ଓପିଇସି
ଓପିଇସି, ବା ପେଟ୍ରୋଲିଅମ ରପ୍ତାନୀକାରୀ ସଂଗଠନ (ଅଳ୍ପରେ ଓପେକ) ଇଂରାଜୀ ଭାଷାରେ (Organization of the Petroleum Exporting Countries/ OPEC, /ˈoʊpɛk/ OH-pek) ଏକ ଅନ୍ତଃ-ସରକାରୀ ସଂଗଠନ (intergovernmental organization) ଯାହା ଇରାନ, ଇରାକ, କୁଏତ, ସାଉଦି ଆରବ ଓ ଭେନେଜୁଆଲା (Venezuela) ଆଦି ପାଞ୍ଚଟି ରାଷ୍ଟ୍ରର ସରକାରଙ୍କଦ୍ୱାରା ସନ ୧୪ ସେପ୍ଟେମ୍ବର ୧୯୬୦ରେ ବାଗଦାଦରେ ସ୍ଥାପିତ ହୋଇଥିଲା ଓ ମୂଖ୍ୟ କାର୍ଯ୍ୟାଳୟ ସନ ୧୯୬୫ରୁ ଅଷ୍ଟ୍ରିଆର ଭିଏନାରେ ରହିଛି । ସନ ୨୦୧୮ରେ ଏହାର ୧୪ ସଭ୍ୟ ଥିଲେ ଯେଉଁମାନେ ୪୪% ଦେଶ ନିମନ୍ତେ ୮୧.୫% ତେଲ ପାଇଁ ଦାୟୀ ଥିଲେ; ତେଣୁ ସେମାନଙ୍କର ଆନ୍ତର୍ଜାତୀୟ ତେଲ ମୂଲ୍ୟ ନିର୍ଦ୍ଧାରଣରେ ମୂଖ୍ୟ ପ୍ରଭାବ ଥିଲା ଯାହା ଏଥି ପୂର୍ବରୁ ତଥାକଥିତ 'ସାତ ଭଗିନୀ' କମ୍ପାନୀ ଦଳ ନିରୂପଣ କରୁଥିଲେ ।
Organization of the Petroleum Exporting Countries (OPEC) | |
---|---|
Flag | |
Headquarters | Vienna, Austria |
Official language | English |
Type | International cartel[୧] |
Membership | |
Leaders | |
Mohammed Barkindo | |
Establishment | Baghdad, Iraq |
• Statute | September 1960 |
• In effect | January 1961 |
ମୁଦ୍ରା | Indexed as USD per barrel (US$/bbl) |
Website OPEC.org |
ପେଟ୍ରୋଲିଅମ ରପ୍ତାନୀକାରୀ ସଂଗଠନର ଲକ୍ଷ: ସଭ୍ୟ ଦେଶମାନଙ୍କୁ ଏକତ୍ରିତ କରିବା, ଏପରି ପେଟ୍ରୋଲିଅମ ପଲିସି ନିର୍ଦ୍ଧାରଣ କରିବା, ଯେପରିକି ତେଲ ମାର୍କେଟ ସର୍ବଦା ସ୍ଥିର ରହିବ ଓ କାର୍ଯ୍ୟଦକ୍ଷ, ଅର୍ଥନୈତିକ ଓ ନିୟମିତ ଯୋଗାଣ ଉପଭୋକ୍ତାଙ୍କୁ କରିବା, ନିର୍ମାତାଙ୍କର ନିୟମିତ ଆମଦାନୀ ହେବ ଓ ଏହି ପେଟ୍ରୋଲିଅମ ଉଦ୍ୟୋଗରେ ପୁଞ୍ଜି ଖଟେଇଥିବା ଲୋକଙ୍କୁ ଭଲ ପ୍ରାପ୍ୟ ମିଳିବ । [୪] ଆନ୍ତର୍ଜାତୀୟ ତେଲ ମାର୍କେଟ ବିଷୟର ସାମସ୍ତଙ୍କୁ ସୂଚନା ଦେବା ମଧ୍ୟ ସଂଗଠନର କାମ ରହିବ । ଏବେକାର ସଭ୍ୟ ଦେଶମାନଙ୍କର