କଙ୍ଗାରୁ ହେଉଛି ମାକ୍ରୋପୋଡିଡି (ମାକ୍ରୋପୋଡ୍‌ସ) ପରିବାରର ମାର୍ସୁପିଆଲ୍, ଯାହାର ଅର୍ଥ ହେଉଛି "ବଡ଼ ପାଦ"। ସାଧାରଣତଃ ଏହି ଶବ୍ଦଟି ମାକ୍ରୋପୋଡିଡି ପରିବାରର ବୃହତ୍ତମ ପ୍ରଜାତି ଯେପରିକି କଙ୍ଗାରୁ, ତଥା ଆଣ୍ଟିଲୋପିନ୍ କଙ୍ଗାରୁ, ପ୍ରାଚ୍ୟ ଧୂସର କଙ୍ଗାରୁ ଏବଂ ପଶ୍ଚିମୀ ଧୂସର କଙ୍ଗାରୁଙ୍କୁ ବର୍ଣ୍ଣନା କରିବାକୁ ବ୍ୟବହୃତ ହୁଏ | [] କଙ୍ଗାରୁମାନେ ମୁଖ୍ୟତଃ ଅଷ୍ଟ୍ରେଲିଆ ଏବଂ ନ୍ୟୁ ଗିନିର ସ୍ଥାନୀୟ ଅଧିବାସୀ। ଅଷ୍ଟ୍ରେଲିଆ ସରକାରଙ୍କ ଆକଳନ ଅନୁଯାୟୀ ଅଷ୍ଟ୍ରେଲିଆର କଙ୍ଗାରୁର ବାଣିଜ୍ୟିକ କାରବାର ଅଞ୍ଚଳରେ ଏମାନଙ୍କ ସଂଖ୍ୟା ୨୦୧୩ ରେ ୫୩.୨ ନିୟୁତ ଥିଲାବେଳେ ୨୦୧୯ ରେ ୪୨.୮ ନିୟୁତକୁ ହ୍ରାସ ପାଇଅଛି।[]

ଏକ ଚରୁଥିବା ଲାଲ କଙ୍ଗାରୁ
ଲାଲ କଙ୍ଗାରୁ, ଲିଭରପୁଲ ପ୍ଲେନ୍ସ, ସିଡନୀ, c. ୧୮୧୯

"ୱାଲାରୁ" ଏବଂ "ୱାଲାବି" ପରି, "କଙ୍ଗାରୁ" ମଧ୍ୟ ଏକ ପାରାଫାଇଲେଟିକ୍ ପ୍ରଜାତିର ଗୋଷ୍ଠୀକୁ ବୁଝାଏ | ତିନୋଟିଯାକ ପ୍ରାଣୀ ସମାନ ମାକ୍ରୋପୋଡିଡି ପରିବାରର ସଦସ୍ୟ , କେବଳ ଆକାର ଅନୁଯାୟୀ ଏମାନେ ପୃଥକ | ଏହି ପରିବାରର ସବୁଠାରୁ ବଡ଼ ପ୍ରଜାତିକୁ "କଙ୍ଗାରୁ" ଏବଂ ସବୁଠାରୁ ଛୋଟ ପ୍ରଜାତିକୁ "ୱାଲାବି" ବୋଲି କୁହାଯାଏ। "ୱାଲାରୁସ୍" ଶବ୍ଦଟି ମଧ୍ୟମ ଆକାରର ପ୍ରଜାତିକୁ ବୁଝାଏ | [] ବୃକ୍ଷ-କଙ୍ଗାରୁ ଅନ୍ୟ ଏକ ପ୍ରକାରର ମାକ୍ରୋପୋଡ୍, ଯାହା ନ୍ୟୁ ଗିନି, ସୁଦୂର ଉତ୍ତର-ପୂର୍ବ କୁଇନ୍ସଲ୍ୟାଣ୍ଡ ଏବଂ ଏହି ଅଞ୍ଚଳର କିଛି ଦ୍ୱୀପପୁଞ୍ଜର ଗ୍ରୀଷ୍ମମଣ୍ଡଳୀୟ ବର୍ଷାରଣ୍ୟରେ ବାସ କରନ୍ତି | ଏହି ପ୍ରକାରର କଙ୍ଗାରୁ ଗଛର ଉପର ଶାଖାରେ ବାସ କରନ୍ତି |[] ଏମାନଙ୍କ ଆପେକ୍ଷିକ ଆକାର ବାବଦରେ ଏକ ସାଧାରଣ ଧାରଣା ହେଲା:

  • ୱାଲାବି: ମୁଣ୍ଡ ଏବଂ ଶରୀରର ଲମ୍ବ ୪୫-୧୦୫ ସେ. ମି. ଏବଂ ଲାଞ୍ଜର ଲମ୍ବ ୩୩-୭୫ ସେ. ମି. ; ବାମନ ୱାଲାବି (ଜଣାଶୁଣା ମାକ୍ରୋପୋଡ୍ ପ୍ରଜାତି ମଧ୍ୟରୁ ସବୁଠାରୁ ଛୋଟ) ୪୬ ସେ. ମି ଲମ୍ବା ଏବଂ ଓଜନ ୧.୬ କିଲୋଗ୍ରାମ।
  • ବୃକ୍ଷ-କଙ୍ଗାରୁ: ଲୁମହୋଲ୍ଟଜ୍ ବୃକ୍ଷ କଙ୍ଗାରୁ ଠାରୁ ଆରମ୍ଭ କରି : ଶରୀର ଓ ମୁଣ୍ଡ ଲମ୍ବ ୪୮-୬୫ ସେ. ମି., ଲାଞ୍ଜ ଲମ୍ବ ୬୦-୭୪ ସେ. ମି., ଓଜନ ପୁରୁଷଙ୍କ ପାଇଁ ୭.୨ କି. ଗ୍ରା. ଏବଂ ମହିଳାଙ୍କ ପାଇଁ ୫.୯ କି. ଗ୍ରା; ଗ୍ରିଜ୍ଲେଡ୍ ବୃକ୍ଷ-କଙ୍ଗାରୁ ପର୍ଯ୍ୟନ୍ତ : ଲମ୍ବ ୭୫-୯୦ସେ.ମି.(୩୦-୩୫ଇଞ୍ଚ) ଏବଂ ଓଜନ ୮-୧୫କେ.ଜି.
  • ୱାଲାରୁ କଳା ୱାଲାରୁ (ଦୁଇଟି ପ୍ରଜାତି ମଧ୍ୟରୁ କ୍ଷୁଦ୍ରତର) ଯାହାର ଲାଞ୍ଜ ଲମ୍ବ ୬୦-୭୦ ସେ. ମି. ଏବଂ ପୁରୁଷଙ୍କ ଓଜନ ୧୯-୨୨କେ.ଜି. ଏବଂ ମହିଳାଙ୍କ ପାଇଁ ୧୩ କେ.ଜି.
  • କଙ୍ଗାରୁ: ଏକ ବଡ଼ ପୁରୁଷ ୨ ମିଟର (୬ ଫୁଟ ୭ ଇଞ୍ଚ) ଉଚ୍ଚତା ଏବଂ ଓଜନ ୯୦ କେଜି ର(୨୦୦ ପାଉଣ୍ଡ) ହୋଇପାରେ।

କଙ୍ଗାରୁମାନଙ୍କର ପଛ ଗୋଡ଼ ବଡ଼ ଓ ଶକ୍ତିଶାଳୀ , ବଡ଼ ପାଦ ଲମ୍ଫ ଦେବା ପାଇଁ ଅନୁକୂଳ , ଶରୀରର ସନ୍ତୁଳନ ପାଇଁ ଏକ ଲମ୍ବା ମାଂସପେଶୀଯୁକ୍ତ ଲାଞ୍ଜ ଏବଂ ଏକ ଛୋଟ ମୁଣ୍ଡ ଅଛି | ଅଧିକାଂଶ ମାର୍ସୁପିଆଲ୍ ପରି, ମହିଳା କଙ୍ଗାରୁଙ୍କର ମାର୍ସୁପିୟମ୍ ନାମକ ଏକ ଥଳି ଥାଏ ଯେଉଁଥିରେ ଶିଶୁ କଙ୍ଗାରୁର ପ୍ରସବ ପରବର୍ତ୍ତୀ ବିକାଶ ସମ୍ପୂର୍ଣ୍ଣ ହୁଏ |

କଙ୍ଗାରୁର ସ୍ୱତନ୍ତ୍ର ଦାନ୍ତ ଏହାକୁ ଚାରଣ ପାଇଁ ସାହାଯ୍ୟ କରିଥାଏ ଯାହାକି ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ ବିରଳ | ଛାମୁଦାନ୍ତ ଦ୍ୱାରା ସହଜରେ ଛିଣ୍ଡାଇ ପାରିଥିବା ଘାସକୁ ପରବର୍ତ୍ତୀ ସମୟରେ କଳଦାନ୍ତ ଦ୍ୱାରା ସେ ଛୋଟଛୋଟ ଖଣ୍ଡରେ କାଟି ଚୋବାଇ ପାରିଥାଏ | ଏହାର ତଳ ଦନ୍ତମାଢ଼ିର ଦୁଇ ପାର୍ଶ୍ୱ ଏକାଠି ସଂଯୁକ୍ତ ହୋଇନଥାଏ, ତଳ ଛାମୁଦାନ୍ତ ଗୁଡ଼ିକ ଛାଡ଼ିଛାଡ଼ି ଥାଏ, ଯାହା କଙ୍ଗାରୁକୁ ଏକାଠି ଅଧିକ ପରିମାଣରେ ଖାଦ୍ୟ ନବାକୁ ସାହାଯ୍ୟ କରିଥାଏ। ରୁକ୍ଷଘାସରେ ଥିବା ସିଲିକା ଯୋଗୁଁ କଙ୍ଗାରୁର କଳଦାନ୍ତଗୁଡ଼ିକ ଘୋରିହୋଇ ଆଗକୁ ବାହାରିଯାଇ ପଡ଼ିଯାଏ ଏବଂ ତା ବଦଳରେ ସେହି ସ୍ଥାନରେ ନୂଆ ଦାନ୍ତ ବାହାରିଥାଏ | [] ଏହି ପ୍ରକ୍ରିୟାକୁ ପଲିଫାଇଓଡୋଣ୍ଟି କୁହାଯାଏ ଯାହାକି ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ କେବଳ ହାତୀ ଏବଂ ମାନଟିମାନଙ୍କଠାରେ ଘଟିଥାଏ।

ବାସସ୍ଥାନ ଓ ଚାରଣଭୂମିରେ ଅଷ୍ଟ୍ରେଲୀୟ ଭୂଭାଗରେ ମଣିଷଦ୍ୱାରା ଅଣାଯାଇଥିବା ପରିବର୍ତ୍ତନରେ ବୃହତ କଙ୍ଗାରୁମାନେ ଛୋଟ ମାକ୍ରୋପୋଡ୍ ତୁଳନାରେ ବହୁତ ଭଲ ଭାବରେ ଖାପଖୁଆଇଛନ୍ତି | ଅନେକ ଛୋଟ ପ୍ରଜାତି ବିରଳ ଏବଂ ବିପନ୍ନ ହୋଇଥିବାବେଳେ କଙ୍ଗାରୁ ଅପେକ୍ଷାକୃତ ପ୍ରଚୁର ପରିମାଣରେ ଅଛନ୍ତି, ବିପରୀତେ ଏହା ଏକ ସାଧାରଣ ଭୁଲ ଧାରଣା ସତ୍ତ୍ୱେ |[][]

କଙ୍ଗାରୁ ସହିତ କୋଆଲା ହେଉଛି ଅଷ୍ଟ୍ରେଲିଆର ପ୍ରତୀକ | ଅଷ୍ଟ୍ରେଲିଆର କୋଟ୍ ଅଫ୍‌ ଆର୍ମ୍‌ସ []ଏବଂ ଏହାର କିଛି ମୁଦ୍ରା []ରେ ଏକ କଙ୍ଗାରୁ ଦୃଶ୍ୟମାନ ହୁଏ ଏବଂ ଏହା ଅଷ୍ଟ୍ରେଲିଆର କେତେକ ଜଣାଶୁଣା ସଂସ୍ଥା ଯେପରିକି କାଣ୍ଟାସ୍ର ପ୍ରତୀକ, [୧୦] ରୟାଲ ଅଷ୍ଟ୍ରେଲିଆନ୍‌ ଏଆର୍‌ଫୋର୍ସର ରାଉଣ୍ଡେଲ୍ ଭାବରେ ବ୍ୟବହୃତ ହୁଏ | [୧୧] ଉଭୟ ଅଷ୍ଟ୍ରେଲିୟ ସଂସ୍କୃତି ଏବଂ ଜାତୀୟ ଭାବମୂର୍ତ୍ତି ପାଇଁ କଙ୍ଗାରୁ ଗୁରୁତ୍ୱପୂର୍ଣ୍ଣ, ଏବଂ ଫଳସ୍ୱରୂପ ସେଠାରେ ବହୁ ଲୋକପ୍ରିୟ ସଂସ୍କୃତି ଉଦ୍ଧୃତାଂଶ ରହିଅଛି |

ବନ୍ୟ କଙ୍ଗାରୁକୁ ମାଂସ, ଚମଡ଼ା ଏବଂ ଚାରଣ ଭୂମିର ସୁରକ୍ଷା ପାଇଁ ଗୁଳି କରି ଶିକାର କରି ଦିଆଯାଉଅଛି |[୧୨] କଙ୍ଗାରୁରେ କମ୍ ପରିମାଣର ଚର୍ବି ଥିବାରୁ ଅନ୍ୟ ମାଂସ ତୁଳନାରେ କଙ୍ଗାରୁ ମାଂସକୁ ଅଧିକ ଖାଦ୍ୟ ଉପଯୋଗୀ ବୋଲି ଗ୍ରହଣ କରାଯାଏ ।[୧୩]

ଶବ୍ଦାବଳୀ

ସମ୍ପାଦନା

କଙ୍ଗାରୁ ଶବ୍ଦଟି ଗୁଗୁ ୟିମିଥୀ ଭାଷାର ଶବ୍ଦ ଗାଙ୍ଗୁରୁରୁ ଉତ୍ପନ୍ନ ହୋଇଥିଲା ଯାହା ମୁଖ୍ୟତଃ ପ୍ରାଚ୍ୟ ଧୂସର କଙ୍ଗାରୁକୁ ଦର୍ଶାଇଥାଏ। [୧୪][୧୫] ପ୍ରଥମେ "କଙ୍ଗୁରୁ" ଶବ୍ଦଟି ୧୭୭୦ ମସିହା ଜୁଲାଇ ୧୨ ତାରିଖରେ ସାର୍‌ ଜୋସେଫ୍‌ ବ୍ୟାଙ୍କ୍‌ସଙ୍କର ଡାଏରୀରେ ଲେଖାଯାଇଥିଲା । ଏଣ୍ଡେଭର୍ ନଦୀ କୂଳରେ ଥିବା ଆଧୁନିକ କୁକଟାଉନ୍ ସହରରେ, ଯେଉଁଠାରେ ଲେଫ୍ଟନାଣ୍ଟ ଜେମ୍ସ କୁକଙ୍କ ନିର୍ଦ୍ଦେଶରେ ଏଚ୍‌.ଏମ୍‌.ଏସ୍‌. ଏଣ୍ଡେଭର୍‌କୁ ପ୍ରାୟ ସାତ ସପ୍ତାହ କାଳ ବୃହତ୍ତମ ପ୍ରବାଳ ପ୍ରାଚୀରର ରକ୍ଷଣାବେକ୍ଷଣ ପାଇଁ ରଖାଯାଇଥିଲା, ସେତେବେଳେ ଅଗଷ୍ଟ ୪ ରେ କୁକ୍‌ ମହାଶୟ ପ୍ରଥମ ଥର ପାଇଁ ତାଙ୍କର ଡାଏରୀରେ କଙ୍ଗାରୁ ଶବ୍ଦଟି ଉଲ୍ଲେଖ କରିଥିଲେ | [୧୬]ଗୁଗୁ ୟିମିଥୀର ହେଉଛି ଏହି ଅଞ୍ଚଳର ସ୍ଥାନୀୟ ଭାଷା |

