ଓଳିଆ ନଡ଼ା କିମ୍ବା ବାଉଁଶରେ[] ତିଆରି ଏକ ନିବୁଜ ପାତ୍ର ।[] ଏହା ପାରମ୍ପରିକ ଭାବେ ମୁଖ୍ୟତଃ ଶସ୍ୟମାନ ସାଇତି ରଖିବା ନିମନ୍ତେ ବ୍ୟବହାର କରାଯାଇଥାଏ । [] [] ଓଡ଼ିଶାର ଅନେକ ଆଦିବାସୀ ଜନଜାତିର ଚାଷୀମାନେ ମଧ୍ୟ ବିଭିନ୍ନ ଧରଣର ଓଳିଆ ବ୍ୟବହାର କରିଥାନ୍ତି । ପାରମ୍ପରିକ ଭାବେ ମଞ୍ଜି, ବିହନ ଆଦି ନଡ଼ା ତିଆରି ଓଳିଆରେ ବାହାର ପଟୁ ସମ୍ପୂର୍ଣ୍ଣ ବନ୍ଦ କରି ରଖିବାର ଦେଖିବାକୁ ମିଳିଥାଏ ।[] ଓଳିଆରେ ଚାଷୀମାନେ ଧାନ ତଥା ଅନ୍ୟାନ୍ୟ ରବି ଜାତୀୟ ଶସ୍ୟ ଯଥା ମୁଗ, ବିରି, କୋଳଥ ଇତ୍ୟାଦି ସାଇତି କରି ରଖିଥାନ୍ତି । ଓଳିଆରେ ଥିବା ଶସ୍ୟ, ବିହନ ପାଇଁ ମଧ୍ୟ ବହୁତ ଉପଯୋଗୀ ।[]

ଆଦିବାସୀ ମେଳାରେ ରଖାଯାଇଥିବା ଓଳିଆ

ଗଢ଼ିବା ପ୍ରଣାଳୀ

ସମ୍ପାଦନା
 
କର୍ଣ୍ଣାଟକରେ ବ୍ୟବହୃତ ଘାସରେ ତିଆରି ଓଳିଆ

ନଡା ଏବଂ ନଡ଼ାରେ ତିଆରି ଦଉଡ଼ି ସାହାଯ୍ୟରେ ଏହାକୁ ତିଆରି କରାଯାଏ । ପ୍ରଥମେ ନଡ଼ାରେ ଦଉଡି ତିଆରି କରାଯାଇ, ମୋରା ତିଆରି କରାଯାଏ । ମୋରା, ଯାହାକି ସେହି ନଡ଼ାରେ ମୋଟା ଆକାରରେ ଏକ କୁଣ୍ଡଳୀ ସଦୃଶ କରାଯାଏ । ଏହା ଛୋଟ ଆକାରରୁ ବଡ଼ ଆକାର ପର୍ଯ୍ୟନ୍ତ କରାଯାଇଥାଏ, ଯିଏ ତଳ ଭାଗରୁ ଉପର ଭାଗ ପର୍ଯ୍ୟନ୍ତ ବିଛା ଯାଇଥିବା ନଡ଼ା ଉପରେ ରଖି ବାନ୍ଧି ଗୋଲାକୃତି ଆକାର ଦିଆଯାଏ । ଦଉଡ଼ି ଗୁଡିକୁ ଛନ୍ଦି ରଖାଯାଏ । ତା' ଉପରେ ଏକ କୈନ୍ଦ୍ରିକ କରି ଛୋଟରୁ ବଡ଼ ମୋରା ରଖାଯାଏ, ତା ଉପରେ ନଡ଼ା ବିଛା ଯାଏ ଅଳ୍ପ ମୋଟା ଆବରଣରେ, ତା'ଉପରେ ଧାନ ରଖାଯାଏ । ତା'ପରେ ଦଉଡ଼ି ଏବଂ ବିଛା ଯାଇଥିବା ମୋରା ଓ ନଡ଼ାକୁ ଉପରକୁ ଉଠାଇ ଧିରେ ଧିରେ ଅର୍ଦ୍ଧ ଗୋଲାକାର ଆକୃତି ପର୍ଯ୍ୟନ୍ତ ଅଣାଯାଏ । ପରେ ବଡ଼ରୁ ଛୋଟ ମୋରା ଗୁଡ଼ିକୁ ଦେଇ ନଡାକୁ ସାଇତି କରି ରଖିଦେଇ ସଂପୂର୍ଣ୍ଣ ନିବୁଜ କରାଯାଏ । ଏହିପରି ଚାଷୀମାନେ ଅନେକ ଓଳିଆ ତିଆରି କରି ଶସ୍ୟ ରଖିଥାନ୍ତି ।

  1. Rainfed Rice: A Sourcebook of Best Practices and Strategies in Eastern India. Int. Rice Res. Inst. 2000. pp. 28–. ISBN 978-81-86789-02-5.
  2. Dasapalla (India : State) (1962). Report on the survey and settlement of Dasapalla Feudatory State during the years, 1917-1921. Printed at Sarada Press.
  3. Orissa Review. Home Department, Government of Orissa. 1977.
  4. Orissa (India). Harijan & Tribal Welfare Dept (1990). Tribes of Orissa. Harijan and Tribal Welfare Department, Government Of Orissa.
  5. Orissa (India). Orissa District Gazetteers: Cuttack. Superintendent, Orissa Government Press.
  6. ଧଳ, ଅଭିମନ୍ୟୁ. "ଓଳିଆରୁ ପଡ଼ି ଗଜା". ଧରିତ୍ରୀ. Retrieved 27 January 2017.