କାକବିନ ରାମାୟଣ
କାକବିନ ରାମାୟଣ (ଇଂରାଜୀ ଭାଷାରେ Kakawin Ramayana) ପ୍ରାଚୀନ ଜାଭା ଭାଷାରେ ଓ କାକବିନ ଛନ୍ଦରେ ଲିଖିତ ସଂସ୍କୃତ ରାମାୟଣର ଆଉ ଏକ ସାହିତ୍ୟିକ ପରିପ୍ରକାଶ ।
କେନ୍ଦ୍ରୀୟ ଜାଭା ବା ଆଧୁନିକ ଇଣ୍ଡୋନେସିଆରେ ପ୍ରାୟ ୮୭୦ ଖ୍ରୀଷ୍ଟାବ୍ଦ ସମୟରେ ମେଦାଙ୍ଗ ସାମ୍ରାଜ୍ୟର ରାଜା ମ୍ପୁ ସିଣ୍ଡୋକଙ୍କ ରାଜୁତି କାଳରେ ଏହାର ରଚନା ହୋଇଥିଲା ବୋଲି ଅନୁମାନ କରାଯାଏ ।[୧]:128 କାକବିନ ରାମାୟଣ ଏକ କାକବିନ (କାବ୍ୟର ଜାଭା ରୂପ) ଏବଂ ଏହି କବିତାବଳୀ ପାରମ୍ପରିକ ସଂସ୍କୃତ ଛନ୍ଦକୁ ଅନୁସରଣ କରି ରଚିତ ।
ଜାଭାରେ କାକବିନ ରାମାୟଣକୁ କଳାତ୍ମକ ପରିପ୍ରକାଶର ଉତ୍କୃଷ୍ଟ ଉଦାହରଣ ବୋଲି ବିବେଚନା କରାଯାଇଥାଏ । କାକବିନ ରାମାୟଣର ପୁରୁଣା ପାଣ୍ଡୁଲିପି ଓ ପୋଥିକୁ ଯେପରି ସଂରକ୍ଷିତ କରି ରଖାଯାଇଛି ସେଥିରୁ ଏହାର ଲୋକପ୍ରିୟତା ଓ ଆଦୃତି କେତେ ଅଧିକ ଥିଲା ତାହାର ସମ୍ୟକ ଧାରଣା ମିଳିଥାଏ । ଜାଭାର ହିନ୍ଦୁ-ବୌଦ୍ଧ ଯୁଗରେ ପ୍ରାଚୀନ ଜାଭା ଭାଷାରେ ଲିଖିତ ସମସ୍ତ କାକବିନ ମଧ୍ୟରୁ ଏହି ରାମାୟଣ ଦୀର୍ଘତମ ।
ମୂଳ ରାମାୟଣ ଓ କାକବିନ ରାମାୟଣ ମଧ୍ୟରେ ଥିବା ଭିନ୍ନତା
ସମ୍ପାଦନାମୂଳ ହିନ୍ଦୁ ଗ୍ରନ୍ଥଠାରୁ ଜାଭାର ରାମାୟଣରେ କିଛି ଭିନ୍ନତା ରହିଛି । ଏହି ଜାଭା ରାମାୟଣର ପ୍ରଥମାର୍ଦ୍ଧର ମୂଳ ସଂସ୍କୃତ କାବ୍ୟ ସହିତ ଅନେକ ସାମଞ୍ଜସ୍ୟ ରହିଛି । କିନ୍ତୁ ଶେଷାର୍ଦ୍ଧର ଅନେକ ଚରିତ୍ର ମୂଳ କାବ୍ୟଠାରୁ ଯଥେଷ୍ଟ ଭିନ୍ନ ଏବଂ ଭାରତୀୟ ରାମୟଣ ଶାସ୍ତ୍ରଜ୍ଞମାନେ ମଧ୍ୟ ଏହାକୁ ରାମାୟଣର ଅଂଶ ବୋଲି ଚିହ୍ନନ୍ତି ନାହିଁ । ଜାଭାର ପରମ୍ପରାରେ ସର୍ବଶକ୍ତିମାନ ଦେବ ସେମାର (ବାଲି ସାହିତ୍ୟର ତ୍ୱାଲେନ), ତାଙ୍କ ବିକୃତ ପୁତ୍ର ଗାରେଂଗ, ପେତ୍ରୁକ ଏବଂ ବାଗୋଂଗ ପ୍ରଭୃତି ଚରିତ୍ର ମୂଳ କଥାରୁ ଯଥେଷ୍ଟ ଅଲଗା । କାକବିନ ରାମାୟଣର ଏହି ଶେଷାର୍ଦ୍ଧ ଜାଭାରେ ଅତି ଲୋକପ୍ରିୟ ଏବଂ ସେମାନଙ୍କ ଅଧିକାଂଶ ୱାୟାଂଗ ନାଟକ ପ୍ରଦର୍ଶନରେ ଏହି ଅଂଶର ଅଭିନୟ କରାଯାଏ ।