କନ୍କସନ ପର ସିଣ୍ଡ୍ରୋମ
କନ୍କସନ ପର ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Post-concussion syndrome/ PCS ) ହେଉଛି ସାମାନ୍ୟ ମସ୍ତିଷ୍କ ଆଘାତ (TBI); [୧] ଲକ୍ଷଣଗୁଡିକ ଅଧିକ ସମୟ ରହିଲେ ଅଧିକାଂଶ ଲୋକ ଏହି ଶବ୍ଦ ବ୍ୟବହାର କରନ୍ତି ।[୪] [୯] ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ଅସ୍ଥିର ଲାଗିବ, ବିରକ୍ତିକରତା, ଶୋଇବାରେ ଅସୁବିଧା କିମ୍ବା ବୋଧଶକ୍ତି ଅସୁବିଧା ହୋଇପାରେ ।[୧] [୨] ରୋଗ ଜଟିଳ ହେଲେ ଉଦାସୀନତା, ଉଦ୍ବେଗ, ଏବଂ ଅତ୍ୟଧିକ ଔଷଧ ବ୍ୟବହାର ମୁଣ୍ଡବିନ୍ଧା ଅନ୍ତର୍ଭୁକ୍ତ ହୋଇପାରେ।[୧୦] [୭]
Post-concussion syndrome | |
---|---|
Postconcussive syndrome; persistent post-concussive symptoms (PPCS) | |
ଫାଇଲ:PMC3139069 234 2010 774 Fig2 HTML.png | |
ବିଭାଗ | Neurology, physical medicine and rehabilitation |
ଲକ୍ଷଣ | Headache, dizziness, irritability, trouble sleeping, cognitive difficulties[୧][୨] |
ଅବଧି | > weeks[୩] |
କାରଣ | Traumatic brain injury[୪] |
ବିପଦ କାରକ | Mental health problems, multiple concussions, history of migraines[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms after ruling out other causes[୪] |
ସଠିକ ରୋଗ ନିର୍ଣ୍ଣୟ | Post-traumatic stress disorder, chronic pain, fibromyalgia[୫][୪] |
ପ୍ରତିକାର | Return to activity after no more than a brief period of rest[୧] |
ଚିକିତ୍ସା | NSAIDs; SSRIs; physical or behavioral therapy[୬][୭] |
Prognosis | Most resolve after a few weeks[୮] |
ପୁନଃପୌନିକ | 30 to 80% post concussion[୧] |
ସାଧାରଣତଃ ଏହା ସାମାନ୍ୟ ଆଘାତଜନିତ ମସ୍ତିଷ୍କ ଆଘାତ ପରେ ଘଟିଥାଏ, ଏହା ମଧ୍ୟମ କିମ୍ବା ଗୁରୁତର ଆଘାତ ପରେ ମଧ୍ୟ ହୋଇପାରେ ।[୪] ବିପଦ ସଙ୍କଟଗୁଡ଼ିକ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ଏକାଧିକ କନ୍କସିନ ଏବଂ ଅଧକପାଳି ଇତିହାସ ହୋଇପାରେ ।[୧] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପରେ ଏହାର ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ ।[୪] ଦୀର୍ଘସ୍ଥାୟୀ କିମ୍ବା ସ୍ଥାୟୀ ଲକ୍ଷଣଗୁଡିକର ସଂଜ୍ଞା ୧୦ ଦିନରୁ ଅଧିକ ଓ ୩ ମାସ ମଧ୍ୟରେ ପରିବର୍ତ୍ତନ ହୋଇଥାଏ ।[୯] ଚେତନା ହରାଇବା ରୋଗ ନିର୍ଣ୍ଣୟ ଆବଶ୍ୟକ ନୁହେଁ ।[୬]
ଅଧିକାଂଶ ଥର ଦିନେ ଦୁଇ ଦିନ ବିଶ୍ରାମ ପରେ ଶାରୀରିକ କାର୍ଯ୍ୟକଳାପକୁ ଫେରିଲେ ରୋଗ ପ୍ରତିରୋଧ ହୋଇପାରେ ।[୧] ଆଘାତର ପ୍ରାରମ୍ଭିକ ୫ ଦିନ ପାଇଁ କମ୍ ଶିକ୍ଷାଗତ କାର୍ଯ୍ୟ ଯୁକ୍ତିଯୁକ୍ତ ଅଟେ ।[୧] ଯଦିଓ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ, ତେବେ ଲକ୍ଷଣଗୁଡିକ ଉନ୍ନତି ହୋଇପାରିବ ଯଦି ନନଷ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟୋରୁ ଔଷଧ, ଶାରୀରିକ କିମ୍ବା ଆଚରଣବିଧି ଚିକିତ୍ସା କରାଯାଏ ।[୧୦] [୬] [୭] ଲକ୍ଷଣ ନ ଯିବା ପର୍ଯ୍ୟନ୍ତ କ୍ରୀଡାକୁ ଫେରିବାକୁ ସୁପାରିଶ କରାଯାଏ ନାହିଁ।[୮] ଦୁଇ ସପ୍ତାହ ପରେ ଅଧିକାଂଶ ମାମଲାର ସମାଧାନ ହୁଏ; [୮] ଯଦିଓ ବେଳେବେଳେ ମାସାଧିକ କିମ୍ବା ବର୍ଷାଧିକ କାଳ ରହିପାରେ ।[୬]
