କପିଳା ବାତ୍ସାୟନ

ଭାରତୀୟ ରାଜନୀତିଜ୍ଞ ଓ ଇତିହାସକାର

କପିଳା ବାତ୍ସାୟନ (୨୫ ଡିସେମ୍ବର ୧୯୨୮ - ୧୬ ସେପ୍ଟେମ୍ବର ୨୦୨୦) ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, କଳା, ସ୍ଥାପତ୍ୟ ଏବଂ କଳା ଇତିହାସର ଜଣେ ଅଗ୍ରଣୀ ବିଦ୍ୱାନ ଥିଲେ । ସେ ଭାରତରେ ସଂସଦର ସଦସ୍ୟ ତଥା ଅମଲାତନ୍ତ୍ର ଭାବରେ କାର୍ଯ୍ୟ କରିଥିଲେ ଏବଂ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

କପିଳା ବାତ୍ସାୟନ
କପିଳା ବାତ୍ସାୟନ ୨୦୦୬ ମସିହାରେ
ଜନ୍ମ(1928-12-25)୨୫ ଡିସେମ୍ବର ୧୯୨୮
ଦିଲ୍ଲୀ
ମୃତ୍ୟୁ୧୬ ସେପ୍ଟେମ୍ବର ୨୦୨୦(2020-09-16) (ବୟସ ୯୧)
ପୁରାତନ ଛାତ୍ରଦିଲ୍ଲୀ ବିଶ୍ୱବିଦ୍ୟାଳୟ, ମିଚିଗାନ ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ
ବୃତ୍ତି(s)କଳା, ସଂସ୍କୃତି ଗବେଷକ ଓ ଐତିହାସିକ
ଜୀବନସାଥୀସଚ୍ଚିଦାନନ୍ଦ ବାତ୍ସାୟନ 'ଅଜ୍ଞେୟ'

୧୯୭୦ ମସିହାରେ, କପିଳା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ ଗ୍ରହଣ କରିଥିଲେ । ଏହି ଫେଲୋସିପ ସଙ୍ଗୀତ, ନୃତ୍ୟ ଏବଂ ନାଟକ ପାଇଁ ଭାରତର ଜାତୀୟ ଏକାଡେମୀ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ସମ୍ମାନ ଅଟେ । ଏହା ପରେ ସେ ୧୯୯୫ ମସିହାରେ ଲଲିତ କଳା ଏକାଡେମୀ ଫେଲୋସିପ ଗ୍ରହଣ କରିଥିଲେ । ୨୦୧୧ ମସିହାରେ, ଭାରତ ସରକାର ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ପ୍ରଦାନ କରିଥିଲେ।

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ତାଙ୍କ ପିତାଙ୍କ ନାମ ରାମ ଲାଲ ଏବଂ ମାତାଙ୍କ ନାମ ସତ୍ୟବତୀ ମଲିକ ଥିଲା । ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।[୨] ଏହା ପରେ, ସେ ମିଗିଗାନ ବିଶ୍ୱବିଦ୍ୟାଳୟ, ଆନ୍ ଆର୍ବରରୁ ଶିକ୍ଷାର ସ୍ନାତକୋତ୍ତର ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ପିଏଚଡି କରିଥିଲେ । କବି ତଥା କଳା ସମାଲୋଚକ କେଶବ ମଲିକ ତାଙ୍କର ବଡ଼ ଭାଇ ଥିଲେ ଏବଂ ସେ ବିଶିଷ୍ଟ ହିନ୍ଦୀ ଲେଖକ ସଚ୍ଚିଦାନନ୍ଦ ବାତ୍ସାୟନ 'ଅଜ୍ଞେୟ'ଙ୍କୁ (୧୯୧୧–୧୯୮୭) ବିବାହ କରିଥିଲେ । ସେମାନେ ୧୯୫୬ ମସିହାରେ ବିବାହ କରିଥିଲେ ଏବଂ ୧୯୬୯ ମସିହାରେ ଅଲଗା ହୋଇଯାଇଥିଲେ ।

ମୃତ୍ୟୁସମ୍ପାଦନ କରନ୍ତୁ

କପିଳା ବାତ୍ସାୟନ ୨୦୨୦ ମସିହା ସେପ୍ଟେମ୍ବର ୧୬ ତାରିଖରେ ୯୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ବୃତ୍ତିଗତ ଜୀବନସମ୍ପାଦନ କରନ୍ତୁ

କପିଳା, ଦି ସ୍କୋୟାର୍ ଏବଂ ସର୍କଲ୍ ଅଫ୍ ଇଣ୍ଡିଆନ୍ ଆର୍ଟସ (୧୯୯୭), ଭାରତ: ଦ ନାଟ୍ୟ ଶାସ୍ତ୍ର (୧୯୯୬), ଏବଂ ମାତ୍ରଲକ୍ଷଣମ (୧୯୮୮) ସମେତ ଅନେକ ପୁସ୍ତକର ରଚୟିତା ।[୩]

