କନ୍ଧମାଳ ହଳଦୀ ଏକ ଭିନ୍ନ ଧରଣର ହଳଦୀ ପ୍ରଜାତି ଯାହା ବିଶ୍ୱ ଦରବାରରେ ନିଜର ଉତ୍କୃଷ୍ଟ ଗୁଣବତ୍ତା ଏବଂ ଔଷଧୀୟ ଗୁଣ ପାଇଁ ଅନେକ ସୁଖ୍ୟାତି ଅର୍ଜନ କରିଅଛି ।[ଆଧାର ଲୋଡ଼ା] ଏହି ପ୍ରଜାତିର ହଳଦୀ ମୁଖ୍ୟତଃ ଦକ୍ଷିଣ ଓଡ଼ିଶା ଅନ୍ତର୍ଗତ କନ୍ଧମାଳ ଜିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ବହୁଳ ମାତ୍ରାରେ ଚାଷ କରାଯାଇଥାଏ । ଏହାର ଉତ୍କୃଷ୍ଟ ଗୁଣବତ୍ତା ଏବଂ ଚାଷ ପ୍ରଣାଳୀକୁ ଧ୍ୟାନରେ ରଖି ଏହି ପ୍ରଜାତିର ହଳଦୀକୁ ୨୦୧୯ ମସିହା ଉତ୍କଳ ଦିବସ ଉପଲକ୍ଷେ ଭାରତ ସରକାରଙ୍କଦ୍ୱାରା ଭୌଗଳିକ ପରିଚୟ (GI ) ମାନ୍ୟତା ଦିଆଯାଇଛି ।[୧] ପାରମ୍ପରିକ ପଦ୍ଧତିରେ ଚାଷ କରାଯାଉଥିବା କନ୍ଧମାଳ ହଳଦୀରେ ମୁଖ୍ୟତଃ ସାର ଓ କୀଟନାଶକର ପ୍ରୟୋଗ କରାଯାଇନଥାଏ ସେଥିପାଇଁ ଏହି ହଳଦୀ ମଧ୍ୟ ଜୈବିକ ମାନ୍ୟତା ପ୍ରାପ୍ତ କରିଛି । ଅଧୁନା କନ୍ଧମାଳର ଚାଷୀଭାଇମାନଙ୍କୁ ନେଇ ଗଠିତ କନ୍ଧମାଳ ଉଚ୍ଚତମ ମସଲା ମାର୍କେଟିଙ୍ଗ ସଂସ୍ଥାନ ଏହି ହଳଦୀର ପ୍ରଚାର ଓ ପ୍ରସାର ଦିଗରେ କାର୍ଯ୍ୟ କରୁଅଛି ।[୨][୩][୪]

କନ୍ଧମାଳ ହଳଦୀ
Geographical indication
Areaକନ୍ଧମାଳ, ଓଡ଼ିଶା
Countryଭାରତ
Materialହଳଦୀ
ହଳଦୀ କ୍ଷେତ

thumb|Kandhamal Haladi


ଆଧାର ସମ୍ପାଦନା

  1. http://ipindiaservices.gov.in/GirPublic/Application/Details/610
  2. Behera, Nirmalya (2019-04-01). "On Foundation Day, Odisha receives GI tag for 'Kandhamal Haldi'". Business Standard India. Retrieved 2020-08-15.
  3. [୧]
  4. Barik, Satyasundar (2018-12-05). "Kandhamal Haldi likely to get GI tag". The Hindu (in Indian English). ISSN 0971-751X. Retrieved 2020-08-15.