ଓଡ଼ିଶାର ମହାବାତ୍ୟା

ଏହି ତଳ ତାଲିକା ୧୯୯୦ ମସିହା ପରେ ଓଡ଼ିଶାକୁ ପ୍ରଭାବିତ କରିଥିବା କ୍ରାନ୍ତିୟ ଘୁର୍ଣ୍ଣିଝଡ଼଼ମାନଙ୍କର ତାଲିକା ଦେଖାଏ । ଉପକୂଳକୁ ଗଭୀର ଭାବେ ପ୍ରଭାବିତ କରିଥିବା ୯୧୩ mbar (ପାରଦ ସ୍କେଲରେ୨୬.୯୩) ବିଶିଷ୍ଟ ୧୯୯୯ ଓଡ଼ିଶା ମହାବାତ୍ୟା ଆଜି ଯାଏ ହୋଇଥିବା ଏହି ସବୁ ବାତ୍ୟାମାନଙ୍କ ମଧ୍ୟରୁ ସର୍ବାଧିକ ।

କାରଣ ସମ୍ପାଦନା

ସାଧାରଣତଃ ଅକ୍ଟୋବରରେ ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅପସରିଯାଏ । ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟ ଉପନୀତ ହେଉଥିବାବେଳେ ସେପଟେ ଉତ୍ତର ପୁର୍ବ ମୌସୁମୀର ଆଗମନ ହୋଇଥାଏ । ଉଭୟ କ୍ଷେତ୍ରରୁ ବାୟୁ ଚଳାଚଳ ଏକ ସମୟରେ ଘଟିବାର ସମ୍ଭାବନା ଥିବାରୁ ବଙ୍ଗୋପସଗରରେ ଲଘୁଚାପ ଜନିତ ଝଡ଼ ଦାନାବାନ୍ଧେ । ଝଡ଼଼ଟି ଥାଇଲ୍ୟାଣ୍ଡ୍ ଉପକୁଳରୁ ଓଡ଼ିଶା ଉପକୁଳ ଆଡ଼େ ମୁହାଁଇ ପ୍ରବଳରୁ ଅତିପ୍ରବଳ ବେଗରେ ଅର୍ଦ୍ର ଜଳିୟ ବାଷ୍ପ ପୂର୍ଣ୍ଣ ପବନ ବହେ ।[୧]

ନାମକରଣ ସମ୍ପାଦନା

ବିଶ୍ୱର ବିଭିନ୍ନ କ୍ରାନ୍ତିୟ ମଣ୍ଡଳରେ ସାମୁଦ୍ରିକ ବାତ୍ୟା ଏକ ପ୍ରାକୃତିକ ପ୍ରକ୍ରିୟା । ବହୁ ଦିନରୁ ଆମେରିକା, କାନାଡା, ଇଉରୋପ୍‌ରେ ସାମୁଦ୍ରିକ ବାତ୍ୟାର ନାମକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।୧୯୯୯ ଓଡ଼ିଶ ମହାବାତ୍ୟା ପରେ ଭାରତ ମହାସାଗର ଅଂଚଳରେ ସାମୁଦ୍ରିକ ବାତ୍ୟାଗୁଡ଼ିକର ନାମକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏକ ନିର୍ଦ୍ଦିଷ୍ଟ ବାତ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ ଓ ସୂଚନା ପ୍ରଦାନ ଏବଂ ଏହି ପ୍ରାକୃତିକ ବିପର୍ଯୟ ନେଇ କୌଣସି ବିଭ୍ରାନ୍ତି ସୃଷ୍ଟି ନହେବା ଉଦ୍ଦେଶ୍ୟରେ ଏଭଳି ନାମକରଣ କରାଯାଉଛି ।ଭାରତ ମହାସାଗର ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆରବ ସାଗର ଅଂଚଳରେ ସୃଷ୍ଟ ସାମୁଦ୍ରିକ ତୋଫାନର ନାମକରଣ ପାଳିକରି ସେହି ସାଗର ତଟବର୍ତ୍ତୀ ରାଷ୍ଟ୍ରଗୁଡ଼ିକଦ୍ୱାରା ବଛାଯାଇଥିବା ନାଁ ଅନୁସାରେ ହୋଇଥାଏ ।[୧]

ଅକ୍ଟୋବର ମାସରେ ଘଟିଥିବା ଓ ଘଟିବାକୁଥିବା କେତେକ ମହାବାତ୍ୟା:

ଆଧାର ସମ୍ପାଦନା

  1. ୧.୦ ୧.୧ ସମାଜ http://www.samajaepaper.in. Retrieved 7 October 2014. {{cite news}}: Missing or empty |title= (help)