଁ ପାଇଲି" ଉତ୍ତର ଦେଇ ଧପ୍ କରି ଡବି ଲିଭାଇ ଘରକୁ ପଶନ୍ତି । ଏବଂ ବିଶ୍ୱାସ କରନ୍ତି କାନ୍ଦୁରୀ ଦେବୀଙ୍କୁ ପାଇଛନ୍ତି ବୋଲି/ ପଚାରିବା ଘରକୁ ଚାଲିଯାଇଛନ୍ତି । ପରେ ଛୁଆର କାନ୍ଦ ବନ୍ଦ ହୋଇଥାଏ ।

ବିତର୍କ ସମ୍ପାଦନା

କାନ୍ଦିବା କାରଣ ଖୋଜିବା ବଦଳରେ ଲୋକେ କାନ୍ଦୁରୀ ଦେବୀ ବିନା କାରଣରେ ଛୁଆକୁ କନ୍ଦେଇଥାନ୍ତି ଭାବି କାନ୍ଦୁରୀ ଦେବୀଙ୍କୁ ଖୋଜନ୍ତି । ବଇଦ ପାଖକୁ ନଯାଇପାରୁଥିବା ଗରିବ ଲୋକଟି ଏକ ଅନ୍ଧବିଶ୍ୱାସର ଆଶ୍ରୟ ନିଏ । କେହି ଏଥିରେ ଖର୍ଚ୍ଚାନ୍ତ ହେଉନଥିବାରୁ ଅନେକ ଶିକ୍ଷିତ ବ୍ୟକ୍ତି ଏହାକୁ ବିଶ୍ୱାସ କରିବାର ମଧ୍ୟ ଦେଖାଯାଏ ।

ଆଧାର ସମ୍ପାଦନା