କଳିକା ପ୍ରସାଦ ଭଟ୍ଟାଚାର୍ଯ୍ୟ
କଳିକା ପ୍ରସାଦ ଭଟ୍ଟାଚାର୍ଯ୍ୟ (୧୧ ସେପ୍ଟେମ୍ବର ୧୯୭୦ – ୭ ମାର୍ଚ୍ଚ ୨୦୧୭)[୨] ଜଣେ ଭାରତୀୟ ଲୋକଗୀତ ଗାୟକ ତଥା ଅନୁସନ୍ଧାନକାରୀ ଥିଲେ । ସେ ଆସାମର ସିଲଚରରେ ଜନ୍ମଗ୍ରହଣ କରିଥିଲେ । ଯାଦବପୁର ବିଶ୍ୱବିଦ୍ୟାଳୟରେ ସେ ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ କରିଥିଲେ । ତାଙ୍କ ମାମୁଁ ଅନନ୍ତ ଭଟ୍ଟାଚାର୍ଯ୍ୟଙ୍କ ପ୍ରେରଣା ଯୋଗୁଁ ସେ ସଙ୍ଗୀତ ପ୍ରତି ଆଗ୍ରହୀ ହୋଇଥିଲେ ।[୩] ୧୯୯୯ ମସିହାରେ, ସେ ଉତ୍ତର ଏବଂ ପୂର୍ବ ବଙ୍ଗର ଲୋକ ସଙ୍ଗୀତ ପରମ୍ପରାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ ଦୋହାର ନାମକ ଏକ ବ୍ୟାଣ୍ଡ ପ୍ରତିଷ୍ଠା କରିଥିଲେ । ସେ ଅନେକ କଥାଚିତ୍ରରେ ସ୍ୱର ସଂଯୋଜନା କରିଥିଲେ ।ତାଙ୍କର ଶେଷ କଥାଚିତ୍ର ଥିଲା ଭୁବନ ମାଝି (୨୦୧୭) । ସେ ବଙ୍ଗଳା ସଙ୍ଗୀତ ଭିତ୍ତିକ ରିଆଲିଟି ସୋ, ଜି ବଙ୍ଗଳା ସାରେ ଗା ମା ପା ସହିତ ଜଡ଼ିତ ଥିଲେ । ତାଙ୍କର ଶେଷ ସଙ୍ଗୀତ ପରିବେଷଣ ବାଗୁଇହାତି କୃଷି ମେଳାରେ ହୋଇଥିଲା ।
କଳିକା ପ୍ରସାଦ ଭଟ୍ଟାଚାର୍ଯ୍ୟ | |
---|---|
Background information | |
ମୂଳ ନାମ | কালিকা প্রাসাদ ভট্টাচার্য |
ଜନ୍ମ | ସିଲଚର, ଆସାମ, ଭାରତ[୧] | ୧୧ ସେପ୍ଟେମ୍ବର ୧୯୭୦
ମୃତ୍ୟୁ | ୭ ମାର୍ଚ୍ଚ ୨୦୧୭ ଗୁରୁପ, ହୁଗୁଳି ଜିଲ୍ଲା, ପଶ୍ଚିମ ବଙ୍ଗ, ଭାରତ | (ବୟସ ୪୬)
ଶୈଳୀ | ଲୋକଗୀତ |
ପେଷା | ଗାୟକ |
ୱେବସାଇଟ | doharfolk |
ଜୀବନ ଏବଂ ପେଶା
ସମ୍ପାଦନାପ୍ରାରମ୍ଭିକ ଜୀବନ
ସମ୍ପାଦନାଆସାମର ସିଲଚରରେ ଭଟ୍ଟାଚାର୍ଯ୍ୟଙ୍କ ଘରେ ସଙ୍ଗୀତ ଏକ ଅନ୍ତର୍ନିହିତ ଅଂଶ ଥିଲା । ସେ ବାଦ୍ୟଯନ୍ତ୍ର ବଜାଇବା ଶିଖିବାବେଳେ ଜଣେ ଗାୟକ ଭାବରେ ମଧ୍ୟ ତାଲିମ ନେଇଥିଲେ । ସଙ୍ଗୀତ ପ୍ରତି ତାଙ୍କର ଆଗ୍ରହ ଯୋଗୁଁ ସେ ବଙ୍ଗଳା ଓ ଉତ୍ତର-ପୂର୍ବ ଭାରତର ଲୋକ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ । ୧୯୯୮ ମସିହାରେ, ଇଣ୍ଡଷ୍ଟ୍ରିଆଲ୍ ଲୋକ ଗୀତ ଉପରେ ଗବେଷଣା କରିବା ପାଇଁ ତାଙ୍କୁ ଇଣ୍ଡିଆନ ଫାଉଣ୍ଡେସନ ଫର୍ ଦି ଆର୍ଟ[୪]ଦ୍ୱାରା ଅନୁଦାନ ପ୍ରଦାନ କରାଯାଇଥିଲା ଏବଂ ସେ ବାଙ୍ଗାଲୋର ଯାଇଥିଲେ ।
ଦୋହାର
ସମ୍ପାଦନା୧୯୯୯ ମସିହାରେ ସେ ଦୋହାର ନାମକ ଏକ ଲୋକଗୀତ ବ୍ୟାଣ୍ଡର ପ୍ରତିଷ୍ଠା କରିଥିଲେ ।[୫] ହଜିଯାଇଥିବା ଲୋକଗୀତକୁ ପୁଣିଥରେ ଲୋକଲୋଚନକୁ ଆଣିବା ପାଇଁ କିଛି ସଙ୍ଗୀତକାର ତଥା ଗାୟକମାନଙ୍କୁ ନେଇ ସେ ଏହି ଦଳ ଗଠନ କରିଥିଲେ । ଏହି ବ୍ୟାଣ୍ଡଦ୍ୱାରା ୯ରୁ ଅଧିକ ଲୋକଗୀତ ଆଲବମ୍ ରେକର୍ଡ଼ କରାଯାଇ ରିଲିଜ୍ ହୋଇଛି ।
ପୁରସ୍କାର
ସମ୍ପାଦନା୨୦୧୩ ମସିହାରେ ତାଙ୍କର ଅନନ୍ୟ ସୃଷ୍ଟି ଏବଂ ସଙ୍ଗୀତ ଉତ୍କର୍ଷତା ପାଇଁ ତାଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ "ସଙ୍ଗୀତ ସାମ୍ମାନ ପୁରସ୍କାର" ପ୍ରଦାନ କରିଥିଲେ ।
ମୃତ୍ୟୁ
ସମ୍ପାଦନା୨୦୧୭ ମସିହାର ମାର୍ଚ୍ଚ ୭ ତାରିଖରେ ହୁଗୁଳି ଜିଲ୍ଲାର ଗୁରୁପ ଗ୍ରାମରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଆଧାର
ସମ୍ପାଦନା- ↑ "Kalika Prasad: Music from the periphery falls silent". Newsmen. March 7, 2018. Archived from the original on January 29, 2018. Retrieved April 22, 2017.
- ↑ ""Bhuban Majhi" screening today". The Daily Star. 11 September 2017. Retrieved 11 September 2017.
- ↑ "Kalikaprasad on his Life with the Soil". showvelvet.com. Sep 15, 2016. Archived from the original on March 7, 2017. Retrieved March 7, 2017.
- ↑ "India Foundation for the Arts".
- ↑ "Dohar". Archived from the original on 2019-01-16. Retrieved 2024-02-13.