ଓର୍ସିପ୍ରେନାଲିନ, ଯାହାକୁ ମେଟାର୍ପୋଟେରେନୋଲ ମଧ୍ୟ କୁହାଯାଏ, ହେଉଛି ଏକ ଔଷଧ ଯାହା ଆଜ୍‌ମା ଏବଂ ସିଓପିଡି ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ କିମ୍ବା ପ୍ରଶ୍ୱାସରେ ନିଆଯାଏ ।[୧] କମ୍ ପାର୍ଶ୍ୱ ପ୍ରତିକ୍ରିୟା ସହିତ ଅଧିକ ପ୍ରଭାବଶାଳୀ ହୋଇଥିବାରୁ ସାଲବୁଟାମୋଲ କିମ୍ବା ଟର୍ବୁଟାଲାଇନ ଏହାଠାରୁ ଅଧିକ ପସନ୍ଦ କରାଯାଏ ।[୨]

ଓର୍ସିପ୍ରେନାଲିନ
Clinical data
Trade namesAlupent, others
AHFS/Drugs.commonograph
MedlinePlusa682084
Pregnancy
category
  • AU: A
  • US: C (Risk not ruled out)
Routes of
administration
Inhalation (MDI) and tablets
Legal status
Legal status
Pharmacokinetic data
Bioavailability3% inhaled, 40% by mouth
MetabolismGastrointestinal and liver
Elimination half-life6 hours
Identifiers
  • (RS)-5-[1-hydroxy-2-(isopropylamino)ethyl]benzene-1,3-diol
ECHA InfoCard100.008.701 Edit this at Wikidata
Chemical and physical data
FormulaC11H17NO3
Molar mass୨୧୧.୨୬ g·mol−1
3D model (JSmol)
Solubility in water9.7 mg/mL (20 °C)
  • Oc1cc(cc(O)c1)C(O)CNC(C)C
  • InChI=1S/C11H17NO3/c1-7(2)12-6-11(15)8-3-9(13)5-10(14)4-8/h3-5,7,11-15H,6H2,1-2H3 checkY
  • Key:LMOINURANNBYCM-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଦ୍‌ବେଗ, କମ୍ପନ, ମୁଣ୍ଡବିନ୍ଧା, ହୃତ୍‌କମ୍ପ ବା ପାଲପିଟେସନ, ଶୋଇବାରେ ଅସୁବିଧା, ତରଳ ଝାଡ଼ା ଏବଂ ଗଲୁ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ପୋଟାସିୟମ୍ ଏବଂ ଶ୍ୱାସନଳୀ ସଂଙ୍କୋଚନ ହୋଇପାରେ ।[୧] ଏହା ଏକ β<sub>୨</sub> ଆଡ୍ରେନେଜିକ୍ ରିସେପ୍ଟର ଆଗୋନିଷ୍ଟ ଯାହା ବାୟୁପଥରେ ଥିବା କୋମଳ ମାଂସପେଶୀକୁ ଶିଥିଳ କରି ଦେଇଥାଏ । [୧]

୧୯୭୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓର୍ସିପ୍ରେନାଲିନ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୨୦ ମିଗ୍ରା ବିଶିଷ୍ଟ ୯୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୫୪ ଡଲାର ଥିଲା ।[୩] ୨୦୧୦ରେ ବ୍ରିଟେନର ବଜାରରୁ ଏହାକୁ ପ୍ରତ୍ୟାହାର କରାଯାଇଥିଲା ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Metaproterenol Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 16 November 2021.
  2. ୨.୦ ୨.୧ "Orciprenaline sulphate (Alupent): reminder of withdrawal from the market". GOV.UK (in ଇଂରାଜୀ). Archived from the original on 19 July 2017. Retrieved 17 November 2021.
  3. "Metaproterenol Prices, Coupons & Savings Tips - GoodRx". GoodRx. Archived from the original on 9 August 2021. Retrieved 17 November 2021.