ବିଦ୍ୟାଳୟ
ବିଦ୍ୟାଳୟ କହିଲେ ସାଧାରଣତଃ ଯେଉଁଠି ବିଦ୍ୟାର୍ଥୀ ବା ଛାତ୍ରଛାତ୍ରୀ ଶିକ୍ଷକଙ୍କଠାରୁ ଶିକ୍ଷାଲାଭ କରିଥାନ୍ତି । ବିଦ୍ୟାଦାନ ଓ ଗ୍ରହଣ କରିବା ପାଇଁ ଯେଉଁ ଗୃହ ବ୍ୟବହାର ହୁଏ ତାହାକୁ ବିଦ୍ୟାଳୟ କୁହାଯାଏ ।
ଇତିହାସସମ୍ପାଦନ କରନ୍ତୁ
ଭାରତରେ ପ୍ରଥମେ ଗୁରୁକୂଳକୁ ବିଦ୍ୟାଳୟ ଭାବେ ବ୍ୟବହାର କରାଯାଉଥିଲା । ପୂର୍ବକାଳରେ ଓଡ଼ିଶାରେ ଚାଟଶାଳୀକୁ ବିଦ୍ୟାଳୟ ଭାବେ ବ୍ୟବହାର କରାଯାଉଥିଲା । କାଳକ୍ରମେ ଏହି ପ୍ରଥା ବଢ଼ି ଏବେକାର ଆଧୁନିକ ବିଦ୍ୟାଳୟ ପ୍ରଥାର ପ୍ରଚାଳନ ଆରମ୍ଭ ହେଲା । ବିଦ୍ୟାଳୟରେ ମୁଖ୍ୟତଃ ଶିକ୍ଷକ ଥାନ୍ତି, ଯିଏକି ଶିକ୍ଷାଦାନ କରିଥାନ୍ତି ଏହାଛଡା ଅନ୍ୟ କର୍ମଚାରୀ ଥାନ୍ତି ଯେଉମାନେ ଅନ୍ୟ କାମ କରିଥାନ୍ତି ।
ଶିକ୍ଷାସମ୍ପାଦନ କରନ୍ତୁ
ଶିକ୍ଷା ହେଉଛି ବିଦ୍ୟାଳୟର ଏକ ମୁଖ୍ୟ ଉପାଦାନ । ବିଦ୍ୟାଳୟରେ ପ୍ରାୟତଃ ପ୍ରାଥମିକ ଏବଂ ମୂଳ ଶିକ୍ଷା ଦିଆଯାଇଥାଏ ।
ଓଡ଼ିଶାରେ ବିଦ୍ୟାଳୟ ବ୍ୟବସ୍ଥାସମ୍ପାଦନ କରନ୍ତୁ
ଓଡ଼ିଶାରେ ସାଧାରଣତଃ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ଶିକ୍ଷା ଦିଆ ଯାଇଥାଏ । ୬ରୁ ୧୪ ବର୍ଷ ବୟସ ମଧ୍ୟରେ ସମସ୍ତ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରାଯାଇଥାଏ ।[୧]
ଆଧାରସମ୍ପାଦନ କରନ୍ତୁ
ବାହାର ତଥ୍ୟସମ୍ପାଦନ କରନ୍ତୁ
ବିଦ୍ୟାଳୟ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |