କାନ୍ଦରା ସୋରେନ

ଓଡ଼ିଆ ରାଜନୀତିଜ୍ଞ

କାନ୍ଦରା ସୋରେନ (ଜନ୍ମ: ୨୬ ନଭେମ୍ବର ୧୯୬୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୈଶିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

କାନ୍ଦରା ସୋରେନ
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ନିର୍ବାଚନ ମଣ୍ଡଳୀବୈଶିଙ୍ଗା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1968-11-26) ୨୬ ନଭେମ୍ବର ୧୯୬୮ (ବୟସ ୫୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀହୀରାମଣି ସୋରେନ
ବାପା/ବୋଉବଦଭୁନ୍ଦ ସୋରେନ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

କାନ୍ଦରା ସୋରେନ ୧୯୬୮ ମସିହାର ନଭେମ୍ବର ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବଦଭୁନ୍ଦ ସୋରେନ ଓ ପତ୍ନୀଙ୍କ ନାମ ହୀରାମଣି ସୋରେନ ।[୧]

ରାଜନୈତିକ ଜୀବନ ସମ୍ପାଦନା

କାନ୍ଦରା ସୋରେନ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Kandra Soren". odishaassembly.nic.in. Odisha Assembly. Retrieved 11 August 2022.