ନାମ ଆଲଜେରିଆ, ଆଙ୍ଗୋଲା Angola, ଇକ୍ୱାଡୋର, ବିଷୁବରେଖୀୟ ଗିନି, ଗାବନ Gabon, ଇରାନ, ଇରାକ , କୁଏତ, Libya, ନାଇଜେରିଆ, ଦି ରିପବ୍ଲିକ ଅଫ କଙ୍ଗୋ (the Republic of the Congo), ସାଉଦି ଆରବ (ବାସ୍ତବ ନେତା), ୟୁନାଇଟେଡ଼ ଆରବ ଏମିରଟ, ଓ ଭେନେଜୁଆଲା Venezuela । ପୂର୍ବତନ ସଭ୍ୟ ଭାବରେ ଇଣ୍ଡୋନେସିଆ ଓ କତର ଥିଲେ ।
ଓପେକ ସଂଗଠନ ତିଆରି ଯୋଗୁ ପ୍ରାକୃତିକ ଉପାଦାନମାନଙ୍କର ଜାତୀୟକରଣ ସମ୍ଭବ ହୋଇ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ହେଲା । ଏହାର ଏକ ଉଲ୍ଲେଖନୀୟ ଭୂମିକା ରହିଲା ଯାହାଦ୍ୱାରା ପୃଥିବୀର ତେଲ ମାର୍କେଟ ଉପରେ ନିୟନ୍ତ୍ରଣ ରହିଲା । ସାମାଜିକ ବିପ୍ଲବ ସମୟରେ ତେଲ ଯୋଗାଣର ବ୍ୟବଧାନ ଉପରେ ଏହାର ପ୍ରଭାବ ବେଶ୍ ଜୋରଦାର ରହେ । ସନ ୧୯୭୦ର ଏନର୍ଜି ସଙ୍କଟ ସମୟରେ ନାଟକୀୟ ଭାବରେ ତେଲ ଦର ବଢ଼ିବାକୁ ଲାଗିବାରୁ ଓପେକର ରାଜସ୍ୱ ଓ ସମ୍ପତ୍ତି ବୃଦ୍ଧି ଲାଭ କରିବା ଫଳରେ ପୃଥିବୀର ଅର୍ଥନୀତି (global economy) ଉପରେ ଦୀର୍ଘସ୍ଥାୟୀ ପ୍ରଭାବ ପଡ଼ିଲା । ୧୯୮୦ ଦଶକରେ ସଭ୍ୟ ଦେଶମାନଙ୍କର ଏକ ଉତ୍ପାଦନ କୋଟା ଓପେକ ସ୍ଥିର କରିଦେଲା । ସାଧାରଣତଃ ଉତ୍ପାଦନ କୋଟା କମିଗଲେ ତେଲ ଦର ବଢ଼ିଯାଏ । ଅତ୍ୟଧିକ ଯୋଗାଣକୁ କମ୍ କରିବାକୁ ସନ ୨୦୦୮ ଓ ୨୦୧୬ରେ ସଂଗଠନ ଧାର୍ଯ୍ୟ କରିଛି ।
ସାମ୍ପ୍ରତିକ ସଭ୍ୟ ଦେଶ
ସମ୍ପାଦନାଜାନୁଆରୀ ୨୦୧୯ ସୁଦ୍ଧା ଓପେକର ୧୪ ଜଣ ସଦସ୍ୟ ଅଛନ୍ତି: ୫ ଜଣ ମଧ୍ୟ ପୂର୍ବ ବା ପଶ୍ଚିମ ଏସିଆରୁ (Middle East) (Western Asia), ୭ ଜଣ ଆଫ୍ରିକାରୁ ଓ ଦୁଇ ଜଣ ଦକ୍ଷିଣ ଆମେରିକାରୁ (South America) ।
ଆଧାର
ସମ୍ପାଦନା- ↑ "Glossary of Industrial Organization Economics and Competition Law" (PDF). OECD. 1993. p. 19.
- ↑ "Member Countries". OPEC. Retrieved 29 January 2017.
- ↑ "OPEC 172nd Meeting concludes". OPEC (Press release). 11 March 2019.
- ↑ "Our Mission". OPEC. Retrieved 16 February 2013.