ଲୋକକଥା ଅନୁଯାୟୀ ଗୁଗୁ ୟିମିଥୀ ଭାଷାର କଙ୍ଗାରୁ ଶବ୍ଦଟିର ଇଂରାଜୀ ଅର୍ଥହେଲା "ମୁଁ ଜାଣେ ନାହିଁ" ବା "ମୁଁ ବୁଝିପାରେ ନାହିଁ" | [୧୭] ଏକ ଆଖ୍ୟାନ ଅନୁଯାୟୀ, କୁକ୍ ଏବଂ ତାଙ୍କ ସାଥୀଗଣ ନୂତନ ସ୍ଥାନଟିର ଅନୁସନ୍ଧାନ କରିବା ସମୟରେ ପଶୁଟିର ନାଁ କ'ଣ ବୋଲି ନିକଟସ୍ଥ ସ୍ଥାନୀୟ ଲୋକକୁ ପଚାରିଥିଲେ । ସ୍ଥାନୀୟ ଲୋକଟିର ଉତ୍ତର "କଙ୍ଗାରୁ" ଅର୍ଥାତ୍‌ "ମୁଁ ଜାଣେ ନାହିଁ / ବୁଝିପାରୁ ନାହିଁ" କୁ କୁକ୍ ଜୀବର ନାମ ଭାବରେ ଗ୍ରହଣ କରିନେଇଥିଲେ | [୧୮] ନୃତତ୍ତ୍ୱବିତ୍‌ ୱାଲ୍ଟର ରୋଥ ୧୮୯୮ ମସିହାରୁ ଏହି କିମ୍ବଦନ୍ତୀକୁ ସଂଶୋଧନ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ୧୯୭୨ରେ ଭାଷାବିଦ୍‌ ଜନ୍ ବି ହାଭିଲାଣ୍ଡ ଗୁଗୁ ୟିମିଥୀର ଲୋକଙ୍କ ସହ କରିଥିବା ଅନୁସନ୍ଧାନରୁ ଜାଣିବାକୁ ପାଇଲେ ଯେ ଗାଙ୍ଗୁରୁ ଏକ ବିରଳ ବଡ଼ ଗାଢ଼ ରଙ୍ଗର କଙ୍ଗାରୁ ପ୍ରଜାତି | [୧୮][୧୯] ଅବଶ୍ୟ, ଯେତେବେଳେ ୧୮୧୯ ଏବଂ 1୧୮୨୦ ମସିହାରେ ଫିଲିପ ପାର୍କର କିଙ୍ଗ ଏଣ୍ଡେଭେଭର ନଦୀ ଅଞ୍ଚଳ ପରିଦର୍ଶନ କରିଥିଲେ, ସେତେବେଳେ ସେ କହିଥିଲେ ଯେ କଙ୍ଗାରୁ ସ୍ଥାନୀୟ ଶବ୍ଦ ନୁହେଁ ବରଂ ଏହା ମେନୁଆ ଯାହା ଏକ ଭିନ୍ନ ପ୍ରଜାତିର ମାକ୍ରୋପୋଡକୁ ଦର୍ଶାଉଛି। [୨୦] ନାମକରଣକୁ ନେଇ ସମାନ ପ୍ରକାରର ଅଧିକ ବିଶ୍ୱସନୀୟ କାହାଣୀ ଅଛି , ଯେପରିକି ୟୁକାଟାନ୍ ଉପଦ୍ୱୀପ ସହିତ ଅଛି | [୧୮]

କଙ୍ଗାରୁକୁ ପ୍ରାୟତଃ ଚଳନ୍ତି ଭାଷାରେ “ରୁସ୍” ବୋଲି କୁହାଯାଏ | [୨୧] ଅଣ୍ଡିରା କଙ୍ଗାରୁମାନଙ୍କୁ ବକ୍‌ସ, ବୁମର୍ସ, ଜ୍ୟାକ୍‌ସ, କିମ୍ବା ବୃଦ୍ଧ ବୋଲି କୁହାଯାଉଥିବା ବେଳେ ମାଇ କଙ୍ଗାରୁମାନେ ହେଲେ ଡୋଏସ୍‌, ଫ୍ଲାୟାର୍‌ସ, କିମ୍ବା ଜିଲ୍ସ; ଏବଂ କଙ୍ଗାରୁ ଶାବକଙ୍କୁ ଜୋଏସ୍‌ କୁହାଯାଏ | [୨୨] ଆଉ କଙ୍ଗାରୁ ଗୋଠ ହେଉଛି ଏକ ମବ୍‌, କୋର୍ଟ କିମ୍ବା ଟ୍ରୁପ୍ | [୨୩]

ବର୍ଗୀକରଣ ଏବଂ ବର୍ଣ୍ଣନା |

ସମ୍ପାଦନା
 
ଏକ ଷ୍ଟେନରସ୍ sp.ଖପୁରୀର ପାଲଟାଲ୍ ଦୃଶ୍ୟ |
 
ନ୍ୟୁ ହଲାଣ୍ଡର କଙ୍ଗୋରୋ, 1772 ମସିହାରେ ଜର୍ଜ ଷ୍ଟବ୍ସଙ୍କ ଦ୍ୱାରା ଏକ କଙ୍ଗାରୁ ଚିତ୍ର |
  • ଲାଲ କଙ୍ଗାରୁ ( ଓସ୍‌ଫ୍ରାଣ୍ଟର ରଫସ୍‌) [୨୪] ବିଶ୍ୱରେ ତିଷ୍ଠିରହିଥିବା ସମସ୍ତ ମାର୍ସୁପିଆଲ ମାନଙ୍କ ମଧ୍ୟରେ ଏହା ସର୍ବ ବୃହତ । ଏହା ମୁଖ୍ୟତଃ ଦେଶର ଶୁଷ୍କ ଏବଂ ଅର୍ଦ୍ଧ-ଶୁଷ୍କ ଅଞ୍ଚଳରେ ବସବାସ କରେ | କଙ୍ଗାରୁର ସଂଖ୍ୟା ଘନତା ୱେଷ୍ଟର୍ଣ୍ଣ ନିଉ ସାଉଥ୍ ୱେଲ୍ସରେଞ୍ଜଲ୍ୟାଣ୍ଡରେ ସର୍ବାଧିକ | କଙ୍ଗାରୁ ସାଧାରଣତଃ ସବୁଠାରୁ ଅଧିକ ସଂଖ୍ୟାରେ ଦେଖାଯାଉଥିବା କଙ୍ଗାରୁର ପ୍ରଜାତି ବୋଲି ଭ୍ରମ ସୃଷ୍ଟି କରିଥାଏ, କିନ୍ତୁ ପ୍ରକୃତରେ ପ୍ରାଚ୍ୟ ଧୂସରଙ୍କ ସଂଖ୍ୟା ସର୍ବାଧିକ | [୨୫] ଏକ ବଡ ଅଣ୍ଡିରା କଙ୍ଗାରୁର ଉଚ୍ଚତା ୨ ମିଟର ଏବଂ ଓଜନ ୯୦ କେ.ଜି. ପାଖାପାଖି ହୋଇପାରେ। [୨୬]
  • ପ୍ରାଚ୍ୟ ଧୂସର କଙ୍ଗାରୁ ( ମାକ୍ରୋପସ୍ ଗିଗାଣ୍ଟେସ୍ ) [୨୪] କଙ୍ଗାରୁ ଅପେକ୍ଷା କମ୍ ଜଣାଶୁଣା (ଅଷ୍ଟ୍ରେଲିଆ ବାହାରେ) , କିନ୍ତୁ ସବୁଠାରୁ ଅଧିକ ଦେଖାଯାଉଥିବା କଙ୍ଗାରୁ, କାରଣ ଏହାର ବସବାସ ପରିସର ହେଲା ଦେଶର ଉର୍ବର ପୂର୍ବ ଭାଗ | ପ୍ରାଚ୍ୟ ଧୂସର କଙ୍ଗାରୁର ସୀମା ଉତ୍ତର କୁଇନ୍ସଲ୍ୟାଣ୍ଡର କେପ୍ ୟର୍କ ଉପଦ୍ୱୀପର ଉପର ଭାଗରୁ ଭିକ୍ଟୋରିଆ ପର୍ଯ୍ୟନ୍ତ, ଏବଂ ଦକ୍ଷିଣ ପୂର୍ବ ଅଷ୍ଟ୍ରେଲିଆ ଏବଂ ତାସମାନିଆର ଅଞ୍ଚଳ ପର୍ଯ୍ୟନ୍ତ ବିସ୍ତୃତ | ସାଧାରଣତଃ ଖୋଲା ଜଙ୍ଗଲିଆ ଜାଗା ଭଳି ଉପଯୁକ୍ତ ବାସସ୍ଥାନରେ ପ୍ରାଚ୍ୟ ଧୂସର କଙ୍ଗାରୁର ଜନସଂଖ୍ୟା ସାନ୍ଦ୍ରତା କିଲୋମିଟର ପ୍ରତି ୧୦୦ ଯାଏଁ ପହଞ୍ଚିପାରେ | ଚାଷ ଜମି ଭଳି ଅନ୍ୟ ସ୍ଥାନରେ ଜନସଂଖ୍ୟା ସୀମିତ | [୨୫]
  • ପଶ୍ଚିମୀ ଧୂସର କଙ୍ଗାରୁ ( ମାକ୍ରୋପସ୍ ଫଲିଜିନୋସସ୍‌ [୨୪]) ଏହାର ଏକ ବଡ ଅଣ୍ଡିରା କଙ୍ଗାରୁର ଓଜନ ପାଖାପାଖି ୫୪କି.ଗ୍ରା. ଯାହା ଅନ୍ୟ ପ୍ରଜାତି ଅପେକ୍ଷା ସାମାନ୍ୟ ଛୋଟ ହୋଇଥାଏ | ଏହା ପଶ୍ଚିମ ଅଷ୍ଟ୍ରେଲିଆର ଦକ୍ଷିଣ ଭାଗରେ, ଦକ୍ଷିଣ ଅଷ୍ଟ୍ରେଲିଆ ଉପକୂଳ ନିକଟରେ ଏବଂ ମୁରେ - ଡାର୍ଲିଂ ଅବବାହିକାରେ ଦେଖିବାକୁ ମିଳେ | ଏମାନଙ୍କ ଜନସଂଖ୍ୟା ସାନ୍ଦ୍ରତା ନ୍ୟୁ ସାଉଥ ୱେଲ୍ସର ପଶ୍ଚିମ ରିଭେରିନା ଜିଲ୍ଲା ଏବଂ ପଶ୍ଚିମ ଅଷ୍ଟ୍ରେଲିଆର ନୁଲାରବୋର୍ ସମତଳର ପଶ୍ଚିମ ଅଞ୍ଚଳରେ ସର୍ବାଧିକ | କୃଷି କ୍ଷେତ୍ର ଅଞ୍ଚଳରେ ସାନ୍ଦ୍ରତା ଟିକେ କମ୍‌ | ସୋଡିୟମ୍ ଫ୍ଲୋରୋଏସେଟେଟ୍ ନାମକ ଉଦ୍ଭିଦ ବିଷାକ୍ତ ପ୍ରତି ଏହି ପ୍ରଜାତିର ସହନଶୀଳତା ଅଧିକ | [୨୫]
  • ଆଣ୍ଟିଲୋପାଇନ୍ କଙ୍ଗାରୁ ( ଓସଫ୍ରାଣ୍ଟର୍ ଆଣ୍ଟିଲୋପିନସ୍ ) [୨୪] ହେଉଛି, ପ୍ରାଚ୍ୟ ଧୂସର ଏବଂ ପଶ୍ଚିମୀ ଧୂସର କଙ୍ଗାରୁର ଦୂରବର୍ତ୍ତୀ ଉତ୍ତର ସଂସ୍କରଣ | ଏହାକୁ ବେଳେବେଳେ ଆଣ୍ଟିଲୋପାଇନ୍ ୱାଲାରୋ ବୋଲାଯାଏ, କିନ୍ତୁ ଆଚରଣ ଏବଂ ବାସସ୍ଥାନରେ ଏହା , ପ୍ରାଚ୍ୟ ଧୂସର ଏବଂ ପଶ୍ଚିମୀ ଧୂସର କଙ୍ଗାରୁ ସହିତ ସମାନ | ସେମାନଙ୍କ ପରି, ଏହା ସମତଳ ଚାରଣଭୂମି ଏବଂ ଜଙ୍ଗଲଭୂମିରେ ଦଳରେ ରହିବାକୁ ଭଲପାଏ | ଆଣ୍ଟିଲୋପ୍ ଭଳି ଏକା ରଙ୍ଗ ଏବଂ ଗଢ଼ଣର ଲୋମ ପାଇଁ ଏହି କଙ୍ଗାରୁର ନାଁ ଆଣ୍ଚିଲୋପାଇନ୍‌ କଙ୍ଗାରୁ | ଅଣ୍ଡିରା କଙ୍ଗାରୁର ଲକ୍ଷଣ ହେଲା ଏହାର ଫୁଲିଲା ନାକପୁଡ଼ା ଯାହା ତାକୁ ଉଷ୍ଣ ଏବଂ ଆର୍ଦ୍ର ଜଳବାୟୁରେ ଅଧିକ ଉତ୍ତାପ ମୋଚନ କରିବାରେ ସାହାଯ୍ୟ କରିଥାଏ । [୨୫]

