ଓଡ଼ିଶା ଆଦର୍ଶ ବିଦ୍ୟାଳୟ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହେଉଛି ଏକ ବିଦ୍ୟାଳୟ ଶୃଙ୍ଖଳା, ଯାହା ଓଡ଼ିଶାର ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟରେ ଅବସ୍ଥିତ ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ
ଅବସ୍ଥାନ
ଭୁବନେଶ୍ୱର
ଓଡ଼ିଶା
ବିବରଣୀ
Type ଜାତୀୟ
ପ୍ରତିଷ୍ଠା ୧୯ ସେପ୍ଟେମ୍ବର ୨୦୧୬
ବିଦ୍ୟାଳୟ ପରିଷଦ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼
ପରିଷଦ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ
ଶ୍ରେଣୀ ୬ଷ୍ଟ-୧୨ଶ
Medium of language ଇଂରାଜୀ
Affiliation କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼
Information ୩୧୪ (ଯୋଜନା ଅଛି); ୨୧୪ (ଜୁନ ୨୦୨୦ ସୁଦ୍ଧା କାର୍ଯ୍ୟକ୍ଷମ)[୧]
ୱେବସାଇଟ

ଇତିହାସ ସମ୍ପାଦନା

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ୨୦୧୫ ମସିହା ସେପ୍ଟେମ୍ବର ୧୯ ତାରିଖରେ ଓଡ଼ିଶାର ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟ ଅଧୀନରେ ଏକ ସୋସାଇଟି ଭାବରେ ପଞ୍ଜିକୃତ ହୋଇଥିଲା । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଏହି ଅନୁଷ୍ଠାନ କାର୍ଯ୍ୟ କରେ ।

ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଏହି ଅନୁଷ୍ଠାନର ସଭାପତି ଭାବରେ କାର୍ଯ୍ୟ କରନ୍ତି ।

ଉଦ୍ଦେଶ୍ୟ ସମ୍ପାଦନା

  • ଶିକ୍ଷାରେ ପଛୁଆ ପ୍ରତ୍ୟେକ ବ୍ଲକରେ ଏହି ବିଦ୍ୟାଳୟ ପ୍ରତିଷ୍ଠା କରିବା ।
  • କେନ୍ଦ୍ରୀୟ ବିଦ୍ୟାଳୟ ପରି ସମାନ ସୁବିଧା ଏହି ବିଦ୍ୟାଳୟରେ ଉପଲବଧ କରାଇବା । ନୂତନ ସ୍କୁଲ ପ୍ରତିଷ୍ଠା କରିବା ବା ପୁରୁଣା ସ୍କୁଲର ମାନବୃଦ୍ଧି କରି ଆଦର୍ଶ ବିଦ୍ୟାଳୟ ସ୍ତରକୁ ଆଣିବା ।
  • ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ପର୍ଯ୍ୟାପ୍ତ ଆଇସିଟି ଭିତ୍ତିଭୂମି, ଇଣ୍ଟରନେଟ୍ ସଂଯୋଗ ଏବଂ ପୂର୍ଣ୍ଣ ସମୟ କମ୍ପ୍ୟୁଟର ଶିକ୍ଷକ ରହିବେ |
  • ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଉନ୍ନତିର ଉପଯୁକ୍ତ ମାନ ଓ ଗତି ବଜାୟ ରଖିବା ଓ ଏହାଦ୍ୱାରା ନିକଟସ୍ଥ ସ୍କୁଲଗୁଡିକ ମଧ୍ୟ ଲାଭ ପାଇବେ ।[୨][୩][୪]
  • ଏହି ଆଦର୍ଶ ବିଦ୍ୟାଳୟଗୁଡିକ ସିବିଏସ୍ଇ ସହିତ ଅନୁବନ୍ଧିତ ।
  • ଏଗୁଡିକ ସମ୍ପୁର୍ଣ୍ଣ ଆବାସିକ ବିଦ୍ୟାଳୟ ହେବ ।
  • ଏକ ପ୍ରବେଶ ପରୀକ୍ଷା ମାଧ୍ୟମରେ ଏହି ବିଦ୍ୟାଳୟ ପାଇଁ ଶିକ୍ଷାର୍ଥୀ ଚୟନ କରାଯିବ ଓ ସେମାନଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ।
  • ଏଠାରେ ଷଷ୍ଟରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ଶିକ୍ଷାଦାନ କରାଯିବ ଓ ପ୍ରତି ଶ୍ରେଣୀରେ ୮୦ ଜଣ ଛାତ୍ର ପଢିବେ ।
  • ଏହି ସ୍କୁଲଗୁଡ଼ିକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଅଧିନରେ କାର୍ଯ୍ୟ କରିବେ ।

ଦର୍ଶନ ସମ୍ପାଦନା

  • ରାଜ୍ୟର ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟରେ ଏକ ଉଚ୍ଚମାନର ଇଂରାଜୀ ମଧ୍ୟମ ବିଦ୍ୟାଳୟ “ଓଡ଼ିଶା ଆଦର୍ଶ ବିଦ୍ୟାଳୟ” ପ୍ରତିଷ୍ଠା କରିବା ।
  • ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପରି ଭିତ୍ତିଭୂମି ଏବଂ ସୁବିଧା ରହିବ ।
  • ଛାତ୍ର-ଶିକ୍ଷକ ଅନୁପାତ, ଆଇସିଟି ବ୍ୟବହାର, ସାମଗ୍ରିକ ଶିକ୍ଷାଗତ ପରିବେଶ, ଉପଯୁକ୍ତ ପାଠ୍ୟକ୍ରମ ଏବଂ ଫଳାଫଳ ଉପରେ ଗୁରୁତ୍ୱ ।
  • ୬ଷ୍ଠରୁ ୧୨ଶ ପର୍ଯ୍ୟନ୍ତ ଶ୍ରେଣୀ ଗୁଡିକରେ ୨ଟି ସେକ୍ସନ ରହିବ ।
  • ବିଦ୍ୟାଳୟଗୁଡ଼ିକ ସି.ବି.ଏସ.ଇ ସହିତ ଅନୁବନ୍ଧିତ ହେବେ ।
  • ଏହି ବିଦ୍ୟାଳୟଗୁଡ଼ିକ ବାସ୍ତବରେ ଉତ୍କର୍ଷର କେନ୍ଦ୍ର ହେବ ।

ପ୍ରଗତି ସମ୍ପାଦନା

୨୦୧୬-୧୭ ଶିକ୍ଷାବର୍ଷରେ ୧୦୦ଟି ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଥିଲା । ୨୦୧୭-୧୮ ବର୍ଷରେ ୬୦ଟି ନୂଆ ଓ ୨୦୧୮-୧୯ ବର୍ଷରେ ୩୦ଟି ନୂଆ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଥିଲା ।[୫]

ଆଧାର ସମ୍ପାଦନା

  1. "State's every single student should get quality education". www.dailypioneer.com. pioneer. Archived from the original on 24 June 2020. Retrieved 24 June 2020.
  2. "Odisha launches 100 Adarsha Vidyalayas". Times of India. April 5, 2016. Retrieved March 18, 2017.
  3. "Information Brochure" (PDF). Retrieved March 18, 2017.
  4. "Naveen launches Adarsh Vidyalaya project". The Hindu. April 6, 2016. Retrieved March 18, 2017.
  5. http://www.odishabytes.com/bijaya-kumar-sahoo-is-new-odisha-adarsha-vidyalaya-sangathan-adviser/