ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଦେଶ, ୧୯୪୮
ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଦେଶ, ୧୯୪୮, ନବଗଠିତ ଓଡ଼ିଶାରେ ଏକ ସ୍ୱତନ୍ତ୍ର ଉଚ୍ଚ ନ୍ୟାୟାଳୟ ଗଠନ ନିମନ୍ତେ ତତକାଳୀନ ଭାରତ ସରକାରରଙ୍କଦ୍ୱାରା ଜାରୀ କରାଯାଇଥିବା ଏକ ସାମ୍ବିଧାନିକ ଅଧିନିୟମ ।
ଇତିହାସ
ସମ୍ପାଦନାଏପ୍ରିଲ ୧, ୧୯୩୬ରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଘୋଷଣା କରାଯାଇଥିଲା, କିନ୍ତୁ ଏହା ପାଇଁ କୌଣସି ସ୍ୱତନ୍ତ୍ର ଉଚ୍ଚ ନ୍ୟାୟାଳୟର ବ୍ୟବସ୍ଥା ହୋଇନଥିଲା । ଜୁଲାଇ ୨୬, ୧୯୩୮ରେ କଟକରେ ଥିବା ଉଚ୍ଚନ୍ୟାୟାଳୟ ବାର୍ ଏସୋସିଏସନ ଗୋଟିଏ ପ୍ରସ୍ତାବ ପାରିତ କରି ଓଡ଼ିଶା ପାଇଁ ସ୍ୱତନ୍ତ୍ର ଉଚ୍ଚ ନ୍ୟାୟାଳୟର ଦାବି କରିଥିଲେ ।[୧]
ଫେବୃଆରୀ ୧୧, ୧୯୩୯ରେ ଏକ ପ୍ରସ୍ତାବ ବିଧାନ ସଭାରେ ପେଶ କରାଯାଇଥିଲା, ଯେଉଥିରେ ସରକାରଙ୍କୁ ଏକ କମିଟି ଗଠନ କରିବାକୁ କୁହାଯାଇଥିଲା, ଯାହା ଓଡ଼ିଶାରେ ଏକ ସ୍ୱତନ୍ତ୍ର ଉଚ୍ଚନ୍ୟାୟାଳୟ ଗଠନର ସମ୍ଭାବନା ପରୀକ୍ଷା କରିବ ।
ଅଗଷ୍ଟ ୧୯, ୧୯୪୨ରେ ଓଡ଼ିଶା ସରକାରର ଆଇନ ବିଭାଗ ଏକ କମିଟି ଗଠନ କଲେ, ଯାହାର ସଭାପତି ଥିଲେ ଶ୍ରୀ ବୀର କିଶୋର ରାୟ, ଏବଂ ସଦସ୍ୟମାନେ ଥିଲେ ଶ୍ରୀ ସି.ଏମ.ଆଚାର୍ଯ୍ୟ, ଶ୍ରୀ ବିଚିତ୍ରାନନ୍ଦ ଦାସ, ଡା. ନରସିଂହ ରାଓ ଏବଂ ସଚିବ ହିସାବରେ ଶ୍ରୀ ଜେ.ଇ.ମେହେର । କମିଟିର ରିପୋର୍ଟ ଡିସେମ୍ବର ୨୭, ୧୯୪୩ରେ ଏକ ବିଜ୍ଞପ୍ତି ( No.29440-J dated December 27, 1943) ମାଧ୍ୟମରେ ଜଣସାଧାରଣଙ୍କ ସୂଚନା ପାଇଁ ପ୍ରକାଶିତ ହୋଇଥିଲା ।
କମିଟିର ମୁଖ୍ୟ ସପକ୍ଷବାଦୀ ପ୍ରସ୍ତାବ ଥିଲା ଏହିପରି:
- ଏକ ସ୍ୱତନ୍ତ୍ର ଉଚ୍ଚନ୍ୟାୟାଳୟ ସ୍ଥାପନଦ୍ୱାରା ନବ ଗଠିତ ରାଜ୍ୟରେ ନ୍ୟାୟପ୍ରଦାନ ଶୀଘ୍ର ଏବଂ ସୁବିଧାଜନକ ଭାବରେ ହୋଇପାରିବ ।
- ଏହା ପାଇଁ ଲାଗୁଥିବା ଖର୍ଚ୍ଚ ରାଜସ୍ୱର ସାଧନ ସମ୍ବଳ ମଧ୍ୟରେ ସୀମିତ ।
- ନ୍ୟାୟ ପ୍ରକ୍ରିୟା ପାଇଁ ପ୍ରୟୋଜନୀୟ ନ୍ୟାୟୀକ କାର୍ଯ୍ୟ ତଥା ଲମ୍ବିତ ମାମଲା ଏକ ଉଚ୍ଚନ୍ୟାୟାଳୟକୁ ପୂର୍ଣ୍ଣ ଭାବରେ ବ୍ୟସ୍ତ ରଖିବାକୁ ପର୍ଯ୍ୟାପ୍ତ ଅଟେ।