ଏଥିସହ, ମାକ୍ରୋପୋଡିଡା ପରିବାରରେ କଙ୍ଗାରୁ ଭଳି ପ୍ରାୟ ୫୦ ଟି ଅନ୍ୟ ଛୋଟଛୋଟ ମାକ୍ରୋପୋଡ୍ ଅଛନ୍ତି | କଙ୍ଗାରୁ ଏବଂ ଏହି ଅନ୍ୟ ମାକ୍ରୋପୋଡ୍, ଭୂତାତ୍ତିକ ସମୟଖଣ୍ଡ ମାଇଓସିନ୍‌ ବେଳର ଫାଲାଙ୍ଗେରିଡା ଭଳି ଏକା ପ୍ରକାରର ପୂର୍ବଜଙ୍କର ବଂଶଧର ଅଟନ୍ତି | [୨୭] ସମ୍ଭବତଃ ଏହି ପୂର୍ବଜମାନେ ଆର୍ଦ୍ର ଜଳବାୟୁରେ ଅଷ୍ଟ୍ରେଲିଆର ଅଧିକାଂଶ ଅଂଶକୁ ଆଚ୍ଛାଦନ କରିଥିବା ବିସ୍ତୃତ ଜଙ୍ଗଲର ଗଛଡାଳରେ ବାସ କରୁଥିଲେ ଏବଂ ଡାଳ,ପତ୍ର ଖାଇ ଜୀବନଧାରଣ କରୁଥିଲେ | [୨୮] ଭୂତାତ୍ତିକ ସମୟଖଣ୍ଡ ମାଇଓସିନ୍ ଠାରୁ ପ୍ଲାଇଓସିନ୍ ଏବଂ ପ୍ଲାଇଷ୍ଟୋସିନ୍ ମଧ୍ୟରେ ଜଳବାୟୁ ଶୁଷ୍କ ହେବାରେ ଲାଗିଲା, ଯାହାଫଳରେ ଜଙ୍ଗଲ ପରିମାଣ ହ୍ରାସ ହେଲା ଏବଂ ତୃଣଭୂମି ବିସ୍ତାର ହେଲା | ତେଣୁ ପରିବର୍ତ୍ତିତ ପରିବେଶରେ ଖାପ ଖୁଆଇ ଚଳିବା ପାଇଁ ମାକ୍ରୋପୋଡିଡ୍ସର ଶରୀରର ଆକାରରେ ବୃଦ୍ଧି ଘଟିଲା ଏବଂ ନିମ୍ନମାନର ଘାସକୁ ମଧ୍ୟ ସେ ଖାଇ ଶିଖିଲା | [୨୮] ପୁରାତନ ମାକ୍ରୋପୋଡ୍, ବାଲବାରାଇଡା ଏବଂ ବୁଲୁଙ୍ଗାମାଇନା, କାଳକ୍ରମେ ମାଇଓସିନ୍‌ ଯୁଗରେ ବିଲୁପ୍ତ ହୋଇଗଲେ | [୨୯] ଆଧୁନିକ କଙ୍ଗାରୁ ଏବଂ ମୂଷା-କଙ୍ଗାରୁ ସହିତ ଦୁଇ ଗୋଷ୍ଠୀର ସମ୍ପର୍କକୁ ନେଇ ବିବାଦ ଲାଗି ରହିଛି। କେତେକ ଯୁକ୍ତି କରନ୍ତି ଯେ ବାଲବାରାଇନ୍‌ମାନେ ମୂଷା-କଙ୍ଗାରୁର ପୂର୍ବପୁରୁଷ ଏବଂ ବୁଲୁଙ୍ଗାମାଇନ୍‌ମାନେ କଙ୍ଗାରୁର ପୂର୍ବଜ ଥିଲେ [୩୦] ଯଦିଓ ଅନେକ ଏହାର ଭିନ୍ନମତ ପ୍ରଦାନ କରନ୍ତି | [୩୧]

ମଧ୍ୟଭାଗରୁ ନେଇ ପରବର୍ତ୍ତୀ ସମୟର ବୁଲୁଙ୍ଗାମାଇନ୍ସ, ଗାଙ୍ଗୁରୁ ଏବଂ ୱାନବୁରୋର ପଛ ପାଦର ପ୍ରଥମ ଆଙ୍ଗୁଳି ନଥିଲା ଏବଂ ଦ୍ୱିତୀୟ ଓ ତୃତୀୟ ଆଙ୍ଗୁଳି ଛୋଟ ହୋଇଗଲା ଏବଂ ଆଂଶିକ ରୂପରେ ବଡ଼ ଆଙ୍ଗୁଳିର ତଳେ, ଆଧୁନିକ କଙ୍ଗାରୁର ପାଦ ପରି ରହିଥିଲା | ଏହା ସୂଚିତ କରେ ଯେ ସେମାନେ ଦ୍ୱିପାଦୀ ଥିଲେ | ଏଥିସହ, ସେମାନଙ୍କର ବଳାଗଣ୍ଠି ହାଡରେ ଏକ ଜୋଡ଼ ଯୋଗୁଁ ସେମାନଙ୍କର ପାର୍ଶ୍ୱବର୍ତ୍ତୀ ଗତିବିଧି ସିମୀତ ହୋଇଗଲା ଏବଂ ସେମାନେ ଦ୍ୱିପାଦରେ ଡେଇଁବାରେ ଖାପଖୁଆଇ ନେଲେ | [୨୯] ଆଧୁନିକ ଧୂସର କଙ୍ଗାରୁ ଏବଂ ୱାଲାରୋ ସହିତ ଜଡିତ ପ୍ରଜାତିଗୁଡିକ ପ୍ଲାଇଓସେନ ସମୟରେ ଦେଖାଯିବା ଆରମ୍ଭ କଲେ | କଙ୍ଗାରୁ ସଦ୍ୟତମ ବିକଶିତ କଙ୍ଗାରୁ ପରି ଜଣାଯାଉଛି, ଏହାର ଜୀବାଶ୍ମ ରେକର୍ଡ ପ୍ଲାଇଷ୍ଟୋସିନ୍ ଯୁଗର ପୂର୍ବରୁ ନାର୍ହିଁ | [୩୨]

୧୭୭୦ ମସିହାରେ କ୍ୟାପଟେନ୍ କୁକ୍‌ଙ୍କ ଜାହାଜ, ଏଚ୍ଏମ୍ଏସ୍ ଏଣ୍ଡେଭରର ଅଧିକାରୀ ଜନ୍ ଗୋରଙ୍କ ଦ୍ୱାରା ଶିକାର ହୋଇଥିବା କଙ୍ଗାରୁକୁ ପ୍ରଥମଥର ପାଇଁ ପାଶ୍ଚାତ୍ୟ ଜଗତରେ ପ୍ରଦର୍ଶିତ କରାଯାଇଥିଲା । [୩୩][୩୪] ଏହି ପଶୁକୁ ଗୁଳି କରାଯାଇଥିଲା ଏବଂ ଏହାର ଚର୍ମ ଏବଂ ଖପୁରୀକୁ ଇଂଲଣ୍ଡକୁ ପଠାଯାଇଥିଲା ଯେଉଁଠାରେ ଏହାକୁ କେବେ ଦେଖିନଥିବା ଚର୍ମରକ୍ଷକମାନେ ଯତ୍ନ ନେଇଥିଲେ ଏବଂ ସାଧାରଣ ଜନତାଙ୍କ କୌତୁହଳ ପାଇଁ ପରେ ଏହାର ପ୍ରଦର୍ଶନ କରାଯାଇଥିଲା | ଅଷ୍ଟାଦଶ ଶତାବ୍ଦୀର ଅନେକ ବ୍ରିଟିଶମାନଙ୍କ ପାଇଁ କଙ୍ଗାରୁର ପ୍ରଥମ ଦର୍ଶନ ଜର୍ଜ ଷ୍ଟବ୍ସଙ୍କ ଚିତ୍ର ମାଧ୍ୟମରେ ହୋଇଥିଲା | [୩୫]

ୱାଲାବି ସହିତ ତୁଳନା

ସମ୍ପାଦନା

କଙ୍ଗାରୁ ଏବଂ ୱାଲାବି ସମାନ ମାକ୍ରୋପୋଡିଡା ପରିବାରର ଏବଂ ପ୍ରାୟତଃ ସମାନ ଜାତିର, କିନ୍ତୁ କଙ୍ଗାରୁଗୁଡିକ ପରିବାରର ଚାରୋଟି ବୃହତ୍ ପ୍ରଜାତିରେ ନିର୍ଦ୍ଦିଷ୍ଟ ଭାବରେ ବର୍ଗୀକୃତ | ୱାଲାବି ଶବ୍ଦ ହେଉଛି ଅନୌପଚାରିକ ଭାବରେ ସାଧାରଣତଃ ଯେକୌଣସି ମାକ୍ରୋପୋଡ୍ ପାଇଁ ବ୍ୟବହୃତ ହୁଏ ଯାହା କଙ୍ଗାରୁ କିମ୍ବା ୱାଲାରୋ ଠାରୁ ଛୋଟ ଏବଂ ଅନ୍ୟ କୌଣସି ଭାବରେ ଅଭିହିତ ହୋଇନାହିଁ |[]

ଜୀବବିଜ୍ଞାନ ଏବଂ ଆଚରଣ |

ସମ୍ପାଦନା
 
ତାସ୍‌ମାନିଆର ଏକ ପ୍ରାଚ୍ୟ ଧୂସର ଗତିଶୀଳ କଙ୍ଗାରୁ
 
ନିଜର ସ୍ୱାଭାବିକ ଚାରଣ କ୍ଷେତ୍ରରେ
 
ଏକ ଚରୁଥିବା ନାଲି କଙ୍ଗାରୁ
 
ପଶ୍ଚିମୀ ଧୂସର କଙ୍ଗାରୁ

କଙ୍ଗାରୁ ଏକମାତ୍ର ବୃହତ୍‌ ସ୍ତନ୍ୟପାୟୀ ଜୀବ ଯିଏକି କେବଳ ଦୁଇଗୋଡ଼ରେ ଡେଇଁଡେଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗତି କରିଥାଏ ।[୩୬] କଙ୍ଗାରୁ ଆରାମରେ ଘଣ୍ଟାପ୍ରତି ୨୦-୨୫କି.ମି. ବେଗରେ ଡେଇଁପାରେ ଯାହାକି ସ୍ଥଳବିଶେଷରେ ୭୦କି.ମି. ଯାଏଁ ଯାଇପାରେ । [୩୭]ଦୁଇ କି.ମି. ଦୂରତା ଯାଏଁ ଏହା ନିଜର ଗତି ୪୦କି.ମି/ଘଣ୍ଟା କୁ ବଜାୟ ରଖିପାରେ । ଡେଇଁଲା ବେଳେ ଏହାର ଶକ୍ତିଶାଳୀ ଗାଷ୍ଚ୍ରୋକ୍ନମିଅସ୍‌ ମାଂସପେଶୀ ଶରୀରକୁ ଭୂମି ଉପରକୁ ଉଠାଇବାକୁ ସାହାଯ୍ୟ କରେ ।[୩୮] ସେହିଭଳି ବଡ଼ ଚତୁର୍ଥ ଅଙ୍ଗୁଳି ଶରୀରକୁ ଠେଲିବାରେ ବ୍ୟବହାର ହୁଏ ।[୩୨]

ଖାଦ୍ୟାଭ୍ୟାସ

ସମ୍ପାଦନା

ଅନ୍ୟ ତୃଣଭୋଜୀ ତୁଳନାରେ କଙ୍ଗାରୁର ପାକସ୍ଥଳୀରେ ଚାରୋଟି ଭାଗ ବଦଳରେ କେବଳ ଗୋଟିଏ ଭାଗ ରହିଥାଏ | [୩୯][୪୦] ଗାଈ, ଛେଳି, ମେଣ୍ଢା ଆଦି ତୃଣଭୋଜୀମାନେ ଘାସ,କୁଟା ଆଦି ଖାଇବା ସମୟରେ ଶୀଘ୍ର ଶୀଘ୍ର ଗିଳିପକାନ୍ତି, ଯାହାକି ତାଙ୍କ ପାକସ୍ଥଳୀର ପ୍ରଥମ ଭାଗରେ ଯାଇ ରହିଥାଏ । ପରବର୍ତ୍ତୀ ସମୟରେ ସେହି ଅଧା ହଜମ ହୋଇଥିବା ଖାଦ୍ୟ ଯାହାକୁ ରୋମନ୍ଥିତ ଖାଦ୍ୟ ବୋଲି କୁହାଯାଏ, ତାହା ଗୁଳା ଗୁଳା ହୋଇ ପାଟିକୁ ଫେରିଆସେ ଏବଂ ତୃଣଭୋଜୀ ତାହାକୁ ପାକୁଳି କରି ଆଉଥରେ ଖାଇଥାଏ । କିନ୍ତୁ କଙ୍ଗାରୁର ହଜମ ପ୍ରକ୍ରୟା ଏକ ଭିନ୍ନ ଏବଂ ରୋମନ୍ଥନ ଅପେକ୍ଷା ଅଧିକ ଜଟିଳ କାର୍ଯ୍ୟକଳାପ ଯାହା ବାରମ୍ବାର ହୁଏ ନାହିଁ | [୪୧]

ଯଦିଓ ବିଭିନ୍ନ ପ୍ରଜାତିର କଙ୍ଗାରୁ ତୃଣଭୋଜୀ ଅଟନ୍ତି, କିନ୍ତୁ ସେମାନଙ୍କର ଖାଦ୍ୟାଭ୍ୟାସ ଭିନ୍ନ ଭିନ୍ନ | ପ୍ରାଚ୍ୟ ଧୂସର କଙ୍ଗାରୁ ବିଭିନ୍ନ ପ୍ରକାରର ଘାସ ଚରିଥାଏ, ଯେତେବେଳେ କି ଅନ୍ୟ କେତେକ ପ୍ରଜାତି ଯେପରିକି ଲାଲ୍ କଙ୍ଗାରୁ ସେମାନଙ୍କ ଖାଦ୍ୟରେ ବହୁ ପରିମାଣର ବୁଦାଜାତୀୟ ଗଛକୁ ଅନ୍ତର୍ଭୁକ୍ତ କରଥାନ୍ତି | ଛୋଟ ପ୍ରଜାତିର କଙ୍ଗାରୁ ହାଇପୋଜିଆଲ୍ ନାମକ କବକ ଖାଇଥାଏ | ଅନେକ ପ୍ରଜାତି ଦିନର ଗରମରେ ଛାଇରେ ବିଶ୍ରାମ ନିଅନ୍ତି ଏବଂ ସନ୍ଧ୍ୟା ପରେ ସକାଳ ଯାଏଁ ବାହାରେ ଚରାବୁଲା କରିବାକୁ ବାହାରିଥାନ୍ତି | [୪୨][୪୩][୪୪]

ଜୀର୍ଣ୍ଣକାରକ ମିଥେନ ମୋଚନର ଅନୁପସ୍ଥିତି

ସମ୍ପାଦନା

ପାକୁଳି କରୁଥିବା ଗୋରୁଗାଈମାନେ ନିଶ୍ୱାସ ଏବଂ ଏଉଡ଼ି ମାଧ୍ୟମରେ ବହୁ ପରିମାଣର ହଜମକାରୀ ମିଥେନ ଛାଡ଼ିଥାନ୍ତି, କଙ୍ଗାରୁ ଏମାନଙ୍କ ପରି ତୃଣଭୋଜୀ ହୋଇଥିଲେ ମଧ୍ୟ ତା'ର ଏହି ଗୁଣାବଳୀ ନାହିଁ |ଏହା ବଦଳରେ କିଣ୍ୱନ ପ୍ରକ୍ରିୟାର ହାଇଡ୍ରୋଜେନ୍ ଉପଜାତ ଆସେଟେଟରେ ରୂପାନ୍ତରିତ ହୋଇଥାଏ, ଯାହାକି ପରେ ଶକ୍ତି ଯୋଗାଇବା ପାଇଁ ବ୍ୟବହୃତ ହୁଏ | ବୈଜ୍ଞାନିକମାନେ କଙ୍ଗାରୁର ଏହି ପ୍ରକ୍ରିୟା ପାଇଁ ଦାୟୀ ବୀଜାଣୁକୁ ଗୋରୁଗାଈଙ୍କୁ ସ୍ଥାନାନ୍ତରିତ କରିବାର ସମ୍ଭାବନା ପାଇଁ ଆଗ୍ରହୀ ଅଟନ୍ତି, କାରଣ ଅଣୁ ପ୍ରତି ମିଥେନ୍‌ର ଗ୍ରୀନ୍ ହାଉସ୍ ଗ୍ୟାସ୍ ପ୍ରଭାବ ଅଙ୍ଗାରକାମ୍ଳଠାରୁ ୨୩ ଗୁଣ ଅଧିକ | [୪୫]