କନ୍କସନ ପର ସିଣ୍ଡ୍ରୋମ ୩୦ରୁ ୮୦% ଲୋକଙ୍କୁ ପ୍ରଭାବିତ କରେ ।[୧] ପ୍ରାୟ ୧୫–୨୦% ଲକ୍ଷଣଗୁଡିକ ୪ ସପ୍ତାହରୁ ଅଧିକ ସମୟ ଧରି ଚାଲିଥାଏ ।[୫] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୯] ଅନ୍ତତ ପକ୍ଷେ ୧୮୦୦ ଦଶକରୁ ଏହାର ବର୍ଣ୍ଣନା ଚାଲି ଆସିଛି ଓ ୧୯୩୪ ମସିହାରୁ ପ୍ରଚଳିତ ଶବ୍ଦ ବର୍ଣ୍ଣନା ଅଛି ।[୧୧]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Mullally, WJ (August 2017). "Concussion". The American journal of medicine. 130 (8): 885–892. doi:10.1016/j.amjmed.2017.04.016. PMID 28502817.
- ↑ ୨.୦ ୨.୧ Dhandapani, TPM; Garg, I; Tara, A; Patel, JN; Dominic, JL; Yeon, J; Memon, MS; Gergal Gopalkrishna Rao, SR; Bugazia, S (September 2021). "Role of the Treatment of Post-Concussion Syndrome in Preventing Long-Term Sequela Like Depression: A Systematic Review of the Randomized Controlled Trials". Cureus. 13 (9): e18212. doi:10.7759/cureus.18212. PMID 34722025.
- ↑ "Traumatic Brain Injury" (PDF). NINDS. Archived (PDF) from the original on 19 August 2022. Retrieved 13 August 2023.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ Permenter, Cara M.; Fernández-de Thomas, Ricardo J.; Sherman, Andrew l (2023). "Postconcussive Syndrome". StatPearls. StatPearls Publishing. Archived from the original on 14 August 2023. Retrieved 12 August 2023.
- ↑ ୫.୦ ୫.୧ "Diagnosis/Assessment of Prolonged Symptoms | Living Concussion Guidelines". concussionsontario.org (in ଇଂରାଜୀ). Archived from the original on 1 June 2023. Retrieved 12 August 2023.
- ↑ ୬.୦ ୬.୧ ୬.୨ ୬.୩ "Post-concussion syndrome – Symptoms and causes". mayoclinic.org. Archived from the original on 2017-07-16. Retrieved 2022-04-16.
- ↑ ୭.୦ ୭.୧ ୭.୨ Kim, K; Priefer, R (September 2020). "Evaluation of current post-concussion protocols". Biomedicine & pharmacotherapy = Biomedecine & pharmacotherapie. 129: 110406. doi:10.1016/j.biopha.2020.110406. PMID 32768934.
- ↑ ୮.୦ ୮.୧ ୮.୨ "Concussion - Injuries and Poisoning". Merck Manuals Consumer Version. Archived from the original on 19 July 2023. Retrieved 12 August 2023.
- ↑ ୯.୦ ୯.୧ ୯.୨ Leddy, JJ; Baker, JG; Willer, B (May 2016). "Active Rehabilitation of Concussion and Post-concussion Syndrome". Physical medicine and rehabilitation clinics of North America. 27 (2): 437–54. doi:10.1016/j.pmr.2015.12.003. PMID 27154855.
- ↑ ୧୦.୦ ୧୦.୧ Broshek, DK; De Marco, AP; Freeman, JR (2015). "A review of post-concussion syndrome and psychological factors associated with concussion". Brain injury. 29 (2): 228–37. doi:10.3109/02699052.2014.974674. PMID 25383595.
- ↑ Anderson, SD (1996). "Postconcussional disorder and loss of consciousness". The Bulletin of the American Academy of Psychiatry and the Law. 24 (4): 493–504. PMID 9001747.