ଓଡ଼ିଶା ବିଜ୍ଞାନ ଏକାଡେମୀ

ଓଡ଼ିଶାରେ ପ୍ରତିଷ୍ଠିତ ଏକ ସଂଘ

ଓଡ଼ିଶା ବିଜ୍ଞାନ ଏକାଡେମୀ ୧୯୮୧ ମସିହାରେ ଅପ୍ରେଲ ମାସ ୧ ତାରିଖ, ଉତ୍କଳ ଦିବସ ଦିନ ପ୍ରତିଷ୍ଠା କରାଯାଇଥିଲା ।[୧]

କେଶବ ଚନ୍ଦ୍ର ସାହୁ ଏହାର ପୃଷ୍ଠପୋଷକ ଥିଲେ । ସେତେବେଳେ ଏହି ଏକାଡେମୀ ଗଠନର ଉଦ୍ଦେଶ୍ୟ ଥିଲା ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିଭିନ୍ନ ଦିଗରେ ଯେଉଁ ଅବିରାମ ବିକାଶ ଘଟୁଛି, ତାହାକୁ ସାଧାରଣ ଜନତାଙ୍କ ସମ୍ମୁଖରେ ଉପସ୍ଥାପିତ ଓ ଆଦ୍ରୃତ କରିବା । ତାହା ଫଳରେ ବିଜ୍ଞାନ ବୋଧଗମ୍ୟ ହେବା ସହିତ ବୈଜ୍ଞାନିକ ମନୋଭବ ଓ ସଚେତନତା ସମସ୍ତଙ୍କ ମନରେ ଜାଗ୍ରତ ହେବ । ସର୍ବୋପରି ସମଗ୍ର ଓଡ଼ିଶାବାସୀ ଏକାଡେମୀର ଏହି ମୂଲ୍ୟବାନ ଅବଦାନରୁ ଲାଭପାଇବେ । ସୋସାଇଟି ପଞିକରଣ ନିୟମ ଅନୁସାରେ ଏକାଡେମୀ ୧୯୮୧-୮୨ ମସିହାରେ ଯଥାରୀତି ପଞ୍ଜିକୃତ ହେଲା । ଅନୁଷ୍ଠାନର କାର୍ଯ୍ୟ ଓ ଉପଯୋଗୋଗିତାକୁ ସ୍ୱୀକୃତି ଜଣାଇ ଓଡ଼ିଶା ସରକାର ଏହାର ପରିସର ଓ କାର୍ଯ୍ୟପନ୍ଥା ବିସ୍ତାରିତ କରିବା ଉଦ୍ଦେଶ୍ୟରେ "ଓଡ଼ିଶା ବିଜ୍ଞାନ ଏକାଡେମୀ"କୁ ସ୍ୱୀକୃତି ପ୍ରଦାନ କଲେ ଏବଂ ୨୫ ନଭେମ୍ବର ୧୯୮୪ ସଂକଳ୍ପ ସଂଖ୍ୟା ୩୫୭୭/STE, ୨୧/୦୩/୧୯୮୫ରେ ନୂତନ ସମ୍ବିଧାନକୁ ଗ୍ରହଣ କଲେ । ସଂପ୍ରତି "ଓଡ଼ିଶା ବିଜ୍ଞାନ ଏକାଡେମୀ” ଓଡ଼ିଶା ସରକାରଙ୍କର ବିଜ୍ଞାନ ଓ ବୈଷୟିକ ବିଭାଗ ଅଧୀନରେ କାର୍ଯ୍ୟକ୍ଷମ ।

ବିଜ୍ଞାନରେ ବିଶେଷ କାର୍ଯ୍ୟ ପାଇଁ ଏକାଡେମୀ ତରଫରୁ ବିଭିନ୍ନ ପୁରସ୍କାର[୨] ପ୍ରଦାନ କରାଯାଇଥାଏ ।[୩] ଏକାଡେମୀ ମାସିକ ବିଜ୍ଞାନଧର୍ମୀ ପତ୍ରିକା ବିଜ୍ଞାନ ଦିଗନ୍ତ ପ୍ରକାଶ କରିଥାଏ ।

ଆଧାର ସମ୍ପାଦନା

  1. Binay Kumar Pattnaik (31 December 2013). Readings in Indian Sociology: Volume VI: Sociology of Science and Technology in India. SAGE Publications. pp. 47–. ISBN 978-81-321-1876-3.
  2. Science Reporter. Council of Scientific & Industrial Research. 2005.
  3. http://www.thehindu.com/todays-paper/tp-national/tp-otherstates/Orissa-Bigyan-Academy-announces-awards/article16505081.ece

ବାହାର ଆଧାର ସମ୍ପାଦନା