ସାମାଜିକ ଏବଂ ଯୌନ ଆଚରଣ

ସମ୍ପାଦନା
 
ମୁଷ୍ଟିଯୁଦ୍ଧ କରୁଥିବା ଦୁଇଟି ଅଣ୍ଡିରା କଙ୍ଗାରୁ

କଙ୍ଗାରୁ ଗୋଠରେ ସାଧାରଣତଃ ୧୦ କିମ୍ବା ଅଧିକ କଙ୍ଗାରୁ ଥାଆନ୍ତି | ଗୋଠରେ ରହିବା କିଛି ଦୁର୍ବଳ ସଦସ୍ୟଙ୍କ ପାଇଁ ସୁରକ୍ଷା ଯୋଗାଇପାରେ | [୨୩] ଗୋଠର ଆକାର ଏବଂ ସ୍ଥିରତା ଭୌଗୋଳିକ ଅଞ୍ଚଳ ମଧ୍ୟରେ ଭିନ୍ନ, [୨୮][୪୬][୪୭] ପଶ୍ଚିମର ଶୁଷ୍କ ଅଞ୍ଚଳ ଅପେକ୍ଷା ପୂର୍ବ ଅଷ୍ଟ୍ରେଲିଆରେ ଦେଖାଯାଉଥିବା ଗୋଠ ଅଧିକ ବଡ଼ ଏବଂ ସ୍ଥାୟୀ | [୨୮] ବଡ଼ ଗୋଠର ସାମାଜିକ ଗଠନ ଜଟିଳ | [୨୮] କଙ୍ଗାରୁ ତା'ର ଘ୍ରାଣଶକ୍ତି ବ୍ୟବହାର କରି ଗୋଠରେ ଯୋଗ ଦେଇଥାଏ| [୨୮] ସୂଚନା ଲାଭ ଏବଂ କିଛି ଆଭାସ ପାଇବା ପାଇଁ ମଧ୍ୟ ସେ ଘ୍ରାଣଶକ୍ତି ବ୍ୟବହାର କରେ | ଏହି ଆଚରଣ ଦଳ ମଧ୍ୟରେ ସାମାଜିକ ଏକତାକୁ ବଜାୟ ରଖେ | ପରସ୍ପରକୁ ଶୁଙ୍ଘିବା ସମୟରେ, ଯଦି ଛୋଟ କଙ୍ଗାରୁଟି ନିଜ ଶରୀରକୁ ଭୂମି ସଂଲଗ୍ନ କରେ ଏବଂ ମୁଣ୍ଡ ଧିରେଧିରେ ହଲାଏ, ତେବେ ଏହା ଆତ୍ମସମର୍ପଣର ଏକ ରୂପ | [୩୨] ଅଣ୍ଡିରା ଓ ମାଈ କଙ୍ଗାରୁଙ୍କ ମଧ୍ୟରେ ଅଭିବାଦନ ଏକ ସାଧାରଣ କଥା, ବଡ଼ ପୁରୁଷମାନେ ମହିଳାମାନଙ୍କୁ ଭେଟିବାରେ ବେଶୀ ଆଗ୍ରହାନ୍ୱିତ ଥଆନ୍ତି | କଙ୍ଗାରୁ ମା ଏବଂ ଶାବକର ସମ୍ପର୍କ ସବୁଠାରୁ ସୌହାର୍ଦ୍ୟପୂର୍ଣ୍ଣ ହୋଇଥାଏ | ମା ନିଜ ଶାବକକୁ ସ୍ତନ୍ୟପାନ କରାଇ ବଢ଼ାଇଥାଏ ଯାହାକି ସେମାନଙ୍କର ବନ୍ଧନକୁ ଦୃଢ଼ କରିଥାଏ | [୩୨] ଯଦି ଶାବକ ମା’ର ଥଳି ଭିତରେ ପ୍ରବେଶ କରିବାକୁ ଚାହୁଁଛି ତେବେ ସେ ଧୀର ଭାବରେ ନାକ ଘଷିଥାଏ |

କଙ୍ଗାରୁ ତା'ର ସହଯୋଗୀ ସହିତ ଯୌନାଚାର କରିଥାଏ | [୪୮] ମିଳନ ପାଇଁ ପ୍ରସ୍ତୁତ ମାଈ କଙ୍ଗାରୁ ବିଭିନ୍ନ ପ୍ରକାରର ସଙ୍କେତ ମଧ୍ୟମରେ ଅଣ଼୍ଡିରା କଙ୍ଗାରୁର ଦୃଷ୍ଟି ଆକର୍ଷଣ କରେ | [୪୮] ଅଣ଼୍ଡିରା କଙ୍ଗାରୁ ମାଈ କଙ୍ଗାରୁର ଗତିବିଧି ଉପରେ ନଜର ରଖେ | ସେ ମିଳନ ପାଇଁ ପ୍ରସ୍ତୁତ ଅଛନ୍ତି କି ନାହିଁ ଜାଣିବା ପାଇଁ ସେ ତା'ର ପରିସ୍ରାକୁ ଶୁଙ୍ଘିଥାଏ, ଏକ ପ୍ରକ୍ରିୟା ଫ୍ଲେମେନଙ୍କ ପ୍ରତିକ୍ରିୟା ପ୍ରଦର୍ଶନ କରେ | ଅଣ୍ଡିରା କଙ୍ଗାରୁ ମାଈ କଙ୍ଗାରୁ ନିକଟକୁ ଅଗ୍ରସର ହେଲାବେଳେ | ଯଦି ସେ ଭୟଭୀତ ହୋଇ ପଳାୟନ ନକରେ, ତେବେ ଅଣ୍ଡିରା ତାକୁ ଚାଟିବା, ଆଞ୍ଚୁଡ଼ିବା ଆଦି ଦ୍ୱାରା ପ୍ରେମ ଅଭିବ୍ୟକ୍ତ କରିବ ଏବଂ ଏହା ମିଳନ ଦ୍ୱାରା ଅନୁସରିତ ହେବ | [୧୯][୨୮] ମିଳନ ପରେ ଅଣ୍ଡିରା ଅନ୍ୟ ମାଈ ନିକଟକୁ ଯାଇପାରେ |

ସମସ୍ତ ପ୍ରଜାତିର କଙ୍ଗାରୁରେ ଲଢ଼େଇ ବିଷୟରେ ବର୍ଣ୍ଣନା କରାଯାଇଛି | କଙ୍ଗାରୁ ମଧ୍ୟରେ ଲଢ଼େଇ ସଂକ୍ଷିପ୍ତ କିମ୍ବା ଲମ୍ବା ହୋଇପାରେ | [୩୨] ଅତ୍ୟଧିକ ପ୍ରତିଯୋଗିତାମୂଳକ ପରିସ୍ଥିତିରେ, ଯେପରିକି ମାଈ କଙ୍ଗାରୁ ସହିତ ମିଳନ ପାଇଁ ପାଇଁ କିମ୍ବା ସୀମିତ ପାନୀୟଜଳ ସ୍ଥାନରେ ଲଢ଼େଇ ସଂକ୍ଷିପ୍ତ ଅଟେ | [୩୨] “ବକ୍ସିଂ” ବା ମୁଷ୍ଟିଯୁଦ୍ଧ ମୁଖ୍ୟତଃ ଅଣ୍ଡିରା ମାନଙ୍କ ଦ୍ୱାରା ହୋଇଥାଏ | ଛୋଟ ଅଣ୍ଡିରା ମାନେ ମାଈ ସହିତ ମିଳନ ପାଇଁ ଯୁଦ୍ଧ କରୁଥିବା ବେଳେ, ଦଳରେ ଥିବା ବଡ଼ ଅଣ୍ଡିର ମାନେ ଏଥିରେ ଜଡିତ ଥିବା ପରି ମନେ ହୁଏ ନାହିଁ | ପୁରୁଷମାନେ ଏକାଠି ଚରିବା ବେଳେ ହଠାତ୍ ରୀତିମତ ଲଢ଼େଇ ହୋଇପାରେ | ଅବଶ୍ୟ, ଅଧିକାଂଶ ଲଢ଼େଇ ପୂର୍ବରୁ ଦୁଇଜଣ ଅଣ୍ଡିରା ପରସ୍ପରକୁ ଆମ୍ପୁଡ଼ି ପ୍ରସ୍ତୁତ ହୁଅନ୍ତି | [୩୨] ଜଣେ କିମ୍ବା ଉଭୟ ଉପରକୁ ଉଠି ପରଷ୍ପରର ବେକକୁ ଅଗ୍ରଭାଗରେ ଧରି ଆହ୍ୱାନ ଦେବେ | ବେଳେବେଳେ, ଚ୍ୟାଲେଞ୍ଜ ପ୍ରତ୍ୟାଖ୍ୟାନ ହେବ | ବଡ଼ ଅଣ୍ଡିରା ପ୍ରାୟତଃ ଛୋଟ ଅଣ୍ଡିରା ଦ୍ୱାରା ଚ୍ୟାଲେଞ୍ଜକୁ ପ୍ରତ୍ୟାଖ୍ୟାନ କରନ୍ତି | ଲଢ଼େଇ ସମୟରେ, ଉଭୟ ଠିଆ ହୋଇ ନିଜର ପାଦ ଅନ୍ୟର ମୁଣ୍ଡ, କାନ୍ଧ ଏବଂ ଛାତିରେ ଲଗାଇ କରନ୍ତି | ସେମାନେ ଅଗ୍ରବାହୁକୁ ଜୋଖିରଖି କୁସ୍ତି କରନ୍ତି ଓ ଠେଲାଠେଲି ହୁଅନ୍ତି ଏବଂ ପେଟରେ ପରସ୍ପରକୁ ପିଟିବା ପାଇଁ ଲାଞ୍ଜରେ ସନ୍ତୁଳନ ରଖନ୍ତି | [୩୨]

ବିଜେତାର ଆକ୍ରମଣରୁ ନିଜକୁ ରକ୍ଷା କରିବାକୁ ହାରିଯାଉଥିବା କଙ୍ଗାରୁ ଅଧିକ ଥର ଲାତ ମାରୁଥିବା ଭଳି ମନେହୁଏ | ଯେତେବେଳେ ଜଣେ ପୃଷ୍ଠଭଙ୍ଗ ଦିଏ, ସେତେବେଳେ ହିଁ ବିଜେତା ସ୍ଥିର ହୁଏ | ଲଢ଼େଇ ଆରମ୍ଭକାରୀ ସାଧାରଣତଃ ବିଜେତା ହୁଅନ୍ତି | ଅଣ୍ଡିରା କଙ୍ଗାରୁମାନଙ୍କ ମଧ୍ୟରେ ପ୍ରଭୁତ୍ୱ ସ୍ଥାପନ ଲଢ଼େଇର ଏକ ବିଶେଷ କାରଣ ହୋଇପାରେ, ଲଢ଼େଇ ଶେଷରେ ବିଜେତା ପ୍ରତିପକ୍ଷଙ୍କୁ ବିଶ୍ରାମ ସ୍ଥଳରୁ ବିସ୍ଥାପିତ କରିବା ନଜରକୁ ଆସିଅଛି | [୩୨] ବିଜେତା ଅଧୀନସ୍ଥକୁ ଭୟଭୀତ କରିବା ପାଇଁ ଘାସ ଟାଣିପାରେ | [୨୮]

ଶିକାରୀ

ସମ୍ପାଦନା

କଙ୍ଗାରୁର କିଛି ପ୍ରାକୃତିକ ଶିକାରୀ ଅଛନ୍ତି | ପାଲାଣ୍ଟୋଲୋଜିଷ୍ଟମାନେ ଏକଦା କଙ୍ଗାରୁର ଏକ ପ୍ରମୁଖ ପ୍ରାକୃତିକ ଶିକାର ବୋଲି ବିବେଚନା କରୁଥିବା ଥାଇଲାସିନ୍ ବର୍ତ୍ତମାନ ବିଲୁପ୍ତ ହୋଇଯାଇଛି। ଅନ୍ୟ ବିଲୁପ୍ତ ଶିକାରକାରୀମାନେ ମାର୍ସୁପିଆଲ୍ ସିଂହ, ମେଗାଲାନିଆ ଏବଂ ୱୋନାମ୍ବି ଅନ୍ତର୍ଭୁକ୍ତ କରିଥିଲେ | ଅବଶ୍ୟ, ଅତି କମରେ 50,000 ବର୍ଷ ପୂର୍ବେ ଅଷ୍ଟ୍ରେଲିଆରେ ମଣିଷର ଆଗମନ ଏବଂ ପ୍ରାୟ 5000 ବର୍ଷ ପୂର୍ବେ ଡିଙ୍ଗୋର ପରିଚୟ ସହିତ କଙ୍ଗାରୁମାନଙ୍କୁ ଖାପ ଖୁଆଇବାକୁ ପଡିଲା |

ଡିଙ୍ଗୋ ଭଳି ଅନ୍ୟ କିଛି ପ୍ରଜାତି ଯେପରିକି କୋକିଶିଆଳି, ଜଙ୍ଗଲୀ ବିଲେଇ, ଏବଂ ଉଭୟ ପାଳିତ ଓ ଜଙ୍ଗଲୀ କୁକୁର, କଙ୍ଗାରୁ ଜନସଂଖ୍ୟା ପାଇଁ ବିପଦ ସୃଷ୍ଟି କରନ୍ତି | କଙ୍ଗାରୁ ଏବଂ ୱାଲାବିଜ୍ ସନ୍ତରଣତଟୁ, ଏବଂ ମଉକା ପାଇବା ମାତ୍ରେ ସେମାନେ ଜଳପଥରେ ପଳାୟନ କରନ୍ତି | ଯଦି ପାଣିରେ ଗୋଡ଼ାଯାଏ, ଏକ ବଡ଼ କଙ୍ଗାରୁ ଏହାର ଆଗଗୋଡ଼କୁ ବ୍ୟବହାର କରି ଶିକାରୀକୁ ପାଣିରେ ବୁଡ଼ାଇ ଦେଇପାରେ | [୪୯] ପ୍ରତ୍ୟକ୍ଷଦର୍ଶୀଙ୍କ ବର୍ଣ୍ଣନା ଅନୁଯାୟୀ ପ୍ରତିରକ୍ଷା ପାଇଁ କଙ୍ଗାରୁ ଆକ୍ରମଣକାରୀ କୁକୁରକୁ ଆଗଗୋଡ଼ରେ ଧରି ପଛ ଗୋଡରେ ତା'ର ଅନ୍ତବୁଜୁଳି ନିକାଲି ଦିଏ |