ଜାନୁଆରୀ ୧, ୧୯୪୮ରେ ଓଡ଼ିଶାର ରାଜ ରାଜୁଡା ଅଧୀନରେ ଥିବା ସମସ୍ତ ରାଜ୍ୟ (ମୟୁରଭଞ୍ଜ ଜାନୁଆରୀ 1, 1949ରେ ମିଳିଲା) ନବଗଠିତ ଓଡ଼ିଶାରେ ବିଲୀନ ହେଲେ । ଭାରତ ସରକାର ଭାରତ ଶାସନ ଆଇନ ୧୯୩୫ର ଧାରା 229(1) ଅନୁଯାୟୀ 1948 ମସିହା ଏପ୍ରିଲ 30 ତାରିଖରେ "ଓଡ଼ିଶା ହାଇକୋର୍ଟ ଆଦେଶ, ୧୯୪୮" ଜାରି କଲେ । ଏହି ଆଦେଶନାମାରେ ଘୋଷଣା କରାଯାଇଥିଲା ଯେ ଜୁଲାଇ ୫, ୧୯୪୮ଠାରୁ "ଓଡ଼ିଶା ପ୍ରାନ୍ତରେ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିବ, ଯାହା ଏକ ରେକର୍ଡ ନ୍ୟାୟାଳୟ ହେବ ।" ପରେ ଜୁନ ୮, ୧୯୪୮ରେ ଜାରି ହୋଇଥିବା ଓଡ଼ିଶା ହାଇକୋର୍ଟ (ସଂଶୋଧନ) ଆଦେଶ, ୧୯୪୮[୨] ଅନୁଯାୟୀ ହାଇକୋର୍ଟ ସ୍ଥାପନର ତାରିଖକୁ ଜୁଲାଇ ୫ଠାରୁ ପରିବର୍ତ୍ତନ କରି ଜୁଲାଇ ୨୬, ୧୯୪୮କରାଯାଇଥିଲା । ନବ ଗଠିତ ଓଡ଼ିଶା ଉଚ୍ଚନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ଶ୍ରୀ ବୀର କିଶୋର ରାୟଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଥିଲା ।
ଆଦେଶ ସମ୍ପର୍କରେ
ସମ୍ପାଦନାଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଦେଶ, ୧୯୪୮ ୩୦ ଏପ୍ରିଲ ୧୯୪୮ରେ ଏକ ବିଜ୍ଞପ୍ତି ଆକାରରେ ପ୍ରକାଶ ହେବା ପରେ ତାହା ଏକ ଅଧିନିୟମ ଭାବେ ତତକାଳୀନ ଲାଗୁ ହେଲା ।[୩]ଉକ୍ତ ଆଦେଶରେ ସମୁଦାୟ ୧୪ଟି ଧାରା ରହିବା ସହ ଓଡ଼ିଶାର ପ୍ରତି ଜିଲ୍ଲା ପାଇଁ ନ୍ୟାୟିକ କ୍ଷେତ୍ରାଧୀକାର ନିର୍ଦ୍ଧାରିତ କରାଯାଇଥିଲା । ଏହି ଆଦେଶ ଅନ୍ତର୍ଗତ ବିଭିନ୍ନ ବ୍ୟବସ୍ଥାକୁ ସୁଗମ ଭାବେ କାର୍ଯ୍ୟାନ୍ବିତ କରିବା ନିମିତ୍ତ ସମ୍ବନ୍ଧୀୟ ନିୟମାବଳି RULES OF THE HIGH COURT OF ORISSA 1948 ମଧ୍ୟ ଜାରି ହେଲା ।[୨]
ଆଧାର
ସମ୍ପାଦନା- ↑ "The High Court of Orissa" (PDF). orissahighcourt.nic.in. Retrieved 20 December 2024.
- ↑ ୨.୦ ୨.୧ "RULES OF THE HIGH COURT OF ORISSA 1948" (PDF). orissahighcourt.nic.in/. Retrieved 20 December 2024.
- ↑ "State of Odisha - Act". indiankanoon.org. Retrieved 20 December 2024.