[୨][୩][୪][୫][୬][୭][୮][୯][୧୦][୧୧][୧୨][୧୩]
ଉତ୍ସ
ସମ୍ପାଦନାସାହିତ୍ୟ ବିଦୂଷୀମାନେ ସଂସ୍କୃତ ଭାଷାରେ ରଚିତ ଏକ ପୁରାତନ କାବ୍ୟ ରାବଣବଧ କିମ୍ବା ଭଟ୍ଟିକାବ୍ୟକୁ କାକବିନ ରାମାୟଣର ଉତ୍ସ ବୋଲି ମତ ଦେଇଛନ୍ତି । ଭଟ୍ଟି କାବ୍ୟ ଭାରତର ଜଣେ ସଂସ୍କୃତ କବି ଭଟ୍ଟିଙ୍କଦ୍ୱାରା ଖ୍ରୀଷ୍ଟାବ୍ଦ ୬ଷ୍ଠରୁ ୭ମ ଶତାବ୍ଦୀ ମଧ୍ୟରେ ରଚନା କରାଯାଇଥିଲା । କାକବିନ ରାମାୟଣର ପ୍ରଥମାଂଶ ପ୍ରାୟ ଭଟ୍ଟିକାବ୍ୟ ପରି ।
କାକବିନ ରାମାୟଣ କଥାର ସାରାଂଶ
ସମ୍ପାଦନାଅଯୋଧ୍ୟାର ଦଶରତଙ୍କର (ଦଶରଥ) ଚାରୋଟି ପୁତ୍ର ଥିଲେ : ରାମ, ଭରତ, ଲକ୍ଷ୍ମଣ ଓ ଶତ୍ରୁଗ୍ନ (ଶତ୍ରୁଘ୍ନ) । ଥରେ ଋଷି ୱିଶ୍ୱାମିତ୍ର (ବିଶ୍ୱାମିତ୍ର) ତାଙ୍କ ଆଶ୍ରମକୁ ଆକ୍ରମଣ କରୁଥିବା ଏକ ରାକ୍ଷସକୁ ବିତାଡ଼ିତ କରିବା ପାଇଁ ଦଶରଥଙ୍କ ସାହାଯ୍ୟ ଲୋଡ଼ିଲେ । ରାମ ଓ ଲକ୍ଷ୍ମଣ ଏହି କାର୍ଯ୍ୟ ପାଇଁ ଋଷିଙ୍କ ଆଶ୍ରମକୁ ଗଲେ ।
ଆଶ୍ରମରେ ରାମ ଓ ଲକ୍ଷ୍ମଣ ରାକ୍ଷସମାନଙ୍କର ବିନାଶ କରିବା ପରେ ମିଥିଳା ଦେଶ ଅଭିମୁଖେ ଯାତ୍ରା କଲେ ଯେଉଁଠାରେ ଏକ ସ୍ୱୟମ୍ବର ଆୟୋଜିତ ହେଉଥିଲା । ଏହି ସ୍ୱୟମ୍ବରର ବିଜେତାଙ୍କ ବିବାହ ରାଜାଙ୍କ କନ୍ୟା ସୀନ୍ତା (ସୀତା) ସହିତ ହେବାର ନିଶ୍ଚିତ ହୋଇଥିଲା । ପ୍ରତିଯୋଗୀମାନଙ୍କୁ ଏକ ଧନୁ ଉଠାଇବାକୁ କୁହାଗଲା ଯାହା ସୀନ୍ତାଙ୍କ ଜନ୍ମ ସମୟରୁ ତାଙ୍କ ସାଥୀ ଥିଲା । ରାମଙ୍କ ବ୍ୟତୀତ କେହି ଏହି ଧନୁକୁ ଉଠାଇବାରେ ସଫଳ ହୋଇନଥିଲେ । ରାମ ଓ ସୀନ୍ତା ବିବାହ କରି ଅଯୋଧ୍ୟା ଫେରି ଆସିଲେ । ଜ୍ୟେଷ୍ଠତମ ପୁତ୍ର ହୋଇଥିବାରୁ ଅଯୋଧ୍ୟାରେ ରାମଙ୍କ ରାଜ୍ୟାଭିଷେକର ପ୍ରସ୍ତୁତି ଚାଲିଲା ।