ଉପଯୋଜନ

ସମ୍ପାଦନା
 
କଙ୍ଗାରୁ ଏବଂ ଥଳିରେ ଥିବା ଶାବକ
 
କଙ୍ଗାରୁର ପଛଗୋଡ଼

ଶୁଷ୍କ, ଅନୁର୍ବର ଅଞ୍ଚଳ ଏବଂ ଅତ୍ୟନ୍ତ ପରିବର୍ତ୍ତନଶୀଳ ଜଳବାୟୁ ସହିତ କଙ୍ଗାରୁ ଅନେକ ପ୍ରକାରରେ ଖାପଖୁଆଇ ଆସିଛି । ସମସ୍ତ ମାର୍ସୁପିଆଲ୍ ପରି, ୩୧-୩୬ ଦିନର ଗର୍ଭଧାରଣ ପରେ ଶାବକ ବିକାଶର ଅତି ପ୍ରାରମ୍ଭିକ ପର୍ଯ୍ୟାୟରେ ଜନ୍ମ ହୁଏ | ଏହି ପର୍ଯ୍ୟାୟରେ, ନବଜାତ ଶିଶୁକୁ ଥଳିରେ ଚଢ଼ିବାକୁ ଏବଂ ମା'ର ସ୍ତନ ସହିତ ସଂଲଗ୍ନ ରହିବାକୁ ଦେବା ପାଇଁ କେବଳ ସମ୍ମୁଖ ଭାଗର ପ୍ରତ୍ୟଙ୍ଗଗୁଡ଼ିକ କିଛି ମାତ୍ରାରେ ବିକଶିତ ହୋଇଥାଏ | ତୁଳନାତ୍ମକ ଭାବରେ, ବିକାଶର ସମାନ ପର୍ଯ୍ୟାୟରେ ଏକ ମାନବ ଭ୍ରୁଣ ପ୍ରାୟ ୭ ସପ୍ତାହ ଗର୍ଭଧାରଣର ହେବ (ଏକ ଆଧୁନିକ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ମଧ୍ୟ, ୨୩ ସପ୍ତାହରୁ କମ୍ ଗର୍ଭଧାରଣରେ ଜନ୍ମ ହୋଇଥିବା ଅପରିପକ୍ୱ ଶିଶୁମାନେ ବଞ୍ଚିବା ପାଇଁ ଯଥେଷ୍ଟ ନୁହଁନ୍ତି) | ଯେତେବେଳେ କଙ୍ଗାରୁ ଶାବକ ଜନ୍ମ ହୁଏ, ଏହା ଏକ ଲିମା ବିନ୍ ମଞ୍ଜିର ଆକାରର ହୋଇଥାଏ | ଥଳିରେ ଶାବକ ସାଧାରଣତଃ ପ୍ରାୟ ୯ ମାସ (ପଶ୍ଚିମୀ ଧୂସର ପାଇଁ ୧୮୦–୩୨୦ ଦିନ) ଧରି ରହିଥାଏ | ୧୮ ମାସ ହେଲା ପର୍ଯ୍ୟନ୍ତ ମା ତାକୁ ଖାଇବାକୁ ଦେଇଥାଏ |

କେବଳ ଶାବକକୁ ଜନ୍ମଦେବା ଦିନ ବ୍ୟତୀତ ମାଈ କଙ୍ଗାରୁ ସାଧାରଣତଃ ସ୍ଥାୟୀ ଭାବରେ ଗର୍ଭବତୀ ହୋଇ ରହିଥାଏ । ତଥାପି ପୂର୍ବର ଶାବକ ଥଳି ଛାଡିବାକୁ ସକ୍ଷମ ନହେବା ପର୍ଯ୍ୟନ୍ତ ତା'ର ଏକ ଭ୍ରୁଣର ବିକାଶକୁ ରୋକି ପାରିବାର କ୍ଷମତା ଅଛି | ଏହା ଭ୍ରୁଣୀୟ ଡାଇପୋଜ୍ ଭାବରେ ଜଣାଶୁଣା ଏବଂ ମରୁଡ଼ି ସମୟରେ କିମ୍ବା ଖାଦ୍ୟ ଉତ୍ସ କ‌‌ମ୍‌ ଥିବା ଅଞ୍ଚଳରେ ଏହା ଘଟିଥାଏ | ମା କ୍ଷୀରର ସଂରଚନା ଶାବକର ଆବଶ୍ୟକତା ଅନୁଯାୟୀ ଭିନ୍ନ ହୋଇଥାଏ | ଏଥିସହ, ମା ନବଜାତ ଶିଶୁ ଏବଂ ଥଳିରେ ଥିବା ବୟସ୍କ ଶାବକ ପାଇଁ ଏକାସାଙ୍ଗରେ ଦୁଇଟି ଭିନ୍ନ ପ୍ରକାରର ଦୁଗ୍ଧ ଉତ୍ପାଦନ କରିପାରେ |

ଅସ୍ୱାଭାବିକ ଭାବରେ, ମରୁଡ଼ି ସମୟରେ ଅଣ୍ଡିରାମାନଙ୍କର ଶୁକ୍ରାଣୁ ଉତ୍ପାଦନ ହୁଏ ନାହିଁ ଏବଂ ମାଈମାନେ କେବଳ ଯଥେଷ୍ଟ ବର୍ଷା ହୋଇ ସବୁଜିମା ଭରି ହେଲାପରେ ହିଁ ଗର୍ଭଧାରଣ କରିବେ | [୫୦]

କଙ୍ଗାରୁ ଏବଂ ୱାଲାବିଗୁଡିକର ପଛ ଗୋଡରେ ଥିବା ପେଶୀରଜ୍ଜୁ ବଡ଼ ଓ ନମନୀୟ ହୋଇଥାଏ | ସେମାନେ ସେମାନଙ୍କର ବଡ଼ ପଛ ଗୋଡର ପେଶୀରଜ୍ଜୁରେ ନମନୀୟ ଟାଣିବା ଶକ୍ତି ସଂରକ୍ଷଣ କରନ୍ତି, ଯାହାକି ପ୍ରତ୍ୟକ ଡିଆଁକୁଦା ପାଇଁ ଆବଶ୍ୟକୀୟ ଶକ୍ତି କୌଣସି ମାଂସପେଶୀ ପ୍ରୟାସ ଅପେକ୍ଷା ପେଶୀରଜ୍ଜୁର ସ୍ପ୍ରିଂ କ୍ରିୟା ଦ୍ୱାରା ପ୍ରଦିତ ହୁଏ | [୫୧] ଏହା ସମସ୍ତ ପ୍ରାଣୀ ପ୍ରଜାତିରେ ଘଟିଥାଏ, ଯାହାର ମାଂସପେଶୀ ସେମାନଙ୍କ କଙ୍କାଳ ସହିତ ପେଶୀରଜ୍ଜୁ ଭଳି ନମନୀୟ ଉପାଦାନ ମାଧ୍ୟମରେ ସଂଯୁକ୍ତ । କିନ୍ତୁ ଏହାର ପ୍ରଭାବ କଙ୍ଗାରୁଠାରେ ସୁସ୍ପଷ୍ଟ |

ଡେଇଁବା ଏବଂ ନିଶ୍ୱାସ ପ୍ରଶ୍ୱାସ ନେବା ମଧ୍ୟରେ ଏକ ଗୁଢ଼ ସମ୍ପର୍କ ଅଛି: ପାଦ ଭୂମିରୁ ଉଠିବା ମାତ୍ରେ, ଫୁସଫୁସରୁ ବାୟୁ ବାହାର ହୋଇଯାଏ; ଅବତରଣ ପାଇଁ ପାଦକୁ ଆଗକୁ ଆଣିବା ବେଳେ ଫୁସଫୁସ ପୁଣି ପୂର୍ଣ୍ଣ ହୋଇଯାଏ, ଯେଉଁଥିରେ ଆହୁରି ଅଧିକ ଶକ୍ତି ପ୍ରାପ୍ତ ହୋଇଥାଏ | କଙ୍ଗାରୁ ଏବଂ ୱାଲାବିର ଅଧ୍ୟୟନ ଦର୍ଶାଇଛି, କୁଦିବାକୁ ଆବଶ୍ୟକ ନ୍ୟୁନତମ ଶକ୍ତି ବ୍ୟୟ ବ୍ୟତୀତ, ବଢ଼ୁଥିବା ବେଗ ପ୍ରକୃତରେ ବହୁତ କମ୍ ଅତିରିକ୍ତ ପ୍ରୟାସ ଆବଶ୍ୟକ କରେ (ସମାନ ଗତି ବେଳେ ଘୋଡା, କୁକୁର କିମ୍ବା ମଣିଷରଠାରୁ ଅନେକ ମାତ୍ରାରେ କମ୍‌) ଏବଂ ଅତିରିକ୍ତ ଓଜନ ବହନ କରିବାକୁ ଅତିରିକ୍ତ ଶକ୍ତି ଆବଶ୍ୟକ ହୋଇଥଏ | କଙ୍ଗାରୁମାନଙ୍କ ପାଇଁ, ଡେଇଁବାର ମୁଖ୍ୟ ଲାଭ ଶିକାରୀଙ୍କଠାରୁ ରକ୍ଷା ପାଇବା ନୁହେଁ - କଙ୍ଗାରୁର ସର୍ବୋଚ୍ଚ ଗତି ସମାନ ଆକାରର ଚତୁଷ୍ପଦ ତୁଳନାରେ ଅଧିକ ନୁହେଁ, ଏବଂ ଅଷ୍ଟ୍ରେଲୀୟ ଦେଶୀ ଶିକାରୀମାନେ ଅନ୍ୟ ଦେଶର ଶିକାରୀଙ୍କ ତୁଳନାରେ କମ୍ ଭୀତିପ୍ରଦ ଅଟନ୍ତି - କିନ୍ତୁ ଅତ୍ୟଧିକ ପରିବର୍ତ୍ତନଶୀଳ ପାଣିପାଗରେ ଏକ ଅନୁର୍ବର ଦେଶରେ, ଖାଦ୍ୟ ସନ୍ଧାନରେ ମଧ୍ୟମ ଗତିରେ ଦୀର୍ଘ ଯାତ୍ରା କରିବାରେ କଙ୍ଗାରୁରଏହି କ୍ଷମତା ବଞ୍ଚିବା ରହିବାପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ |

ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ କଙ୍ଗାରୁର ଲାଞ୍ଜ କେବଳ ତା'ର ସନ୍ତୁଳନ ବଜାୟ ରଖେ ନାହିଁ ବରଂ ଏହାର ତୃତୀୟ ଗୋଡ ଭାବରେ କାର୍ଯ୍ୟ କରିଥାଏ | କଙ୍ଗାରୁର ଚାଲି ତିନୋଟି ପର୍ଯ୍ୟାୟରେ ହୋଇଥାଏ ଯେଉଁଥିରେ ସେମାନେ ପ୍ରଥମେ ସେମାନଙ୍କର ଆଗ ଗୋଡ ଏବଂ ଲାଞ୍ଜ ଲଗାନ୍ତି, ତା’ପରେ ଲାଞ୍ଜକୁ ଆଗକୁ ଠେଲି ଦିଅନ୍ତି, ଏବଂ ପରେ ପଛ ଗୋଡକୁ ଆଗକୁ ନେଇଥାନ୍ତି | ଲାଞ୍ଜର ଆଗକୁ ବଢ଼ିବା ଶକ୍ତି ଉଭୟ ଆଗ ଓ ପଛ ଗୋଡର ସଂଯୁକ୍ତ ଶକ୍ତି ସହିତ ସମାନ ଏବଂ ସମାନ ବେଗରେ ମନୁଷ୍ୟର ଗୋଡ ଚାଲିବା ବେଳେ ଯେତିକି କାମ କରେ ଏହା ସେତିକି କାର୍ଯ୍ୟ କରିଥାଏ | [୫୨]

୨୦୦୪ରେ କଙ୍ଗାରୁ ପରିବାରର ଜଣେ ସଦସ୍ୟ,ତମ୍ମାର ୱାଲାବିର ଜିନୋମର ଏକ DNA ସିକ୍ୱେନ୍ସିଂ ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା | ଏହା ଅଷ୍ଟ୍ରେଲିଆ (ମୁଖ୍ୟତଃ ଷ୍ଟେଟ୍ ଅଫ୍‌ ଭିକ୍ଟୋରିଆ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ) ଏବଂ ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ମଧ୍ୟରେ ଏକ ସହଭାଗିତା ଥିଲା | [୫୩]୨୦୧୧ରେ ତମ୍ମାରର ଜିନୋମ ସିକ୍ୱେନ୍ସିଂ ସମ୍ପୂର୍ଣ୍ଣ ହୋଇଥିଲା [୫୪] ତୁଳନାତ୍ମକ ଜେନୋମିକ୍ସ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନେ କଙ୍ଗାରୁ ପରି ମାର୍ସପିଆଲ୍‌ର ଜିନୋମ୍ ପାଇଁ ବହୁତ ଆଗ୍ରହୀ, କାରଣ ମାର୍ସୁପିଆଲ୍ ମାନବଙ୍କଠାରୁ ବିବର୍ତ୍ତନଶୀଳତାର ଏକ ଆଦର୍ଶ ସ୍ତରରେ ଅଛନ୍ତି: ମୂଷାମାନେ ଅତି ନିକଟତର ଏବଂ ସେମାନଙ୍କଠାରେ ଅନେକ ରକମର କାର୍ଯ୍ୟ ବିକାଶିତ ହୋଇନାହିଁ, ପକ୍ଷୀମାନେ ଜେନେଟିକ୍‌ରେ ବହୁତ ଦୂରରେ ଅଛନ୍ତି | । ଏହି ପ୍ରକଳ୍ପରୁ ଦୁଗ୍ଧଜାତ ଶିଳ୍ପ ମଧ୍ୟ ଉପକୃତ ହୋଇପାରେ | [୫୫]

ଅନ୍ଧତ୍ୱ

ସମ୍ପାଦନା

କଙ୍ଗାରୁ ମଧ୍ୟରେ ଚକ୍ଷୁ ରୋଗ ବିରଳ ହୋଇପାରେ କିନ୍ତୁ ନୂଆ ନୁହେଁ | ୧୯୯୪ ରେ କେନ୍ଦ୍ରୀୟ ନ୍ୟୁ ସାଉଥ ୱେଲ୍ସରେ କଙ୍ଗାରୁ ଅନ୍ଧତ୍ୱର ପ୍ରଥମ ସରକାରୀ ରିପୋର୍ଟ ହୋଇଥିଲା | ପରବର୍ଷ, ଭିକ୍ଟୋରିଆ ଏବଂ ଦକ୍ଷିଣ ଅଷ୍ଟ୍ରେଲିଆରେ ଏହା ପୁଣି ରିପୋର୍ଟ ହୋଇଥିଲା | ୧୯୯୬ ସୁଦ୍ଧା ଏହି ରୋଗ ମରୁଭୂମି ଦେଇ ପଶ୍ଚିମ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। [୫୬] ଏହି ରୋଗ ଅନ୍ୟ ପଶୁ ଏବଂ ସମ୍ଭବତଃ ମନୁଷ୍ୟକୁ ବ୍ୟାପିପାରେ ବୋଲି ଅଷ୍ଟ୍ରେଲୀୟ କର୍ତ୍ତୃପକ୍ଷ ଚିନ୍ତା କରିଥିଲେ। ଗିଲଙ୍ଗରେ ଥିବା ଅଷ୍ଟ୍ରେଲିୟ ପ୍ରାଣୀ ସ୍ୱାସ୍ଥ୍ୟ ଗବେଷଣାଗାର ଅନୁସନ୍ଧାନକାରୀମାନେ ଦୁଇ ପ୍ରକାରର ମିଜ୍‌ଠାରେ ୱାଲାଲ୍ ନାମକ ଭୂତାଣୁ ଚିହ୍ନଟ କରିଥିଲେ, ଯାହା ଏହାର ବାହକ ବୋଲି ଜଣାପଡିଛି। [୫୭][୫୮] ୩%ରୁ କ‌ମ୍‌ କଙ୍ଗାରୁ ଏହାର ସଂସ୍ପର୍ଶରେ ଆସିଥିଲେ ବୋଲି ପ୍ରାଣୀ ଚିକିତ୍ସକମାନେ ଆବିଷ୍କାର କରିଥିଲେ। [୫୬]

