କର୍ଣମ ମଲ୍ଲେଶ୍ୱରୀ

ଭାରତୀୟ ଭାର ଉତ୍ତୋଳନ‌କାରୀ

କର୍ଣାମ ମାଲେଶ୍ୱରୀ , ଜଣେ ପୂର୍ବତନ ଭାରତୀୟ ଭାର ଉତ୍ତୋଳକ ଆଥଲେଟ । ସେ ୧୯୯୪ ଓ ୧୯୯୫ ମସିହାରେ ୫୪ କିଲୋଗ୍ରାମ ଓଜନ ବିଭାଗରେ ବିଶ୍ୱ ଚମ୍ପିୟାନ ରହିବାସହ ୧୯୫୩ ଓ ୧୯୫୬ ମସିହାରେ ତୃତୀୟ ସ୍ଥାନରେ ରହିଥିଲେ । ସେ ୨୦୦୦ ମସିହା ଅଲିମ୍ପିକ[୧] କ୍ରୀଡ଼ାରେ କାଂସ୍ୟ ପଦକ ପାଇବା ପରେ ଅଲିମ୍ପିକରେ ପଦକ ପାଇବାରେ ଭାରତର ପ୍ରଥମ ମହିଳା ଆଥଲେଟ[୨] ହେବାର ଗୌରବ ଅର୍ଜନ କରିଥିଲେ । ଖେଳ ପାଇଁ ଭାରତରେ ଥିବା ସର୍ବାଧିକ ସମ୍ମାନଜନକ ପୁରସ୍କାର "ରାଜୀବ ଗାନ୍ଧୀ ଖେଳ ରତ୍ନ "[୩] ତାଙ୍କୁ ୧୯୯୫ ମସିହାରେ ଭାରତ ସରକାରଙ୍କ ତରଫରୁ ଦିଆ ଯାଇଥିଲା । ୧୯୯୯ ମସିହାରେ ସେ ସମ୍ମାନଜନକ ନାଗରିକ ପୁରସ୍କାର " ପଦ୍ମଶ୍ରୀ " ମଧ୍ୟ ପାଇଥିଲେ ।[୪]

କର୍ଣମ ମଲ୍ଲେଶ୍ୱରୀ

କର୍ଣାମ ୧୯୭୫ ଜୁନ ୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ୪ ଜଣ ଭଉଣୀ ସମସ୍ତେ ଭାର ଉତ୍ତୋଳନରେ ତାଲିମ ନେଇଥିଲେ । ୧୯୯୭ ମସିହାରେ ସେ ଜଣେ ସାଥି ଭାର ଉତ୍ତୋଳନ କ୍ରୀଡ଼ାବିଦ୍‌ ରାଜେଶ ତ୍ୟାଗୀଙ୍କୁ ବିବାହ କରିଥିଲେ । ୨୦୦୧ ମସିହାରେ ସେ ଏକ ପୁତ୍ର ସନ୍ତାନର ଜନନୀ ହେବା ସତ୍ତ୍ୱେ ମଧ୍ୟ ୨୦୦୨ ମସିହା କମନୱେଲ୍‌ଥ ଖେଳରେ ଭାଗ ନେବା ପାଇଁ ପ୍ରସ୍ତୁତି କରିଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ସେହି ସମୟରେ ତାଙ୍କର ପିତାଙ୍କ ପରଲୋକ ଘଟିବାରୁ ସେ ବାଧ୍ୟ ହେଇ ଦଳରୁ ଓହରି ଯାଇଥିଲେ । ୨୦୦୪ ମସିହା ଅଲିମ୍ପିକ ପାଇଁ ସେ ଯୋଗ୍ୟତା ହାସଲ କରିପାରିନଥିଲେ ।[୫]

ଆଧାର  ସମ୍ପାଦନ କରନ୍ତୁ

  1. Karnam Malleswari. sports-reference.com
  2. Ganguly, Meenakshi (27 December 2000) Conversations: 'I Did What I Could For My Country'.
  3. List of Rajiv Gandhi Khel Ratna Awardees. sportsauthorityofindia.nic.in
  4. "Padma Awards". Ministry of Home Affairs, Government of India. 2015. Archived from the original (PDF) on 15 November 2014. Retrieved 21 July 2015.
  5. Malleswari lifts Indian Olympic hopes – ‘I’m enjoying my preparation for a second medal.