୧୯୮୭ ମସିହାରେ, ସେ ଦିଲ୍ଲୀରେ ଅବସ୍ଥିତ ଭାରତର ପ୍ରମୁଖ କଳା ସଂଗଠନ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର ଆର୍ଟର (ଇନ୍ଦିରା କଳାକେନ୍ଦ୍ର) ପ୍ରତିଷ୍ଠାତା ଟ୍ରଷ୍ଟି ତଥା ସଦସ୍ୟ ସଚିବ ଭାବରେ ଅବସ୍ଥାପିତ ହୋଇଥିଲେ ।[୩] ଏହା ପରେ, ୧୯୯୩ ମସିହାରେ, ସେ ଏହାର ଏକାଡେମିକ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ ଓ ଏହି ପଦବୀରେ ସେ ୨୦୦୦ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୨୦୦୫ ମସିହାରେ, ସେ ପୁଣି ଏହି ଅନୁଷ୍ଠାନର ଅଧ୍ୟକ୍ଷା ଭାବରେ ନିଯୁକ୍ତି ପାଇଥିଲେ ।[୪] ସେ ଶିକ୍ଷା ମନ୍ତ୍ରଣାଳୟରେ ଭାରତ ସରକାରଙ୍କ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଓ ଏହି ପଦବୀରେ ଥାଇ ସେ ବହୁ ସଂଖ୍ୟକ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପ୍ରତିଷ୍ଠା କରିବାରେ ସହାୟକ ହୋଇଥିଲେ । ସେ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଏସିଆ ପ୍ରକଳ୍ପର ଅଧ୍ୟକ୍ଷା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

୨୦୦୬ ମସିହାରେ କପିଳା ରାଜ୍ୟସଭାକୁ ମନୋନୀତ ହୋଇଥିଲେ ଓ ସେହି ବର୍ଷ ମାର୍ଚ୍ଚ ମାସରେ ସେଠାରୁ ଇସ୍ତଫା ଦେଇଥିଲେ ।[୫] ୨୦୦୭ ମସିହା ଅପ୍ରେଲ ମାସରେ ସେ ପୁଣି ରାଜ୍ୟସଭାକୁ ମନୋନୀତ ହୋଇ, ଫେବୃଆରୀ ୨୦୧୨ରେ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୬]

ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ

  • ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ - ୧୯୭୦[୭]
  • ଜନ ଡି ରକଫେଲର ତୃତୀୟ ପାଣ୍ଠୀ ଫେଲୋସିପ - ୧୯୭୦ (ଆମେରିକା ଏବଂ ଇଣ୍ଡୋନେସିଆର ସାଂସ୍କୃତିକ ଅନୁଷ୍ଠାନ ଓ ସମସାମୟିକ କଳା ବିକାଶର ସର୍ବେକ୍ଷଣ ପାଇଁ ଏହି ଫେଲୋସିପ ଦିଆଯାଇଥିଲା)
  • ଜବାହରଲାଲ ନେହେରୁ ଫେଲୋସିପ - ୧୯୭୫[୮]
  • ଜନ୍ ଡି ରକଫେଲର୍ ତୃତୀୟ ପୁରସ୍କାର - ୧୯୯୨ (ଆନ୍ତର୍ଜାତୀୟ ବୁଝାମଣା ଓ ଭାରତରେ ନୃତ୍ୟ ଏବଂ କଳା ଇତିହାସର ଅଭ୍ୟାସ ଏବଂ ଅଧ୍ୟୟନରେ ଉଲ୍ଲେଖନୀୟ ଅବଦାନ ଏସୀୟ ସାଂସ୍କୃତିକ ପରିଷଦଦ୍ୱାରା ପ୍ରଦତ୍ତ)[୯]
  • ନୃତ୍ୟ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟା ଅବଦାନ ପାଇଁ ସମ୍ମାନ (କଂଗ୍ରେସ ରିସର୍ଚ୍ଚ ଇନ ଡାନ୍ସ ତରଫରୁ ପ୍ରଦତ୍ତ)
  • ରାଜୀବ ଗାନ୍ଧୀ ଜାତୀୟ ସଦଭାବନା ସମ୍ମାନ - ୨୦୦୦[୧୦]
  • ପଦ୍ମ ବିଭୂଷଣ - ୨୦୧୧[୧୧]

ରଚନାବଳୀସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "Members Biodata". Rajya Sabha. Retrieved 8 July 2013.
  2. Uttara Asha Coorlawala (12 January 2000). "Kapila Vatsyayan – Formative Influences". narthaki. Retrieved 8 July 2013.
  3. ୩.୦ ୩.୧ Bouton, Marshall & Oldenburg, Philip, Eds. (2003). India Briefing: A Transformative Fifty Years, p. 312. Delhi: Aakar Publications.
  4. "Congress appoints Kapila Vatsyayan as IGNCA chairperson, completes tit-for-tat with NDA". India Today. 31 October 2005. Retrieved 8 July 2013.
  5. "Vatsyayan resigns from RS". Rediff.com India News. 24 March 2006. Retrieved 8 July 2013.
  6. "Swaminathan, Vatsyayan nominated to Rajya Sabha". The Hindu. 11 April 2007. Retrieved 8 July 2013.
  7. "SNA: List of Sangeet Natak Akademi Ratna Puraskar winners (Akademi Fellows)". Official website. Archived from the original on 4 March 2016.
  8. "Official list of Jawaharlal Nehru Fellows (1969-present)". Jawaharlal Nehru Memorial Fund.
  9. "ACC: List of John D. Rockefeller 3rd Awardees". Official website. Archived from the original on 26 ଜୁଲାଇ 2014.
  10. "Secularism under assault, says Sonia". The Hindu. 21 August 2001.
  11. "Padma Awards Announced" (Press release). Ministry of Home Affairs. 25 January 2011. Retrieved 25 January 2011.

ବାହ୍ୟ ଆଧାରସମ୍ପାଦନ କରନ୍ତୁ