ପ୍ରଜନନ ଏବଂ ଜୀବନ ଚକ୍ର

ସମ୍ପାଦନା
 
ସଦ୍ୟ ଜନ୍ମ ହୋଇଥିବା କଙ୍ଗାରୁର ଥଳି ଭିତରେ ସ୍ତନ୍ୟପାନ

କଙ୍ଗାରୁ ପ୍ରଜନନ ଅପୋସମ୍ ସହିତ ସମାନ | ଡିମ୍ବ (ଯାହ ତଥାପି ଖୋଳପା ଭିତରେ ଥାଏ, ମାତ୍ର କିଛି ମାଇକ୍ରୋମିଟର ମୋଟା ଅଟେ ଏବଂ ଏହା ମଧ୍ୟରେ ଅଳ୍ପ ପରିମାଣର ହଳଦିଆ ଅଂଶ ବା ୟକ୍‌ ଥାଏ) ଡିମ୍ବାଶୟରୁ ଜରାୟୁକୁ ଓହ୍ଲାଇଥାଏ | ସେଠାରେ ଏହା ସମାୟନ ହୋଇ ଶୀଘ୍ର ଏକ ନିଓନାଟ୍‌ରେ ବିକଶିତ ହୁଏ | ସବୁଠୁ ବଡ କଙ୍ଗାରୁ ପ୍ରଜାତି ( ଲାଲ୍ କଙ୍ଗାରୁ ) ରେ ମଧ୍ୟ ନିଓନାଟ୍ ମାତ୍ର 33 ଦିନ ପରେ ଉତ୍ପନ୍ନ ହୋଇଥାଏ | ସାଧାରଣତଃ, ଗୋଟିଏ ଥରରେ କେବଳ ଗୋଟିଏ ଶାବକ ହିଁ ଜନ୍ମ ହୋଇଥାଏ | ଏହା ଅନ୍ଧ, କେଶହୀନ ଏବଂ କେବଳ ଅଳ୍ପ ସେଣ୍ଟିମିଟରର ଲମ୍ବା ଥାଏ; ଏହାର ପଛଗୋଡ଼ ଅପରିପକ୍ୱ ଥାଏ; ଏହା ପରିବର୍ତ୍ତେ ଅଧିକ ବିକଶିତ ଅଗ୍ରଭାଗକୁ ବ୍ୟବହାର କରି ପ୍ରାୟ ତିନି ରୁ ପାଞ୍ଚ ମିନିଟ୍ ସମୟ ମଧ୍ୟରେ ନିଜ ମା’ର ପେଟରେ ଥିବା ମୋଟା ପଶମ ଥଳି ଭିତରକୁ ଚଢ଼ି ଯାଇଥାଏ | ଥଳିରେ ପହଞ୍ଚିବା ମାତ୍ରେ ଏହା ଚାରୋଟିରୁ ଗୋଟିଏ ସ୍ତନରେ ଲାଗିରହି ଖାଇବା ଆରମ୍ଭ କରେ | ପ୍ରାୟ ତୁରନ୍ତ ହିଁ ମାତାର ଯୌନ ଚକ୍ର ପୁଣି ଆରମ୍ଭ ହୋଇଯାଇଥାଏ | ଅନ୍ୟ ଏକ ଡିମ୍ବ ଗର୍ଭାଶୟକୁ ପୁଣି ଓହ୍ଲାଇଥାଏ ଏବଂ ସେ ଯୌନକ୍ରିୟା ପାଇଁ ପ୍ରସ୍ତୁତ ରହେ | ତା’ପରେ, ଯଦି ମିଳନ ହୁଏ ଏବଂ ଦ୍ୱିତୀୟ ଡିମ୍ବର ସମାୟନ ହୁଏ, ଏହାର ବିକାଶ ସାମୟିକ ଭାବରେ ବନ୍ଦ ହୋଇଯାଏ | ଏହା ଭ୍ରୁଣୀୟ ଡାଇପୋଜ୍ ଭାବରେ ଜଣାଶୁଣା, ଏବଂ ଏହା ମରୁଡ଼ି ସମୟରେ ଏବଂ ଖାଦ୍ୟାଭାବ ଥିବା ଅଞ୍ଚଳରେ ହିଁ ଘଟିଥାଏ | ଏହି ସମୟରେ, ଥଳିରେ ଥିବା ନିଓନାଟ୍ ଶୀଘ୍ର ବଢ଼େ | କିଛି ସପ୍ତାହ ମୁଣ୍ଡକୁ ବାହାର କରିଦେବା ପରେ ଏବଂ ସମ୍ପୂର୍ଣ୍ଣ ରୂପେ ନିରାପଦ ମନେ ହେଲାପରେ ପ୍ରାୟ ୧୯୦ ଦିନ ଉପରାନ୍ତେ, ଶାବକ ଥଳିରୁ ଏହାର ସମ୍ପୂର୍ଣ୍ଣ ଆବିର୍ଭାବ ହେବା ପାଇଁ ଯଥେଷ୍ଟ ବଡ଼ ଓ ବିକଶିତ ହୋଇଯାଏ | ସେବେଠାରୁ, ଏହା ବାହ୍ୟ ଜଗତରେ ଅଧିକ ସମୟ ବିତାଇଥାଏ ଏବଂ ପରିଶେଷରେ, ପ୍ରାୟ ୨୩୫ ଦିନ ପରେ, ଏହା ଶେଷ ଥର ପାଇଁ ଥଳି ଛାଡିଥାଏ | [୫୯] ବଣରେ ରହୁଥିବା କଙ୍ଗାରୁର ଆୟୁଷ ହାରାହାରି ଛଅ ବର୍ଷ ହୋଇଥିବା ବେଳେ ରଖାଯାଉଥିବା କଙ୍ଗାରୁର ବୟସ [୬୦] ୨୦ ବର୍ଷରୁ ଅଧିକ ହୋଇଥାଏ, ଯଦିଓ ଏହା ବିଭିନ୍ନ ପ୍ରଜାତିରେ ଭିନ୍ନ ହୋଇଥାଏ। [୬୧] ଅଧିକାଂଶ କଙ୍ଗାରୁ ଜଙ୍ଗଲରେ ପରିପକ୍ୱତା ପ୍ରାପ୍ତ କରପାରନ୍ତି ନାହିଁ | [୬୨] [୬୩]

ମଣିଷ ଏବଂ କଙ୍ଗାରୁ

ସମ୍ପାଦନା
 
ଅଷ୍ଟ୍ରେଲିଆର ଆଦିମ ଅଧିବାସୀଙ୍କର କଙ୍ଗାରୁ ଶିକାର

ଆଦିବାସୀ ଅଷ୍ଟ୍ରେଲୀୟମାନଙ୍କ ପାଇଁ କଙ୍ଗାରୁ ସର୍ବଦା , ଏହାର ମାଂସ, ଚମଡ଼ା, ହାଡ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାଣୀ ହୋଇଆସୁଛି | କଙ୍ଗାରୁ ଚମଡ଼ାର ବ୍ୟବହାର ବେଳେବେଳେ ମନୋରଞ୍ଜନ ପାଇଁ ମଧ୍ୟ କରଯାଉଥିଲା; କିଛି ଆଦିବାସୀ ଜନଜାତି( କୁର୍ନାଇ ) ମାର୍ଙ୍ଗ୍ରୋକ୍‌ର ପାରମ୍ପାରିକ ଫୁଟବଲ୍ ଖେଳ ପାଇଁ ଚମଡ଼ାରେ ଭରାଯାଇଥିବେ କଙ୍ଗାରୁର ଅଣ୍ଡକୋଷକୁ ବଲ୍‌ ଭାବରେ ବ୍ୟବହାର କରିଥାନ୍ତି | [୬୪] ଏଥିସହ, କଙ୍ଗାରୁ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସ୍ୱପ୍ନକଥା ଏବଂ ସମାରୋହ ମଧ୍ୟ ଥିଲା | ବର୍ତ୍ତମାନ ଉତ୍ତର ପ୍ରାନ୍ତର ଆହେରେଞ୍ଜ ହେଉଛି ଏକ କଙ୍ଗାରୁ ସ୍ୱପ୍ନସ୍ଥଳୀ | [୬୫]

ୟୁରୋପୀୟ ବସତି ପରଠାରୁ କଙ୍ଗାରୁ ବଂଶ ଭଲରେ ବଢ଼ିଚାଲିଛି ଯାହାକି ଅନେକ ଛୋଟ ମାକ୍ରୋପୋଡ୍‌ଙ୍କଠାରୁ ଭିନ୍ନ | ଇଉରୋପୀୟମାନେ ମେଣ୍ଢା ,ଗୋରୁ ଆଦି ପାଳନ କରିବାକୁ ବିସ୍ତୃତ ତୃଣଭୂମି ସୃଷ୍ଟି କରିବା ପାଇଁ ଜଙ୍ଗଲ କାଟିଲେ, ଶୁଷ୍କ ଅଞ୍ଚଳରେ ପାଣିର ବ୍ୟବସ୍ଥା କଲେ ଏବଂ ଡିଙ୍ଗୋ ସଂଖ୍ୟାକୁ ହ୍ରାସ କରାଇଲେ | ଏହି ପ୍ରାଚୁର୍ଯ୍ୟ ଯୋଗୁଁ ବେଳେବେଳେ କଙ୍ଗାରୁବଧ କରିବା ଆବଶ୍ୟକ ପଡ଼ୁଅଛି | ବର୍ତ୍ତମାନ ଏହି ବାବଦରେ ଚିନ୍ତା କରାଯାଉଛି ଯେ ଏବେର ପରିଚାଳନାଗତ ତୃଟି କଙ୍ଗାରୁ କଲ୍ୟାଣ, ଭୁଦୃଶ୍ୟ ସ୍ଥିରତା, ଜୈବ ବିବିଧତାର ସଂରକ୍ଷଣ, ସ୍ଥିର କୃଷି ଉତ୍ପାଦନ ଏବଂ ଆଦିବାସୀ ସ୍ୱାସ୍ଥ୍ୟ ଏବଂ ସଂସ୍କୃତି ପାଇଁ କ୍ଷତିକାରକ ପରିଣାମ ସୃଷ୍ଟି କରୁଛି । [୬୬]

 
ଏକ ଘରୋଇ ପରିବେଶରେ କଙ୍ଗାରୁ, କୁଇନ୍‌ସଲାଣ୍ଡ, ଅଷ୍ଟ୍ରେଲିଆ, ୧୯୦୦-୧୯୧୦ ମସିହା

କଙ୍ଗାରୁମାନେ ଲାଜକୁଳା ଏବଂ ଶାନ୍ତ ପ୍ରକୃତିର ଏବଂ ସାଧାରଣ ପରିସ୍ଥିତିରେ ମଣିଷ ପାଇଁ କୌଣସି ବିପଦ ସୃଷ୍ଟି କରନ୍ତିନାହିଁ | ୨୦୦୩ ରେ, ଲୁଲୁ, ଏକ ପ୍ରାଚ୍ୟ ଧୂସର ତା'ର ମାଲିକ ଏକ ବୃକ୍ଷର ଶାଖା ଦ୍ୱାରା ଆହତ ହେବାପରେ ପରିବାର ସଦସ୍ୟଙ୍କୁ ତାଙ୍କ ଅବସ୍ଥାନ ବିଷୟରେ ସଚେତନ କରି ତାଙ୍କ ଜୀବନ ରକ୍ଷା କରିଥିଲା | ସେ ୧୯ ମଇ ୨୦୦୪ ରେ RSPCA ଅଷ୍ଟ୍ରେଲିଆ ଜାତୀୟ ପଶୁ ବୀର ପୁରସ୍କାରରେ ସମ୍ମାନିତ ହୋଇଥିଲା । [୬୭]

ନ ଟିହାଇଲେ ମଣିଷ ଉପରେ ଆକ୍ରମଣ କରୁଥିବା କଙ୍ଗାରୁର ବହୁତ କମ୍ ରେକର୍ଡ ଅଛି; ଅବଶ୍ୟ, ୨୦୦୪ ରେ ଏହିପରି ଅନେକ ଅପ୍ରାକୃତିକ ଆକ୍ରମଣ ମାର୍ସୁପିଆଲ୍ ଉପରେ ପ୍ରଭାବ ପକାଇଥିବା ରେବି ଭଳି ରୋଗର ଭୟ ସୃଷ୍ଟି କରିଥିଲା | ଅଷ୍ଟ୍ରେଲିଆରେ କଙ୍ଗାରୁ ଆକ୍ରମଣଜନିତ ମୃତ୍ୟୁ ବାବଦରେ କେବଳ ଦୁଇଟି ବିଶ୍ୱସ୍ତ ଭାବରେ ଦସ୍ତାବିଜ ମିଳିପାରିଛି । ୧୯୩୬ ମସିହାରେ ନ୍ୟୁ ସାଉଥ ୱେଲ୍ସରେ ଜଣେ ଶିକାରୀ ତାଙ୍କର ଦୁଇ କୁକୁରଙ୍କୁ ଅତି ଭୀଷଣ ସଂଘର୍ଷରୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବାବେଳେ କଙ୍ଗାରୁ ଆକ୍ରମଣରେ ପ୍ରଥମେ ମୃତ୍ୟୁବରଣ କରିଥିଲେ। ଦ୍ୱିତୀୟ ଆକ୍ରମଣଟି ଥିଲା ସେପ୍ଟେମ୍ବର ୨୦୨୨ରେ ପଶ୍ଚିମ ଅଷ୍ଟ୍ରେଲିଆର ରେଡମଣ୍ଡରେ ଏକ ଘରୋଇ କଙ୍ଗାରୁ ଜଣେ ୭୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଉପରେ । ଖାଦ୍ୟାଭାବ ଏବଂ ଅତ୍ୟଧିକ ତୃଷା କଙ୍ଗାରୁର ଏହିଭଳି ବିପଜ୍ଜନକ ଆଚରଣର କାରଣ ବୋଲି ଜଣାପଡ଼ିଛି | ଜୁଲାଇ ୨୦୧୧ ରେ, ଗୋଟିଏ ଅଣ୍ଡିରା ଲାଲ କଙ୍ଗାରୁ ନିଜ ପଛପଟୁ ଜଣେ ୯୪ ବର୍ଷ ବୟସ୍କା ମହିଳାଙ୍କୁ ଆକ୍ରମଣ କରିବା ସହିତ ପରିସ୍ଥିତିକୁ ମୁକାବିଲା କରିବାକୁ ଚେଷ୍ଟା କରୁଥିବା ତାଙ୍କ ପୁଅ ଏବଂ ଦୁଇ ପୋଲିସ ଅଧିକାରୀ ମଧ୍ୟ ଛାଡ଼ିନଥିଲା । କଙ୍ଗାରୁକୁ କ୍ୟାପ୍ସିକମ୍ ସ୍ପ୍ରେ ଦ୍ୱାରା ଦମନ କରାଯାଇଥିଲା |