କିନ୍ତୁ ଦଶରଥଙ୍କ ଆଉ ଜଣେ ରାଣୀ କୈକେୟୀ ରାଜାଙ୍କୁ ଏକ ପୁରୁଣା ଶପଥ ମନେ ପକାଇ ନିଜ ପୁତ୍ର ଭରତଙ୍କ ରାଜ୍ୟାଭିଷେକ କରାଇବାକୁ ବାଧ୍ୟ କଲେ । ଦୁଃଖିତ ଦଶରଥ ଭରତଙ୍କୁ ରାଜା କରାଇଲେ । ରାମ, ସୀତା ଓ ଲକ୍ଷ୍ମଣଙ୍କୁ ରାଜ ପ୍ରାସାଦ ଛାଡ଼ିବାକୁ ପଡ଼ିଲା ଓ ଏହି ଦୁଃଖରେ ଦଶରଥ ପ୍ରାଣତ୍ୟାଗ କଲେ ।
ନୂଆ ରାଜା ଭରତ ରାମଙ୍କ ଅନ୍ୱେଷଣରେ ବାହାରିଲେ । ରାମଙ୍କୁ ଅଯୋଧ୍ୟା ଫେରାଇ ନେବାକୁ ଓ ରାଜ ପଦରେ ବସାଇବାକୁ ସେ ଚେଷ୍ଟା କଲେ । କିନ୍ତୁ ରାମ ମନା କରି ଭରତଙ୍କୁ ନିଜର ପ୍ରତୀକ ସଦୃଶ ପାଦୁକାମାନ ପ୍ରଦାନ କଲେ । ଭରତ ପାଦୁକା ଧରି ଅଯୋଧ୍ୟା ଫେରି ଆସିଲେ । ରାମ, ସୀତା ଓ ଲକ୍ଷ୍ମଣ ବଣରେ ରହିବା ପାଇଁ ଚାଲିଗଲେ । ସେମାନଙ୍କ ବନବାସ ସମୟରେ ସୂର୍ପଣକା (ସୂର୍ପଣଖା) ନାମକ ଏକ ରାକ୍ଷସୀ ଲକ୍ଷ୍ମଣଙ୍କ ପ୍ରେମରେ ପଡ଼ିଗଲେ ଓ ଏକ ସୁନ୍ଦର ସ୍ତ୍ରୀ ବେଶରେ ଲକ୍ଷ୍ମଣଙ୍କୁ ପ୍ରେମ ନିବେଦନ କଲେ । ଲକ୍ଷ୍ମଣ ତା’ଦ୍ୱାରା ଆକର୍ଷିତ ନ ହେବାରୁ ରାକ୍ଷସୀ ବଳ ପୂର୍ବକ ବିବାହ ନିବେଦନ କଲେ ଓ ଲକ୍ଷ୍ମଣ ତାଙ୍କର ନାସାଗ୍ର ଛେଦନ କଲେ । ରାକ୍ଷସୀ ରାଗରେ ନିଜ ଭାଇ ଲଙ୍କାର ରାକ୍ଷସ ରାଜା ରାବଣଙ୍କୁ ଜଣାଇଲେ ଏବଂ ତାଙ୍କ ଆଗରେ ସୀନ୍ତାଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନା କରି ତାଙ୍କୁ ଅପହରଣ କରିବାକୁ ପ୍ରରୋଚିତ କଲେ ।
ଥରେ ସୀନ୍ତା ଏକ ସୁନ୍ଦର ହରିଣ ଦେଖି ରାମଙ୍କୁ ତାହା ଆଣିଦେବାକୁ କହିଲେ । ଲକ୍ଷ୍ମଣଙ୍କୁ ସୀତାଙ୍କ ସୁରକ୍ଷା ଦାୟିତ୍ୱ ଦେଇ ରାମ ହରିଣ ଧରିବାକୁ ବାହାରିଲେ । ରାମ ବହୁ ସମୟ ଧରି ନ ଫେରିବାରୁ ସୀତା ଲକ୍ଷ୍ମଣଙ୍କୁ ରାମଙ୍କୁ ଖୋଜିବା ପାଇଁ କହିଲେ । ଏହି ସମୟରେ ରାବଣ ସୀନ୍ତାଙ୍କ ଅପହରଣ କରି ତାଙ୍କୁ ଲଙ୍କା ନେଇ ଆସିଲେ ।
