କଲ୍ୟାଣୀ ଠାକୁର ଚରାଲ

କଲ୍ୟାଣୀ ଠାକୁର ଚରାଲ (ଜନ୍ମ ୧୯୬୫) ଜଣେ ଭାରତୀୟ ବଙ୍ଗଳା ଭାଷୀ ଦଳିତ ନାରୀବାଦୀ କବି ଓ ଲେଖିକା ।

ଜୀବନୀ ସମ୍ପାଦନା

ପ୍ରାରମ୍ଭିକ ଜୀବନ ସମ୍ପାଦନା

କଲ୍ୟାଣୀ ଠାକୁର ଚରାଲ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ବାଗୁଲାଠାରେ ମାଟୁଆ ସମ୍ପ୍ରଦାୟରେ ଜନ୍ମଗ୍ରହଣ କରିଥିଲେ ।[୧] ଜାତି ଆଧାରରେ ଭେଦଭାବର ସମ୍ମୁଖୀନ ହେବା ପରେ ସେ ନିଜ ନାମରେ "ଚରାଲ" (ଚଣ୍ଡାଳ) ନାମ ବ୍ୟବହାର କରିବା ଆରମ୍ଭ କରିଥିଲେ ଏବଂ ଏହି ସିଦ୍ଧାନ୍ତ ଅବହେଳିତ ମାଟୁଆ ସମ୍ପ୍ରଦାୟରେ ତାଙ୍କ ସଦସ୍ୟତାକୁ ସୂଚିତ କରିବା ନିମନ୍ତେ ଥିଲା ।[୨][୧]

ଶିକ୍ଷା ଓ ବୃତ୍ତି ସମ୍ପାଦନା

ସେ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରି ପରେ ଭାରତୀୟ ରେଳବାଇରେ କିରାଣୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ଜାତି ଆଧାରରେ ଭେଦଭାବ ଏବଂ ନିର୍ଯାତନା ପାଇବା ପରେ ବୃତ୍ତିରୁ ଇସ୍ତଫା ଦେଇଥିଲେ ।[୧][୩]

ନାରିବାଦ ସମ୍ପାଦନା

ସେ ନିଜ ପିତାମାତାଙ୍କୁ ନାରୀବାଦ ପ୍ରତି ତାଙ୍କର ଆଗ୍ରହର ଏକ ପ୍ରାରମ୍ଭିକ ପ୍ରଭାବ ବୋଲି ଦର୍ଶାଇଛନ୍ତି । ସେ ତାଙ୍କ ବାପା ସେମାନଙ୍କ ଗାଁରେ ଏକ ଘରୋଇ ନିର୍ଯାତନା ମାମଲାକୁ ରୋକିବାରେ ହସ୍ତକ୍ଷେପ କରିବା ଏବଂ ସବୁ ପିଲାଙ୍କୁ ଶିକ୍ଷା ପାଇବା ପାଇଁ ସମାନ ସୁଯୋଗ ଦିଆଯିବା ନିଶ୍ଚିତ କରିବାରେ ତାଙ୍କ ମା'ଙ୍କ ପ୍ରତିବଦ୍ଧତା ବାବଦରେ ବର୍ଣ୍ଣନା କରିଛନ୍ତି ।[୪][୧] ତାଙ୍କ ପିତା ଜଣେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ଏକ ଫାର୍ମରେ ମାଳୀ ଭାବେ ତଥା କାଠକଟାଳି ଭାବରେ କାମ ମଧ୍ୟ କରୁଥିଲେ ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ Ghose, Amita. "Why Bengali Dalit feminist poet and writer Kalyani Thakur added Charal (for Chandal) to her name". Scroll.in (in ଆମେରିକୀୟ ଇଂରାଜୀ). Retrieved 2020-12-26.
  2. ୨.୦ ୨.୧ "Through the ceiling of silences". www.telegraphindia.com. Retrieved 2020-12-26.
  3. "They are using Dalit votes for selfish ends". www.telegraphindia.com. Retrieved 2020-12-26.
  4. Sarangi, Jaydeep; Pal, Bidisha (2020-08-02). "Bangla Dalit Womanist Speaks: Interview with Bengali Dalit Writer Kalyani Thakur Charal". Writers in Conversation (in ଇଂରାଜୀ). 7 (2). doi:10.22356/wic.v7i2.78. ISSN 2203-4293.