ଏକ ଗବେଷଣା ଅଧ୍ୟୟନ ଅନୁଯାୟୀ, ପାଳୁତ ହୋଇନଥିଲେ ମଧ୍ୟ କଙ୍ଗାରୁ ମଣିଷ ସହିତ ଯୋଗାଯୋଗ କରିପାରନ୍ତି |  [ ସ୍ପଷ୍ଟୀକରଣ ଆବଶ୍ୟକ ]

ଯାନବାହାନ ସହିତ ଧକ୍କା

ସମ୍ପାଦନା
 
ଅଷ୍ଟ୍ରେଲୀୟ ରାଜପଥରେ ଏକ "କଙ୍ଗାରୁ କ୍ରସିଂ" ଚିହ୍ନ |

ଯେଉଁ ଯାନବାହାନ ଗୁଡ଼ିକ ଶୂନ୍‌ଶାନ୍‌ ରାସ୍ତାରେ ଯିବାଆସିବା କରେ, ଯେଉଁଠାରେ ରାସ୍ତା କଡ଼ରେ କୌଣସି ସାହାଯ୍ୟ ମିଳିବାର ସମ୍ଭାବନା ନାହିଁ, ଦୁର୍ଘଟଣା ଜନିତ କ୍ଷୟକୁ କମ୍ କରିବା ପାଇଁ ପ୍ରାୟତଃ “ରୋ ବାର୍” ଲଗାଯାଇଥାଏ | ଅଲଟ୍ରାସାଉଣ୍ଡ ଏବଂ ଅନ୍ୟାନ୍ୟ ପଦ୍ଧତି ସହିତ ବନ୍ୟଜନ୍ତୁଙ୍କୁ ଭୟଭୀତ କରିବା ପାଇଁ ଡିଜାଇନ୍ ହୋଇଥିବା ବୋନେଟ୍ -ମାଉଣ୍ଟେଡ୍ ଉପକରଣଗୁଡ଼ିକ ପ୍ରସ୍ତୁତ କରାଯାଇଛି ଏବଂ ବିକ୍ରି ମଧ୍ୟ ହୋଇଛି, କିନ୍ତୁ ଏହା ଫଳଶୂନ୍ୟ |

ଯଦି କୌଣସି ମାଈ କଙ୍ଗାରୁ ଦୁର୍ଘଟଣାର ଶିକାର ହୁଏ, ତେବେ ପଶୁ କଲ୍ୟାଣ ଗୋଷ୍ଠୀ ତା'ର ଥଳିଟି କୌଣସି ବଞ୍ଚିଥିବା ଶାବକ ପାଇଁ ଯାଞ୍ଚ କରାନ୍ତି, ଯେଉଁ କ୍ଷେତ୍ରରେ ଏହାକୁ ପୁନଃ ଥଇଥାନ ପାଇଁ ବନ୍ୟଜନ୍ତୁ ଅଭୟାରଣ୍ୟ କିମ୍ବା ପ୍ରାଣୀ ଶଲ୍ୟ ଚିକିତ୍ସିକଙ୍କ ପାଖକୁ ନିଆଯାଇପାରିବ । ସେହିଭଳି, ଯେତେବେଳେ ଜଣେ ବୟସ୍କ କଙ୍ଗାରୁ ଧକ୍କାରେ ଆହତ ହୁଏ, ଉପଯୁକ୍ତ ଯତ୍ନ ପାଇଁ ପ୍ରାଣୀ ଚିକିତ୍ସିକ, ଆରଏସପିସିଏ ଅଷ୍ଟ୍ରେଲିଆ କିମ୍ବା ନ୍ୟାସନାଲ ପାର୍କ ଏବଂ ବନ୍ୟପ୍ରାଣୀ ସେବାଙ୍କର ପରାମର୍ଶ ନିଆଯାଇପାରେ | ନ୍ୟୁ ସାଉଥ ୱେଲ୍ସରେ, WIRES ର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା କଙ୍ଗାରୁର ପୁନଃସ୍ଥାପନା କରାଯାଏ | ସଡକ ଚିହ୍ନ ପରିଷଦ ଆହତ ପଶୁମାନଙ୍କୁ ରିପୋର୍ଟ କରିବା ପାଇଁ ଫୋନ୍ ନମ୍ବର ତାଲିକାଭୁକ୍ତ କରିଥାଏ |

ପ୍ରତୀକ ଏବଂ ଲୋକପ୍ରିୟ ସଂସ୍କୃତି |

ସମ୍ପାଦନା
 
ଷ୍ଟ୍ରେଲିଆର କୋଟ୍‌ ଅଫ୍‌ ଆର୍ମସ୍‌ ରେ ଦର୍ଶାଯାଇଥିବା କଙ୍ଗାରୁ ଓ ଏମୁ

କଙ୍ଗାରୁ ଅଷ୍ଟ୍ରେଲିଆର ଏକ ଚିହ୍ନିବା ଯୋଗ୍ୟ ପ୍ରତୀକ | ଅଷ୍ଟ୍ରେଲୀୟ କୋଟ୍ ଉପରେ କଙ୍ଗାରୁ ଏବଂ ଏମୁ ଅଙ୍କିତ ହୋଇଅଛି | ମୁଦ୍ରାଗୁଡ଼ିକରେ ମଧ୍ୟ କଙ୍ଗାରୁ ସ୍ଥାନ ପାଇଛି, ବିଶେଷତଃ ଅଷ୍ଟ୍ରେଲୀୟ ଏକ ଡଲାର ମୁଦ୍ରାରେ ପାଞ୍ଚଟି କଙ୍ଗାରୁ ଅଙ୍କିତ ହୋଇଛି | ଅଷ୍ଟ୍ରେଲିୟା ନିର୍ମିତ ଲୋଗୋ ସବୁଜ ତ୍ରିକୋଣରେ ଏକ ସୁବର୍ଣ୍ଣ କଙ୍ଗାରୁକୁ ନେଇ ଗଠିତ ହୋଇଛି ଯାହା ଦର୍ଶାଉଛି ଯେ ଉତ୍ପାଦଟି ଅଷ୍ଟ୍ରେଲିଆରେ ଉତ୍ପାଦିତ କିମ୍ବା ନିର୍ମିତ |

କଙ୍ଗାରୁ ବ୍ୟବହାର କରୁଥିବା ପ୍ରାରମ୍ଭିକ ଅଷ୍ଟ୍ରେଲିୟ କମ୍ପାନୀଗୁଡିକର ପଞ୍ଜୀକୃତ ଟ୍ରେଡ୍ ମାର୍କରେ ୟଙ୍ଗ, ସ୍କୋଲେନବର୍ଗର୍ ଏବଂ କୋ. ୱାଲା ୱାଲା ବ୍ରାଣ୍ଡ ଲେଦର ଆଣ୍ଡ ସ୍କିନ୍‌ (୧୮୯୦) ଅନ୍ତର୍ଭୁକ୍ତ ଥିଲା; ଆର୍ନୋଲ୍ଡ ଭି ହେନ୍ (୧୮୯୨) ଯାହାର ପ୍ରତୀକ ଥିଲା ଦଉଡିରେ ଖେଳୁଥିବା ଏକ କଙ୍ଗାରୁ ପରିବାର ; ରୋବର୍ଟ ଲାସ୍କେଲ୍ସ ଆଣ୍ଡ କୋ ପ୍ରାଣୀର ବେଗକୁ ଏହାର ଭେଲୋସିପେଡିସ୍ (୧୮୯୬) ସହିତ ଯୋଡିଥିଲେ; ୧୯୦୦ ଦଶକର ପ୍ରାରମ୍ଭରେ "ଦ କଙ୍ଗାରୁ" ସେଫ୍‌ଟି ମ୍ୟାଚେସ୍‌ (ଜାପାନରେ ନିର୍ମିତ) ପରି କେତେକ ବିଦେଶୀ ନିର୍ମାତା ମଧ୍ୟ ଏହି ପ୍ରତୀକକୁ ଗ୍ରହଣ କରିଥିଲେ | ଆଜି ବି ଅଷ୍ଟ୍ରେଲିଆର ଜାତୀୟ ବିମାନ କମ୍ପାନୀ କାଣ୍ଟାସ ଏହାର ଲୋଗୋ ପାଇଁ ଏକ ଉଡ଼ନ୍ତା କଙ୍ଗାରୁ ବ୍ୟବହାର କରୁଛି।

ରୁଡ଼ୟାର୍ଡ଼‌ କିପ୍‌ଲିଙ୍ଗ୍‌ଙ୍କର "ଜଷ୍ଟ ସୋ ଷ୍ଟୋରିଜ୍‌", "ଦ ସିଙ୍ଗ୍‌ସଙ୍ଗ୍‌ ଅଫ୍‌ ଓଲ୍ଡ ମ୍ୟାନ୍‌ କଙ୍ଗାରୁ"ରେ ଡିଙ୍ଗୋ ଯେତେବେଳେ କଙ୍ଗାରୁକୁ ପିଛା କରୁଛି ସେତେବେଳେ ସେ ନକୋଙ୍ଗକୁ ବଡ଼ ଠାକୁରଙ୍କ ଉପଦେଶ ଦେଉଛି କି ୫ ଟା ବାଜିବା ପୂର୍ବରୁ ତା'ର ଗୋଡ଼ ଓ ଲାଞ୍ଜ ସବୁଠାରୁ ବଡ଼ ହୋଇଯାଉଛି ।

ଅଷ୍ଟ୍ରେଲିୟା କ୍ରୀଡା ଦଳର ନାମ ଏବଂ ମାସ୍କଟରେ ମୁଖ୍ୟତଃ କଙ୍ଗାରୁ ଏବଂ ୱାଲାବି ପ୍ରମୁଖ ଭାବରେ ସଂଶ୍ଲିଷ୍ଟ | ଉଦାହରଣ ସ୍ୱରୂପ ଅଷ୍ଟ୍ରେଲିୟା ଜାତୀୟ ରଗବୀ ଲିଗ୍ ଦଳ (ଦ କଙ୍ଗାରୁସ‌) ଏବଂ ଅଷ୍ଟ୍ରେଲିୟା ଜାତୀୟ ରଗବୀ ୟୁନିଅନ୍ ଦଳ (ଦ ୱାଲାବିଜ୍) ଅନ୍ତର୍ଭୁକ୍ତ | ୧୯୭୮ ରେ ଗେମ୍ସ ଅଷ୍ଟ୍ରେଲିଆ ଫାଉଣ୍ଡେସନ ଲିମିଟେଡ୍ ଦ୍ୱାରା ଦ୍ୱାଦଶ କମନୱେଲଥ ଗେମ୍ସ ପାଇଁ ୧୯୮୨ରେ ଆୟୋଜିତ ହୋଇଥିବା ଏକ ଦେଶବ୍ୟାପୀ ପ୍ରତିଯୋଗିତା ପାଇଁ ହଗ୍ ଏଡୱାର୍ଡସଙ୍କ ଡିଜାଇନ୍ ଚୟନ କରାଯାଇଥିଲା; ଏକ ତ୍ରିକୋଣୀୟ କେନ୍ଦ୍ରର ଧାରରୁ ବିସ୍ତାରିତ ଯୋଡିରେ ସଜ୍ଜିତ ଛଅଟି ମୋଟା ଫିତାର ସରଳୀକୃତ ରୂପ ଉଭୟ ଉଡ଼ନ୍ତା କଙ୍ଗାରୁକୁ ଏବଂ ଅଷ୍ଟ୍ରେଲିଆ ପାଇଁ ଏକ ସଜ୍ଜିକୃତ “A” କୁ ଦର୍ଶାଏ |

କଙ୍ଗାରୁ ଚଳଚ୍ଚିତ୍ର, ଟେଲିଭିଜନ୍, ପୁସ୍ତକ, ଖେଳନା ଏବଂ ସ୍ମରଣିକାଗୁଡ଼ିକରେ ପ୍ରମୁଖ ପ୍ରତିନିଧିତ୍ୱ କରେ | ୧୯୬୦ ମସିହାର ଅଷ୍ଟ୍ରେଲିୟ ଶିଶୁ ଟେଲିଭିଜନ ଧାରାବାହିକ ସ୍କିପି ବୁଶ୍ କଙ୍ଗାରୁ ଏକ କାଳ୍ପନିକ ଗୃହପାଳିତ କଙ୍ଗାରୁ ବିଷୟରେ ଥିଲା | ରୋଲଫ୍ ହାରିସ୍ ଗୀତ " ଟାଇ ମେ କଙ୍ଗାରୁ ଡାଉନ୍, ସ୍ପୋର୍ଟ " ଏବଂ ଅନେକ ଖ୍ରୀଷ୍ଟମାସ କାରୋଲରେ କଙ୍ଗାରୁ ସ୍ଥାନ ପାଇଛନ୍ତି |

 
ମେଲ୍‌ବୋର୍ଣ୍ଣଠାରେ ବିକ୍ରି ହେଉଥିବା କଙ୍ଗାରୁ ମାଂସ

ହଜାର ହଜାର ବର୍ଷ ଧରି କଙ୍ଗାରୁ ଆଦିବାସୀ ଅଷ୍ଟ୍ରେଲୀୟମାନଙ୍କ ପାଇଁ ଖାଦ୍ୟର ଉତ୍ସ ହୋଇଆସୁଛି | କଙ୍ଗାରୁ ମାଂସରେ ପ୍ରୋଟିନ ଅଧିକ ଏବଂ ଚର୍ବି କମ୍ (ପ୍ରାୟ ୨%) | ଅନ୍ୟ ଖାଦ୍ୟ ତୁଳନାରେ କଙ୍ଗାରୁ ମାଂସରେ କଞ୍ଜୁଗେଟେଡ୍ ଲିନୋଲିକ୍ ଏସିଡ୍ (CLA) ର ପରିମାଣ ଅଧିକ, ଏବଂ ଏହା ଭିଟାମିନ୍ ଏବଂ ମିନେରାଲ୍ସର ଗନ୍ତାଘର | CLA ରେ ଭରପୂର କମ୍ ଚର୍ବିଯୁକ୍ତ ଖାଦ୍ୟ ମେଦବହୁଳତା ଏବଂ ଆଥେରୋସ୍କ୍ଲେରୋସିସ୍ ହ୍ରାସ କରିବାରେ ସକ୍ଷମ ବୋଲି ଅଧ୍ୟୟନ କରାଯାଇଛି |

ଜଙ୍ଗଲୀ କଙ୍ଗାରୁକୁ ମାଂସ ପାଇଁ ବ୍ୟବହାର କରାଯାଏ ଏବଂ ଏହାକୁ କଙ୍ଗାରୁ ସଂଖ୍ୟା ନିୟନ୍ତ୍ରଣର ସର୍ବୋତ୍ତମ ଉପାୟ ଭାବରେ ଗ୍ରହଣ କରାଯାଏ । ରାଜ୍ୟ ତଥା କେନ୍ଦ୍ର ଆଇନ ଅନୁସାରେ ଲାଇସେନ୍ସପ୍ରାପ୍ତ ଶିକାରୀଙ୍କ ଦ୍ୱାରା କଙ୍ଗାରୁ ଅମଳ କରାଯାଏ ।