ରାମ ଓ ଲକ୍ଷ୍ମଣ ସୀତାଙ୍କୁ ଫେରି ପାଇବାକୁ ଚେଷ୍ଟା କଲେ । ସେମାନଙ୍କୁ ଏହି ଚେଷ୍ଟାରେ ବାନରମାନଙ୍କ ରାଜା ହନୁମାନଙ୍କ ସହାୟତା ମିଳିଲା । ଶେଷରେ ରାବଣଙ୍କୁ ବଧ କରି ରାମ ଓ ସୀନ୍ତା ଅଯୋଧ୍ୟା ଫେରିଲେ ଓ ରାମଙ୍କୁ ରାଜପଦରେ ଅଭିଷିକ୍ତ କରାଗଲା ।
ପ୍ରମ୍ବନନ ରାମାୟଣ ନାଟକ
ସମ୍ପାଦନାପ୍ରମ୍ବନନ ରାମାୟଣ ନାଟକ ଏହି କାକବିନ ରାମାୟଣର କଥା ଚିତ୍ରର ନାଟ୍ୟ ରୂପାନ୍ତର । ଏହି ନାଟକ ଇଣ୍ଡୋନେସିଆର ପ୍ରମ୍ବନନ ମନ୍ଦିରରେ ପ୍ରଦର୍ଶିତ ହୁଏ ।[୧୪] ଯଦିଓ ଇଂରାଜୀ ଭାଷାରେ ଏହାକୁ ପ୍ରମ୍ବନନ ରାମାୟଣ ବାଲେ (Prambanan Ramayana Ballet) ବୋଲି କୁହନ୍ତି କିନ୍ତୁ ପ୍ରମ୍ବନନ ରାମାୟଣ ନାଟକ ପାଶ୍ଚାତ୍ୟର ବାଲେ ନୃତ୍ୟ ଶୈଳୀରେ ନୁହଁ ବରଂ ସ୍ଥାନୀୟ ୱାୟାଂଗ୍ ୱୋଂଗ୍ ଶୈଳୀରେ ପ୍ରଦର୍ଶନ କରାଯାଏ ।
ସମ୍ପୂର୍ଣ୍ଣ ରାମାୟଣ କାହାଣୀ ୪ଟି ଅଧ୍ୟାୟରେ ୪ଟି ରାତିରେ ପ୍ରଦର୍ଶିତ ହୋଇଥାଏ । ମଇରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଚାରିଟି ପୂର୍ଣ୍ଣିମା ଦିନ ନିର୍ମଳ ଆକାଶ ତଳେ ଏହି ନାଟକ ପ୍ରଦର୍ଶିତ ହୁଏ । (୧) ଦେୱୀ (ସୀନ୍ତା)ଙ୍କ ଅପହରଣ, (୨) ଜ୍ୱଳନ୍ତ ହନୁମାନ, (୩) କୁମ୍ବକର୍ଣ୍ଣ (କୁମ୍ଭକର୍ଣ୍ଣ) ବଧ ଓ (୪) ରାମ ଓ ସୀନ୍ତାଙ୍କ ମିଳନ ଏହି ନାଟକର ଚାରି ଅଧ୍ୟାୟ ।[୧୫]
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Coedès, George (1968). Walter F. Vella (ed.). The Indianized States of Southeast Asia. trans.Susan Brown Cowing. University of Hawaii Press. ISBN 978-0-8248-0368-1.
