କଳାଝାଡ଼ା ବା ପିଚୁକଳାଝାଡ଼ାକୁ ଇଂରାଜୀରେ ମେଲିନା (Melena) କହନ୍ତି ଯାହା ପାକସ୍ଥଳୀ-ଅନ୍ତନଳୀରେ ହୋଇଥିବା ଘାଆରୁ ରକ୍ତସ୍ରାବ ହେବାର ଏକ ଲକ୍ଷଣ[୧] । ହଜମକାରୀ ଏଞ୍ଜାଇମ ଓ ଅନ୍ତନଳୀରେ ଥିବା ଜୀବାଣୁଦ୍ୱାରା ରକ୍ତରେ ଥିବା ହେମୋଗ୍ଲୋବିନ ପରିବର୍ତ୍ତିତ ହୋଇ କଳା ରଙ୍ଗ ଧାରଣ କରେ ।
ଔଷଧ ବା ବିଭିନ୍ନ ଖାଦ୍ୟରେ ଲୌହ ଅଂଶ ଥିଲେ ମଧ୍ୟ ଝାଡ଼ା କଳା ଦେଖାଯାଏ । ଏହା ମେଲିନା ଭଳି ପିଚୁକଳା ନ ହୋଇ ପାଉଁଶିଆ କଳା ଦେଖାଯାଏ ଓ ଏହି ରଙ୍ଗରୁ ଏହାକୁ ମେଲିନା ନୁହେଁ ବୋଲି ଜଣାଯାଏ[୨]
ନିମ୍ନ ଅନ୍ତନଳୀରୁ (ସିଗମଏଡ କଲନ ଓ ମଳାଶୟ) ରକ୍ତସ୍ରାବ ହେଲେ ଝାଡ଼ାରେ ଉଜ୍ଜ୍ୱଳ ଲାଲ ରଙ୍ଗ ରକ୍ତ ପଡ଼େ । ପାକସ୍ଥଳୀ ଓ ଉପର ଅନ୍ତନଳୀରୁ ରକ୍ତସ୍ରାବ ହେଲେ କଳାଝାଡ଼ା ହୁଏ କାରଣ ଏହାର ରାସାୟନିକ ପ୍ରକ୍ରିୟା ନିମନ୍ତେ ସମୟ ମିଳେ । ନିମ୍ନ ନଳୀରେ ରକ୍ତସ୍ରାବ ହେଲେ ଯଦି ଅତି ଧିରେ ସ୍ରାବ ହୁଏ ଓ ଅଧିକ ସମୟ ସାପେକ୍ଷ ହୁଏ ତେବେ ଝାଡ଼ା କଳା ହୁଏ । ହିସାବରୁ ଦେଖାଯାଇଛି ଏହି କଳା ରଙ୍ଗ ହେବା ନିମନ୍ତେ ପ୍ରାୟ ୧୪ ଘଣ୍ଟା ଲାଗେ ।

Melena
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିgeneral surgery[*], gastroenterology[*]
ଆଇସିଡ଼ି-୧୦K92.1
ଆଇସିଡ଼ି-୯-ସିଏମ୍578.1
ମେଡ଼ିସିନ-ପ୍ଲସ003130

ରୋଗ ନିର୍ଣ୍ଣୟ ସମ୍ପାଦନା

ନିମ୍ନ ରକ୍ତ ଚାପ ବା ରକ୍ତହୀନାତା ଲକ୍ଷଣ ସହ ରୋଗୀ ଆସେ । ମଳଦ୍ୱାର-ଅଙ୍ଗୁଠି ପରୀକ୍ଷା କରି ଅନ୍ୟ କିଛି ରୋଗ ଯଥା କୋଲୋରେକ୍ଟାଲ କର୍କଟ ନ ଥିବା ଦେଖାଯାଏ । ଉପର ଖାଦ୍ୟନଳୀରେ ରୋଗ ଥିଲେ ଅପର ଏଣ୍ଡୋସ୍କୋପି କରାଯାଏ । ନିମ୍ନ ଅନ୍ତନଳୀ ରକ୍ତସ୍ରାବ ଦେଖିବା ନିମନ୍ତେ କୋଲୋନୋସ୍କୋପି କରାଯାଏ ।

କାରଣ ସମ୍ପାଦନା

ପାକସ୍ଥଳୀ ଘାଆ (Peptic ulcer) ହେଲେ ଏହି ମେଲିନା ସାଧାରଣତଃ ଦେଖାଯାଏ[୩]କର୍କଟ ରୋଗ ଓ କେତେକ ଔଷଧ ଖାଇବାଦ୍ୱାରା ମଧ୍ୟ ଏହି ଲକ୍ଷଣ ପ୍ରକାଶ ପାଏ । ପରପ୍ୟୁରା, ହେମୋଫିଲିଆଭଳି ରକ୍ତସ୍ରାବ ରୋଗରେ ମଧ୍ୟ ଏହି ଲକ୍ଷଣ ଦେଖାଯାଏ । ଗ୍ୟାସ୍ଟ୍ରାଇଟିସ୍, ଏସୋଫେଜିଆଲ୍ ଭାରିସେସ୍, ମେକେଲ୍ସ ଡାଇଭର୍ଟିକୁଲମମାଲ୍ଲୋରି-ବେସ ସିନ୍ଡ୍ରୋମ ମଧ୍ୟ ଏହାର କାରଣ ହୋଇପାରେ ।
ଲୌହଯୁକ୍ତ ଖାଦ୍ୟ, ନାକ-ରକ୍ତସ୍ରାବ, କଳା ପୁଡିଙ୍ଗ ଓ ଆଫ୍ରିକାନ ମାସାଇ ଖାଦ୍ୟ ଖାଇଲେ ଝାଡ଼ା କଳା ଦେଖାଯାଏ କିନ୍ତୁ ଏହାକୁ ସାବଧାନତା ସହ ନିର୍ଣ୍ଣୟ କରିବା ଆବଶ୍ୟକ ହୁଏ ।
ନବଜାତ ଶିଶୁର ସ୍ୱଳ୍ପକାଳୀନ କଳାଝାଡ଼ା ହୁଏ କାରଣ ଜନ୍ମ ସମୟରେ କିଛି ରକ୍ତ ଗିଳିହୋଇଯାଏ ।
ମେଲିନା ଏକ ମେଡିକାଲ ଏମର୍ଜେନ୍ସି ବା ଆପତକାଳୀନ ଅବସ୍ଥା । ରକ୍ତସ୍ରାବ ଯୋଗୁ ରୋଗୀର ଅବସ୍ଥାରେ ଅତିଶିଘ୍ର ଅବନତି ଘଟେ ।

ଆଧାର ସମ୍ପାଦନା

  1. MedlinePlus Encyclopedia Bloody or tarry stools, retrieved 19 July 2010.
  2. Navarra, Tova (2004). The Encyclopædia of Vitamins, Minerals, and Supplements. Infobase Publishing. Iron supplements cause a grayish-black stool that should be distinguished from the black, tarlike stool that occurs from bleeding ulcer.
  3. Hurst, JW (1990). Clinical Methods: The History, Physical, and Laboratory Examinations. Melena strongly suggests, and hematemesis confirms, that bleeding is of upper gastrointestinal origin…Peptic ulcer, the most common cause of gastrointestinal hemorrhage, should be pursued through questions about epigastric distress, the relationship of symptoms to food intake, and a past history of peptic ulcer disease..

ଅଧିକ ତଥ୍ୟ ସମ୍ପାଦନା