କାଙ୍ଗରା ଦୁର୍ଗ
କାଙ୍ଗରା ଦୁର୍ଗ (Hindi: कांगड़ा) ଭାରତୀୟ ରାଜ୍ୟ ହିମାଚଳପ୍ରଦେଶର କାଙ୍ଗରାଠାରେ ଅବସ୍ଥିତ । ଏହା ରାଜ୍ୟ ରାଜଧାନୀ ଧର୍ମଶାଳାଠାରୁ ୨୦ କିଲୋମିଟର ଦୂର ।
ଇତିହାସ
ସମ୍ପାଦନାମହାଭାରତରେ ଉଲ୍ଲେଖ ଥିବା ତ୍ରିଗର୍ତ ରାଜବଂଶର ଦାୟାଦ କୁହାଯାଉଥିବା କାଙ୍ଗରା ରାଜପୁତ ରାଜପରିବାରଦ୍ୱାରା ଏହି ଦୁର୍ଗ ନିର୍ମିତ ହେଇଥିଲା । ଏହା ହିମାଲୟ ପର୍ବତଞ୍ଚଳର ସର୍ବ ବୃହତ ଓ ସର୍ବପୁରାତନ ଦୁର୍ଗ ବୋଲି କଥିତ ଅଛି ।
୧୬୧୫ ମସିହାରେ ଆକବରଙ୍କ ଆକ୍ରମଣରୁ ଏହି ଦୁର୍ଗ ବର୍ତି ଯାଇଥିବା ବେଳେ ୧୬୨୦[୧] ମସିହାରେ ଜାହାଙ୍ଗୀର ଏହାକୁ ଅଧିକାର କରିଥିଲେ । ଏଠାରେ ଜାହାଙ୍ଗୀର ତାଙ୍କର ସୈନ୍ୟ ଦଳ ରଖିଥିଲେ ।
ରାଜା ସଂସାର ଚାନ୍ଦ -II ତାଙ୍କର ପୂର୍ବଜମାନଙ୍କର ଏହି ଦୁର୍ଗକୁ ୧୭୮୯ ମସିହାରେ ଉଦ୍ଧାର କରିବାରେ ସକ୍ଷମ ହେଇଥିଲେ । .
ଏହି ଦୁର୍ଗ ଏକ ଭୂମିକମ୍ପଦ୍ୱାରା ପ୍ରଭୁତ ଭାବରେ କ୍ଷ୍ୟତିଗ୍ରସ୍ତ ହେବା ପୂର୍ବରୁ ୧୯୦୫ ମସିହା ଯାଏ ବ୍ରିଟିଶ ସେନାଙ୍କ ଅଧୀନରେ ଗାରିସନ ଭାବରେ ବ୍ୟବହାର ହଉଥିଲା ।
ଅବସ୍ଥିତି
ସମ୍ପାଦନାଦୁର୍ଗର ଅବସ୍ଥିତି 32°06′N 76°16′E / 32.1°N 76.27°E ଠାରେ । ଏହା କଙ୍ଗ୍ର ପର୍ବତର ଗଡାଣି ଓ ଓ ନିକଟସ୍ଥ ବନଗଙ୍ଗା ଓ ମାଝି ନଦୀର ସଙ୍ଗମ ସ୍ଥଳ ନିକଟରେ ଅବସ୍ଥିତ ।
ପୁରାତନ କାଙ୍ଗର ଦୁର୍ଗ ନିକଟରେ ଜୟନ୍ତୀ ମାଲା ମନ୍ଦିର ମଧ୍ୟ ଅବସ୍ଥିତ । ଏହି ମନ୍ଦିର ଗୁରଖା ସେନା ବାହିନୀର ଜେନେରାଲଙ୍କଦ୍ୱାରା ନିର୍ମିତ ହେଇଥିଲା । ଏଠାରେ ଏକ ଛୋଟ ମ୍ୟୁଜିୟମ ମଧ୍ୟ ରହିଛି । ଏଠାରେ କାଙ୍ଗରା ଦୁର୍ଗର ଏଇତିହାସିକ ସ୍ମାରକୀ ରହିଛି ।
ଆଧାର
ସମ୍ପାଦନା- ↑ Sen, Sailendra (2013). A Textbook of Medieval Indian History. Primus Books. pp. 165–166. ISBN 978-9-38060-734-4.
ପୁନଶ୍ଚ ପଠନ
ସମ୍ପାଦନା- Hutchinson, J. & J. PH Vogel (1933). History of the Panjab Hill States, Vol. I. 1st edition: Govt. Printing, Lahore, Punjab, Pakistan. 1933. Reprint 2000. Department of Language and Culture, Himachal Pradesh. Chapter IV Kangra State, pp. 98–198.
- Royal Family of Kangra and the Durbar-e-Amm museum society. Kangra. Date unknown. Purchased in 2010 in Kangra.