- ↑ Stutterhiem, WF: 1921: Rama-legenden und Rama reliefs in Indonesien. Mueller, Munich: 1925.
- ↑ Hooykaas C. The Old Javanese Ramayana Kakawin. The Hague: Nijhoff: 1955.
- ↑ KMusuem manuscript Kropak no. 1102 Ramayana of the Sundanese Lontar Collection (Koleksi Lontar Sunda of 'Museum dan Kepustakaan Nasional Indonesia, Jakarta National Museum.
- ↑ Netscher E. iets over eenige in de Preanger-regentschappen gevonden Kawi handschriften in Tiijdschroft van het Bataviaasch Genootschap. Volume 1. pp469-479. Chapter Het verboden Tschiboeroej in Pleyte CM Soendasche Schetsen (Bandung Kolff C 1905. pp160-175.)
- ↑ Nurdin. J aka J. Noorduyn: 1971.Traces of an Old Sundanese Ramayana Tradition in Indonesia, Vol. 12, (Oct., 1971), pp. 151-157 Southeast Asia Publications at Cornell University. Cornell University: 1971
- ↑ Hatley, Barbara: 1971. "Wayang and Ludruk: Polarities in Java in The Drama Review: TDR, Vol. 15, No. 2, Theatre in Asia (Spring, 1971), pp. 88-101. MIT Press: 1971
- ↑ "Suryo S. Negoro. Semar. in Joglo Semar (Semar's mansion)". Archived from the original on 2009-07-11. Retrieved 2020-11-06.
- ↑ [୧][permanent dead link]
- ↑ [୨][permanent dead link]
- ↑ [୩][permanent dead link]
- ↑ "Archived copy". Archived from the original on 2011-07-24. Retrieved 2009-11-18.
{{cite web}}
: CS1 maint: archived copy as title (link) - ↑ Desai, Santosh N. (1970). "Ramayana--An Instrument of Historical Contact and Cultural Transmission between India and Asia". The Journal of Asian Studies. 30 (1): 5–20. doi:10.2307/2942721. JSTOR 2942721.
- ↑ "Long running Prambanan Ramayana Ballet wins PATA Gold Award 2012". Ministry of Tourism and Creative Economy, Republic of Indonesia. Retrieved 3 May 2014.
- ↑ "Ramayana Prambanan Ballet". Kiostix.com. Archived from the original on 15 May 2014. Retrieved 15 May 2014.
- C. Hooykaas, 1955, The Old-Javanese Rāmāyaṇa kakawin, VKI 16, The Hague: Martinus Nijhoff. This book is about the connection with the Indian Bhaṭṭi-kāvya.
- Hendrik Kern, 1900, Rāmāyaṇa Kakawin. Oudjavaansch heldendicht, ’s Gravenhage: Martinus Nijhoff.
- Soewito Santoso, 1980, Rāmāyaṇa kakawin, New Delhi: International Academy of Indian Culture. 3 volumes.
- P.J. Zoetmulder, 1974, Kalangwan. A Survey of Old Javanese Literature, The Hague: Martinus Nijhoff. (Recension, page 218-233) ISBN 90-247-1674-8
http://www.joglosemar.co.id/semar.html Archived 2009-07-11 at the Wayback Machine.
ଅନ୍ୟାନ୍ୟ ଲିଂକ୍
ସମ୍ପାଦନା- The Episodes of Ramayana Stories (Indonesian version)
- Indonesian Ramayana (vol. 1 of the Old-Javanese text with English translation)
- Indonesian Ramayana (vol. 2 of the Old-Javanese text with English translation)
- Indonesian Ramayana (vol. 3 of the Old-Javanese text with English translation)