କଙ୍ଗାରୁ ମାଂସ ବିଶ୍ୱର ଅନେକ ଦେଶକୁ ରପ୍ତାନି ହୁଏ | ଅବଶ୍ୟ, ଏହାକୁ ୟିହୁଦୀ କିମ୍ବା ଆଡଭେଣ୍ଟିଷ୍ଟମାନେ ବାଇବଲ ଅନୁଯାୟୀ କୋଶର ଭାବରେ ବିବେଚନା କରନ୍ତି ନାହିଁ | ମୁସଲମାନ ଖାଦ୍ୟନୀତି ଅନୁଯାୟୀ ଏହାକୁ ହଲାଲ୍ ଭାବରେ ବିବେଚନା କରାଯାଏ, କାରଣ କଙ୍ଗାରୁ ତୃଣଭୋଜୀ ଅଟେ |

ସନ୍ଦର୍ଭ

ସମ୍ପାଦନା
  1. "Kangaroo population estimates" (PDF). Wildlife Trade. Government of Australia: Department Agriculture, Water and the Environment. Archived (PDF) from the original on 25 July 2021. Retrieved 30 July 2021.
  2. Dawson, Stuart; Dawson, Courtenay; Kennedy, Malcolm S; Kreplins, Tracey L; Linnell, John DC; Fleming, Patricia A (January 2024). "Knowledge and values drive acceptability of lethal control of kangaroos among the Australian public". Biological Conservation. 289. Bibcode:2024BCons.28910416D. doi:10.1016/j.biocon.2023.110416 – via Elseview Science Direct. {{cite journal}}: |hdl-access= requires |hdl= (help)
  3. ୩.୦ ୩.୧ "Commonwealth Coat of Arms". Department of the Prime Minister and Cabinet. Australian Government. 22 June 2016. Archived from the original on 30 July 2020. Retrieved 29 April 2020.
  4. "One Dollar". Royal Australian Mint. Australian Government. 8 January 2016. Archived from the original on 12 June 2018. Retrieved 29 April 2020.
  5. "The Kangaroo Symbol". Qantas. Archived from the original on 14 April 2006.
  6. Air Force. "RAAF Ensign and Roundel". Archived from the original on 15 January 2013. Retrieved 3 January 2013.
  7. Dow, Steve (26 September 2007). "An industry that's under the gun". The Sydney Morning Herald. Archived from the original on 3 July 2017. Retrieved 2 October 2011.
  8. "Believe it or nuts. (Columns/Posted 11/09/99)". Word Detective. Archived from the original on 7 June 2011. Retrieved 18 June 2011.
  9. Jennings, Ken (7 August 2019). "The Debunker: Where Does the Word "Kangaroo" Come From?". woot.com. Woot. Archived from the original on 17 December 2019. Retrieved 16 December 2019.
  10. Haviland, John B. (1974). "A last look at Cook's Guugu-Yimidhirr wordlist" (PDF). Oceania. 44 (3): 216–232. doi:10.1002/j.1834-4461.1974.tb01803.x. Archived from the original (PDF) on 27 March 2012. Retrieved 13 April 2008.
  11. King, Phillip Parker (1827). Narrative of a Survey of the Intertropical and Western Coasts of Australia Vol. 1. London: John Murray.
  12. "Roo". Compact Oxford English Dictionary. Ask Oxford.com. Archived from the original on 11 February 2007. Retrieved 31 December 2006.
  13. "Kangaroo and Wallaby". San Diego Zoo. Zoological Society of San Diego. Archived from the original on 27 September 2011. Retrieved 2 October 2011.
  14. Sydenham, S; Thomas, R. "Kangaroos". Kidcyber. Archived from the original on 3 September 2011. Retrieved 2 October 2011.
  15. "Names List for MACROPODIDAE, Australian Faunal Directory". Australian Biological Resources Study, Australian Department of the Environment and Energy. 13 February 2020. Archived from the original on 2 April 2020. Retrieved 1 March 2020.
  16. Dawson, Terence (2012). Kangaroos (2nd ed.). Collingwood, VIC: CSIRO Publishing.
  17. "Red Kangaroo". NAT GEO Wild. National Geographic Society. 11 November 2010. Archived from the original on 16 September 2015. Retrieved 2 October 2011.
  18. ୧୮.୦ ୧୮.୧ ୧୮.୨ Rice, W.D.L. (1978). "Historical introduction to studies on the evolution and phylogeny of the Macropodidae". Australian Mammalogy. 2: 1–14. doi:10.1071/AM78001.
  19. ୧୯.୦ ୧୯.୧ McCullough 2000
  20. Tyndale-Biscoe, H (2005). Life of Marsupials. CSIRO Publishing. p. 302. ISBN 978-0-643-06257-3. Archived from the original on 1 January 2016. Retrieved 9 November 2015.
  21. Cooke B, Kear B (1999). "Evolution and diversity of kangaroos (Macropodoidea, Marsupialia)". Australian Mammalogy. 21: 27–29.
  22. Flannery, T.F. (1989). "Phylogeny of the Macropodoidea; a study in convergence". In Grigg G.; Jarman P.; Hume I.D. (eds.). Kangaroos, Wallabies and Rat-kangaroos. Sydney: Surrey Beatty. pp. 1–46. ISBN 978-0-949324-22-1.
  23. ୨୩.୦ ୨୩.୧ Dawson, Terence J. (1995). Kangaroos: Biology of the Largest Marsupials. Cornell University Press/Comstock Publishing. ISBN 978-0-8014-8262-5.
  24. ୨୪.୦ ୨୪.୧ ୨୪.୨ ୨୪.୩ Parker, Johanna (June 2006). "Captain John Gore" (PDF). FRiENDS. 17 (2): 18. ISSN 1323-5826. Archived from the original (PDF) on 21 January 2012. Retrieved 2 October 2011.
  25. ୨୫.୦ ୨୫.୧ ୨୫.୨ ୨୫.୩ Cowley, Des; Hubber, Brian (2000). Barnes, John; Burt, Sandra (eds.). "Kangaroo". The La Trobe Journal (66): 4–5. ISSN 1441-3760. Archived from the original on 28 June 2019. Retrieved 2 October 2011.
  26. The "i" newspaper, 21 June 2013. page 2
  27. Hume, I.D. (1984). "Principal Features of Digestion in Kangaroos" (PDF). Proceedings of the Nutritional Society of Australia. 9: 76–81. Archived from the original (PDF) on 15 October 2017. Retrieved 15 October 2017.
  28. ୨୮.୦ ୨୮.୧ ୨୮.୨ ୨୮.୩ ୨୮.୪ ୨୮.୫ ୨୮.୬ ୨୮.୭ Romer, Alfred Sherwood; Parsons, Thomas S. (1977). The Vertebrate Body. Philadelphia, PA: Holt-Saunders International. p. 347. ISBN 978-0-03-910284-5.
  29. ୨୯.୦ ୨୯.୧ Vendl, C. (2017). "Merycism in western grey (Macropus fuliginosus) and red kangaroos (Macropus rufus)". Mammalian Biology. 86: 21–26. Bibcode:2017MamBi..86...21V. doi:10.1016/j.mambio.2017.03.005. {{cite journal}}: Unknown parameter |displayauthors= ignored (|display-authors= suggested) (help)
  30. Vendl, C.; Clauss, M.; Stewart, M.; Leggett, K.; Hummel, J.; Kreuzer, M.; Munn, A. (4 November 2015). "Decreasing methane yield with increasing food intake keeps daily methane emissions constant in two foregut fermenting marsupials, the western grey kangaroo and red kangaroo". Journal of Experimental Biology. 218 (21): 3425–3434. doi:10.1242/jeb.128165. PMID 26538176.
  31. Green-Barber, JM; Old, JM (2018). "Town roo, country roo: a comparison of behaviour in eastern grey kangaroos (Macropus giganteus) in developed and natural landscapes". Australian Zoologist. 39 (3): 520–533. doi:10.7882/AZ.2018.019.
  32. ୩୨.୦ ୩୨.୧ ୩୨.୨ ୩୨.୩ ୩୨.୪ ୩୨.୫ ୩୨.୬ ୩୨.୭ ୩୨.୮ Green-Barber, JM; Old, JM (2018). "The genetic relatedness of a peri-urban population of eastern grey kangaroos". BMC Research Notes. 11 (1): 856. doi:10.1186/s13104-018-3969-2. PMC 6280538. PMID 30514393.
  33. Gansloßer, Udo (1995). "Courtship behaviour in Macropodoidea (kangaroos, wallabies and rat kangaroos) – phylogenetic and ecological influences on ritualization". Mammal Review. 25 (3): 131–157. doi:10.1111/j.1365-2907.1995.tb00453.x.
  34. "Kangaroos". Natural History Notebooks. Canadian Museum of Nature. 3 May 2011. Archived from the original on 9 January 2016. Retrieved 2 October 2011.
  35. Burnie, David; Don E. Wilson (2001). Animal. New York NY: DK. pp. 99–101. ISBN 978-0-7894-7764-4.
  36. Dawson, Terence J. (Professor UNSW) (1998). Kangaroos: Biology of the largest marsupials (Paperback) (2nd ed.). Ithaca, N.Y.: Comstock Pub. Associates. pp. 7–11. ISBN 9780801482625. Archived from the original on 16 May 2021. Retrieved 3 August 2013.
  37. "Kangaroos use tail like a leg to walk". Australian Geographic. 2 July 2014. Archived from the original on 10 November 2014. Retrieved 18 November 2014.
  38. "Kangaroo Hops in Line for Genome Sequencing" (Press release). National Institutes of Health. 8 June 2004. Archived from the original on 2 October 2011. Retrieved 2 October 2011.
  39. Renfree M. B.; Papenfuss, A. T.; Deakin, J. E. (19 August 2011). "Genome sequence of an Australian kangaroo, Macropus eugenii, provides insight into the evolution of mammalian reproduction and development". Genome Biology. 12 (8): R81. doi:10.1186/gb-2011-12-8-r81. PMC 3277949. PMID 21854559. {{cite journal}}: Unknown parameter |displayauthors= ignored (|display-authors= suggested) (help)
  40. Brennan, A. J.; Sharp, J. A.; Digby, M. R.; Nicholas, K. R. (2007). "The tammar wallaby: A model to examine endocrine and local control of lactation". IUBMB Life. 59 (3): 146–150. doi:10.1080/15216540701335724. PMID 17487685.
  41. Harrison, George (September–October 1997). "Everything You Always Wanted to Know About Kangaroos". National Wildlife Federation. Archived from the original on 30 December 2005.
  42. Hooper, P (August 1999). "Kangaroo blindness and some other new viral diseases in Australia" (PDF). Australian Veterinary Journal. 77 (8): 514–5. doi:10.1111/j.1751-0813.1999.tb12122.x. PMID 10494397. Archived from the original (PDF) on 17 September 2006. Retrieved 31 December 2006.
  43. Evolution of Biodiversity Archived 3 March 2016 at the Wayback Machine., BCB705 Biodiversity, University of the Western Cape
  44. Miller-Schroeder, Patricia (2002). Kangaroos. The Untamed World. Raintree Steck-Vaughn. ISBN 978-0-7398-4972-9. Archived from the original on 16 May 2021. Retrieved 8 May 2020.
  45. "Kangaroo". Parks Victoria. Archived from the original on 8 February 2011. Retrieved 20 February 2011.
  46. Nowak, Ronald M. (1999). Walker's mammals of the world. Vol. 2. Johns Hopkins University Press. ISBN 978-0-8018-5789-8. Archived from the original on 16 May 2021. Retrieved 4 October 2020.
  47. Joo, Michael S.; Wund, Matthew. "Macropus giganteus". Animal Diversity Web, University of Michigan Museum of Zoology. Archived from the original on 29 June 2011. Retrieved 20 February 2011.
  48. ୪୮.୦ ୪୮.୧ AW Howitt, "Notes on Australian Message Sticks and Messengers", Journal of the Anthropological Institute, London, 1889, p 2, note 4, Reprinted by Ngarak Press, 1998, ISBN 1-875254-25-0
  49. "Aherrenge Road". Northern Territory Land Information System. Northern Territory Government. Archived from the original on 22 April 2011. Retrieved 2 October 2011.
  50. Read, John L; Wilson, George R; Coulson, Graeme; Cooney, Rosie; Paton, David C; Moseby, Katherine E; Snape, Melissa A; Edwards, Melanie J (Nov 2021). "Improving Kangaroo Management: A Joint Statement". Ecological Management & Restoration. 22 (S1): 186–192. Bibcode:2021EcoMR..22S.186R. doi:10.1111/emr.12467. Retrieved 2022-10-28. {{cite journal}}: |hdl-access= requires |hdl= (help)
  51. Leung, Chee Chee (23 September 2003). "Lulu the kangaroo hops to the rescue". The Age. Australia. Archived from the original on 11 September 2011. Retrieved 10 January 2010.
  52. "Life-saving kangaroo wins award". BBC News. 29 April 2004. Archived from the original on 18 September 2010. Retrieved 10 January 2010.
  53. "Skippy to the rescue". BBC News. 22 September 2003. Archived from the original on 18 September 2010. Retrieved 2 October 2011.
  54. "Kangaroo's attack causes man's death". Sydney Morning Herald. 19 August 1936. Retrieved 12 September 2022.
  55. "Kangaroo kills man, stops paramedics from saving his life". WAtoday. 12 September 2022. Retrieved 12 September 2022.
  56. ୫୬.୦ ୫୬.୧ "Rogue kangaroo attacks 94-year-old Phyllis Johnson". BBC News. 26 July 2011. Archived from the original on 20 November 2011. Retrieved 2 October 2011.
  57. "Pepper-sprayed kangaroo put down". ABC News. 27 July 2011. Archived from the original on 22 September 2011. Retrieved 2 October 2011.
  58. Duran, Paulina (2020-12-16). "Kangaroos can learn to communicate with humans, researchers say". Reuters (in ଇଂରାଜୀ). Archived from the original on 16 December 2020. Retrieved 2020-12-16.
  59. Cozzolino, Mimmo; Rutherford, Graeme Fysh (2000), Symbols of Australia (20th anniversary ed.), Mimmo Cozzolino, p. 62, ISBN 978-0-646-40309-0
  60. "Nutrition". Archived from the original on 1 November 2013. Retrieved 6 November 2013.
  61. Dow, Steve (26 September 2007). "An industry that's under the gun". The Sydney Morning Herald. Archived from the original on 3 July 2017. Retrieved 19 August 2008.
  62. Sinclair AJ, O'Dea K, Dunstan G, Ireland PD, Niall M (July 1987). "Effects on plasma lipids and fatty acid composition of very low fat diets enriched with fish or kangaroo meat". Lipids. 22 (7): 523–9. doi:10.1007/BF02540369. PMID 3626779.
  63. Shelby Lin Erdman, Cox Media Group National Content Desk. "Students served kangaroo meat in chili at school without their knowledge". daytondailynews. Archived from the original on 21 February 2019. Retrieved 20 February 2019.
  64. "Australians Hunt Kangaroos Commercially. Does It Make Sense?". National Geographic News. 21 November 2017. Archived from the original on 19 February 2019. Retrieved 20 February 2019.
  65. Gray, David (3 April 2013). "A necessary evil – the kangaroo cull". Reuters Blogs. Archived from the original on 6 April 2013. Retrieved 20 February 2019.
  66. "Is Kangaroo Kosher?". Chabad.org. Archived from the original on 8 August 2021. Retrieved 2021-08-08.
  67. "Kangaroo meat - Islamweb - Fatwas". Archived from the original on 30 December 2021. Retrieved 30 December 2021.